Posted inଫୁରସତ

ସାଇକେଲରେ ୨୬୩ ଦିନରେ ୨୫ ଦେଶ ବୁଲି ବିଶ୍ୱ ରେକର୍ଡ କଲେ ଏହି ମହିଳା

ଲଣ୍ଡନ, ୧।୮: କ୍ୟାଟ୍‌ ଡିକ୍ସନ (୫୪ ବର୍ଷ) ଓ ରେଜ ମାର୍ସଡେନ (୫୫ ବର୍ଷ)। ବ୍ରିଟେନର ଏହି ଦୁଇ ମହିଳା ସାଇକ୍ଲିଷ୍ଟ ମିଳିତ ଭାବେ ୨୬୩ ଦିନ ୮ ଘଣ୍ଟା ଓ ୭ ମିନିଟ୍‌ରେ ୨୯ ହଜାର କିଲୋ ମିଟର ସାଇକେଲରେ ଯାତ୍ରା କରି ଗିନିଜ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି ରେକର୍ଡ ବ୍ରିଟେନର ଦୁଇ ପୁରୁଷ ସାଇକେଲ ଚାଳକ ଏଡ୍‌ଓ୍ବାର୍ଡ କଲିଅର୍‌ ଓ ଲୁଇସ୍‌ ପଲ୍‌ ସ୍ନେଲଗ୍ରୋଭଙ୍କ ନାମରେ ରହିଥିଲା। ଏହି ଦୂରତାକୁ ଏଡ୍‌ଓ୍ବାର୍ଡ ଓ ଲୁଇସ୍‌ ୨୮୧ ଦିନରେ ଶେଷ କରିଥିଲେ। କ୍ୟାଟ୍‌ ଓ ରେଜ୍‌ ୧୮ ଦିନ କମ୍‌ ସମୟ ନେଇ ଏବେ ନୂତନ ରେକର୍ଡର ଅଧିକାରିଣୀ ହୋଇଛନ୍ତି।

ହୋଇଥିବା ଏହି ଯାତ୍ରା କାଳରେ ଡିକ୍ସନ ଓ ମାର୍ସଡେନ ୨୫ଟି ଦେଶ ଅତିକ୍ରମ କରିଛନ୍ତି। ୨୯ ଜୁନ୍‌ ୨୦୧୯ରେ ଇଂଲଣ୍ଡର ଅକ୍ସଫୋର୍ଡଶାୟରରୁ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ। ଯାହାକି ଲକ୍‌ ଡାଉନ୍‌ ପୂର୍ବରୁ ୧୮ ମାର୍ଚ୍ଚ ୨୦୨୦ରେ ଲଣ୍ଡନରେ ଶେଷ ହୋଇଥିଲା। ଗୋଟିଏ ଦିନରେ ସେମାନେ ୧୨୫ରୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରୁଥିଲେ। ଡିକ୍ସନ ଓ ମାର୍ସଡେନ ୨୫ଟି ଦେଶରେ ଯାତ୍ରା ସମୟରେ ୩୭ ଲକ୍ଷ ଟଙ୍କା ତାଙ୍କ ଚ୍ୟାରିଟି ସଂସ୍ଥା ପାଇଁ ସଂଗ୍ରହ କରିଥିଲେ। ଯାତ୍ରା କାଳରେ ଉଭୟ ଫ୍ରାନ୍ସ, ମୋନାକୋ, ଇଟାଲୀ, ସ୍ଲୋଭାନିଆ, କ୍ରୋଏସିଆ, ବୋସନିଆ, ଗ୍ରୀସ୍‌, ତୁର୍କୀ, ଜର୍ଜିଆ, ମିଅଁାମାର, ଥାଇଲାଣ୍ଡ, ଭାରତ, ସିଙ୍ଗାପୁର, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆମେରିକା, ମେକ୍ସିକୋ, ମର୍କୋ, ସ୍ପେନ ଦେଇ ସ୍ବଦେଶରେ ପହଞ୍ଚତ୍ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri