ଜିଓରେ ୩୩,୭୩୭ କୋଟି ଟଙ୍କା ନିବେଶ କରିବ ଗୁଗଲ

ମୁମ୍ବାଇ,୧୬।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ପ୍ଲାଟ୍‌ଫର୍ମ ଜିଓରେ ଟେକ୍ନୋଲୋଜି କମ୍ପାନୀ ଗୁଗଲ ଏଲ୍‌ଏଲ୍‌ସି (ଗୁଗଲ) ପ୍ରାୟ ୩୩,୭୩୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୩୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗୁଗଲ୍‌ର ଏହି ନିବେଶ ପୂର୍ଣ୍ଣ ବିଘଟିତ ହୋଇ ୭.୭୩% ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ ବୋଲି ଜଣାପଡ଼ିଛି। ଏହି ନିବେଶ ଫଳରେ ବର୍ତ୍ତମାନ ସୁଦ୍ଧା ଜିଓ ପ୍ଲାଟ୍‌ଫର୍ମସ୍‌ ୧,୫୨,୦୫୬ କୋଟି ଟଙ୍କାର ପୁଞ୍ଜି ହାସଲ କରିଛି।
ଦେଶର କୋଣ ଅନୁକୋଣରେ ଡିଜିଟାଲୀକରଣର ଲାଭ ପହଞ୍ଚାଇବା ଲାଗି ଏହି ଦୁଇ କମ୍ପାନୀ ମିଳିତ ହୋଇ କାମ କରିବେ। ୩୮୮ ନିୟୁତରୁ ଊର୍ଦ୍ଧ୍ୱ ଗ୍ରାହକଙ୍କୁ ଗୁଣବତ୍ତା ତଥା ସୁଲଭ ମୂଲ୍ୟରେ ଡିଜିଟାଲ ସେବା ଯୋଗାଇବା ଉପରେ କମ୍ପାନୀ ଗୁରୁତ୍ୱ ଦେଉଛି। ୧୩୦ କୋଟି ଲୋକ ଏବଂ ବ୍ୟବସାୟ ପାଇଁ ଏକ ଡିଜିଟାଲ ଇଣ୍ଡିଆ ସହ ଭାରତକୁ ବିଶ୍ୱରେ ଏକ ଅଗ୍ରଣୀ ଡିଜିଟାଲ ସମାଜରେ ରୂପାନ୍ତରିତ କରିବା ଲକ୍ଷ୍ୟରେ କମ୍ପାନୀ ଅଗ୍ରସର ହେଉଛି। ସହାୟକ ହେଉଥିବା ସୂଚନା ହାସଲ କରିବା ପାଇଁ ନିୟୁତାଧିକ ଭାରତୀୟଙ୍କୁ ଗୁଗଲ୍‌ ସଶକ୍ତ କରିଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହି ପରିପ୍ରେକ୍ଷୀରେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, ଭାରତର ଡିଜିଟାଲ ପରିବର୍ତ୍ତନ ଏବଂ ପୁନର୍ବିନ୍ୟାସ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମ ଏହି ନିବେଶର ଶ୍ରେୟ ହାସଲ କରିବାରେ ହକ୍‌ଦାର।
ସେହିଭଳି ରିଲାଏନ୍ସକୁ ୨୦୨୩ ସୁଦ୍ଧା କାର୍ବନମୁକ୍ତ କମ୍ପାନୀ, ଗୁଗଲ ସହ ମିଳିତ ହୋଇ ସୁଲଭ ସ୍ମାର୍ଟଫୋନ ମାନୁଫାକଚରିଂ, ମେଡ୍‌ ଇନ୍‌ ଇଣ୍ଡିଆ ୫ଜି ସଲ୍ୟୁଶନ ଯୋଗାଣ ଭଳି ପ୍ରମୁଖ ଘୋଷଣା ମୁକେଶ କରିଛନ୍ତି। ଶତ ପ୍ରତିଶତ ଘରୋଇ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଶୀଘ୍ର ୫ଜି ବିଶ୍ୱସ୍ତରୀୟ ୫ଜି ସେବା ଯୋଗାଣ ନେଇ କମ୍ପାନୀ ଲକ୍ଷ୍ୟ ରଖିଛି। ଏଣ୍ଟ୍ରି ଲେଭଲ ସ୍ମାର୍ଟଫୋନଗୁଡିକ ଲାଗି ଆଣ୍ଡ୍ରଏଡ୍‌ ଭିତ୍ତିକ ଅପରେଟିଂ ସିଷ୍ଟମ, ୨ଜି ମୁକ୍ତ ଭାରତ ଯୋଜନା, ମିକ୍ସ ରିୟଲିଟି ସର୍ଭିସ ଲାଗି ଜିଓ ଗ୍ଲାସ୍‌, ଜିଓ ମିଟ୍‌ ଏବଂ ଜିଓ ଗ୍ଲାସ୍‌ ଦ୍ୱାରା ଏକ ଏଜୁକେଶନ ଟେକ୍ନୋଲୋଜି ପ୍ଲାଟ୍‌ଫର୍ମ ଯୋଗାଣ, ଭିଡିଓ କନ୍‌ସଲଟେଶନ ଲାଗି ଜିଓ ହେଲ୍‌ଥ ହବ୍‌ ଏବଂ ହ୍ବାଟ୍ସଆପ୍‌ରେ କିରାନା ସାମଗ୍ରୀ ପହଞ୍ଚାଇବା ଲାଗି ଜିଓ ମାର୍ଟକୁ ଅଧିକ ସହରକୁ ପହଞ୍ଚାଇବା ଲକ୍ଷ୍ୟ ରହିଥିବା ମୁକେଶ ଏଜିଏମ୍‌ ଅବସରରେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

୪୬ ପଇସା ପୈଠ ନକରିବାରୁ ଭାଜପା ନେତାଙ୍କ ଉପରେ ୧୨୦୦ ଟଙ୍କା ଜରିମାନା ଲଗାଇଛି HDFC ବ୍ୟାଙ୍କ

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କର କ୍ରେଡିଟ କାର୍ଡ ବିଲ ପେମେଣ୍ଟ କରିବା ସମୟରେ ଅଳ୍ପ କିଛି ପଇସା କମ ରହିଯାଏ, ତେବେ କ’ଣ ଏକ ବ୍ୟାଙ୍କ ଆପଣଙ୍କଠାରୁ…

୩ ରାଜ୍ୟରେ ବଢିଲା ପେଟ୍ରୋଲ ଦର, ଜାରି ହେଲା ନୂଆ ରେଟ୍‌…

ନୂଆଦିଲ୍ଲୀ, ୧୯।୮: ଦେଶବ୍ୟାପୀ ପେଟ୍ରୋଲ-ଡିଜେଲ ଦର କମିବାର କୌଣସି ଆଶା ଦେଖାଯାଉନାହିଁ। ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ (କଚ୍ଚା ତେଲ) ଦର ପୁଣି ଥରେ ବୃଦ୍ଧି ପାଇଛି…

ମେଣ୍ଢା ପାଳନ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ସରକାର ଦେଉଛନ୍ତି ୯୦% ପର୍ଯ୍ୟନ୍ତ ସବସିଡି!

ନୂଆଦିଲ୍ଲୀ, ୧୯।୮: ଗାଁ ଓ ଗ୍ରାମାଞ୍ଚଳରେ ଚାଷ ସହ ପଶୁପାଳନ ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ମେଣ୍ଢା ପାଳନକୁ କମ ସ୍ଥାନ ଓ…

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri