Posted inଖେଳ

ବିଦେଶରେ ହେବ ନକ୍‌ଆଉଟ ପର୍ଯ୍ୟାୟ

ଭୁବନେଶ୍ୱର,୧୦ା୨(ସ୍ପୋଟର୍‌ସ ବ୍ୟୁରୋ):ସନ୍ତୋଷ ଟ୍ରଫି ଫୁଟବଲର ୭୬ ତମ ସଂସ୍କରଣର ଅନ୍ତିମ ରାଉଣ୍ଡ ଭୁବନେଶ୍ୱରରେ ଶୁକ୍ରବାର ଠାରୁ ଆରମ୍ଭ ହେବ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ, କ୍ୟାପିଟାଲ ସ୍ପୋଟର୍‌ସ ଆରେନା ଏବଂ ୭ମ ବାଟାଲିୟନ ଷ୍ଟାଡିୟମରେ ସମସ୍ତ ମ୍ୟାଜ ଖେଳାଯିବ। ଏହି ଅବସରରେ ଗୁରୁବାର ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜକ ଓଡ଼ିଶା ଦଳର ଜର୍ସି ଲଞ୍ଚ ସହିତ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଗୁରୁବାର ଅପରାହ୍ନରେ ଏହି ଜର୍ସି ଲଞ୍ଚ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ସଚିବ ଓ କମିଶନର ଆର୍‌. ଭିନିଲ୍‌ କ୍ରିଷ୍ଣା, ସର୍ବଭାରତୀୟ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ମହାସଚିବ ଡ. ଶାଜି ପ୍ରଭାକରନ୍‌ ଏବଂ ଫୁଟବଲ ମହାସଂଘ ଓଡ଼ିଶା(ଫାଓ)ର ଯୁଗ୍ମ ସଚିବ ଅଭିଜିତ୍‌ ପଲ୍‌ଙ୍କ ଉପସ୍ଥିତିରେ ଓଡ଼ିଶା ଦଳର ଜର୍ସି ଲଞ୍ଚ କରାଯାଇଥିଲା। ଓଡ଼ିଶା ଦଳର ଅଧିନାୟକ ରାକେଶ ଓରାମ, ଉପ ଅଧିନାୟକ ଏବଂ ଦୁଇ ଗୋଲ କିପରଙ୍କ ଉପସ୍ଥିତିରେ ୪ଟି ଭିନ୍ନ ରଙ୍ଗର ଜର୍ସି ଉନ୍ମୋଚନ କରାଯାଇଥିଲା।
ଜର୍ସି ଉନ୍ମୋଚନ ପରେ ଶାଜି ପ୍ରଭାକରନ୍‌ ଏବଂ ଅଭିଜିତ୍‌ ପଲ୍‌ ଏକ ଖବରଦାତା ସମ୍ମିଳନୀରେ ସନ୍ତୋଷ ଟ୍ରଫିର ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସନ୍ତୋଷ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟ ଦେଶ ବାହାରେ ଅନୁଷ୍ଠିତ ହେବ। ରିୟାଧର କିଙ୍ଗ ଫହାଦ ଷ୍ଟାଡିୟମରେ ସେମି ଫାଇନାଲ, ତୃତୀୟ ସ୍ଥାନ ଓ ଫାଇନାଲ ମ୍ୟାଚ ଖେଳାଯିବା ନେଇ ସୂଚନା ଦେଇଥିଲେ ଶାଜି ପ୍ରଭାକରନ୍‌। ୬୭ ହଜାରରୁ ଉର୍ଦ୍ଧ୍ୱ ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ମାର୍ଚ୍ଚ ୧ରେ ସେମି ଫାଇନାଲ ଓ ମାର୍ଚ୍ଚ ୪ ତାରିଖରେ ତୃତୀୟ ସ୍ଥାନ ଓ ଫାଇନାଲ ମ୍ୟାଚ୍‌ ଖେଳାଯି। ଓଡ଼ିଶା ପଞ୍ଚମ ଥର ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜନ କରୁଥିବା ବେଳେ କ୍ରୀଡା ପ୍ରତି ରାଜ୍ୟ ସରକାରଙ୍କ ପରାକାଷ୍ଠାକୁ ପ୍ରଶଂସା କରିଥିଲେ ପ୍ରଭାକରନ୍‌। ପ୍ରଥମ ଥର ପାଇଁ ଓଡ଼ିଶା ୧୯୬୭ରେ ସନ୍ତୋଷ ଟ୍ରଫି ଆୟୋଜନ କରିଥିବା ବେଳେ ଶେଷଥର ପାଇଁ ୨୦୧୧-୧୨ ମସିହାରେ କଟକ-ଭୁବନେଶ୍ୱରରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଦେଶର ଅନ୍ୟତମ କ୍ରୀଡା ମହାଶକ୍ତି ଭାବରେ ଓଡ଼ିଶା ଉଭା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରୀଡା ସଚିବ ଆର. ଭିନିଲ କ୍ରିଷ୍ଣାଙ୍କ ଭୂୟସୀ ପ୍ରଶଂସା କରିଥିଲେ ପ୍ରଭାକରନ୍‌। ସମଗ୍ର ଭାରତର ୬ଟି ଭେନ୍ୟୁରେ ସନ୍ତୋଷ ଟ୍ରଫି ଆୟୋଜିତ ହୋଇଥିବା ବେଳେ ଏଥିରୁ ୧୦ଟି ଦଳ ଅନ୍ତିମ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ରେଳବାଇ ଓ ସର୍ଭିସେସ୍‌ ସିଧାସଳଖ ଭାବରେ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୨ଟିମ୍‌କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇ ରାଉଣ୍ଡ ରବିନ୍‌ ଳିଗ୍‌ ମାଧ୍ୟମରେ ଏହି ରାଉଣ୍ଡଟି ଖେଳାଯିବ। ୨୦ ବର୍ଷ ତଳେ ଦେଶରେ ଫୁଟବଲର ମାନ ବେଶ ଉଚ୍ଚକୋଟୀର ରହିଥିଲା, ସମାନ ସ୍ଥିତିକୁ ଫୁଟବଲକୁ ଫେରାଇ ଆଣିବା ପାଇଁ ଏଆଇଏଫ୍‌ଏଫ୍‌ ପକ୍ଷରୁ ଭିଜନ୍‌ ୨୦୪୭ ଲଞ୍ଚ କରଯାଇଛି। ଏହା ମଧ୍ୟରେ ଆଗାମୀ ୨୫ ବର୍ଷରେ ଭାରତୀୟ ଫୁଟବଲର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୬ ସୁଦ୍ଧା ଭାରତୀୟ ପୁରୁଷ ଦଳକୁ ଏସିଆର ଟପ୍‌ ଟେନ୍‌ ଦଳ ମଧ୍ୟରେ ସାମିଲ କରାଯିବାର ଲକ୍ଷ୍ୟ ରହିଥିବା ବେଳେ ମହିଳା ଦଳକୁ ଟପ୍‌ ୮ରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ କ୍ରୀଡା ପ୍ରତିଭାର ଅଭାବ ନାହିଁ, ମାତ୍ର କିଛି ହାତଗଣତି ଖେଳାଳି ଶୀର୍ଷସ୍ତରରେ ଖେଳିବାର ସୁଯୋଗ ପାଉଛନ୍ତି। ଆଗାମୀ ଦିନରେ ଓଡ଼ିଶା ସରକାରଙ୍କ ସହିତ ମିଳିତ ଭାବରେ ତୃଣମୂଳ ସ୍ତରରୁ ଓଡ଼ିଶା ଫୁଟବଲକୁ ଶୀର୍ଷକୁ ନେବା ଏଆଇଏଫଏଫର ଲକ୍ଷ୍ୟ ରହିବ ବୋଲି କହିଥିଲେ ପ୍ରଭାକରନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?