ବଦଳିବ ପୁରୀର ରୂପରେଖ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ କାନ୍ଥ କାହାଣୀ

ପୁରୀ ଅଫିସ,୨।୮:  ବିଶ୍ୱ ଐତିହ୍ୟ ସହର ହେବ ପୁରୀ। ବଦଳିବ ଏହାର ରୂପରେଖ। ଭିତ୍ତିଭୂମିର ବିକାଶ ସାଙ୍ଗକୁ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା ଓ ସୁବିଧା। ପୁରୀ ପାଇଁ ଏମିତି ଅନେକ ମେଗା ପ୍ରକଳ୍ପ ହାତକୁ ନେଇଛନ୍ତି ରାଜ୍ୟ ସରକାର। ଏହି ପ୍ରାଚୀନ ସହରର ସଂସ୍କୃତି ଓ ଇତିହାସ ସ୍ବତନ୍ତ୍ର। ମଠ, ମନ୍ଦିରକୁ ନେଇ ଏହା ବେଶ୍‌ ସମୃଦ୍ଧ। ସହରଟି ଯେତିକି ପୁରୁଣା ତା’ର କାହାଣୀ ମଧ୍ୟ ସେତିକି ପ୍ରାଚୀନ। ଶ୍ରୀକ୍ଷେତ୍ରର ପ୍ରତିଟି କୋଣ ଅନୁକୋଣରେ ଭରିରହିଛି ଇତିହାସର ଗାଥା। ବର୍ଷତମାମ୍‌ ଏଠାକୁ ଦେଶ ବିଦେଶର ଯାତ୍ରୀ ଓ ପର୍ଯ୍ୟଟକ ଆସିଥାନ୍ତି। ତେଣୁ ସେମାନଙ୍କୁ ଆକୃଷ୍ଟ କରିବା ତଥା ସହରର ସୌନ୍ଦର୍ଯ୍ୟକରଣ ପାଇଁ ଏବେ ସଜେଇ ହେଉଛି ରାସ୍ତାକଡ଼ ପ୍ରାଚୀର କାନ୍ଥ। ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଭିଆଇପି ରୋଡ଼ ପାଚେରି କାନ୍ଥରେ ପେଣ୍ଟିଂ ଆରମ୍ଭ ହୋଇଛି। ୨୦୧୭ରେ ଭିଆଇପି ରୋଡ୍‌ ଉଭୟ ପାର୍ଶ୍ୱ ପାଚେରି କାନ୍ଥରେ ପେଣ୍ଟିଂ କରାଯାଇଥିଲା। ମାତ୍ର ଖରା, ବର୍ଷା, ଶୀତ କାକର ସାଙ୍ଗକୁ ବାତ୍ୟା ଫନୀ ମାଡ଼ରେ ଏହି ପେଣ୍ଟିଂ ସବୁ ନଷ୍ଟ ହୋଇ ଯାଇଛି। ଅନେକ ଜାଗାରେ ପାଚେରି ଭାଙ୍ଗିଯିବାରୁ ଏହା ଅସୁନ୍ଦର ଲାଗୁଛି। ତେଣୁ ଏବେ ପୁଣି ସୌନ୍ଦର୍ଯ୍ୟକରଣ କାମ ହାତକୁ ନେଇଛି ପୁରୀ ପୌରସଂସ୍ଥା।

ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ର ଏବଂ ଅଧ୍ୟାପକମାନେ ଭିଆଇପି ରୋଡ୍‌ ଆୟୁର୍ବେଦ ମହାବିଦ୍ୟାଳୟ ପାଚେରିରେ ପେଣ୍ଟିଂ କରୁଛନ୍ତି। ଏ ସମ୍ପର୍କରେ ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପୁରୀର ଅଧ୍ୟକ୍ଷ ଦୁର୍ଗାମାଧବ କର କହିଛନ୍ତି, ମ୍ୟୁନିସିପାଲିଟି ନିର୍ଦ୍ଦେଶରେ ଏହି ପେଣ୍ଟିଂ ଆରମ୍ଭ ହୋଇଛି। କିଛିବର୍ଷ ପୂବେ ଭିଆଇପି ରୋଡ୍‌ ଉଭୟ ପାର୍ଶ୍ୱ ପାଚେରିକୁ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ମାତ୍ର ତାହା ନଷ୍ଟ ହୋଇଯିବାରୁ ଏବେ ପୁଣି ପେଣ୍ଟିଂ କରାଯାଉଛି। ଏଥିରେ ପୁରୀ ସହରର ଐତିହ୍ୟ, ସଂସ୍କୃତି ସହ ବିଭିନ୍ନ ପର୍ବପର୍ବାଣିକୁ ସ୍ଥାନ ଦିଆଯିବ। ସେହିପରି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଯେପରି କି ଚିଲିକା, କୋଣାର୍କ ଆଦି ଚିତ୍ର କଳାରେ ସ୍ଥାନ ପାଇବ। ବର୍ତ୍ତମାନ ରେଳ ବଗି ସହ ବେଳାଭୂମିରେ ଓଟ ଚାଲୁଥିବାର ପେଣ୍ଟିଂ କରାଯାଉଛି। ଆଗକୁ ରଥଯାତ୍ରାର ସମ୍ପୂର୍ଣ୍ଣ କାହାଣୀ ମଧ୍ୟ ଦର୍ଶାଯିବ। ଏହି ପେଣ୍ଟିଂ ନିଶ୍ଚିତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ। ବିଭିନ୍ନ ପ୍ରସଙ୍ଗ ଏହି ପେଣ୍ଟିଂରୁ ହିଁ ପର୍ଯ୍ୟଟକମାନେ ଜାଣିପାରିବେ। ସବୁଠୁ ବଡ଼ କଥା ହେଉଛି କରୋନା ମହାମାରୀ ସମୟରେ ଶିଳ୍ପୀଙ୍କୁ ଏତେଟା କାମ ମିଳୁନାହିଁ। ଏହି ସୌନ୍ଦର୍ଯ୍ୟକରଣ କାମ ଦ୍ୱାରା ସେମାନେ ନିଶ୍ଚିତ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।
୨୦୧୭ରେ ଭିଆଇପି ରୋଡ୍‌ରେ ଏହି ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ମାତ୍ର ଅନେକ ସ୍ଥାନରେ ପେଣ୍ଟିଂରୁ ରଙ୍ଗ ଛାଡ଼ିି ତାହା ବିକୃତ ଦେଖାଯାଉଛି। ଆଉ କେତେକ ଜାଗାରେ ଆଦୌ ଚିତ୍ର ଦେଖାଯାଉନି। ପୁନଶ୍ଚ ପ୍ରଶାସନ ସୌନ୍ଦର୍ଯ୍ୟକରଣ କାମ ପ୍ରତି ମନ ବଳାଇବାକୁ ସହରବାସୀ ସ୍ବାଗତ କରିଛନ୍ତି। କିନ୍ତୁ ଏଥିରେ ଉନ୍ନତ ମାନର ରଙ୍ଗ ବ୍ୟବହାର କରାଯିବା ଦରକାର, ଯାହାଫଳରେ ଏହା ଦୀର୍ଘସ୍ଥାୟୀ ହୋଇପାରିବ। କେବଳ ଭିଆଇପି ରୋଡ୍‌ ପାର୍ଶ୍ୱ ପାଚେରି କାନ୍ଥ ନୁହେଁ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱ ପାଚେରିରେ ଏଭଳି ପାରମ୍ପରିକ ଚିତ୍ରକଳା କରାଗଲେ ନିଶ୍ଚିତ ଏହା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଶିଳ୍ପୀ ଦେବୀପ୍ରସନ୍ନ ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri