ଗାଁ ହିଁ ସ୍ବର୍ଗ

ପ୍ରଭଞ୍ଜନ ଦାଶ

ମୋ ଗାଁ, ଯେଉଁଠି ପ୍ରଥମେ ଶୁଭିଥିଲା ମୋ ପାଟିର ପ୍ରଥମ ସ୍ବର କୁଆଁ କୁଆଁ। ମୋ ଘରର ସେହି ଅନ୍ତୁଡ଼ିଶାଳ ଓ ଷଠିଘର ଆଜି ବି ମୋ ଜନ୍ମର ଚିର ସାକ୍ଷୀ ଏବଂ ଦାଣ୍ଡର ସେହି ଏରୁଣ୍ଡି ବନ୍ଧ କହିବ ମୁଁ କେତେଥର ଝୁଣ୍ଟିଛି ତାକୁ, ଆଜି ଯଦି ସେହି ଗାଁର ମଶାଣି ମୋ ଜୀବନର ଶେଷ ପରିଚୟ ସାଜିବ ତା’ ହେଲେ ଅସୁବିଧା କ’ଣ?

ଆଜିର ଦିନରେ ଆଧୁନିକ ସଭ୍ୟତାର ବ୍ୟୟବହୁଳ ଓ ବୈଷୟିକ ଜୀବନଧାରାରେ ଜୀବନ ଜିଉଥିବା ମଣିଷ ମସ୍ତିଷ୍କରେ ଅନେକ ଭ୍ରାନ୍ତ, ନକାରାତ୍ମକ ଓ କୁଚିନ୍ତା ବସା ବାନ୍ଧି ରହିଛି, ଯାହାର ବଶବର୍ତ୍ତୀ ହୋଇ ମଣିଷ ନିଜର ସାଧାରଣ, ସାମାଜିକ ଓ ନୈତିକ ଜ୍ଞାନ ମଧ୍ୟ ହରାଇ ବସିଛି। ଯୁଗଯୁଗରୁ ବେଦ, ଉପନିଷଦ୍‌ ଓ ଶାସ୍ତ୍ରରେ ଉଲ୍ଲେଖ ରହିଛି, ‘ନିଜ ଗାଁ ମାଟିଠୁ ପବିତ୍ର ସ୍ଥାନ ଏ ଦୁନିଆରେ ନାହିଁ।’ ଯେଉଁ ଗାଁରେ ଆମର ଜନ୍ମ, ଯେଉଁ ମାଟିରେ ଆମେ ବଢ଼ିଛୁ, ସେ ଗାଁ ମଶାଣିରେ ଶବଦାହ ପାଇଁ ଏତେ କୁଣ୍ଠିତ କାହିଁକି? ଗତ କିଛିଦିନ ତଳେ ପୁରୀ ପ୍ରଶାସନ କରୋନା ପ୍ରବାହ ଓ ସଂକ୍ରମଣର ଭୟାବହତାକୁ ଆଖିରେ ରଖି ବାହାର ଜିଲାର ଶବକୁ ସ୍ବର୍ଗଦ୍ୱାରରେ ଦାହ କରିବା ନେଇ ପ୍ରତିବନ୍ଧକ ଲଗାଇବା ସହ ମହୋଦଧିରେ ଅସ୍ଥି ବିସର୍ଜନ ଲାଗି ମଧ୍ୟ ବାରଣ କରିଛି। ଏହି ନିୟମକୁ ନେଇ ବହୁ ଲୋକ ପ୍ରତିବାଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାତ୍ର ଏହା ଜାଣିରଖିବା ଦରକାର ଯେ ବାସ୍ତବରେ ସ୍ବର୍ଗଦ୍ୱାରରେ ସ୍ବର୍ଗପ୍ରାପ୍ତି ହୁଏନାହିଁ କି ମୋକ୍ଷ ମହୋଦଧିରେ ଅସ୍ଥି ବିସର୍ଜନରେ ମିଳେ ନାହିଁ, ଜୀବନର ପ୍ରକୃତ ସ୍ବର୍ଗପ୍ରାପ୍ତି ଜୀବିତ ଅବସ୍ଥାରେ ହିଁ ହେବା ଦରକାର।

ଏ ସମାଜରେ ବହୁ ଶିକ୍ଷିତ, ସମ୍ଭ୍ରାନ୍ତ ପରିବାରର ଲୋକ ସେମାନଙ୍କର ବୃଦ୍ଧ ପିତାମାତାଙ୍କ ପ୍ରତି ଦୁର୍ବ୍ୟବହାର ଓ ଘୃଣାଭାବ ପୋଷଣ କରୁଛନ୍ତି। ଏପରିକି ସେମାନଙ୍କୁ ଘରେ ନ ରଖି ବୃଦ୍ଧାଶ୍ରମରେ ଛାଡ଼ି ଦେଇ ବହୁ ହତାଦର କରୁଛନ୍ତି। କେଉଁଠି ବୃଦ୍ଧ ଲୋକମାନଙ୍କୁ ଠିକ୍‌ ଖାଦ୍ୟ ମିଳିପାରୁନାହିଁ ତ ଆଉ କେଉଁଠି କେହି ଔଷଧ ଓ ଚିକିତ୍ସାରୁ ବଞ୍ଚତ୍ତ। ଯନ୍ତ୍ରଣାରେ ସେମାନଙ୍କ ଦିନ ବିତୁଛି। ମାତ୍ର ସେମାନଙ୍କ ମୃତ୍ୟୁ ପରେ ସେହି ପିଲାମାନେ ସେମାନଙ୍କ ମୃତଦେହକୁ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ପାଇଁ ନେଇ ଲୋକଙ୍କଠାରୁ ବାଃବାଃ ପାଇବାକୁ ଚାହୁଁଛନ୍ତି। ଏହା କି ପ୍ରକାର ଚିନ୍ତାଧାରା? କଥାରେ ଅଛି, ‘ଦେଖିଲେ କଥା ନ କହି ନ ଦେଖିଲେ ଖୋଜୁଥାଇ’। ଅର୍ଥାତ୍‌ ବଞ୍ଚତ୍ଥିବା ବେଳେ ଯେଉଁମାନେ ପାଣି ଟୋପାଏ ଦେବାକୁ ଅକ୍ଷମ ଓ ଅଯୋଗ୍ୟ, ମଲା ପରେ ସେମାନେ ସ୍ବର୍ଗଦ୍ୱାରଠାରେ ଶବଦାହ ସହିତ ଦଶାହରେ ଖିରି, ପୁରି ଦେବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ଓ ସୁଯୋଗ୍ୟ। ବୃଦ୍ଧ ମାତାପିତାଙ୍କର ଶଯ୍ୟାଶାୟୀ ଅବସ୍ଥାରେ ସେମାନଙ୍କର ଠିକ୍‌ ଚିକିତ୍ସା ନ କରିବା, ସେବାଶୁଶ୍ରୂଷାରେ ଘୃଣା ମନୋଭାବ ଆଣିବା ଓ ସେମାନଙ୍କୁ ଅବହେଳିତ ଅବସ୍ଥାରେ ଛାଡିଦେବା ଆଜିର ସମାଜର ପ୍ରାୟ ବହୁ କ୍ଷେତ୍ରରେ ପରିଲକ୍ଷିତ। ସେଥିପାଇଁ ବୃଦ୍ଧାଶ୍ରମ ସଂଖ୍ୟା ବଢ଼ିବାରେ ଲାଗିଛି। ମାତ୍ର ବିଶ୍ୱ ପିତୃ, ମାତୃ ଦିବସରେ ସମସ୍ତଙ୍କର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ବାଟ୍ସଆପ୍‌ ଓ ଟୁଇଟରରେ ମା’ବାପାଙ୍କ ପ୍ରତି ପ୍ରେମ ଓ ସମ୍ମାନ ଉଛୁଳି ପଡ଼ୁଛି। ଏହା କ’ଣ ଏକ ମଣିଷର ମାନବିକତାର ପରିଚୟ? ଏ ପ୍ରକାର ମାନସିକତାର ବଶବର୍ତ୍ତୀ ହୋଇ ଆମେ ଆମ ମାତାପିତାଙ୍କ ପ୍ରତି କେତେ ଯେ ଅବହେଳା କରୁଛେ ତାହାର ହିସାବ ନାହିଁ। ଏହି ମାନସିକତାର ପରିବର୍ତ୍ତନ ନିହାତି ଆବଶ୍ୟକ। ବଞ୍ଚତ୍ଥିବା ବେଳେ ପାଣି ଟୋପେ ନ ଦେଇ ମଲା ପରେ କ୍ଷୀର ଢାଳିଲେ ଲାଭ କ’ଣ?

ଆମ ସମାଜ ପ୍ରତ୍ୟେକ ବର୍ଗର ଲୋକଙ୍କର ସୁବିଧା ସୁଯୋଗ ଲାଗି ସରକାର ସବୁ ଗ୍ରାମରେ ଶ୍ମଶାନର ପୁନରୁଦ୍ଧାର ଓ ଉନ୍ନତି କରିବା ସହିତ ହରିଶ୍ଚନ୍ଦ୍ର ଯୋଜନା ପ୍ରଣୟନ କରିଛନ୍ତି। ମାତ୍ର ଗ୍ରାମ ଶ୍ମଶାନ ଆଜି ଅବହେଳିତ ଓ ଅକାମୀ ହୋଇପଡ଼ିଛି। ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଗାଁ ଶ୍ମଶାନ ଅପେକ୍ଷା ସ୍ବର୍ଗଦ୍ୱାରରେ ଶବଦାହ ପାଇଁ ପସନ୍ଦ କରୁଛନ୍ତି। ଏହାର କାରଣ କ’ଣ ତାହା ଆଜି ପର୍ଯ୍ୟନ୍ତ ଜାଣିହେଉ ନାହିଁ। ଜାଣି ରଖିବା ଉଚିତ ଯେ, ବଞ୍ଚତ୍ଥିବାବେଳେ ଶାଗ, ପଖାଳରେ ଯେଉଁ ତୃପ୍ତି ମିଳେ ମଲା ପରେ ତା’ର ସ୍ବାଦ ଦଶାହ ଖିରି, ପୁରିରେ ନ ଥାଏ। ଠିକ୍‌ ସେହିପରି ଜୀବନର ବାସ୍ତବ ସୁଖ, ଖୁସି ଓ ଶାନ୍ତି ଏ ସମାଜରେ ଜୀବିତ ଅବସ୍ଥାରେ ହିଁ ମିଳେ, ତାହା ସ୍ବର୍ଗଦ୍ୱାରର ଜୁଇରେ ନ ଥାଏ। ଏଣୁ ସମସ୍ତେ ବୃଦ୍ଧ ମାତା, ପିତାଙ୍କର ସେବାଶୁଶ୍ରୂଷା କରିବା ସହିତ ସେମାନଙ୍କ ପ୍ରତି ଯତ୍ନବାନ୍‌ ହେବା ଆବଶ୍ୟକ। ସେମାନେ ହିଁ ଆମ ଜୀବନର ପ୍ରକୃତ ମୂଲ୍ୟବାନ୍‌ ସମ୍ପଦ। ତାହା ସହିତ ଗାଁ ଓ ଗାଁ ମଶାଣିକୁ ନିଜ ଜୀବନର ଶେଷ ପରିଚୟ ଭାବିବା ଉଚିତ। କାରଣ ଗାଁ ହିଁ ଆମ ପାଇଁ ସ୍ବର୍ଗ ଓ ସିଏ ହିଁ ଆମ ଜୀବନ ସୃଷ୍ଟିର ପ୍ରଥମ ପରିଚୟ ଏବଂ ସେହିଠାରେ ହିଁ ଜୀବନର ଶେଷ ପରିଚୟ ହେବା ଦରକାର।

ମେଘେଶ୍ୱର କଲୋନୀ, ଟଙ୍କପାଣି ରୋଡ୍‌, ଭୁବନେଶ୍ୱର, ମୋ: ୭୩୨୬୯୫୯୯୯୫


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?