କମୁଛି ବୈତରଣୀ ଜଳସ୍ତର

ଆନନ୍ଦପୁର,୨୧ା୮(ସ୍ବ.ପ୍ର.): ବଙ୍ଗୋପସାଗରରେ ଲଘୁଚାପକୁ ଆଧର କରି କେନ୍ଦୁଝର ଜିଲାକୁ ରେଡ ଓ୍ବାର୍ନିଂ ତାଲିକା ଭୁକ୍ତ କରାଯାଇଥିଲା। ଆନନ୍ଦପୁର ଠାରେ ବର୍ଷାର ପ୍ରଭାବ କମ୍‌ ରହିଥିଲେ ସୁଦ୍ଧା ଉପରମୁଣ୍ଡ ଚମ୍ପୁଆ ଠାରେ ୨୦ ତାରିଖରେ ୧୦୨ ମିଲିମିଟର ବର୍ଷା ଓ ଅନ୍ୟ ସ୍ଥାନରେ ବର୍ଷା ପ୍ରଭାବ ଲାଗିରହିଥିବାରୁ ଆନନ୍ଦପୁର ଠାରେ ବୈତରଣୀର ଜଳସ୍ତର ଅପେକ୍ଷାକୃତ ଭାବେ ବୃଦ୍ଧି ପାଇଥିଲା। ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର ସତର୍କ ସୂଚନା ୩୭.୪୪୯ମି. ଓ ବିପଦ ସଙ୍କେତ ୩୮.୩୮୦ ମି. ରହିଥିବାବେଳେ ୨୦ ତାରିଖ ସନ୍ଧ୍ୟା ୬ରେ ଆନନ୍ଦପୁରଠାରେ ବୈତରଣୀ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରି ୩୭.୭୨୦ମି.ରେ ରହିଥିଲା। କ୍ରମାଗତ ଭାବେ ଜଳସ୍ତର ବୃଦ୍ଧି ପାଇ ରାତି ୯ ଟାରେ ୩୮.୬୧୦ମି.ରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ଜଳସ୍ତର ୩୯.୧୨୦ ମି. ରେ ପ୍ରବାହିତ ହୋଇ ୨୧ ତାରିଖ ଭୋର ୫ଟା ଯାଏ ବଳବତ୍ତର ରହିଥିଲା। ପରବର୍ତ୍ତୀ ସମୟରେ ଜଳସ୍ତର ଧିରେ ଧିରେ କମିବାରେ ଲାଗିଥିଲା। ୨୧ ତାରିଖ ଅର୍ଥାତ୍‌ ରବିବାର ଅପରାହ୍ନ ୪ଟାରେ ଜଳସ୍ତର ବିପଦ ସଙ୍କେତ ଊର୍ଦ୍ଧ୍ୱରେ ତଥା ୩୭.୫୧ମି. ରେ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଏପରିକି କ୍ରମାଗତ ବ୍ୟବଧାନରେ ଜଳସ୍ତର ହ୍ରାସ ପାଉଥିବାରୁ ବିପଦର ମାତ୍ରା କମିବାରେ ଲାଗିଛି। ବୈତରଣୀ ଜଳସ୍ତର ବୃଦ୍ଧି ପାଇ ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତର ନପଙ୍ଗା ଓ ବେଲଦା ଗ୍ରାମ ଜଳଘେରରେ ରହିଥିଲା। ସେହିଭଳି ଆନନ୍ଦପୁର ବ୍ଲକ ପଞ୍ଚୁପଲୀଠାରେ ବନ୍ୟାଜଳ ପ୍ରବେଶ କରି ଅନେକ ଚାଷଜମି ଜଳମଗ୍ନ ହୋଇ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଅପେକ୍ଷାକୃତ ତଳି ଅଞ୍ଚଳ ଭାବେ ଜଣାଶୁଣା ହାଟଡିହୀ ବ୍ଲକର ଆଇତିପୁର, ଅମୃତପୁର, ରାଘବପୁର ଗ୍ରାମ ଜଳଘେରରେ ଥିବାବେଳେ ରାସ୍ତା ଉପରେ ୨ ଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଆମ୍ବୋ – ବରାଙ୍ଗ ରାସ୍ତାର କରଗୋଳାଠାରେ ରାସ୍ତା ଉପରେ ୩ ଫୁଟର ପାଣି ପ୍ରବାହିତ ହୋଇଥିବାବେଳେ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ରହିଥିଲା। ତେବେ ଆନନ୍ଦପୁର ଅଞ୍ଚଳରେ ବର୍ଷା ଓ ପବନର ପ୍ରଭାବ ନ ଥିବାରୁ ଆଗକୁ ବିପଦର ଆଶଙ୍କା ହ୍ରାସ ପାଉଥିବା ଉପଜିଲାପାଳ ଅନୀଲ କୁମାର ସେଠୀଙ୍କ ଠାରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଡିଏସ୍‌ କେନ୍ଦ୍ରରେ ଅସମ୍ଭାଳ ଭିଡ: ପାଳନ ହେଉନି କରୋନା ସତର୍କତା

