ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଲା ଡାକ ବିଭାଗ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ଜାଲ୍‌ ସାର୍ଟିଫିକେଟ କାରବାର କେବଳ ରାଜ୍ୟ ଭିତରେ ସୀମିତ ନାହିଁ। ଏହାର ଚେର ବାହାର ରାଜ୍ୟକୁ ମଧ୍ୟ ଲମ୍ବିଛି। ଗ୍ରାମୀଣ ଡାକ ସେବକରେ ଅନେକେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ଆସିଛି। ଏହି ଜାଲ୍‌ ସାର୍ଟିଫିକେଟ ମାମଲାରେ ଏକାଧିକ ରାଜ୍ୟ ସାମିଲ ଥିବାରୁ ସୋମବାର ମାମଲାର ତଦନ୍ତ କରିବାକୁ ଓଡ଼ିଶା ସର୍କଲ ଡାକ ବିଭାଗ ପକ୍ଷରୁ ସିବିଆଇ ଏସ୍‌ପିଙ୍କୁ ଚିଠି ଲେଖାଯାଇଛି। ଏହି ଚିଠି ମହାଡାକପାଳ ଲେଖିଥିବା ସୂଚନା ମିଳିଛି। ଜାଲ୍‌ ସାର୍ଟିଫିକେଟ ଦେଇ ଡାକ ବିଭାଗଠାରୁ ଆରମ୍ଭକରି ଶିକ୍ଷା ଓ ଅନ୍ୟାନ୍ୟ ବିଭାଗରେ ବହୁ

ବ୍ୟକ୍ତି ଚାକିରି କରିଛନ୍ତି। ଏଭଳି ଘଟଣା ପଦାକୁ ଆସିବା ପରେ ୨୦୧୮ ପରଠାରୁ ଡାକ ବିଭାଗରେ ଚାକିରି କରିଥିବା ପୋଷ୍ଟମାଷ୍ଟର ଏବଂ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରମାନଙ୍କର ସାର୍ଟିଫିକେଟ ଯାଞ୍ଚ କରାଯିବ। ମହାଡାକପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଯାଞ୍ଚ ପରେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିଏମ୍‌ଜି ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବାରିକ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲାରୁ ଜାଲ୍‌ ସାର୍ଟିଫିକେଟ କାରବାରର ପର୍ଦ୍ଦାଫାଶ ହୋଇଥିଲା। ଏହାକୁ ନେଇ ଗତ ବିଧାନସଭାରେ ମଧ୍ୟ ବିରୋଧୀ ତୁମ୍ବିତୋଫାନ କରିଥିଲେ। ଜାଲ୍‌ ସାର୍ଟିଫିକେଟ କାରବାରରେ ଶାସକ ଦଳର ନେତାମାନଙ୍କର ସମ୍ପୃକ୍ତି ରହିଥିବା ଅଭିଯୋଗ କରିଥିଲେ। ଏହା କେବଳ ବଲାଙ୍ଗୀର ନୁହେଁ, ରାଜ୍ୟର ଅନ୍ୟାନ୍ୟ ଜିଲାକୁ ମଧ୍ୟ ବ୍ୟାପିଥିବା ତଦନ୍ତ ବେଳେ ଜଣାପଡ଼ିଛି।
