ଗାଁ ଲୋକେ ଜଗୁଛନ୍ତି ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଚୋରଙ୍କ କବଳରୁ ଗ୍ରାମବାସୀ ଜବତ କରିଥିବା ଶାଗୁଆନ କାଠ ବନବିଭାଗ ନେଇ ଯିବା ପରେ ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଗୁଣ୍ଡୁରାବାରୀ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀ ଏହାର ପ୍ରତିବାଦ କରି ଶନିବାର ନୂଆବର୍ଷରେ ସୁନାଖଳା-ଦର୍ପନାରାୟଣପୁର ରାସ୍ତାରେ ନିଅଁା ଜାଳି ରାସ୍ତାରୋକୋ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

ଅଭିଯୋଗ ଅନୁଯାୟୀ, ଗୁଣ୍ଡୁରାବାରୀରେ ରହିଛି କାଳିଆ ଷଣ୍ଢ ଜଙ୍ଗଲ। ଏଠାକାର ବାସିନ୍ଦା ଏହାକୁ ଗ୍ରାମ୍ୟ ଜଙ୍ଗଲ ଦର୍ଶାଇ ପ୍ରାୟ ୩୦ ବର୍ଷ ହେଲା ପାଳି କରି ଜଗୁଛନ୍ତି। ଉକ୍ତ ଜଙ୍ଗଲ ୩୦ ବର୍ଷ ତଳେ ପଦା ହେବାକୁ ବସିଥିଲା । ଏହାଦେଖି ଗଁାରେ ସଭା ବସିଲା। ମହିଳା ପୁରୁଷ ଏକାଠି ହୋଇ ଜଙ୍ଗଲକୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଲେ। ଏହାପରେ ୨୫ ଘର ଏହି ଜଙ୍ଗଲର ସୁରକ୍ଷା କଲେ। ଧିରେ ଧିରେ ସବୁଜିମା ବଢ଼ି ଚାଲିଲା। କିନ୍ତୁ କାଠଚୋରମାନେ ଉକ୍ତ ଜଙ୍ଗଲକୁ ଟାର୍ଗେଟ କରି ବିଭିନ୍ନ ସମୟରେ ଗଛ କାଟୁଛନ୍ତି । ଗାଁଲୋକ ଚୋରମାନଙ୍କୁ ଧରି ଅର୍ଥଦଣ୍ଡରେ ଦଣ୍ଡିତ କରୁଛନ୍ତି। ଏଭଳି ସ୍ଥଳେ ୩ଦିନ ତଳେ ୭ଟି ଶାଗୁଆନ ଗଛକୁ ଚୋରମାନେ କାଟି ନେଉଥିଲେ । ଗାଁର ମହିଳାମାନେ ଏହାକୁ ଜବତ୍‌ କଲେ । ହେଲେ ବନବିଭାଗ ଜବତ କାଠକୁ ନେଇ ଯିବା ପରେ ଉତ୍ତେଜନା ପ୍ରକାଶ ପାଇଛି ।

ଏନେଇ ରୁପା ପ୍ରଧାନ କୁହନ୍ତି, ଆମ ଜଙ୍ଗଲକୁ ବନବିଭାଗ ନିଜସ୍ବ ଜଙ୍ଗଲ କହି ଆମ ଠାରୁ ଛଡାଇ ନେବାକୁ ଉଦ୍ୟମ କରୁଛି। ଚୋରମାନଙ୍କଠାରୁ ଆମେ କାଠ ଜବତ କଲୁ । ଜବତ କାଠକୁ ବନବିଭାଗ ଦାଦାଗିରି ଦେଖାଇ ନେଇ ଯିବା କେତେଦୂର ଠିକ୍‌ । ଆମ ଜଙ୍ଗଲକୁ ଆମେ ପାଳି କରି କାହିଁକି ଜଗିବୁ । ଆମେ ଜଙ୍ଗଲ ଜଗିବା ବନ୍ଦ କଲେ ପୁଣି ପଦା ହୋଇଯିବ । ଜଙ୍ଗଲ ସଭାପତି ନିତ୍ୟାନନ୍ଦ ପ୍ରଧାନ କୁହନ୍ତି, ବହୁ କଷ୍ଟରେ ଜଙ୍ଗଲ ଜଗା ହୋଇଛି । ଜଙ୍ଗଲରେ ଏବେ ଶାଳ, ଶାଗୁଆନ ପରି କାଠ ୨ରୁ ୪ ଫୁଟ ହୋଇଗଲାଣି । ପାଳି କରି ଓ ଚୂଲି ଚାନ୍ଦା କରି ଜଙ୍ଗଲ ଜଗିଲୁ। ଆମର ରୋଜଗାର ସେପରି କିଛି ନାହିଁ । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ପରର କାମ କରି ଆମ ଗୁଜୁରାଣ ମେଣ୍ଟେ । ଜଙ୍ଗଲକୁ ସୁରକ୍ଷା ଦେଉଥିବାରୁ ବନବିଭାଗ ଆମକୁ ପ୍ରଶଂସା କରିବା ଉଚିତ୍‌ । ହେଲେ ଚୋରମାନଙ୍କଠାରୁ ଜବତ କାଠ ଆମଠାରୁ ଛଡାଇ ନେଲେ ଜଙ୍ଗଲ ଜଗିବାର ମନୋବଳ କମିଯିବ । ହେଲେ ଏତେ ସହଜରେ ଜଙ୍ଗଲ ଛାଡିବୁ ନାହିଁ । ଜଙ୍ଗଲର ଉପକାରିତା କେବଳ ଆମ ପାଇଁ ନୁହେଁ ସମଗ୍ର ଜୀବଜଗତକୁ ଦରକାର। ଜଙ୍ଗଲରୁ କାଠ ନେଇ ପଦା କରିବା ଖୁବ୍‌ ସହଜ । ହେଲେ ଜଙ୍ଗଲ ସୃଷ୍ଟି କରିବା କାଠିକର ପାଠ । ବନବିଭାଗ ନୀତିରେ ପରିବର୍ତ୍ତନ ନ ଆଣିଲେ ଆମେ ଚୁପ୍‌ ରହିବୁ ନାହିଁ ବୋଲି କହିଥିଲେ । ଦରକାର ପଡିଲେ ନୟାଗଡ଼ ଡିଏଫ୍‌ଓ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି କହିଛନ୍ତି । ଫରେଷ୍ଟର ସୂର୍ଯ୍ୟକାନ୍ତ ନାୟକ କୁହନ୍ତି, କେତେଜଣ କାଠ ଚୋର ଗାଁଲୋକଙ୍କୁ ହାତବାରିଶି କରି ଛାଞ୍ଜୁଣିଆ ସୀମା ସୁରକ୍ଷିତ ଜଙ୍ଗଲକୁ ପଦା କରିବାକୁ ଉଦ୍ୟମ କରୁଛନ୍ତି । ଆମେ କାଠ ଜବତ କରିବା ପରେ ଗାଁଲୋକ ବିରୋଧ କରୁଛନ୍ତି । ବନବିଭାଗ ସମ୍ପୃକ୍ତ ଜଙ୍ଗଲକୁ ସୁରକ୍ଷା ଦେଉଛି । ଗ୍ରାମବାସୀ ବି ସୁରକ୍ଷା ଦେଉଛନ୍ତି । ହେଲେ ଜଙ୍ଗଲ ସୁରକ୍ଷିତ ପାଇଁ ବନବିଭାଗ କାଠଚୋରଙ୍କ ପ୍ରାର୍ଦୃଭାବକୁ ରୋକିବାକୁ ପଦକ୍ଷେପ ନେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡରେ ଟଙ୍କା ରଖି ଲୋକେ ହତାଶ: ବଣ୍ଡ୍‌ ଧରି ଥାନାରେ ପହଞ୍ଚିଲେ ହିତାଧିକାରୀ

ଚିତ୍ରକୋଣ୍ଡା,୧୧।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳୀବନ୍ଧା ଗାଁର ଲୋକେ ଦୀର୍ଘ ବର୍ଷ ହେଲା ଚିଟ୍‌ଫଣ୍ଡରେ ଟଙ୍କା ରଖି ଠକେଇର ଶିକାର...

