ଚାକିରିରୁ ବିଦା ହେଲେ ବରିଷ୍ଠ ଆଇଏଏସ୍‌ ଅଫିସର ବିନୋଦ କୁମାର

ଭୁବନେଶ୍ୱର,୨।୨(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଫିସର ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଚାକିରିରୁ ବହିଷ୍କାର କରିଛନ୍ତି। ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ତାଙ୍କୁ ଚାକିରୀରୁ ବିଦା କରାଯାଇଥିବା ନେଇ ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବିନୋଦ ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ବେଳେ କୋଟି କୋଟି ଟଙ୍କାର ଘୋଟାଲା କରିଥିଲେ। ସେହି ସମୟରେ ମହାବାତ୍ୟା ହୋଇଥିବା ବେଳେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ଦେଖାଇ ସେ ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ। ଏଥିଯୋଗୁ ରାଜ୍ୟ ସରକାରଙ୍କ ବହୁ ଟଙ୍କା କ୍ଷତି ହୋଇଥିଲା। ଖୋଳତାଡ଼ କରାଯିବା ପରେ ବିନୋଦଙ୍କ ନାମରେ ରାଜ୍ୟ ସରକାର ୨୭ଟି ଭିଜିଲାନ୍ସ କେସ୍‌ କରିଥିଲେ। ସେଥିରୁ ୨ଟିରେ ବିନୋଦ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ତାଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ ମୋ ସ୍ବାମୀଙ୍କୁ ଖୋଜିକି ଆଣନ୍ତୁ’

ଆସିକା,୧୧।୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଆସିକା ଚିନିଶିଳ୍ପ ଅତିଥି ଭବନରେ ସ୍ତ୍ରୀ ତପସ୍ବିନୀ ଦାସଙ୍କୁ ଏକାକୀ ଛାଡ଼ି ଡାକ୍ତର ସ୍ବାମୀ ସୁମିତ ସାହୁ କେଉଁଆଡ଼େ ପଳାଇଛନ୍ତି। ବ୍ରହ୍ମପୁର...

ଘୂର୍ଣ୍ଣିବଳୟ ପୂର୍ବରୁ ଚାଷୀଙ୍କୁ ସତର୍କକଲା ନିର୍ଦ୍ଦେଶାଳୟ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବଂ ତଜ୍ଜନିତ ଲଘୁଚାପ ଯୋଗୁ ଓଡ଼ିଶାର ଅଧିକାଂଶ ଜିଲାରେ ଗୁରୁବାରଠାରୁ ୧୮ତାରିଖ...

ସଙ୍କଟରେ ପଟିଠାକୁର ପରମ୍ପରା

କେନ୍ଦୁଝର,୧୫।୪ ପଣାସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲାର ଅନ୍ୟତମ ପୁରାତନ ଓ ଅନନ୍ୟ ପରମ୍ପରା ପଟି ଠାକୁର ପରିକ୍ରମା ଉତ୍ସବ ଆରମ୍ଭ ହୋଇଛି। ଗ୍ରାମବାସୀମାନେ ଏକ ପଟି...

ଆଜି ରାଜ୍ୟରୁ ୩୦୩୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାର ରାଜ୍ୟରୁ ୩୦୩୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୮୦,୫୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ନିତ୍ୟାନନ୍ଦଙ୍କୁ ଶାରଳା ପୁରସ୍କାର

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ଚଳିତ ବର୍ଷ ଶାରଳା ପୁରସ୍କାର ପାଇବେ। ତାଙ୍କ ରଚିତ କବିତା ସଂକଳନ ‘ସେତେବେଳକୁ ନଥିବ’ ନିମନ୍ତେ ନାୟକ...

ରାଜ୍ୟରେ ୫ ଲକ୍ଷ ଛୁଇଁଲା ଟେଷ୍ଟ ସଂଖ୍ୟା

ଭୁବନେଶ୍ୱର, ୩୦ା୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ସଂକ୍ରମଣ ରୋକିବାକୁ ହେଲେ ପ୍ରଥମେ ସବୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାକୁ ହେବ। ଏଥିପାଇଁ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ପ୍ରଥମ...

ନୂଆ ଭାରିଆଣ୍ଟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ

ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ବିଏଫ୍‌.୭କୁ ନେଇ ସବୁଠି ଚିନ୍ତାଜନକ ପରିସ୍ଥିତି ଦେଖାଦେଇଛି। ଏ ପରିସ୍ଥିତିରେ ଲୋକେ ଭୟଭୀତ ହେଲା ଭଳି ମନ୍ତବ୍ୟ ନ...

ଆଇଏଏସ୍‌ ଅଫିସରସ୍ତରରେ ଅଦଳବଦଳ: ସୁରେନ୍ଦ୍ର କୁମାର ହେଲେ ଜଳସମ୍ପଦ ସଚିବ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟ...

Advertisement
Archives

Model This Week