କମୁଛି ବୈତରଣୀ ଜଳସ୍ତର

ଆନନ୍ଦପୁର,୨୧ା୮(ସ୍ବ.ପ୍ର.): ବଙ୍ଗୋପସାଗରରେ ଲଘୁଚାପକୁ ଆଧର କରି କେନ୍ଦୁଝର ଜିଲାକୁ ରେଡ ଓ୍ବାର୍ନିଂ ତାଲିକା ଭୁକ୍ତ କରାଯାଇଥିଲା। ଆନନ୍ଦପୁର ଠାରେ ବର୍ଷାର ପ୍ରଭାବ କମ୍‌ ରହିଥିଲେ ସୁଦ୍ଧା ଉପରମୁଣ୍ଡ ଚମ୍ପୁଆ ଠାରେ ୨୦ ତାରିଖରେ ୧୦୨ ମିଲିମିଟର ବର୍ଷା ଓ ଅନ୍ୟ ସ୍ଥାନରେ ବର୍ଷା ପ୍ରଭାବ ଲାଗିରହିଥିବାରୁ ଆନନ୍ଦପୁର ଠାରେ ବୈତରଣୀର ଜଳସ୍ତର ଅପେକ୍ଷାକୃତ ଭାବେ ବୃଦ୍ଧି ପାଇଥିଲା। ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର ସତର୍କ ସୂଚନା ୩୭.୪୪୯ମି. ଓ ବିପଦ ସଙ୍କେତ ୩୮.୩୮୦ ମି. ରହିଥିବାବେଳେ ୨୦ ତାରିଖ ସନ୍ଧ୍ୟା ୬ରେ ଆନନ୍ଦପୁରଠାରେ ବୈତରଣୀ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରି ୩୭.୭୨୦ମି.ରେ ରହିଥିଲା। କ୍ରମାଗତ ଭାବେ ଜଳସ୍ତର ବୃଦ୍ଧି ପାଇ ରାତି ୯ ଟାରେ ୩୮.୬୧୦ମି.ରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ଜଳସ୍ତର ୩୯.୧୨୦ ମି. ରେ ପ୍ରବାହିତ ହୋଇ ୨୧ ତାରିଖ ଭୋର ୫ଟା ଯାଏ ବଳବତ୍ତର ରହିଥିଲା। ପରବର୍ତ୍ତୀ ସମୟରେ ଜଳସ୍ତର ଧିରେ ଧିରେ କମିବାରେ ଲାଗିଥିଲା। ୨୧ ତାରିଖ ଅର୍ଥାତ୍‌ ରବିବାର ଅପରାହ୍ନ ୪ଟାରେ ଜଳସ୍ତର ବିପଦ ସଙ୍କେତ ଊର୍ଦ୍ଧ୍ୱରେ ତଥା ୩୭.୫୧ମି. ରେ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଏପରିକି କ୍ରମାଗତ ବ୍ୟବଧାନରେ ଜଳସ୍ତର ହ୍ରାସ ପାଉଥିବାରୁ ବିପଦର ମାତ୍ରା କମିବାରେ ଲାଗିଛି। ବୈତରଣୀ ଜଳସ୍ତର ବୃଦ୍ଧି ପାଇ ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତର ନପଙ୍ଗା ଓ ବେଲଦା ଗ୍ରାମ ଜଳଘେରରେ ରହିଥିଲା। ସେହିଭଳି ଆନନ୍ଦପୁର ବ୍ଲକ ପଞ୍ଚୁପଲୀଠାରେ ବନ୍ୟାଜଳ ପ୍ରବେଶ କରି ଅନେକ ଚାଷଜମି ଜଳମଗ୍ନ ହୋଇ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଅପେକ୍ଷାକୃତ ତଳି ଅଞ୍ଚଳ ଭାବେ ଜଣାଶୁଣା ହାଟଡିହୀ ବ୍ଲକର ଆଇତିପୁର, ଅମୃତପୁର, ରାଘବପୁର ଗ୍ରାମ ଜଳଘେରରେ ଥିବାବେଳେ ରାସ୍ତା ଉପରେ ୨ ଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଆମ୍ବୋ – ବରାଙ୍ଗ ରାସ୍ତାର କରଗୋଳାଠାରେ ରାସ୍ତା ଉପରେ ୩ ଫୁଟର ପାଣି ପ୍ରବାହିତ ହୋଇଥିବାବେଳେ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ରହିଥିଲା। ତେବେ ଆନନ୍ଦପୁର ଅଞ୍ଚଳରେ ବର୍ଷା ଓ ପବନର ପ୍ରଭାବ ନ ଥିବାରୁ ଆଗକୁ ବିପଦର ଆଶଙ୍କା ହ୍ରାସ ପାଉଥିବା ଉପଜିଲାପାଳ ଅନୀଲ କୁମାର ସେଠୀଙ୍କ ଠାରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?