ବଦଳିବ ପୁରୀର ରୂପରେଖ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ କାନ୍ଥ କାହାଣୀ

ପୁରୀ ଅଫିସ,୨।୮:  ବିଶ୍ୱ ଐତିହ୍ୟ ସହର ହେବ ପୁରୀ। ବଦଳିବ ଏହାର ରୂପରେଖ। ଭିତ୍ତିଭୂମିର ବିକାଶ ସାଙ୍ଗକୁ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା ଓ ସୁବିଧା। ପୁରୀ ପାଇଁ ଏମିତି ଅନେକ ମେଗା ପ୍ରକଳ୍ପ ହାତକୁ ନେଇଛନ୍ତି ରାଜ୍ୟ ସରକାର। ଏହି ପ୍ରାଚୀନ ସହରର ସଂସ୍କୃତି ଓ ଇତିହାସ ସ୍ବତନ୍ତ୍ର। ମଠ, ମନ୍ଦିରକୁ ନେଇ ଏହା ବେଶ୍‌ ସମୃଦ୍ଧ। ସହରଟି ଯେତିକି ପୁରୁଣା ତା’ର କାହାଣୀ ମଧ୍ୟ ସେତିକି ପ୍ରାଚୀନ। ଶ୍ରୀକ୍ଷେତ୍ରର ପ୍ରତିଟି କୋଣ ଅନୁକୋଣରେ ଭରିରହିଛି ଇତିହାସର ଗାଥା। ବର୍ଷତମାମ୍‌ ଏଠାକୁ ଦେଶ ବିଦେଶର ଯାତ୍ରୀ ଓ ପର୍ଯ୍ୟଟକ ଆସିଥାନ୍ତି। ତେଣୁ ସେମାନଙ୍କୁ ଆକୃଷ୍ଟ କରିବା ତଥା ସହରର ସୌନ୍ଦର୍ଯ୍ୟକରଣ ପାଇଁ ଏବେ ସଜେଇ ହେଉଛି ରାସ୍ତାକଡ଼ ପ୍ରାଚୀର କାନ୍ଥ। ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଭିଆଇପି ରୋଡ଼ ପାଚେରି କାନ୍ଥରେ ପେଣ୍ଟିଂ ଆରମ୍ଭ ହୋଇଛି। ୨୦୧୭ରେ ଭିଆଇପି ରୋଡ୍‌ ଉଭୟ ପାର୍ଶ୍ୱ ପାଚେରି କାନ୍ଥରେ ପେଣ୍ଟିଂ କରାଯାଇଥିଲା। ମାତ୍ର ଖରା, ବର୍ଷା, ଶୀତ କାକର ସାଙ୍ଗକୁ ବାତ୍ୟା ଫନୀ ମାଡ଼ରେ ଏହି ପେଣ୍ଟିଂ ସବୁ ନଷ୍ଟ ହୋଇ ଯାଇଛି। ଅନେକ ଜାଗାରେ ପାଚେରି ଭାଙ୍ଗିଯିବାରୁ ଏହା ଅସୁନ୍ଦର ଲାଗୁଛି। ତେଣୁ ଏବେ ପୁଣି ସୌନ୍ଦର୍ଯ୍ୟକରଣ କାମ ହାତକୁ ନେଇଛି ପୁରୀ ପୌରସଂସ୍ଥା।

ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ର ଏବଂ ଅଧ୍ୟାପକମାନେ ଭିଆଇପି ରୋଡ୍‌ ଆୟୁର୍ବେଦ ମହାବିଦ୍ୟାଳୟ ପାଚେରିରେ ପେଣ୍ଟିଂ କରୁଛନ୍ତି। ଏ ସମ୍ପର୍କରେ ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପୁରୀର ଅଧ୍ୟକ୍ଷ ଦୁର୍ଗାମାଧବ କର କହିଛନ୍ତି, ମ୍ୟୁନିସିପାଲିଟି ନିର୍ଦ୍ଦେଶରେ ଏହି ପେଣ୍ଟିଂ ଆରମ୍ଭ ହୋଇଛି। କିଛିବର୍ଷ ପୂବେ ଭିଆଇପି ରୋଡ୍‌ ଉଭୟ ପାର୍ଶ୍ୱ ପାଚେରିକୁ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ମାତ୍ର ତାହା ନଷ୍ଟ ହୋଇଯିବାରୁ ଏବେ ପୁଣି ପେଣ୍ଟିଂ କରାଯାଉଛି। ଏଥିରେ ପୁରୀ ସହରର ଐତିହ୍ୟ, ସଂସ୍କୃତି ସହ ବିଭିନ୍ନ ପର୍ବପର୍ବାଣିକୁ ସ୍ଥାନ ଦିଆଯିବ। ସେହିପରି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଯେପରି କି ଚିଲିକା, କୋଣାର୍କ ଆଦି ଚିତ୍ର କଳାରେ ସ୍ଥାନ ପାଇବ। ବର୍ତ୍ତମାନ ରେଳ ବଗି ସହ ବେଳାଭୂମିରେ ଓଟ ଚାଲୁଥିବାର ପେଣ୍ଟିଂ କରାଯାଉଛି। ଆଗକୁ ରଥଯାତ୍ରାର ସମ୍ପୂର୍ଣ୍ଣ କାହାଣୀ ମଧ୍ୟ ଦର୍ଶାଯିବ। ଏହି ପେଣ୍ଟିଂ ନିଶ୍ଚିତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ। ବିଭିନ୍ନ ପ୍ରସଙ୍ଗ ଏହି ପେଣ୍ଟିଂରୁ ହିଁ ପର୍ଯ୍ୟଟକମାନେ ଜାଣିପାରିବେ। ସବୁଠୁ ବଡ଼ କଥା ହେଉଛି କରୋନା ମହାମାରୀ ସମୟରେ ଶିଳ୍ପୀଙ୍କୁ ଏତେଟା କାମ ମିଳୁନାହିଁ। ଏହି ସୌନ୍ଦର୍ଯ୍ୟକରଣ କାମ ଦ୍ୱାରା ସେମାନେ ନିଶ୍ଚିତ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।
୨୦୧୭ରେ ଭିଆଇପି ରୋଡ୍‌ରେ ଏହି ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ମାତ୍ର ଅନେକ ସ୍ଥାନରେ ପେଣ୍ଟିଂରୁ ରଙ୍ଗ ଛାଡ଼ିି ତାହା ବିକୃତ ଦେଖାଯାଉଛି। ଆଉ କେତେକ ଜାଗାରେ ଆଦୌ ଚିତ୍ର ଦେଖାଯାଉନି। ପୁନଶ୍ଚ ପ୍ରଶାସନ ସୌନ୍ଦର୍ଯ୍ୟକରଣ କାମ ପ୍ରତି ମନ ବଳାଇବାକୁ ସହରବାସୀ ସ୍ବାଗତ କରିଛନ୍ତି। କିନ୍ତୁ ଏଥିରେ ଉନ୍ନତ ମାନର ରଙ୍ଗ ବ୍ୟବହାର କରାଯିବା ଦରକାର, ଯାହାଫଳରେ ଏହା ଦୀର୍ଘସ୍ଥାୟୀ ହୋଇପାରିବ। କେବଳ ଭିଆଇପି ରୋଡ୍‌ ପାର୍ଶ୍ୱ ପାଚେରି କାନ୍ଥ ନୁହେଁ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱ ପାଚେରିରେ ଏଭଳି ପାରମ୍ପରିକ ଚିତ୍ରକଳା କରାଗଲେ ନିଶ୍ଚିତ ଏହା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଶିଳ୍ପୀ ଦେବୀପ୍ରସନ୍ନ ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri