Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ କୌଣସି ଘଟଣାକୁ କେନ୍ଦ୍ରକରି କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଦ୍ୱିଜା ନକ୍ଷତ୍ର ଆକସ୍ମିକ ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଲାଭ କରି ଖୁସି ରହିବେ। ପ୍ରତି କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତି ସୁଧାରି ନେବେ। ବାହାର ଜାଗାରେ ସତର୍କତାର ସହ କାମ ନ କଲେ ବିବାଦ ସୃଷ୍ଟି ହୋଇପାରେ।
ବୃଷ
ବୃଷ
ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ବୃଦ୍ଧି ପାଇ ଦୁଶ୍ଚିନ୍ତାକୁ ବଢ଼ାଇ ଦେବ। ଅବଶ୍ୟ ହିତୈଷୀ ବନ୍ଧୁଙ୍କଠାରୁ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ରୋହିଣୀ ନକ୍ଷତ୍ର ନିର୍ମାଣ କାର୍ଯ୍ୟ ମନ୍ଥର ହେବ କିନ୍ତୁ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ, ପ୍ରଶାସନ, ଯାନବାହନ ଓ ଯାତ୍ରାରୁ ସୁଫଳ ପାଇପାରନ୍ତି।
ମିଥୁନ
ମିଥୁନ
କର୍ମଜଞ୍ଜାଳ ବୃଦ୍ଧି କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ଋଣ ପରିଶୋଧ ସକାଶେ ବିଭିନ୍ନ ଧନ୍ଦା କରିବାକୁ ମନ ବଳାଇପାରନ୍ତି। ପୁନର୍ବସୁ ନକ୍ଷତ୍ରର କର୍ମକ୍ଷେତ୍ରରେ, ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି। ଶିଳ୍ପ, ବାଣିଜ୍ୟ, କଳା ଓ ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ ।
କର୍କଟ
କର୍କଟ
ପାରିବାରିକ ବ୍ୟତିକ୍ରମ ଓ ଆର୍ଥିକ ସମସ୍ୟା ନେଇ ମନରେ ଦୁର୍ଭାବନା ସୃଷ୍ଟି ସୂଚନା ରହିଛି । ଅଶ୍ଳେଷା ନକ୍ଷତ୍ରର କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କରି କଳହ ଘଟିପାରେ। ଅଫିସ୍‌ କାମରେ ସହକର୍ମୀଙ୍କ ସହ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିପାରିବେ। କଳା, ସାହିତ୍ୟ, ସଙ୍ଗୀତ ଓ ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ସି˚ହ
ସି˚ହ
ମଘା ନକ୍ଷତ୍ର ଅନ୍ୟମାନଙ୍କ ସକାଶେ ଯେତେ ସୁଯୋଗ ସୃଷ୍ଟି କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। କର୍ମକ୍ଷେତ୍ର ଓ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ ଏକସଙ୍ଗେ ଗୁଡ଼ିଏ କାମ ହାତକୁ ନେବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ହଜି ଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ।
କନ୍ୟା
ପୂର୍ବାଫାଲଗୁନୀ ନକ୍ଷତ୍ର କେତେକ କାରଣକୁ ନେଇ କିମ୍ବା ବୃଥା ସନ୍ଦେହ କରି ନିଜ ଲୋକଙ୍କୁ ଭୁଲ ବୁଝିପାରନ୍ତି। ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଭୟ ସୃଷ୍ଟି କରିବ। ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ସମ୍ଭାବନା ରହିଛି। ଗୃହ ସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିବେ।
ତୁଳା
ତୁଳା
ବିଗତ ଦିନର ଘଟଣାବଳୀକୁ ନେଇ ମନ ଅସ୍ଥିର ରହିବ। ବୃଥା ସନ୍ଦେହ ଓ ମତପାର୍ଥକ୍ୟଜନିତ ସାଧାରଣ କଥାରୁ ପରିବାରରେ ଝଡ଼ ଉଠିପାରେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ, ନତୁବା କଳହର ସୂତ୍ରପାତ ହୋଇପାରେ। ସ୍ବାତୀ ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ।
ବିଛା
ବିଛା
ଅନ୍ୟମାନଙ୍କ କଥାରେ ଭାସିଯାଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାକୁ ସମାଧାନ କରିବାରେ ଯନତ୍ବାନ ହୋଇପାରନ୍ତି। ଜ୍ୟେଷ୍ଠା ନକ୍ଷତ୍ର ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେଲେ ମଧ୍ୟ ବିଜୟୀ ହେବେ । ବନ୍ଧୁଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ।
ଧନୁ
ଧନୁ
ମୂଳା ନକ୍ଷତ୍ରର ମନ ଭଲ ନ ଥିବା କାରଣରୁ ଆପଣଙ୍କ ବ୍ୟବହାର ବନ୍ଧୁଙ୍କ ମନରେ ଅଘାତ ଦେଇପାରେ। ଆଜି ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ ମଧ୍ୟ କ୍ଷତିରେ ପଡିବେ ନାହିଁ । ବିଦ୍ୟୁତ୍‌ ଉପକରଣ, ପୋଷାକ ବ୍ୟବସାୟ , ଶେୟାର ବଜାର, ପନିପରିବା ଦୋକାନୀ, ହୋଟେଲ ମାଲିକମାନେ ଖୁସି ରହିବେ।
ମକର
ମକର
ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି । ଶ୍ରବଣା ନକ୍ଷତ୍ର ପୂର୍ବାହ୍ନରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଶିକ୍ଷା, ପରୀକ୍ଷା, ପ୍ରଶାସନିକ ଆଲୋଚନା, ଗଠନମୂଳକ କାମ, ଲେଖାପଢା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ବିଭିନ୍ନ ସମସ୍ୟା ଆସିପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ସଭାସମିତି, ସାମ୍ବାଦିକତା, ମାମଲା ସମାଧାନ ଓ ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁମିଳନ ଘଟିପାରେ। ଶତଭିଷା ନକ୍ଷତ୍ର ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।
ମୀନମୀନ
ରେବତୀ ନକ୍ଷତ୍ର କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଟି ସହ ବିବାଦ ବୃଦ୍ଧି ହୋଇପାରେ। ଈର୍ଷା ଓ ଅସୂୟାର ବଶବର୍ତ୍ତୀ ହୋଇ ନିଜ ଚତୁଃପାର୍ଶ୍ୱସ୍ଥ ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ମାନସିକ ଶିଥିଳତା ଯୋଗୁ ଆନନ୍ଦ ଉପଭୋଗ କରିପାରିବେ ନାହିଁ। ଅଟକି ରହିଥିବା ବୃତ୍ତିଗତ ଧନ୍ଦାକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ବିଷାଦିତ...

ରାଶିଫଳ: ଶନିବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିପାରିବା ଯୋଗୁ ମାନସିକ ଶାନ୍ତି ଲଭିବେ। ପୂର୍ବ ଯୋଜନା ଅନୂଯାୟୀ ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କଲେ ଉପକୃତ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର କେନ୍ଦ୍ରସ୍ଥ ଯୋଗୁ ଆନୁଷ୍ଠାନିକ କାମରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ। ଘରୋଇ କାମ ହାସଲ କ୍ଷେତ୍ରରେ ଜଣେ ପୁରୁଣା...

ରାଶିଫଳ: ଗୁରୁବାର, ଫେବୃଆରୀ ୨୯ ତାରିଖ – Daily Horoscope

ମେଷ ଆଜି ସକାଳୁ ସକାଳୁ ଖୁସି ଖବର ପାଇବା ସାଙ୍ଗକୁ ଅର୍ଥଲାଭର ସୈାଭାଗ୍ୟ ଅର୍ଜନ କରିବେ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ...

ରାଶିଫଳ: ବୁଧବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣା ହେତୁ ନିଜ ଲୋକଙ୍କୁ ସନ୍ଦେହ କରିବାର ପରିସ୍ଥିତି...

ରାଶିଫଳ: ମଙ୍ଗଳବାର , ଫେବୃଆରୀ ୨୭ ତାରିଖ – Daily Horoscope

ମେଷ ଆଜି କର୍ମାଧିପ ଉଚ୍ଚସ୍ଥ ଯୋଗୁ ଅର୍ଥ ଓ ସମ୍ମାନ ସାଙ୍ଗକୁ ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ମିଳିବ। ବ୍ୟୟଭାର ବୃଦ୍ଧି ପାଇଲେ ମଧ୍ୟ ଅଧାପନ୍ତରିଆ କାମକୁ...

ରାଶିଫଳ: ସୋମବାର, ଫେବୃଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଶୁକ୍ର ସହ ମଙ୍ଗଳ ଯୁକ୍ତ ଯୋଗୁ ବିଳାସ ଉପକରଣ କ୍ରୟ ସକାଶେ ମନ ବଳାଇବେ। ଅସ୍ଥିରତାଯୁକ୍ତ କାମରେ ସଫଳତା ପାଇବା କଷ୍ଟକର ହେବ।...

ରାଶିଫଳ: ରବିବାର , ଫେବୃଆରୀ ୨୫ ତାରିଖ – Daily Horoscope

ମେଷ ଆର୍ଥିକ ଅବସ୍ଥା ଭଲ ରହିଲେ ମଧ୍ୟ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। ବାଣିଜ୍ୟ, ବ୍ୟବସାୟ, ରାଜନୀତି, ଯୋଗାଯୋଗ ଏବଂ ସାଙ୍ଗଠନିକ କାର୍ଯ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri