୨୫ ବର୍ଷ ହେବ ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି ପ୍ରସିଦ୍ଧ ଫୁଟବଲର୍‌ଙ୍କ ସ୍ତ୍ରୀ

ଇଂଲଣ୍ଡର ପୂର୍ବତନ ଫୁଟବଲ ଖେଳାଳି ତଥା କୋଟିପତି ଡେଭିଡ ବେକହମ ଏକ ଅଜବ ଘଟଣାର ଖୁଲା କରିଛନ୍ତି। ତାଙ୍କ ସ୍ତ୍ରୀ ଭିକ୍ଟୋରିଆ ୨୫ ବର୍ଷ ଧରି ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି। ୪୬ ବର୍ଷିୟ ବେକହମ କହିଛନ୍ତି ଯେ, ସେ ତାଙ୍କ ଖାଦ୍ୟ ବାଣ୍ଟିବାକୁ ପସନ୍ଦ କରନ୍ତି କିନ୍ତୁ ଭିକ୍ଟୋରିଆ ୨୫ ବର୍ଷ ଧରି କେବଳ ଗ୍ରିଲଡ ମାଛ ଏବଂ ସିଝା ପନିପରିବା ଖାଉଛନ୍ତି। ରିଭର କାଫେର ଟେବୁଲ ପୋଡକାଷ୍ଟରେ ସ୍ତ୍ରୀଙ୍କ ଖାଇବା ଅଭ୍ୟାସ ବିଷୟରେ ଆଲୋଚନା କରିବାବେଳେ ଭିକ୍ଟୋରିଆ ଖାଦ୍ୟ ଏବଂ ମଦ ପ୍ରତି ଅତ୍ୟଧିକ ଉତ୍ସାହୀ ଥିବା ସେ ପ୍ରକାଶ କରିଥିଲେ। ଯେତେବେଳେ ସେ କିଛି ଭଲ ଖାଉଛନ୍ତି, ସେ ଚାହାଁନ୍ତି ଯେ ତାଙ୍କ ସହିତ ବସିଥିବା ସମସ୍ତେ ସେହି ଖାଦ୍ୟର ସ୍ବାଦ ଚାଖନ୍ତୁ, କିନ୍ତୁ ଏହି ଇଚ୍ଛା ତାଙ୍କ ସ୍ତ୍ରୀଙ୍କ ସହିତ ପୂରଣ ହୁଏ ନାହିଁ ବୋଲି ସେ କହିଛନ୍ତି। ଫ୍ୟାଶନ ଡିଜାଇନର ଥିବା ଭିକ୍ଟୋରିଆ ତାଙ୍କ ଚାରି ପିଲାଙ୍କ ବିନା ଘରେ ରହିବାକୁ ଭଲ ପାଆନ୍ତି କାରଣ ଯେତେବେଳେ ସେ ଯାହା ଚାହିଁବେ ରୋଷେଇ କରିପାରିବେ।
ଦୁନିଆର ପ୍ରସିଦ୍ଧ ଫୁଟବଲର୍‌ ଭାବେ ଜଣାଶୁଣା ଡେଭିଡ ବେକହାମ ୧୯୯୨ ରୁ ୨୦୧୩ ପର୍ଯ୍ୟନ୍ତ ବୃତ୍ତିଗତ ଫୁଟବଲରେ ସକ୍ରିୟ ଥିଲେ। ବେକହମ ୧୯୯୬ ରୁ ୨୦୦୯ ପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ଖେଳିଥିଲେ। ବେକହମଙ୍କ ସର୍ବକାଳୀନ ଷ୍ଟାଇଲିସ ଫୁଟବଲର୍‌ କୁହାଯାଏ। ଜଣେ ଫୁଟବଲର୍‌ ହେବା ସହିତ ସେ ଜଣେ ସଫଳ ମଡେଲ ଏବଂ ବ୍ୟବସାୟୀ ମଧ୍ୟ। ବେକହମ ହେଉଛି ୩ ହଜାର କୋଟିରୁ ଅଧିକ ସମ୍ପତ୍ତିର ମାଲିକ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri