ଅସଙ୍ଗଠିତ ଶ୍ରମିକଙ୍କ ଦୁଃଖ

ଅସଙ୍ଗଠିତ ଶ୍ରମଜୀବୀ ସଙ୍ଗଠିତ ହୋଇ ନ ଥିବାରୁ ସେମାନଙ୍କ ଦୈନନ୍ଦିନ ସମସ୍ୟା ସମାଧାନ କରିବା ଦିଗରେ କୌଣସି ସଙ୍ଗଠିତ ଉଦ୍ୟମ ହୁଏନାହିଁ। ଇଟା, ପଥର, ଗୃହନିର୍ମାଣ, କାଠକାମ, ସାଧାରଣ କାମର ମହତ୍ତ୍ୱ ସରକାର ବା ବେସରକାରୀ ସଂସ୍ଥା ଠିକ୍‌ ଭାବେ ବୁଝି ନ ଥିବାରୁ ସେମାନଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି। ଧାନ ଅମଳ ଶେଷ ହେଲେ ଗାଁରେ ବାସ କରୁଥିବା କୃଷକ ଶ୍ରମିକମାନଙ୍କ ମଧ୍ୟରୁ ଅନେକେ ଦାଦନ ଖଟିବା ପାଇଁ ପଡ଼ୋଶୀ ରାଜ୍ୟକୁ ଯାଆନ୍ତି। ଏମାନଙ୍କ ସଂଖ୍ୟା ଲକ୍ଷାଧିକ। ଏମାନଙ୍କର କୌଣସି ସଙ୍ଗଠନ ନାହିଁ। ରାଜନୈତିକ ଦଳଗୁଡ଼ିକ ସଭା ଶୋଭାଯାତ୍ରା କରିବା ଦିନ ଏମାନଙ୍କୁ କିଛି ଅର୍ଥ ଦେଇ କାମ କରାନ୍ତି ଶୋଭାଯାତ୍ରାରେ ଯିବା ପାଇଁ ଓ ପିଏମ୍‌ଜି ଛକରେ ଇନ୍‌କିଲାବ ଜିନ୍ଦାବାଦ୍‌ କରିବା ଲାଗି। ଓଡ଼ିଶାର ସବୁଆଡ଼େ ଏହି ଚିତ୍ର ଦେଖିବାକୁ ମିଳେ, ତେବେ ସବୁଠାରୁ ବଡ଼ ଗହଳି ଭୁବନେଶ୍ୱରରେ ଦେଖାଯାଏ। ଷ୍ଟେଶନ ସ୍କୋୟାର, ରାଜମହଲ ଛକ, କଳ୍ପନା ଛକ, ରାମମନ୍ଦିର ଓ ରସୁଲଗଡ଼ ଛକରେ ପ୍ରତିଦିନ ସକାଳେ ଏମାନେ ଅପେକ୍ଷା କରନ୍ତି କାଳେ ସାମୟିକ ନିଯୁକ୍ତି ଦେବା ପାଇଁ ଲୋକ ଖୋଜୁଥିବା କାହା ସହିତ ଦେଖା ହୋଇଯିବ ଓ କାମ ମିଳିଯିବ ଏଇ ଆଶାରେ। ଘର ନିର୍ମାଣ, ରାସ୍ତା ନିର୍ମାଣ, ଇଟା ତିଆରି କରିବା ଓ ବୋଝ ବୋହିବା କାମ ପାଇଁ ଏମାନଙ୍କୁ ଖୋଜାଯାଏ। ସାମୟିକ ନିଯୁକ୍ତି ମଧ୍ୟ ମିଳିଯାଏ। କିନ୍ତୁ ସମସ୍ତଙ୍କୁ ନିଯୁକ୍ତି ମିଳେ ନାହିଁ। ସେମାନେ ନିରାଶ ହୋଇ ଘରକୁ ଫେରନ୍ତି ଖାଲି ହାତରେ। ଏମାନଙ୍କୁ କେବଳ ଅଧାପେଟରେ ଶୋଇବାକୁ ପଡ଼େନାହିଁ, ପୁଅ ଝିଅ, ସ୍ତ୍ରୀ ସମସ୍ତଙ୍କୁ ଭୋକ ଉପାସରେ ଶଢ଼ିବାକୁ ହୁଏ। ଦେଶର ଶ୍ରମଜୀବୀମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଅସଙ୍ଗଠିତ ଶ୍ରମିକ। ଏମାନେ ଦିନମଜୁରିଆ ହୋଇଥିବାରୁ ମାଲିକ ସହିତ ଦରଦାମ୍‌ ନ କରି ପାଚେରିକୁ ଲାଗି ଅସ୍ଥାୟୀ କୁଡ଼ିଆରେ ବାସ କରନ୍ତି। ଏମାନଙ୍କର ଜାଗା ଜମି ନାହିଁ, ରାଶନକାର୍ଡ, ଗରିବଭତ୍ତା, ବାର୍ଦ୍ଧକ୍ୟଭତ୍ତା, କାମ କଲାବେଳେ ଆହତ ହେଲେ ଏମାନଙ୍କୁ କିଛି ମିଳେ ନାହିଁ। ଏପରିକି ନିର୍ମାଣ ସ୍ଥଳରେ ପିଇବା ପାଣି ଓ ପ୍ରାଥମିକ ଚିକିତ୍ସାର ସୁବିଧା ନାହିଁ। ନିର୍ବାଚନ ସମୟରେ ଏମାନଙ୍କୁ ରାଜନୈତିକ ଦଳଗୁଡ଼ିକ ଅନେକ ପ୍ରକାର ପ୍ରଲୋଭନ ଓ ପ୍ରତିଶ୍ରୁତି ଦିଅନ୍ତି। ନିର୍ବାଚନ ଶେଷ ହେଲେ ଏମାନେ ଅଦରକାରୀ ହୋଇଯାଆନ୍ତି। ସ୍ବାଧୀନ ଭାରତରେ ଏପରି ଶ୍ରମଜୀବୀଙ୍କ ସଂଖ୍ୟା ପଚିଶ କୋଟିରୁ କମ୍‌ ହେବନାହିଁ। ଦେଶ କାମ, ସଚିବାଳୟ, ହୋଟେଲ, ମୋଟରଗାଡ଼ିର ଅର୍ଥ ଏମାନେ ବୁଝନ୍ତି ନାହିଁ। ସକାଳୁ ସନ୍ଧ୍ୟା ଏମାନେ ଖଟନ୍ତି। ଏମାନଙ୍କ ପାଇଁ ବୀମା କରିବା ସକାଶେ ସରକାର ବ୍ୟବସ୍ଥା କରୁଥିବା ଶୁଣି ସେମାନେ ଆଶ୍ୱସ୍ତ ହୋଇଛନ୍ତି। କିନ୍ତୁ ଏହା ଅପେକ୍ଷା ସେମାନଙ୍କୁ ଯଦି ଉଚିତ ମଜୁରିରେ କିଛି କାମ ଦିଆଯାଆନ୍ତା ତେବେ ଏମାନେ କୃତକୃତ୍ୟ ହୁଅନ୍ତେ। ଭାରତ ସରକାର ଜନଧନ ଯୋଜନାରେ ଏମାନେ ବ୍ୟାଙ୍କରେ କିଛି ଅର୍ଥ ଜମା କଲେ ଅଧିକ ସୁବିଧା ମିଳିବ ବୋଲି ଯୋଜନା କରିଛନ୍ତି। ବ୍ୟାଙ୍କରେ ସାମାନ୍ୟ ଅର୍ଥ ଜମା କଲେ ଏମାନଙ୍କ ନିରାପତ୍ତା ପାଇଁ ମଧ୍ୟ କିଛି ଅର୍ଥ ମିଳେ। ସେମାନେ ମହାତ୍ମା ଗାନ୍ଧୀ ଗ୍ରାମାଞ୍ଚଳ ବିକାଶ ଯୋଜନାରେ କାମ ପାଇଲେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସରକାରଙ୍କଠାରୁ ପ୍ରାପ୍ୟ ଅର୍ଥ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ପଠାଇ ଦେବାର ବ୍ୟବସ୍ଥା ହୋଇଛି। ସମସ୍ତଙ୍କୁ ରାଶନ କାର୍ଡ ଦେବା ପାଇଁ ସେମାନଙ୍କୁ ତାଲିକାଭୁକ୍ତ କରାଯାଇଛି। କିନ୍ତୁ ଭୁବନେଶ୍ୱରରେ ଝୁମ୍ପୁଡ଼ିଗୁଡ଼ିକରେ ବାସ କରୁଥିବା ହଜାର ହଜାର ଲୋକଙ୍କ ଠିକଣା ନାହିଁ, ତେଣୁ ଏମାନଙ୍କୁ ରାଶନ କାର୍ଡ, ବ୍ୟାଙ୍କ ସୁବିଧା ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ଦେବା ପାଇଁ କିଛି ସୁଯୋଗ ନାହିଁ। ଜନଧନ ଯୋଜନାଭୁକ୍ତ ହେଲେ ଏମାନଙ୍କୁ କିଛି ସୁବିଧା ମିଳିବ। କିନ୍ତୁ ନିଯୁକ୍ତି ତ ସବୁଦିନ ମିଳିବ ନାହିଁ। ସୁତରାଂ ନିଯୁକ୍ତି ଦେବାରେ ଯଦି ସରକାର କିଛି ପଦକ୍ଷେପ ନିଅନ୍ତେ ତେବେ ଏମାନେ ଅନିଶ୍ଚିତ ଅବସ୍ଥାରେ ନ ରହି ଜନସାଧାରଣଙ୍କ ସହିତ ସାମିଲ ହୁଅନ୍ତେ।
ଗ୍ରାମାଞ୍ଚଳରେ ମୋଟରଗାଡ଼ି, ଦୁଇଚକିଆ ଓ ଚାରିଚକିଆ ଯାନ, ବିଦ୍ୟୁତ୍‌ ଉପଲବ୍ଧ ହେବା ପରେ ଶଗଡ଼, ସବାରି ପ୍ରଭୃତି ଅଚଳ ହୋଇଯାଇଛି। ଯେଉଁମାନେ କାମ କରି ପେଟ ପୋଷୁଥିଲେ ସେମାନଙ୍କ ସାହାଭରସା ତୁଟିଗଲା। ସରକାର ଯଦି ଗରିବମାନଙ୍କ ଜିଇବା ପାଇଁ ଯୋଜନା ମାଧ୍ୟମରେ ସେମାନଙ୍କୁ ନିଯୁକ୍ତି ଦିଅନ୍ତେ ତେବେ ସ୍ବାଭିମାନ ସୃଷ୍ଟି ହୁଅନ୍ତା ସେମାନଙ୍କ ମନରେ। କାମ କରିବାର ମର୍ଯ୍ୟାଦା ଅନୁଭବ କରନ୍ତେ ସେମାନେ। ପ୍ରଧାନମନ୍ତ୍ରୀ ଦୁଇ ଟ୍ରିଲିୟନ୍‌ ଡଲାର ଅର୍ଥନୀତିକୁ କୋଡିଏ ହଜାର ଟ୍ରିଲିୟନ କରିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ଏହା ଶୁଣି ଭରସା ଆସୁଛି ମନରେ ଦିନେନା ଦିନେ ଦୁଃଖ ଯିବ ବୋଲି। ମେଡ୍‌ ଇନ୍‌ ଇଣ୍ଡିଆ ନୀତି କାର୍ଯ୍ୟକାରୀ ହେଲେ ନିଯୁକ୍ତିର ବାଟ ଫିଟିଯିବ। ସେତେବେଳକୁ ଏହି ବଳକା ଶ୍ରମଜୀବୀମାନଙ୍କୁ ଯଦି କୁଶଳୀ ହେବା ପାଇଁ ପ୍ରଶିକ୍ଷଣ ଦେବା ବ୍ୟବସ୍ଥା ହୁଅନ୍ତା ତେବେ ରାଜ୍ୟ ବାହାରକୁ ଗଲେ ମଧ୍ୟ ସେମାନଙ୍କ ରୋଜଗାର ବଢ଼ନ୍ତା।

  • ଯୁଧିଷ୍ଠିର ମହାରଣା
    ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ
    ମୋ: ୯୪୩୭୧୬୩୫୨୮

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri