ଶୌଚାଳୟ ନାହିଁ, ନାଳ ପାଣି ପିଉଛନ୍ତି ଛାତ୍ରୀଛାତ୍ର: ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ

ନୂଆପଡ଼ା,୨୨ା୮(ମକାରୁ ବେମାଲ):ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖା ଦେଇଛି। ପାଟଦରା(କୁଇମୁଣ୍ଡା) ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ୧୯୬୭ରେ ସ୍ଥାପିତ ଏହି ବିଦ୍ୟାଳୟ ଉପରେ ୧୪ଟି ଗଁା ଓ ପଡ଼ାର ଛାତ୍ରୀଛାତ୍ର ନିର୍ଭର କରନ୍ତି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୦୬ ଛାତ୍ରୀଛାତ୍ର ପଢ଼ୁଥିବାବେଳେ ୬ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ୫୯ବର୍ଷର ପୁରୁଣା ବିଦ୍ୟାଳୟରେ ଶ୍ରେଣୀ କୋଠରି ଅଭାବ ରହିଥିବା ବେଳେ ଛାତଘର ନାହିଁ। ବହୁ ପୁରୁଣା ଆଜବେଷ୍ଟସ୍‌ ଓ ଟିଣ ଛପର ଘରେ ଛାତ୍ରୀଛାତ୍ର ପାଠ ପଢୁଛନ୍ତି।
ଚଳିତ ବର୍ଷା ସମୟରେ ଘୂର୍ଣ୍ଣିଝଡ଼ରେ ୩ଟି କୋଠରିର ଆଜବେଷ୍ଟସ୍‌ ଉଡ଼ିଯାଇଛି। ମରାମତି କରାଯାଇ ନ ଥିବାରୁ ଛାତ୍ରୀଛାତ୍ର ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଲଗାଣ ବର୍ଷା ଯୋଗୁ ବିଦ୍ୟାଳୟ ପରିସରରେ ପାଣି ଜମାହେବା ସହ କୋଠରି ଭିତରକୁ ପଶୁଥିବାରୁ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟ ପରିସରରେ ବାଳିକା ଓ ବାଳକଙ୍କ ପାଇଁ ପୃଥକ୍‌ ପରିସ୍ରାଗାର ଓ ପାଇଖାନା ନିର୍ମାଣ ହେବା କଥା। ହେଲେ ଏଠାରେ ଏହି ସୁବିଧା ନ ଥିବାରୁ ପିଲାମାନେ ଜରୁରୀ ପରିସ୍ଥିତିରେ ବାହାରକୁ ଶୌଚ ପାଇଁ ଯାଉଛନ୍ତି। ବିଦ୍ୟାଳୟ ପରିସରରେ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ନଈନାଳରେ ଚୁଆ କରି ପାଣି ଆଣି ମଧ୍ୟାହ୍ନଭୋଜନ ରୋଷେଇ ହେଉଛି। ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଇ ନାଳପାଣିରେ ଟ୍ରେ ଧୋଇବା ସହ ଏହାକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି। ଏଠାରେ ବିଦ୍ୟୁତ୍‌ ଆଲୋକ ସାତସପନ ପାଲଟିଛି। ଛାତ୍ରୀଛାତ୍ରଙ୍କ ଶାରୀରିକ ଶିକ୍ଷା ପାଇଁ ଗାର୍ଡେନ କିମ୍ବା ଖେଳପଡ଼ିଆ ନାହିଁ। ବିଦ୍ୟାଳୟ ପରିସରରେ ରହଣି ସୁବିଧା ନ ଥିବାରୁ ଶିକ୍ଷକମାନେ ପ୍ରତିଦିନ ୧୦ କିଲୋମିଟର ପାହାଡ଼ିଆ ରାସ୍ତାରେ ଯାତାୟାତ କରୁଛନ୍ତି। ଏହି ସମସ୍ୟା ନେଇ ବିଡିଓ, ବିଇଓ, ଡିଇଓଙ୍କ ସମେତ ଜିଲାପାଳଙ୍କ ପର୍ଯ୍ୟନ୍ତ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଚିନ୍ଦ୍ର ମାଝି ପ୍ରକାଶ କରିଛନ୍ତି। ଏସଂକ୍ରାନ୍ତରେ ଜିଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ପଚାରିବାରୁ ଏହି ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ତାଙ୍କ ପାଖରେ ସୂଚନା ନାହିଁ। ଉକ୍ତ ବିଦ୍ୟାଳୟଟି ବ୍ଲକ ଗ୍ରାଣ୍ଟ ନଁା ଆଉ କ’ଣ ତାହା ବୁଝିବା ପରେ ସମସ୍ୟା ସମାଧାନ କରିବେ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

ଚିନି ଦାମ ବୃଦ୍ଧି ପାଇଁ ଇଥାନଲ ଦାୟୀ ନୁହେଁ; ତେବେ, କିଏ କଲା ମୂଲ୍ୟ ବୃଦ୍ଧି? ନାମ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୨୨।୮: ସାରା ଦେଶରେ ଚିନି ମୂଲ୍ୟରେ ଦ୍ରୁତ ବୃଦ୍ଧି ମଧ୍ୟରେ, ସରକାର ଶୁକ୍ରବାର ଏହି ଦାବିକୁ ଖାରଜ କରି ଦେଇଛନ୍ତି ଯେ ଇଥାନଲ ପାଇଁ ଚିନିର ମୂଲ୍ୟ…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ଦେବୋତ୍ତର ଜମିରେ ହେବ ଧାନବିକ୍ରି ପଞ୍ଜୀକରଣ: ସେବାୟତଙ୍କ ଧାରଣା ପରେ ଦାବି ମାନିଲେ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି। ତେବେ…

ସ୍ତ୍ରୀ ଫେରିଆସିବ ବୋଲି ନରବଳି ଦେଇଥିଲେ ଶତ୍ରୁଘ୍ନ: ସନ୍ତୋଷଙ୍କ ଗଣ୍ଡିମୁଣ୍ଡ ଅଲଗା କରିବା ପରେ ଘଟିଲା…

ବଲାଙ୍ଗୀର,୨୨ା୮(ବୀରେନ୍ଦ୍ର କୁମାର ଝାଙ୍କର):ଘର ଛାଡି ଚାଲିଯାଇଥିବା ସ୍ତ୍ରୀ ଘରକୁ ଫେରିଆସିବ ବୋଲି ଅଭିଯୁକ୍ତ ଦେଇଛନ୍ତି ନରବଳି। ଏକଥା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପୋଲିସ ସମ୍ମୁଖରେ…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସିଜେପି ମୁଖପାତ୍ର

ନୂଆଦିଲ୍ଲୀ, ୨୨।୮: ନିଜର ବାସଭୂମି ଠିକଣା ଏବଂ ବ୍ୟକ୍ତିଗତ ଗୋପନୀୟତାକୁ ଜନସାଧାରଣଙ୍କ ସାମ୍ନାରେ ପ୍ରକାଶ କରାଯିବା ପ୍ରସଙ୍ଗରେ ଡାହାଣପନ୍ଥୀ ମନ୍ତବ୍ୟକାରୀ ଅଭିଜିତ ଆୟର ମିତ୍ର ଏବଂ ଅନେକ…

ସ୍ବାସ୍ଥ୍ୟ ସମସ୍ୟା ଥିଲେ ଗର୍ଭପାତ ଆଶଙ୍କା ୨୦% ଅଧିକ

ନୂଆଦିଲ୍ଲୀ, ୨୨।୮: ଏକାଧିକ ଦୀର୍ଘକାଳୀନ ଶାରୀରିକ ବା ମାନସିକ ସ୍ବାସ୍ଥ୍ୟ ସମସ୍ୟା ନେଇ ଗର୍ଭଧାରଣ ଆରମ୍ଭ କରିବା ଦ୍ୱାରା ଗର୍ଭପାତ ହୋବର ଆଶଙ୍କା ୨୦ପ୍ରତିଶତ ଏବଂ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri