ବାଣିଜ୍ୟ ବ୍ୟବସ୍ଥାର ପୁନର୍ଗଠନ ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ପ୍ରାରମ୍ଭରେ ଅତ୍ୟଧିକ ଟାରିଫ ବୃଦ୍ଧି କରିଥିଲେ। ଏହା ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିଥିଲା, ଯାହାକୁ ସେ ‘ଲିବରେଶନ ଡେ’ ବା ମୁକ୍ତିର ଦିନ ଭାବେ ସୂଚିତ କରିଥିଲେ। ଗତ ସପ୍ତାହରେ ସମୀକ୍ଷକମାନେ ଏହି ଦିବସକୁ ବିଶ୍ୱ ଅର୍ଥନୀତିର ଅନ୍ତିମ ଯୁଦ୍ଧ ବୋଲି ବିବେଚନା କରିଛନ୍ତି। ଟାରିଫ୍‌ ବୃଦ୍ଧି ଯୋଗୁ ବିତ୍ତୀୟ ବଜାରରେ ଅନିଶ୍ଚୟତା ସୃଷ୍ଟି ହୋଇଛି। ମୁକ୍ତି ଏବଂ ଅନ୍ତିମ ଯୁଦ୍ଧ ମଧ୍ୟରୁ ଯଦି ଆମେ କୌଣସିଟିକୁ ପସନ୍ଦ କରୁ, ତେବେ ତାହା ଆମର ଦୁର୍ବଳ ନିଷ୍ପତ୍ତି ବୋଲି ବୁଝିବାକୁ ହେବ। ଉଭୟ ବିଷୟ ବା କାହାଣୀ ସୂଚିତ କରୁଛି ଯେ, ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଓ ସମୟର ଶେଷ ହେବା ସହ ଗୋଟିଏ ଯୁଗର ସମସ୍ତ କାର୍ଯ୍ୟକଳାପ, ସିଦ୍ଧାନ୍ତ ଓ ବ୍ୟବସ୍ଥାଗୁଡ଼ିକ ବଦଳିଯାଇ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଟ୍ରମ୍ପଙ୍କ ସମର୍ଥକମାନଙ୍କ ପାଇଁ ଏହା ହେଉଛି ପୁରୁଣା ନିୟମ ଦ୍ୱାରା ନିୟନ୍ତ୍ରିତ ହେଉ ନ ଥିବା ଜଣେ ମୁକ୍ତଦାତାଙ୍କର ଏକ ସାହସିକ ପଦକ୍ଷେପ, ଯିଏ କି ଆମେରିକାକୁ ବଡ଼ କରିବେ। ସମାଲୋଚକଙ୍କ ମତରେ ଏହା ହେଉଛି କ୍ଷତିର ଏକ ଦୁଃଖଦାୟକ କାହାଣୀ ଏବଂ ଏଥିରେ ଅନିଷ୍ଟକାରୀ ଚରିତ୍ରମାନଙ୍କ ପ୍ରାଧାନ୍ୟ ରହିଛି, ଯେଉଁମାନେ ଜନସାଧାରଣଙ୍କ ହିତ ପରିବର୍ତ୍ତେ ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ୱ ଦେଉଛନ୍ତି।

ଏବକାର ସଙ୍କଟକୁ ବୁଝିବାକୁ ହେଲେ ସବୁ ସୁଯୋଗ ଶେଷ ହୋଇଗଲା ବୋଲି ଧରିନେଲେ ହେବ ନାହିଁ। ବିଶ୍ୱ ବ୍ୟବସ୍ଥାର ନବୀକରଣର ଓ ପୁନର୍ଗଠନ କରିବା ଆଉ ଏକ ସୁଯୋଗ ହୋଇପାରେ। ଯଦି ଆମେ କାହାଣୀ ବଦଳାଇପାରିବା ତେବେ ଏହା ସମ୍ଭବ ହେବ। ଲିବରେଶନ ଡେ ଥିଲା ଏକ ଆଘାତ ଓ ଝଟ୍‌କା, କିନ୍ତୁ କେଉଁ ପ୍ରକାରର? କେତେକ ଝଟ୍‌କାରେ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଆଉ କେତେକ ଯୋଗୁ ବ୍ୟବସ୍ଥା ପ୍ରଭାବିତ ହେଲେ ମଧ୍ୟ ତାକୁ ସମ୍ପୂର୍ଣ୍ଣ ଦୁର୍ବଳ କରିପାରିନାହିଁ । ତଥାପି କେତେକ ଝଟ୍‌କା ନବୀକରଣକୁ ମଧ୍ୟ ବାଟ ଦେଖାଇଛି। ଏବେ ଅର୍ଥନୀତି ଭୁଶୁଡ଼ି ପଡ଼ିବାର କଥା ବୋଲି କୁହାଯାଉଛି, କିନ୍ତୁ ତାହା ପରିବର୍ତ୍ତନ ହୋଇପାରେ।

ଟ୍ରମ୍ପଙ୍କ ଝଟ୍‌କାକୁ ଅନେକେ ବିଶ୍ୱବାଦ ବିରୋଧୀ ବୋଲି କହୁଛନ୍ତି, ଯାହା ବୃହତ୍‌ ମାନ୍ଦାବସ୍ଥା ବା ୧୯୨୯ରେ ବିଶ୍ୱ ଅର୍ଥ ବ୍ୟବସ୍ଥାର ଅଧୋଗତିର କାରଣ ହୋଇଥିଲା। କିନ୍ତୁ ସମାନ୍ତରାଳ ଭାବେ ୧୯୩୦ ଦଶନ୍ଧିରେ ବର୍ତ୍ତମାନ ତୁଳନାରେ ବିଶ୍ୱ ଅର୍ଥ ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଥିଲା, ଯେତେବେଳେ କି ଏହି ବିପର୍ଯ୍ୟୟ ଦୂର କରିବା ପାଇଁ ଖୁବ୍‌ କମ୍‌ ପଦ୍ଧତି ଥିଲା। ପ୍ରଥମ ବିଶ୍ୱଯୁଦ୍ଧ ପରେ ଆମେରିକା ବିଶ୍ୱସ୍ତରୀୟ ବ୍ୟାଙ୍କର ଭାବେ ଉଭା ହୋଇଥିଲା, କିନ୍ତୁ ଏହି ସ୍ଥିତି ଅତ୍ୟଧିକ ମୁଦ୍ରାସ୍ଫୀତି, ଆଇନର ଅଭାବ ଏବଂ ଦୁର୍ବଳ ଘରୋଇ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ଆଧାରିତ ଥିଲା। ତେବେ ୧୯୨୯ର ବିତ୍ତୀୟ ସଙ୍କଟ ସମୟରେ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ବେରୋଜଗାର ଦ୍ରୁତ ବୃଦ୍ଧି ପାଇ ୯ ପ୍ରତିଶତ ଛୁଇଁଥିଲା। ସେତେବେଳେ ଦେଶର ଶିଳ୍ପକୁ ବଞ୍ଚାଇବା ପାଇଁ ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଥିଲା ଏବଂ ହଠାତ୍‌ ମାନ୍ଦାବସ୍ଥା ଆସିଥିଲା। ସିନେଟର ରିଡ ସ୍ମୁଟ ଏବଂ ସଦସ୍ୟ ଓ୍ବିଲିସ ହଓ୍ବେଲେ ୧୯୩୦ର ଟାରିଫ ଆଇନ ଆଗତ ପରେ ଅନିଚ୍ଛା ସତ୍ତ୍ୱେ ରାଷ୍ଟ୍ରପତି ହର୍ବର୍ଟ ହୁଭର ଏହାକୁ ଅନୁମୋଦନ କରିବା ପରେ ଆମେରିକା ଟାରିଫରେ ଅତ୍ୟଧିକ ବୃଦ୍ଧି କରିଥିଲା। ଆମେରିକାର ବାଣିଜ୍ୟ ଭାଗୀଦାରିମାନେ ମଧ୍ୟ ଏହାକୁ ଦେଖି ସମାନ ପଦକ୍ଷେପ ନେଇଥିଲେ। ଶେୟାର ବଜାର ଅକସ୍ମାତ ନିମ୍ନଗାମୀ ହୋଇଯାଇଥିଲା। ସେହି ସମୟରେ ଦେଶଗୁଡ଼ିକର ଏକ ଦୁର୍ବଳ ମେଣ୍ଟ ଦ୍ୱାରା ପରିଚାଳିତ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥା ଶେଷ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଆମେରିକାର ବେରୋଜଗାର ୨୩ ପ୍ରତିଶତରେ ପହଞ୍ଚିଥିଲା। ଆର୍ଥିକ କ୍ଷେତ୍ରରେ ଏଭଳି ପାଗଳପଣ ବା ମୂର୍ଖତା ପାଇଁ ସ୍ମୁଟ-ହାଓ୍ବେଲେ ସେବେଠାରୁ ଏକ ସାଙ୍କେତିକ ଶବ୍ଦ ହୋଇଯାଇଛି।

୧୯୪୫ରୁ ଅନେକ ଆର୍ଥିକ ଉତ୍‌ଥାନ ପତନ ମଧ୍ୟରେ ଏଭଳିସବୁ ପଦ୍ଧତିକୁ ଅନୁସରଣ ଓ ନବୀକରଣ କରାଯାଇ ଆସିଛି। ତେବେ ବିତ୍ତୀୟ ଏବଂ ବିଶ୍ୱ ସ୍ବାସ୍ଥ୍ୟ, ସୁରକ୍ଷା ଏବଂ ସାମାଜିକ ସଚେତନତା କ୍ଷେତ୍ରରେ କ’ଣ ସବୁ ଘଟିଛି।
ଗ୍ରେଟ୍‌ ଡିପ୍ରେସନ ବିପର୍ଯ୍ୟୟ କାହାଣୀକୁ ସାମ୍ନାକୁ ଆଣିଥିବାବେଳେ ଆଉ ଏକ ମୁଖ୍ୟ କାହାଣୀ ଏହାଠାରୁ ଆହୁରି ବିପଜ୍ଜନକ। କାରଣ ଯେତେବେଳେ ପ୍ରଳୟର ସ୍ବର କର୍କଶ ହୋଇଯିବା ପରେ ଏହା ସାଧାରଣତଃ ଆରମ୍ଭ ହୁଏ। ଏହା ହେଉଛି ‘ମଡ୍‌ଲିଙ୍ଗ୍‌ ଥ’୍ରୁର କାହାଣୀ, ଯାହା ବିନା ବିଶେଷଜ୍ଞ, ଯୋଜନା ଓ ସାଧନରେ ଏକ ସନ୍ତୋଷଜନକ ପଦ୍ଧତି ଓ ଏହାକୁ କ୍ରାଇସିସ୍‌ ମ୍ୟାନେଜରମାନେ ଅଧିକ ସମର୍ଥନ କରନ୍ତି। ଏହି ପଦ୍ଧତି ବିଜ୍‌ନେସ୍‌କୁ ପୂର୍ବରୁ ଯେଭିଳି ରହିଥିଲା ସେହି ସ୍ତରକୁ ଆଣିବାକୁ ଚାହିଁଥାଏ। ବାଣିଜ୍ୟ ଭାଗୀଦାରିମାନେ ହ୍ବାଇଟ୍‌ ହାଉସ୍‌ରେ ଚୁକ୍ତି କରିବା ପାଇଁ ଲାଇନ ଲଗାଉଥିବାରୁ ଏହା ହେବାକୁ ଯାଉଥିବା ଦେଖାଗଲାଣି।

୨୦୦୮ ଆର୍ଥିକ ସଙ୍କଟ ସମୟରେ ମଡ୍‌ଲିଙ୍ଗ ଥ୍ରୁ ଘଟିଥିଲା। ପ୍ରଥମେ ବିଶେଷଜ୍ଞମାନେ ସତର୍କ କରିଦେଇଥିଲେ ଯେ, ୧୯୨୯ ଘଟଣାର ପୁନରାବୃତ୍ତି ଘଟିବ। କିନ୍ତୁ ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ପରିଚାଳନା କରୁଥିବା ବ୍ୟକ୍ତିଙ୍କ ନିକଟରେ ମାନ୍ଦାବସ୍ଥା ଟାଳିବାକୁ ଉପାୟ ଥିଲା। ସେତେବେଳେ ସୃଷ୍ଟି ହୋଇଥିବା ସ୍ଥିତିକୁ ବିଶେଷଜ୍ଞମାନେ ‘ଷ୍ଟାଟସ କୋ କ୍ରାଇସିସ’ ଭାବେ ନାମିତ କରିଥିଲେ; ଯେଉଁଥିରେ ଅନେକ ଲକ୍ଷ ଘରମାଲିକ, ଗ୍ରକ୍ସ ଏବଂ ୟୁକ୍ରେନୀୟଙ୍କ ଉପରେ ପଥକର ଲାଗୁ କରାଯାଇଥିଲା। କିନ୍ତୁ ବ୍ୟବସ୍ଥାଗତ ସୁଧାର ଉପରେ ଗୁରୁତ୍ୱ ଦିଆଯାଇ ନ ଥିଲା। ଏହି ଘଟଣାରେ ଅର୍ଥ ବ୍ୟବସ୍ଥାରେ ବୃତ୍ତିଗତ ପରିଚାଳକମାନେ ସୁଧାରକୁ ଆଗକୁ ବଢ଼ାଇବା ଲାଗି ଶସ୍ତା ଋଣ ଓ ଶସ୍ତା ଶକ୍ତି ତଥା ପ୍ରାକୃତିକ ଗ୍ୟାସ୍‌ ଉପରେ ଭରସା କରିଥିଲେ । ମଡ୍‌ଲିଙ୍ଗ ଥ୍ରୁ ପ୍ରଥମରୁ ପ୍ରଭାବଶାଳୀ ଦେଖାଗଲେ ମଧ୍ୟ ଏହା ମୂଳ ସମସ୍ୟାକୁ ସମାଧାନ କରିବାରେ ବିଫଳ ହୋଇଥାଏ। ୨୦୦୮ ପରେ ଜଗତୀକରଣରେ ଯୋଜନା ଓ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ଥିଲା। ଏହାକୁ ଅଧିକ ସ୍ପଷ୍ଟ ଓ ସମାବେଶୀ କରିବା ପାଇଁ ବୈଶ୍ୱିକ ଚୁକ୍ତିର ନବୀକରଣ ଦରକାର ଥିଲା। କିନ୍ତୁ ତାହା ହୋଇପାରି ନ ଥିଲା। ମଡ୍‌ଲିଙ୍ଗ ଥ୍ରୁ ୨୦୧୬ ପର୍ଯ୍ୟନ୍ତ କାମ କରିଥିଲା। କିନ୍ତୁ କୋଭିଡ୍‌ ମହାମାରୀ ସମୟରେ ବିଶ୍ୱର ପ୍ରତିଷ୍ଠିତ ନୋତାମାନଙ୍କ ପାଇଁ ଏହି ନୀତି ଲାଗୁ କରିବାକୁ ସୁଯୋଗ ରହିଲା ନାହିଁ। ସେବେଠାରୁ ବିଶ୍ୱନେତାଙ୍କ ପାଇଁ ଏହାର ଯଥାର୍ଥତା ଶେଷ ହୋଇଯାଇଛି।

ତେବେ ଆମେ ଶହେବର୍ଷର ପୁରୁଣା ଭୁଲ୍‌ର ପୁନରାବୃତ୍ତି କରି ଏକ ସଙ୍କଟକୁ ପତନରେ ପରିଣତ କରିବାକୁ ଚାହଁୁଛୁ କି? ଆମେ ପୁନର୍ବାର ଏବେ ମଡ୍‌ଲିଙ୍ଗ ଥ୍ରୁର ନିକଟତର ହେବାକୁ ଯାଉଛୁ କି? କାହାଣୀର ନବୀକରଣ ବିଫଳ ହୋଇଥିଲେ ବି ଇତିହାସରେ ଏଭଳି ଅଭିଯାନ ସବୁ ପରିପୂର୍ଣ୍ଣ ହୋଇ ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସାମ୍ରାଜ୍ୟଗୁଡ଼ିକର ପତନ କରି ନୂଆ ବୈଶ୍ୱିକ ବ୍ୟବସ୍ଥା ଗଠନ କରିଥିଲା। ଟ୍ରମ୍ପଙ୍କ ଉତ୍‌ଥାନର ବହୁ ପୂର୍ବରୁ ଏହି ବିଶ୍ୱ ବ୍ୟବସ୍ଥାରେ ସମସ୍ୟା ରହିଥିଲା। ଏବେ ଆଣବିକ ପ୍ରସାର ପୁଣି ହୋଇଛି। ଅସମାନତା ବଢ଼ିଲା, ସବୁଜଗୃହ ବାଷ୍ପ ନିର୍ଗମନ ରୋକିବା ଚୁକ୍ତିଗୁଡ଼ିକରେ ବାଧା ସୃଷ୍ଟି କରାଯାଇଛି ଏବଂ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥା କ୍ଷମତାଶୂନ୍ୟ ହୋଇଯାଇଛି। ଦୋହା ବାଣିଜ୍ୟ ଚୁକ୍ତି ଶେଷ ହୋଇଗଲା। ବିଶ୍ୱ ବାଣିଜ୍ୟ ସଂଗଠନର ଚୁକ୍ତି କାମ କଲାନାହିଁ। ଯଦି ଆମେ ଏହି ତ୍ରୁଟିପୂର୍ଣ୍ଣ ଆନ୍ତଃ ନିର୍ଭରଶୀଳତା ସହ ସାଲିସ କରିବା ତେବେ ଆମେ ପୁନର୍ବାର ୨୦୦୮ର ପଦ୍ଧତିକୁ ଫେରିଯିବା। ଲିବରେଶନ ଡେ ପୂର୍ବରୁ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାରେ ନବୀକରଣ ବା ପୁନର୍ଗଠନ ଦରକାର। ଏହା ଯେତେଶୀଘ୍ର ହେଲେ ସେତେ ଭଲ ହେବ। ଏହି ପୁନର୍ଗଠନ ସୃଜନଶୀଳ ବିଚାରରୁ ଆରମ୍ଭ ହେବା ଆବଶ୍ୟକ।

ଜେରେମି ଆଡେଲମ୍ୟାନ
ଡାଇରେକ୍ଟର, ଗ୍ଲୋବାଲ ହିଷ୍ଟ୍ରି ଲାବ୍‌,
କେମ୍ବ୍ରିଜ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?