ଜିଓରେ ୩୩,୭୩୭ କୋଟି ଟଙ୍କା ନିବେଶ କରିବ ଗୁଗଲ

ମୁମ୍ବାଇ,୧୬।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ପ୍ଲାଟ୍‌ଫର୍ମ ଜିଓରେ ଟେକ୍ନୋଲୋଜି କମ୍ପାନୀ ଗୁଗଲ ଏଲ୍‌ଏଲ୍‌ସି (ଗୁଗଲ) ପ୍ରାୟ ୩୩,୭୩୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୩୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗୁଗଲ୍‌ର ଏହି ନିବେଶ ପୂର୍ଣ୍ଣ ବିଘଟିତ ହୋଇ ୭.୭୩% ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ ବୋଲି ଜଣାପଡ଼ିଛି। ଏହି ନିବେଶ ଫଳରେ ବର୍ତ୍ତମାନ ସୁଦ୍ଧା ଜିଓ ପ୍ଲାଟ୍‌ଫର୍ମସ୍‌ ୧,୫୨,୦୫୬ କୋଟି ଟଙ୍କାର ପୁଞ୍ଜି ହାସଲ କରିଛି।
ଦେଶର କୋଣ ଅନୁକୋଣରେ ଡିଜିଟାଲୀକରଣର ଲାଭ ପହଞ୍ଚାଇବା ଲାଗି ଏହି ଦୁଇ କମ୍ପାନୀ ମିଳିତ ହୋଇ କାମ କରିବେ। ୩୮୮ ନିୟୁତରୁ ଊର୍ଦ୍ଧ୍ୱ ଗ୍ରାହକଙ୍କୁ ଗୁଣବତ୍ତା ତଥା ସୁଲଭ ମୂଲ୍ୟରେ ଡିଜିଟାଲ ସେବା ଯୋଗାଇବା ଉପରେ କମ୍ପାନୀ ଗୁରୁତ୍ୱ ଦେଉଛି। ୧୩୦ କୋଟି ଲୋକ ଏବଂ ବ୍ୟବସାୟ ପାଇଁ ଏକ ଡିଜିଟାଲ ଇଣ୍ଡିଆ ସହ ଭାରତକୁ ବିଶ୍ୱରେ ଏକ ଅଗ୍ରଣୀ ଡିଜିଟାଲ ସମାଜରେ ରୂପାନ୍ତରିତ କରିବା ଲକ୍ଷ୍ୟରେ କମ୍ପାନୀ ଅଗ୍ରସର ହେଉଛି। ସହାୟକ ହେଉଥିବା ସୂଚନା ହାସଲ କରିବା ପାଇଁ ନିୟୁତାଧିକ ଭାରତୀୟଙ୍କୁ ଗୁଗଲ୍‌ ସଶକ୍ତ କରିଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହି ପରିପ୍ରେକ୍ଷୀରେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, ଭାରତର ଡିଜିଟାଲ ପରିବର୍ତ୍ତନ ଏବଂ ପୁନର୍ବିନ୍ୟାସ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମ ଏହି ନିବେଶର ଶ୍ରେୟ ହାସଲ କରିବାରେ ହକ୍‌ଦାର।
ସେହିଭଳି ରିଲାଏନ୍ସକୁ ୨୦୨୩ ସୁଦ୍ଧା କାର୍ବନମୁକ୍ତ କମ୍ପାନୀ, ଗୁଗଲ ସହ ମିଳିତ ହୋଇ ସୁଲଭ ସ୍ମାର୍ଟଫୋନ ମାନୁଫାକଚରିଂ, ମେଡ୍‌ ଇନ୍‌ ଇଣ୍ଡିଆ ୫ଜି ସଲ୍ୟୁଶନ ଯୋଗାଣ ଭଳି ପ୍ରମୁଖ ଘୋଷଣା ମୁକେଶ କରିଛନ୍ତି। ଶତ ପ୍ରତିଶତ ଘରୋଇ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଶୀଘ୍ର ୫ଜି ବିଶ୍ୱସ୍ତରୀୟ ୫ଜି ସେବା ଯୋଗାଣ ନେଇ କମ୍ପାନୀ ଲକ୍ଷ୍ୟ ରଖିଛି। ଏଣ୍ଟ୍ରି ଲେଭଲ ସ୍ମାର୍ଟଫୋନଗୁଡିକ ଲାଗି ଆଣ୍ଡ୍ରଏଡ୍‌ ଭିତ୍ତିକ ଅପରେଟିଂ ସିଷ୍ଟମ, ୨ଜି ମୁକ୍ତ ଭାରତ ଯୋଜନା, ମିକ୍ସ ରିୟଲିଟି ସର୍ଭିସ ଲାଗି ଜିଓ ଗ୍ଲାସ୍‌, ଜିଓ ମିଟ୍‌ ଏବଂ ଜିଓ ଗ୍ଲାସ୍‌ ଦ୍ୱାରା ଏକ ଏଜୁକେଶନ ଟେକ୍ନୋଲୋଜି ପ୍ଲାଟ୍‌ଫର୍ମ ଯୋଗାଣ, ଭିଡିଓ କନ୍‌ସଲଟେଶନ ଲାଗି ଜିଓ ହେଲ୍‌ଥ ହବ୍‌ ଏବଂ ହ୍ବାଟ୍ସଆପ୍‌ରେ କିରାନା ସାମଗ୍ରୀ ପହଞ୍ଚାଇବା ଲାଗି ଜିଓ ମାର୍ଟକୁ ଅଧିକ ସହରକୁ ପହଞ୍ଚାଇବା ଲକ୍ଷ୍ୟ ରହିଥିବା ମୁକେଶ ଏଜିଏମ୍‌ ଅବସରରେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ତେଲ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ଯୋଗୁ ସରକାର ଲକ୍‌ଡାଉନ ଓ ଶଟ୍‌ଡାଉନ ଭଳି କଟକଣା ଲାଗୁ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଓ ଯାତାୟାତରେ ଅନେକ ଫରକ...

ଓଡ଼ିଶା ଦେଶର ଖଣି ରାଜଧାନୀ

ଭୁବନେଶ୍ୱର,୨୧।୧:  ଦେଶର ଭୌଗୋଳିକ ମାନଚିତ୍ରକୁ ଭଲ ଭାବେ ଅଧ୍ୟୟନ କଲେ ସ୍ପଷ୍ଟ ଭାବେ ଭାରତର ଖଣିଜ ସମ୍ପଦର ବିସ୍ତୃତ ମାନଚିତ୍ର ଦେଖାଯାଉଛି। ଏପରିକି ଖଣିଜ ସମ୍ପଦର...

ବ୍ଲୁ ଟିକ୍‌ ପାଇଁ ଏଣିକି ଟୁଇଟର୍‌ ୟୁଜର୍ସଙ୍କୁ ଦେବାକୁ ପଡ଼ିପାରେ ଚାର୍ଜ

ନ୍ୟୁୟର୍କ,୩୧।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର୍‌ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି। ଏଲନ ମସ୍କ ଟୁଇଟର୍‌ କିଣିବା ପରେ ଟୁଇଟର୍‌ର ଅନେକ ନୀତିରେ...

ଏଇଏସ୍‌ଏଲ୍‌କୁ ୧ ବିଲିୟନ ଡଲାରରେ କିଣିବ ବାୟଜୁସ୍‌

ନୂଆଦିଲ୍ଲୀ,୧୪।୧: ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ(ଏଇଏସ୍‌ଏଲ୍‌)କୁ ବାୟଜୁସ୍‌ ୧ ବିଲିୟନ ଡଲାରରେ କିଣିବ। ଏଥିଲାଗି ୨ କମ୍ପାନୀ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହା ଏଡ୍‌ଟେକ୍‌...

ପିଏଲ୍‌ଏସି ବୈଠକ କରିବାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କୁ ଆହ୍ବାନ

ଭୁବନେଶ୍ୱର,୨୭ା୮: ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ସାମଗ୍ରୀ ବରାଦ ଗ୍ରହଣ ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ ନିୟମିତ ବ୍ୟବଧାନରେ କାରଖାନା ସ୍ତରୀୟ ଉପଦେଷ୍ଟା ବୈଠକ (ପିଏଲ୍‌ଏସି) ଆୟୋଜନ...

ଉନ୍ନତ ବିକ୍ରି ଆଶାରେ ଜୁଏଲର୍ସ

ଭୁବନେଶ୍ୱର,୨।୧୧: ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କରୋନା ସ୍ଥିତି ବଜାର ଉପରେ ଏତେଟା ନାହିଁ। ଏବେ କଟକଣା ମଧ୍ୟ କୋହଳ ହୋଇଛି। ସୁନା ଦର...

କଟକରେ ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଷ୍ଟୋର

କଟକ,୮ା୧୦ଚଳିତ ବର୍ଷର ପାର୍ବଣ ଅବସରରେ ଚାନ୍ଦି ଭଣ୍ଡାର ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର କଟକ ସହର(କଟକ)ରେ ଶୁଭାରମ୍ଭ କରାଯାଇଛି। ବିଶେଷକରି କଟକବାସୀଙ୍କ ପାଇଁ ଆମର...

ସୋଆରେ ଗାଜରଘାସ ନିରାକରଣ ସଚେତନତା ସପ୍ତାହ

ଭୁବନେଶ୍ୱର,୨୬।୮:ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଏଗ୍ରିକ୍‌ଲଚରାଲ ସାଇନ୍ସସେସ୍‌ (ଆଇଏଏସ୍‌)ରେ ଗାଜରଘାସ ନିରାକରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ପ୍ରଶ୍ନୋତ୍ତର ଏବଂ...

Advertisement
Archives

Model This Week