ରିଜର୍ଭ ପ୍ରିମିୟର ଲିଗ୍‌ : ଖୁସି ଫାଇଟର ଚାମ୍ପିୟନ

ସୋନପୁର,୨୩।୬(ନି.ପ୍ର.):ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡିଆରେ ଚାଲିଥିବା ରିଜର୍ଭ ପ୍ରମିୟର ଲିଗ୍‌(ଆରପିଏଲ-୪) ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲ ମ୍ୟାଚ୍‌ ଖୁସି ଫାଇଟର ଓ ମାନ୍‌ଭି ବ୍ଲାଷ୍ଟର ମଧ୍ୟରେ...

୧୮ରେ ଦିବ୍ୟାଙ୍ଗଙ୍କୁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ

ବ୍ରହ୍ମପୁର ଅଫିସ୍‌,୨୧ା୧୦-ବ୍ରହ୍ମପୁର ରୋଟାରୀ କ୍ଲବ ଇଷ୍ଟ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ମାଗଣା ଅଙ୍ଗ ପ୍ରଦାନ କାର୍ଯ୍ୟକ୍ରମ ସକ୍ଷମ-୨ ଶିବିର ପାଇଁ ପଞ୍ଜୀକରଣ ରବିବାର ଅନୁଷ୍ଠିତ ହୋଇଯାଇଛି। ଧର୍ମନଗର...

କଟକରୁ ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୮।୮-କଟକ ସହରରୁୁ ଶନିବାର ପୁଣି ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୬ ଜଣ ପୁଣି ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ...

ସମ୍ପର୍କୀୟଙ୍କ ମୃତଦେହ ସଂସ୍କାର କରିବାକୁ ଆସି କୋଲାବ ଜଳଭଣ୍ଡାରରେ ବୁଡ଼ିଗଲେ ବୃଦ୍ଧ

କୋରାପୁଟ,୮ା୧୦(ସ୍ବ.ପ୍ର.): କୋରାପୁଟସ୍ଥିତ କୋଲାବ ଜଳଭଣ୍ଡାରରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କୋରାପୁଟ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଗୁରୁବାର ସକାଳେ ଜଳଭଣ୍ଡାରରେ ଦୀର୍ଘ ସମୟ...

ଭଦ୍ରକରୁ ଆସିଲେ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯିବା ଲାଗି ଡରୁଛନ୍ତି ଶିକ୍ଷକ

ଗୁଡଭେଲା,୨୩ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୫ରୁ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଅଧିକାଂଶ ଅଧିକାରୀ ଛୁଟି ଭାବି ନିଜ ନିଜ...

ଚିଲିକା ବିଧାୟକଙ୍କୁ ଆକ୍ରମଣ

ଚିଲିକା ବିଧାୟକଙ୍କୁ ଆକ୍ରମଣ ଖୋର୍ଦ୍ଧା ଅଫିସ,୧୨ା୩: ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବାଣପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଜପା କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ପ୍ରଶାନ୍ତ...

ଜେଲ ଗଲେ କଲେଜ ଅଧ୍ୟକ୍ଷ

ସୁନାବେଡା,୪ା୧୧(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଜୁନିୟର ମହିଳା ମହାବିଦ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ କଲେଜ ଅଧ୍ୟକ୍ଷ ପବିତ୍ର କୁମାର ବେଦାନ୍ତ...

Advertisement
Archives

Model This Week