୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ୍‌ ନିର୍ମାଣ କରିବ ଲେଜର କାନ୍ଥ, ସୁରକ୍ଷା ବ୍ୟବସ୍ଥା ହେବ ସୁଦୃଢ଼…

ଜେରୁଜେଲମ୍‌, ୨।୨ : ଏକ ବର୍ଷ ମଧ୍ୟରେ ୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ ଲେଜର ଆଧାରିତ ମିସାଇଲ ଇଣ୍ଟରସେପ୍ଟ ସିଷ୍ଟମ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି। ଏହି ସୂଚନା ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫ୍ଟାଲୀ ବେନେଟ୍ଟ ଦେଇଛନ୍ତି। ସେ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ଲେଜର କାନ୍ଥ ଇସ୍ରାଏଲକୁ କ୍ଷେପଣାସ୍ତ୍ର, ରକେଟ, ଡ୍ରୋନ ଦ୍ୱାରା କରାଯାଉଥିବା ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିବ। ଏହି ଲେଜର ସିଷ୍ଟମ ତିଆରି କରୁଥିବା ଅନୁସନ୍ଧାନ ଏବଂ ବିକାଶ ଦଳ ୨୦୨୪ ସୁଦ୍ଧା ଏହି କ୍ଷେପଣାସ୍ତ୍ର ନିୟୋଜନ କରିବାକୁ ଯୋଜନା କରିଥିଲେ। କିନ୍ତୁ ଏହି ସୁରକ୍ଷା କାର୍ଯ୍ୟ ଶୀଘ୍ର କରିବାକୁ ସୈନ୍ୟ ବିଭାଗ ପକ୍ଷରୁ ଜୋର୍‌ ଦିଆଯାଉଛି।

ଏହି ସିଷ୍ଟମକୁ ପ୍ରଥମେ ପରୀକ୍ଷା କରାଯିବ ବୋଲି ବେନେଟ କହିଛନ୍ତି। ସଫଳ ପରୀକ୍ଷଣ ପରେ ଏହାକୁ କାର୍ଯ୍ୟକ୍ଷମ କରାଯିବ। ଏହା ପ୍ରଥମେ ଇସ୍ରାଏଲର ଦକ୍ଷିଣ ଅଞ୍ଚଳରେ ଏବଂ ପରେ ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟକ୍ଷମ ହେବ। ସେ କହିଛନ୍ତି ଯେ ଲେଜର ଆଧାରିତ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟ ସିଷ୍ଟମ ପରେ ପଡ଼ୋଶୀ ଦେଶ ସହିତ ଇସ୍ରାଏଲ୍‌ର କୂଟନୈତିକ ସମୀକରଣରେ ବହୁତ ପରିବର୍ତ୍ତନ ହେବାର ଆଶା ରହିଛି।

ଶତ୍ରୁ ରାଷ୍ଟ୍ରମାନେ ପ୍ରତିରକ୍ଷା କ୍ଷେତ୍ରରେ ବିପୁଳ ବିନିଯୋଗ କରୁଥିବାବେଳେ ଇସ୍ରାଏଲ୍‌ କମ୍‌ ଖର୍ଚ୍ଚରେ ଏହା ସମ୍ପନ୍ନ କରିବ। ବେନେଟ ସୂଚାଇ ଦେଇଛନ୍ତି ଯେ ବର୍ତ୍ତମାନ ବ୍ୟବହୃତ ହେଉଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଆଇରନ ଡୋମରେ ପ୍ରତ୍ୟେକ ଇଣ୍ଟରସେପ୍ଟର ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ଏବଂ ପ୍ରତ୍ୟେକ ଆସୁଥିବା ରକେଟ ସାଧାରଣତ ଗୋଟିଏରୁ ଅଧିକ ଇଣ୍ଟରସେପ୍ଟର ଆବଶ୍ୟକ କରିଥାଏ। ଏପରି ପରିସ୍ଥିତିରେ, ଯଦି କିଛି ହଜାର ଟଙ୍କା ମୂଲ୍ୟର ଏକ ଇଲେକ୍ଟ୍ରିକ ପଲ୍ସ ଦ୍ୱାରା ମିଜାଇଲ କିମ୍ବା ରକେଟକୁ ନଷ୍ଟ କରିବା ସମ୍ଭବ, ତେବେ ଏହା ଏକ ଭଲ କଥା ଏବଂ କମ୍‌ ଖର୍ଚ୍ଚରେ ହୋଇ ପାରିବ।
ବନ୍ଧୁ ଦେଶଙ୍କୁ ଏହି ଟେକ୍ନୋଲୋଜି ଦେବାକୁ ଇସ୍ରାଏଲ୍‌ କହିଛି। ଇସ୍ରାଏଲର ସହଯୋଗୀମାନଙ୍କୁ ଲେଜର-ଆଧାରିତ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟ ସିଷ୍ଟମ ଯୋଗାଇବା ପାଇଁ ବେନେଟ କହିଛନ୍ତି। ସେ କହିଛନ୍ତି ଯେ ଏହି ଲେଜର ସିଷ୍ଟମ ଆମର ବନ୍ଧୁମାନଙ୍କୁ ସାହାଯ୍ୟ କରିପାରିବ ଯେଉଁମାନେ ଇରାନ ଏବଂ ଏହାର ବିଦ୍ରୋହୀଙ୍କ ଦ୍ୱାରା ଆକ୍ରମଣର ସମ୍ମୁଖୀନ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋଲ ପ୍ଲାଜାରେ ଇମ୍ରାନଙ୍କୁ ଅଟକାଗଲା…

