ଟିକା ଅନୁପାତ ୯୫:୫ ରହୁ

ଭୁବନେଶ୍ୱର, ୨୭।୬(ବ୍ୟୁରୋ): ଟିକା ଅନୁପାତରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛି ଓଡ଼ିଶା। ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତ୍ତେ ୫ ପ୍ରତିଶତ ଟିକା ଯୋଗାଣ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ପରିବର୍ତ୍ତିତ କୋଭିଡ୍‌ ଟିକାକରଣ ଗାଇଡ୍‌ଲାଇନ ଅନୁଯାୟୀ, ଘରୋଇ ହସ୍ପିଟାଲଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନୀଠାରୁ ସିଧାସଳଖ ଭାବେ ୨୫ ପ୍ରତିଶତ ଟିକା କିଣିପାରିବେ। ଏବେ ସୁଦ୍ଧା ଓଡ଼ିଶାର ୭ଟି ହସ୍ପିଟାଲ କମ୍ପାନୀଠାରୁ ଟିକା ପାଇଛନ୍ତି। ଓଡ଼ିଶାରେ ଲୋକସଂଖ୍ୟା ଅନୁପାତରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍‌। ଏହା ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ମାତ୍ର ୫ ପ୍ରତିଶତ। ତେଣୁ ୭୫ ଓ ୨୫ ଅନୁପାତକୁ ପରିବର୍ତ୍ତନ କରି ୯୫ ଓ ୫ ପ୍ରତିଶତ କରିବା ପାଇଁ ସେ ଦାବି କରିଛନ୍ତି। ଯାହା ଫଳରେ ରାଜ୍ୟର ଅନୁପାତ ହାରରେ ଘରୋଇ ହସ୍ପିଟାଲଗୁଡ଼ିକ ଆବଶ୍ୟକ ଟିକା କିଣି ପାରିବେ। ତେଣୁ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ନବ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଟିକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଗତ ୮ତାରିଖରେ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଥିଲେ। ଯାହା ଜୁନ୍‌ ୨୧ରୁ ସାରା ଦେଶରେ ଲାଗୁ ହୋଇଛି। ଗାଇଡ୍‌ଲାଇନରେ ଘରୋଇ ଉତ୍ପାଦକମାନେ ସେମାନଙ୍କ ମାସିକ ଟିକା ଉତ୍ପାଦନର ୨୫ ପ୍ରତିଶତ ଘରୋଇ ଡାକ୍ତରଖାନାକୁ ବିକ୍ରି କରିପାରିବେ ବୋଲି ଉଲ୍ଲେଖ ରହିଛି। ରାଜ୍ୟକୁ ବର୍ତ୍ତମାନ ସରକାରୀ ଓ ଘରୋଇ ଅନୁପାତରେ ଯଥାକ୍ରମେ ୭୫:୨୫ ଦିଆଯାଉଛି। ଯାହାକି ରାଜ୍ୟ ସରକାରଙ୍କ ଟିକାକରଣ ଲକ୍ଷ୍ୟକୁ ପୂରଣ କରିପାରୁ ନାହିଁ। ତେଣୁ ଏହାକୁ ସଂଶୋଧନ କରି ୯୫:୫ ଅନୁପାତରେ ଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି। ଏନେଇ ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗତ ୧୪ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ମଧ୍ୟ ଚିଠି ଲେଖି ଅନୁରୋଧ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଟିକାକରଣକୁ ଜୋରଦାର କରିବା ପାଇଁ ସରକାର ପ୍ରସ୍ତୁତ ଥିଲେ ମଧ୍ୟ ଟିକା ଅଭାବ ଲକ୍ଷ୍ୟ ପୂରଣ କରିବାରେ ବାଧା ସୃଷ୍ଟି କରୁଛି। ଗତ ୨୧ରୁ ରାଜ୍ୟରେ କ୍ୟାମ୍ପେନ୍‌ ମୋଡ୍‌ରେ ଟିକାକରଣ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିଲା। କ୍ୟାମ୍ପେନ୍‌ ମୋଡ୍‌ର ପ୍ରଥମ ଦିନରେ ଲକ୍ଷ୍ୟ ପୂରଣ ହୋଇଥିଲା। ପ୍ରଥମ ଦିନରେ ୧,୬୧୩ ଟିକାକେନ୍ଦ୍ରରେ ରେକର୍ଡ ସଂଖ୍ୟକ ୩,୩୨,୭୧୭ ଟିକାକରଣ ହୋଇଥିଲା। କିନ୍ତୁ ଏହାପରେ ଆଉ ୩ ଲକ୍ଷ ଟପିପାରିନି। ଟିକା ଆବଣ୍ଟନ ଅନୁପାତରେ ପରିବର୍ତ୍ତନ କଲେ ରାଜ୍ୟରେ ଶତ ପ୍ରତିଶତ ଟିକାଦାନ ଲକ୍ଷ୍ୟ ପୂରଣ ହେବ ବୋଲି ନବ ଦାସ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୧୪,୧୪,୬୪୪ ଡୋଜ୍‌ ଟିକାକରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରବୃତ୍ତି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୫।୪(ବ୍ୟୁରୋ): ୨୦୨୧-୨୨ ବର୍ଷ ପାଇଁ ସମସ୍ତ ବର୍ଗର ଛାତ୍ରବୃତ୍ତି ଆବେଦନ ଅବଧି ବଢ଼ାଇ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଇ-ମେଧାବୃତ୍ତି ଓ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି...

ବଦଳିଲା ନିଷ୍ପତ୍ତି, ଶୁକ୍ରବାର ଖୋଲିବ ସ୍କୁଲ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଶୁକ୍ରବାର ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। ପାଗରେ ପରିବର୍ତ୍ତନ ତଥା ଖରା କମିଯିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।...

୧୪ବର୍ଷରୁ ବଳାତ୍କାର, ଏବେ ୩ କନ୍ୟା ସନ୍ତାନର ମା’

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବୟସ ଯେତେବେଳେ ୧୪ ହୋଇଥିଲା ସେବେଠାରୁ ବଳାତ୍କାରର ଶିକାର ହୋଇ ଆସୁଛନ୍ତି ଜଣେ ଯୁବତୀ। ୧୫ବର୍ଷ ଧରି ସମ୍ପର୍କୀୟ ମାମୁଙ୍କ ବଳତ୍କାର ଯୋଗୁ...

ପୁରୀ ବେଳାଭୂମିରେ ବୃହତ୍‌ ଥ୍ରୀଡି ବାଲୁକା ସାନ୍ତା କ୍ଲଜ: ଗୋ ଗ୍ରୀନ୍‌ର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ

ପୁରୀ ଅଫିସ, ୨୪ା୧୨: ପବିତ୍ର ବଡ଼ଦିନ ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି...

‘କିଷାନ’ ସହ ମିଶ୍ରଣ ପରେ ବି ‘କାଳିଆ’ ଯୋଜନା ଚାଲୁ ରହିବ: କୃଷି ମନ୍ତ୍ରୀ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହ ‘କାଳିଆ’ର ମିଶ୍ରଣ ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ସେ କହିଛନ୍ତି, କାଳିଆ ଲାଭ...

୪୮ ଘଣ୍ଟାରେ ନିର୍ଦ୍ଧାରିତ ସ୍ଥାନରେ ରିପୋର୍ଟ କରିବେ ବଦଳି ସରକାରୀ କର୍ମଚାରୀ, ନଚେତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ମଙ୍ଗଳବାର ମଧ୍ୟରାତ୍ରରୁ ସାରା ଓଡ଼ିଶା ଲକ୍‌ଡାଉନ୍‌ କରିବାକୁ ଘୋଷଣା କରାଯାଇଛି। ୨୯ ମାର୍ଚ୍ଚ ରାତି ୧୨ ଯାଏ ସମସ୍ତ ଜିଲାରେ ଏହା ଜାରି ରହିବ।...

କଲେଜ ଅଧ୍ୟକ୍ଷଙ୍କ ଗିରଫ ଦାବି କଲେ ବାପା

ଭୁବନେଶ୍ୱର,୬।୭(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ମଙ୍ଗଳବାର ୪ଦିନ ବିତିଛି। ହେଲେ ସୁଇସାଇଡ୍‌ ନୋଟରେ ଉଲ୍ଲେଖ ଥିବା ୩...

ବରଗଡ଼ ଧନୁଯାତ୍ରା ଉଦ୍‌ଘାଟିତ

ମଥୁରାନଗରୀ,୧-୧:ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଉଦ୍‌ଘାଟିତ ହୋଇଯାଇଛି। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଏମ୍‌ପି...

Advertisement
Archives

Model This Week