ଅନ୍ୟପକ୍ଷରେ ଜାଲ୍‌ ସାର୍ଟିଫିକେଟ ମାମଲା ବଢ଼ିବା ପରେ କେଉଁମାନେ ଜାଲ୍‌ ସାର୍ଟିଫିକେଟ ଦେଇ ସରକାରୀ ସ୍କୁଲରେ ଶିକ୍ଷକ ଚାକିରି କରିଛନ୍ତି, ସେ ସମ୍ପର୍କରେ ଆସନ୍ତା ଦୁଇଦିନ ଭିତରେ ରିପୋର୍ଟ ଦେବାକୁ ବ୍ଲକ ଶିକ୍ଷା ଅଧିକାରୀ (ବିିଇଓ) ଏବଂ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ନକଲି ସାର୍ଟିିଫିକେଟ ମାମଲାରେ ଧରାପଡ଼ିଛନ୍ତି ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ରିପୋର୍ଟ ମଗାଯାଇଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି।
ପ୍ରାୟ ୩ ଶହ ଶିକ୍ଷକଙ୍କ ବିରୋଧରେ ଜାତି, ଜନ୍ମ ଓ ଶିକ୍ଷାଗତ ସାର୍ଟିଫିକେଟ ଜାଲିଆତି କରିଥିବା ଅଭିଯୋଗ ଆସିବା ପରେ ତଦନ୍ତ ଚାଲିଛି। ଅନେକ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି। ଯେଉଁମାନଙ୍କ ବିରୋଧରେ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି, ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେତେକଙ୍କ ବିରୋଧରେ ଏଫ୍‌ଆଇଆର୍‌ ମଧ୍ୟ ହୋଇଛି। ଅନେକ ନକଲି ସାର୍ଟିଫିକେଟ୍‌ଧାରୀ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। କେତେଜଣ ଗିରଫ ବି ହୋଇଛନ୍ତି। ଆଉ କେତେଜଣଙ୍କ ଅଭିଯୋଗ ମିଥ୍ୟା ପ୍ରମାଣିତ ହେବାପରେ ପୁଣି ଚାକିରିକୁ ଫେରିଛନ୍ତି। ନକଲି ଶିକ୍ଷକଙ୍କୁ ଧରିବାକୁ ଏସ୍‌ଓପି ଜାରି କରାଯାଇଛି। ଜାଲ୍‌ ସାର୍ଟିଫିକେଟ ଅଭିଯୋଗ ବଲାଙ୍ଗୀରକୁ ଛାଡ଼ି ଅନ୍ୟ ଜିଲାରୁ ବି ଆସିଛି। ବିଭିନ୍ନ ଅଭିଯୋଗର ତଦନ୍ତ ବେଳେ ରାଜ୍ୟ ବାହାରର ସାର୍ଟିଫିକେଟ ଯାଞ୍ଚ ପାଇଁ ସମୟ ଲାଗୁଥିବାରୁ ପଦକ୍ଷେପ ନେବାରେ ବିଳମ୍ବ ହେଉଛି। ତେବେ ଆସନ୍ତା ଦୁଇଦିନ ଭିତରେ ଗଣଶିକ୍ଷା ବିଭାଗ ଏକ ରିପୋର୍ଟ ପ୍ରସ୍ତୁତ କରିବ। ଏଥିରେ କେତେସଂଖ୍ୟକ ଶିକ୍ଷକ କେଉଁପ୍ରକାର ନକଲି ସାର୍ଟିଫିକେଟ ଦେଇଛନ୍ତି ଓ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।

୩ ଜଣଙ୍କ ବଲାଙ୍ଗୀର ଲିଙ୍କ୍‌, ମେଳଖାଉନି ଘର ଠିକଣା

ସମ୍ବଲପୁର,୧୧ା୪(ବ୍ୟୁରୋ): ସମ୍ବଲପୁର ଜିଲାରେ ନକଲି ସାର୍ଟିଫିକେଟ ଦେଇ ପୋଷ୍ଟାଲ ବିଭାଗର ବିପିଏମ୍‌ ଓ ଡିପିଏମ୍‌ ପଦବୀରେ ଚାକିରି କରିବା ଘଟଣାରେ ୬ଜଣ ଆବେଦନକାରୀଙ୍କ ବିଷୟରେ ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ବଲାଙ୍ଗୀର ଜିଲାର ଜାଲ୍‌ ସାର୍ଟିଫିକେଟ ର଼୍ୟାକେଟ ସହ ଲିଙ୍କ୍‌ ଥିବା ସ୍ପଷ୍ଟ ହୋଇଛି। ଅନ୍ୟ ୩ ଜଣଙ୍କ ସମ୍ପର୍କରେ ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ସବୁକିଛି ଜଣାପଡ଼ିବ ବୋଲି ସୋମବାର ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି। ସେ ଆହୁରି କହିଛନ୍ତି, ସାର୍ଟିଫିକେଟରେ ରହିଥିବା ଠିକଣା ଭୁଲ୍‌। ତେଣୁ ପୋଲିସ ଆବେଦନକାରୀଙ୍କୁ କାବୁ କରିବାରେ ବାଧା ସୃଷ୍ଟି ହେଉଛି। ଭୁଲ୍‌ ମାର୍କ ନୁହେଁ, ଠିକଣାରେ ମଧ୍ୟ ତାଳମେଳ ରହୁନାହିଁ। ହେଲେ ପୋଲିସ ଠିକଣା ଖୋଜିବାରେ ବିଭିନ୍ନ ଦିଗକୁ ଦେଖି ତଦନ୍ତ ଚଳାଉଛି ଏବଂ ଶୀଘ୍ର ସେମାନଙ୍କୁ ଧରାଯିବେ ବୋଲି ଏସ୍‌ଡିପିଓ କହିଛନ୍ତି। ଅନ୍ୟପଟେ ସମ୍ବଲପୁର ଡାକ ମଣ୍ଡଳ ଅଧୀକ୍ଷକ ବିପିନ ନେଗୀ କହିଛନ୍ତି, ନୂତନ ଭାବେ ଡିପିଏମ୍‌ ଓ ବିପିଏମ୍‌ ପଦବୀ ପାଇଁ ଉତ୍ତରପ୍ରଦେଶ ବୋର୍ଡର ୬ ଜଣ ଆବେଦନ କରିଥିଲେ। ସେମାନେ ଚୁକ୍ତିନାମା ଲେଖିବା ସମୟରେ ଇଂରାଜୀ ଲେଖି କି ପଢ଼ିପାରୁ ନ ଥିଲେ। ତାହାକୁ ନେଇ ସନ୍ଦେହ ହୋଇଥିଲା। ପରେ ଡିଜି ଲକର ଜରିଆରେ ସାର୍ଟିଫିକେଟ୍‌ଗୁଡ଼ିକ ଯାଞ୍ଚ କରାଯାଇଥିଲା। ସେମାନଙ୍କ ନାମ ଉତ୍ତରପ୍ରଦେଶ ବୋର୍ଡରେ ଉଲ୍ଲେଖ ନ ଥିଲା। ଏହାକୁ ନେଇ ଥାନାରେ ଅଭିଯୋଗ କରାଯାଇଥିଲା। ୨୦୧୮ ମସିହାରୁ ଯେଉଁମାନେ ଡାକ ବିଭାଗରେ ଚାକିରି ପାଇଛନ୍ତି ସେମାନଙ୍କର ମଧ୍ୟ ସାର୍ଟିିଫିକେଟ ଯାଞ୍ଚ କରାଯିବ। ଯେଉଁମାନଙ୍କର ତ୍ରୁଟି ରହିଥିବ ସେମାନେ ଚାକିରି ହରାଇବା ସହ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନେଗୀ କହିଥିଲେ। ସୂଚନାଯୋଗ୍ୟ, ଧରାପଡ଼ିଥିବା ଆବେଦନକାରୀଙ୍କ ମଧ୍ୟରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀର ସୋନାଲି ସ୍ବାଇଁ, ଜଗତ୍‌ସିଂହପୁର ଜିଲା ଅନୈଙ୍କା ଗ୍ରାମର ଜ୍ୟୋତିକାନ୍ତ ମହାନ୍ତି, ବରଗଡ଼ ଜିଲା ଭଳପାଲି ଗ୍ରାମର ରୁଦ୍ରାଣୀ ପ୍ରଧାନ, ଗଣେଶନଗରର ଜୟଶ୍ରୀ ସାହା, କଳାହାଣ୍ଡି ଜିଲା କେସିଙ୍ଗା ଥାନା କୁଣ୍ଡାବନ୍ଧ ଗ୍ରାମର ସୁରମଣି ମିଶ୍ର, ଦେବଗଡ଼ ଜିଲା ତିଲେଇବଣି ଥାନା ପ୍ରଭାସୁନି ଗ୍ରାମର ଝିଲି ସାହୁ ରହିଛନ୍ତି। ଏହି ୬ ଜଣଙ୍କ ସାର୍ଟିଫିକେଟ ଉତ୍ତରପ୍ରଦେଶ ବୋର୍ଡର ରହିଛି। ହାରାହାରି ମାର୍କ ଦେଖିଲେ ସମସ୍ତଙ୍କର ୯୫ ପ୍ରତିଶତରୁ ଅଧିକ ରହିଛି।

୭ ଜଣଙ୍କୁ ପଚରାଉଚରା

ବଲାଙ୍ଗୀର ଅଫିସ, ୧୧ା୪: ଜାଲ୍‌ ସାର୍ଟିଫିକେଟ୍‌ ମାମଲାର କ୍ରାଇମ୍‌ବ୍ରାଞ୍ଚସ୍ତରୀୟ ତଦନ୍ତର ଦଶମ ଦିନରେ ତଦନ୍ତକାରୀ ଟିମ୍‌ ମାମଲାର ଗିରଫ ଅଭିଯୁକ୍ତଙ୍କ କଲ୍‌ ରେକର୍ଡ ଯାଞ୍ଚ କରିଛି। ଏହା ସହିତ ବଲାଙ୍ଗୀରର ୭ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରିଛି। ଏହି ୭ ଜଣଙ୍କ ନାମ କ୍ରାଇମ୍‌ବାଞ୍ଚ ପ୍ରଘଟ କରି ନ ଥିଲେ ମଧ୍ୟ ଏମାନଙ୍କ ଭିତରେ ୬ ଜଣ ପୁରୁଷ ଏବଂ ଜଣେ ମହିଳା ଥିବା ଜଣାପଡିଛି। ଏମାନେ ଜାଲ୍‌ ସାର୍ଟିଫିକେଟ୍‌ କାରବାରରେ ସମ୍ପୃକ୍ତ ଅଛନ୍ତି ଏବଂ ଏମାନେ ଦଲାଲ ବୋଲି ଚର୍ଚ୍ଚାର ବିଷୟ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସୋମବାର ଟାଉନ୍‌ ଥାନାକୁ ଆସି ଜବତ କାଗଜପତ୍ର ତନାଘନା କରିଥିଲା। ଅଭିଯୁକ୍ତ ମାନଙ୍କଠାରୁ ପାଇଥିବା ସୂଚନା ଆଧାରରେ ରିଲାଏନ୍ସ କୋଚିଂ ସେଣ୍ଟରକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ତଦନ୍ତ ଏବଂ ରିମାଣ୍ଡ ଅବଧି ସମୟରେ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ରଞ୍ଜନ ଉଦ୍‌ଗାତା, ଅନ୍ୟ ଦୁଇ ଅଭିଯୁକ୍ତ ତ୍ରିବିହାରୀ ପଣ୍ଡା ଏବଂ ପରେଶ ବୁଡେକଙ୍କଠାରୁ ଢେର ତଥ୍ୟ ମିଳିଥିବା କହିଥିଲେ। ବଲାଙ୍ଗୀର ପୋଲିସ ଜାଲ୍‌ ସାର୍ଟିଫିକେଟ ମାମଲାରେ ପୂର୍ବରୁ ୧୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟ ୭ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପଚରାଉଚରା କରୁଥିବାରୁ ଏମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?