ଇସଲାମାବାଦ,୧୮।୩ : ତୋସାଖାନା ମାମଲାରେ ଇସଲାମାବାଦର ଏକ ସ୍ଥାନୀୟ କୋର୍ଟରେ ଶୁଣାଣି କରିବାକୁ ଯାଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କନଭେନସନକୁ ଶନିବାର ଏକ ଟୋଲ...

ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ଜେଲ୍‌

ଡର୍ବାନ,୮।୬: ମହତ୍ମା ଗାନ୍ଧୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଠକେଇ ମାମଲାରେ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଦକ୍ଷିଣ ଆଫ୍ରିକାର ଏକ କୋର୍ଟ।...

ଓମିକ୍ରନ ଭୟ : ଏହି ସହର ହେଲା ଲକ୍‌ଡାଉନ୍‌

ବେଜିଂ,୨୪ା୧୨: ବଢୁଥିବା କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଚାଇନାର ଜିଆନ ସହରରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଯଦିଓ ଜିଆନରେ ଏପର୍ଯ୍ୟନ୍ତ ଓମିକ୍ରନ...

ଆଷ୍ଟରଏଡ୍‌କୁ ଧକ୍କାଦେଲା ସ୍ପେସ୍‌କ୍ରାଫ୍ଟ

କେପ୍‌ କାନାଭେରାଲ, ୨୮।୯: ପୃଥିବୀକୁ ବାହ୍ୟ ବିପଦରୁ ରକ୍ଷା ପାଇଁ ଆମେରିକୀୟ ମହାକାଶ ଏଜେନ୍ସି ନାସାର ପରୀକ୍ଷଣ ମଙ୍ଗଳବାର ସଫଳ ହୋଇଛି। ଡାର୍ଟ (ଡବଲ ଆଷ୍ଟରଏଡ...

ଜାତିସଂଘରେ ସମ୍ବୋଧନ ଦେବା ପୂର୍ବରୁ ପରାଜୟ ସ୍ବୀକାର କଲେ ଇମ୍ରାନ ଖାନ୍‌

ନ୍ୟୁୟର୍କ,୨୭।୯: ଜାତିସଂଘ ସାଧାରଣ ପରିଷଦରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବା ପୂବରୁ ପରାଜୟ ସ୍ବୀକାର କରିଛନ୍ତି ଇମ୍ରାନ ଖାନ୍‌। ସେ କହିଛନ୍ତି, ମୁଁ ଜାଣିଛି...

ତାଲିବାନ କବ୍‌ଜାରେ ୮୫% ଆଫଗାନିସ୍ତାନ

କାବୁଲ, ୧୦।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରୁଥିବାବେଳେ ସେଠାର ଉଗ୍ରପନ୍ଥୀ ସଂଗଠନ ତାଲିବାନ ପୁଣିଥରେ ସକ୍ରିୟ ହୋଇଉଠିଛି। ଏହାର ସଦସ୍ୟମାନେ ବିଭିନ୍ନ ଅଞ୍ଚଳ ଉପରେ...

ରୋଜଗାର ତାଲିକାରେ ପ୍ରଥମ ସ୍ଥାନରେ କୋହଲି; ଦ୍ୱିତୀୟରେ ଅକ୍ଷୟ

ଓ୍ବାଶିଂଟନ,୧୯।୧୨: ଫୋବର୍ସ ପତ୍ରିକା ପକ୍ଷରୁ ଭାରତର ଶ୍ରେଷ୍ଠ ଶହେ ସେଲିବ୍ରିଟିଙ୍କ ରୋଜଗାର ତାଲିକା ଜାରି କରାଯାଇଛି। ତାଲିକାରରେ କ୍ରିକେଟର ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି।...

ରୁଷିଆ ତା’ର ହାଇପରସୋନିକ ଜିରକନ ମିଶାଇଲର କଲା ସଫଳ ପରୀକ୍ଷଣ, ଶବ୍ଦଠାରୁ ୯ ଗୁଣା ଅଧିକ ବେଗରେ ଗତି କରିବ

ମସ୍କୋ,୨୯ ।୫: ୟୁକ୍ରେନ ସହ ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ନୌସେନା ଶନିବାର ନିଜର ହାଇପରସୋନିକ ମିଶାଇଲର ଆଉ ଏକ ସଫଳ ପରୀକ୍ଷଣ କରିଛି...

Advertisement
Archives

Model This Week