ରାୟଗଡା ଅଫିସ, ୯।୫- ବର୍ତ୍ତମାନ ଗ୍ରୀନ ଜୋନ୍‌ରେ ରହିଛି ରାୟଗଡ଼ା ସହର। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା...

ଏସ୍‌ସିବିରେ ଶଢୁଛି ମୃତଦେହ

କଟକ ଅଫିସ, ୧୫ା୬: ୬ ମାସ ହେବ ଏସ୍‌ସିବି ଶବଗୃହରେ ମୃତଦେହ ଶଢୁଛି। ଶବଗୃହରେ ଥିବା ୬ଟିଯାକ ଫ୍ରିଜର ଏକସଙ୍ଗେ ଅଚଳ ହୋଇପଡ଼ିବାରୁ ଏଭଳି ପରିସ୍ଥିତି...

ଢାବାରେ ଚଢ଼ାଉ: ୯୬ ଲିଟର ବିଦେଶୀ ମଦ ଜବତ, ମାଲିକ କୋର୍ଟଚାଲାଣ

ରାଇରଙ୍ଗପୁର,୧୧।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସର୍କଲ ପୋଲିସ ସୋମବାର ରାତିରେ ବାଶିଙ୍ଗ ଗ୍ରାମ ନିକଟ ୨୨୦ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଢାବା...

୮ରୁ ଖୋଲିବ ନବମ,ଏକାଦଶ ଶ୍ରେଣୀ

ଭୁବନେଶ୍ୱର,୨।୨(ବ୍ୟୁରୋ): ଫେବୃୟାରୀ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବ। ସୋମବାର ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ନବମ ଓ...

ପଲିଥିନ, ପ୍ଲାଷ୍ଟିକ କଟକଣାକୁ ପୂରିଲାଣି ୭ ମାସ: ଆମଦାନୀ ଉପରେ ଲାଗୁନି ରୋକ

ବ୍ରହ୍ମପୁର ଅଫିସ,୨୯ା୫-ପଲିଥିନ ଓ ପ୍ଲାଷ୍ଟିକମୁକ୍ତ ହେବ ଓଡିଶା। ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ା ୨୦୧୮ ଜୁଲାଇ ମାସରେ ଓଡିଶାକୁ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ...

ରାତିରେ ସରକାରୀ ଜମିରୁ ବାଲି ଲୁଟ୍‌

ପୁରୀ ଅଫିସ,୨୭ା୮: ପୁରୀ ଜିଲା ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପ୍ରାଚୀର ଭାବେ ପ୍ରାକୃତିକ ବାଲିସ୍ତୂପ କାମ କରୁଥିଲା। ବର୍ଷା, ପବନ ଅବା ସମୁଦ୍ର ଲୁଣାପାଣି ମାଡ଼ିି...

୧୩ରୁ ଖୋଲିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ,୧୦ା୯(ସ୍ବ.ପ୍ର.): କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୧୩ ତାରିଖରୁ ଖୋଲିବ। ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।...

ଆଜି ୧୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ ରବିବାର ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରାଣ୍ଟାଇନ୍‌ରୁ...

Advertisement
Archives

Model This Week