କେହି କାହାରିକୁ ଶିଖାନ୍ତି ନାହିଁ

ଗୁରୁ ଟିକିଏ ନିଶ୍ଚୁପ ହୋଇ ନବାଗତଙ୍କ ଆଡ଼େ ଦୃଷ୍ଟିପାତ କରୁଥିଲେ। କିଛିକ୍ଷଣ ପରେ ନୀରବତା ଭଙ୍ଗ କରି ଗୁରୁ କହିଲେ- ବତ୍ସ! ତୁମେ ମୋ ପାଖକୁ ଆସିଛ, ତେଣୁ ମୁଁ ଏହାକୁ କୃପା ବୋଲି ସ୍ବୀକାର କରୁଛି। ଯାହାଙ୍କ ଦ୍ୱାରା ତୁମେ ଏଠିକି ପ୍ରେରିତ ହୋଇଛ ତାଙ୍କର ତ ମୋ ପ୍ରତି ଅନୁଗ୍ରହ ରହିଛି। ମୁଁ କିଛି ଶିକ୍ଷା ପ୍ରଦାନ କରିପାରିବି ବୋଲି ସିଏ ମୋତେ ଯୋଗ୍ୟ ବିଚାରିଛନ୍ତି। କିନ୍ତୁ ମୁଁ ଜାଣେ ମୁଁ ୟାର ପାତ୍ର ନୁହେଁ। ମୋଠାରେ ଶିକ୍ଷା ଲାଭ କରିବା ଲାଗି କ’ଣ ଅଛି ଯେ? ମୁଁ ତ କାହାରିକୁ କିଛି ଶିଖାଇ ପାରେନି, କାରଣ ମୁଁ ନିଜେ ହିଁ ନିରନ୍ତର ଶିଖିଚାଲିଛି। ବାସ୍ତବ ଦୃଷ୍ଟି କୋଣରୁ ବିଚାରିଲେ, କେହି ଜଣେ ବି କାହାରିକୁ କିଛି ଶିଖାନ୍ତି ନାହିଁ, ଯାହା ବି ଶିକ୍ଷା ଲାଭ କରାଯାଏ ନିଜ ଅନ୍ତରର କୌଣସି ଉନ୍ମେଷରୁ ଶିଖାଯାଏ। ଏଥି ବ୍ୟତିରେକେ ଯାହାଙ୍କୁ ଗୁରୁର ଶ୍ରେୟ ମିଳେ ସିଏ କେବଳ ସେଇ ଉନ୍ମେଷର ନିମିତ୍ତମାତ୍ର। ନିମିତ୍ତମାତ୍ର ହେବା ପାଇଁ ଗୁରୁର କି ଆବଶ୍ୟକତା ଅଛି ଯେ?

ଏହାପରେ ନବଆଗନ୍ତୁକ ଜଣକ ମଥାନତ କରି କହିଲେ- ମୁଁ ତ ଏଠିକି ଆଗମନ କରିବା ପୂର୍ବରୁ ମନେ ମନେ ଆପଣଙ୍କୁ ମୋର ଗୁରୁ ରୂପେ ସ୍ବୀକାର କରିସାରିଛି। ଏଣିକି ଆପଣଙ୍କର ଯେମିତି ଆଦେଶ ହୋଇପାରେ। ଗୁରୁ ପୁନଶ୍ଚ କହିଲେ- ଯାହା ତୁମର ଇଚ୍ଛା ବତ୍ସ। ଏଇଠି ରୁହ, ଅଧ୍ୟୟନ ଓ ଚିନ୍ତନ ସକାଶେ ଯେମିତି ସୁବିଧା ତୁମର ଆବଶ୍ୟକ ଅଛି ଏଇଠୁ ହି ପାଇପାରିବ। ଗୁରୁ ଥରୁଟିଏ ମୁହଁ ଉଠେଇ ଚାରିଆଡ଼େ ଦୃଷ୍ଟି ପହଁରାଇ ଆଣିଲେ। ତା’ ପରେ ନିର୍ବିକାର ଚିତ୍ତରେ କହିଲେ – ଏ ସବୁ ହିଁ ଏଇଠି ଅଛି। ଦେଖ ଶୁଣ, ଇଚ୍ଛା ହେଲେ ଚିନ୍ତନ କର ଯେତିକି ପାର ଆନନ୍ଦ ପ୍ରାପ୍ତକର। ଆଚ୍ଛା, କ’ଣ ଦେଖିଲ? ଗୁରୁଦେବ! ମୁଁ ପକ୍ଷୀଟିଏ ଦେଖିଲି, ଖୁବ୍‌ ସୁନ୍ଦର ପକ୍ଷୀ। ଆଉ, ମୋର ମନ ହେଉଥିଲା ମୁଁ ବି ଯଦି ଏମିତି ପକ୍ଷୀଟିଏ ହୋଇଥାନ୍ତି ତେବେ ଅସୀମ ସୁନୀଳ ଆକାଶ ଛାତିରେ ଡେଣା ଝାଡି ଉଡ଼ି ବୁଲନ୍ତି ଓ ଦୂରଦୂରାନ୍ତର ବିଚରଣ କରନ୍ତି।

ଗୁରୁ ଟିକିଏ ସ୍ଥିର ଦୃଷ୍ଟିରେ ନବ ଯୁବକ ଆଡ଼କୁ ଚାହିଁ କହିଲେ – ଇଏ ତ ଗୋଟିଏ ବେଇମାନ। ଯାଅ, ଆହୁରି ନିରୀକ୍ଷଣ କର, ଯେତିକି ହୋଇପାରେ ଆନନ୍ଦ ଲାଭକର। କୁହ ତ, ଏଥର କ’ଣ ଦେଖିଲ?
ଗୁରୁଦେବ ମୁଁ ଗୋଟାଏ ବିରାଟ ସୁନ୍ଦର ପକ୍ଷୀଟିଏ ଦେଖିଲି। ଏମିତି ତ ଗୋଟିଏ ଅଦ୍ୱିତୀୟ ଖୁବ୍‌ ସୁନ୍ଦର ପକ୍ଷୀ। ତା’ପରେ ମୋର ମନେ ହେଉଥିଲା କୌଣସି ପ୍ରକାରେ ତାକୁ ଧରିନେଇ ପଞ୍ଜୁରିବଦ୍ଧ କରିନିଅନ୍ତି ଯେ ସେ ସର୍ବଦା ମୋ ପାଖରେ ରହନ୍ତା, ଆଉ ମୁଁ ତାକୁ ଦେଖାକରନ୍ତି। ଗୁରୁ କହିଲେ-ଛାଡ, କିଛି ତ ଦେଖିଲ ନା ? ବେଶି ସିନା ସତ୍ୟତା ଅଛି; କିନ୍ତୁ ଏବେ ଜ୍ଞାନ ହୋଇନି। ଯାଅ, ପୁଣି ଦେଖି ଶୁଣ, ଯେତିକି ପାରୁଛ ଗ୍ରହଣ କର। କ’ଣ ଦେଖିଲ,? ମୁଁ ପକ୍ଷୀଟିଏ ଦେଖିଲି। ସେମିତି ମୁଁ ଅନ୍ୟକୁ ଦେଖିଲିନି। କଳ୍ପନା ବି କରି ପାରିବିନି ଯେ ଭବିଷ୍ୟତରେ ଏଭଳି ସୁନ୍ଦର ପକ୍ଷୀଟିଏ ବି ଥାଇପାରେ। ତା’ପରେ ? ଶିଷ୍ୟ ଉତ୍ତର ଫେରାଇଲେ-ଆଉ କିଛି ନାହିଁ, ଗୁରୁଦେବ। ମୁଁ ତାକୁ ହିଁ ଦେଖି ଚାଲିଛି। ମୁଁ ସ୍ବତଃପ୍ରବୃତ୍ତ ହୋଇ କହିଲି, ଏ ପକ୍ଷୀଟି ଅଛି, ଏ ସୁନ୍ଦର, ଏ ଅପ୍ରତିମ। ତା’ପରେ ସେ ଉଡିଗଲା। ମୁଁ ଆପଣାଛାଏ କହିଲି, ମୁଁ ଦେଖୁଥିଲି, ସେ ସୁନ୍ଦର ଥିଲା ଓ ଅପ୍ରତିମ ଥିଲା ଓ ସେ ଉଡିଗଲା; କିନ୍ତୁ ମତେ ସେ ପକ୍ଷୀରୁ କ’ଣ ମିଳିଲା ? ତା’ ଜୀବନ ତା’ର। ଏହା ପରେ ମୁଁ ନିଷ୍କ୍ରାନ୍ତ ହୋଇଗଲି।’

ଗୁରୁ ସ୍ଥିର ଦୃଷ୍ଟିରେ ଶିଷ୍ୟଙ୍କୁ ଚାହିଁ ରହିଥିଲେ। ନା ସେ ଦୃଷ୍ଟିର ଉନ୍ମୁକ୍ତ ପଣରେ କୌଣସି ନୂ୍ୟନତା ଥିଲା ନା ତା’ର ରହସ୍ୟମୟତା। ପୁଣି ତାଙ୍କ ମୁଖମଣ୍ଡଳରେ ହଠାତ୍‌ ଏକ ବାତ୍ସଲ୍ୟପୂର୍ଣ୍ଣ ସ୍ମୃତି ଫୁଟିଆସିଲା ଆଉ ସେ କହିଲେ- ତା’ହେଲେ ତୁମେ ଦେଖିନେଲ,ଏତେ ଜ୍ଞାନ। ତା’ଠୁ ବେଶି କିଛି ମୋଠାରୁ ଶିଖିବାର ନାହିଁ। ଇଏ ବି ମୋ ପାଶେ ନାହିଁ, ସର୍ବତ୍ର ବିଛେଇ ହୋଇଯାଇଛି। ମୁଁ କହିଥିଲି ନା କେହି କାହାରିକୁ କିଛି ଶିଖାଇ ନ ଥାଏ। ଉନ୍ମେଷ ଭିତରୁ ହିଁ ହୁଏ। ଗୁରୁ ନିମିତ୍ତମାତ୍ର ହୋଇପାରନ୍ତି; କିନ୍ତୁ ନିମିତ୍ତମାତ୍ର ତ କିଛି ବି ହୋଇପାରେ। ମୋଟାମୋଟି କହିବାକୁ ଗଲେ, ଜ୍ଞାନପ୍ରାପ୍ତି କରିବାର କୌଣସି ନିର୍ଦ୍ଦିଷ୍ଟ ବୟସସୀମା ନାହିଁ। ଏମିତି ତ ନୁହେଁ ଯେ ଆମେ ବହିପଢ଼ି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷା ସମାପ୍ତି ହେବାକ୍ଷଣି ଜ୍ଞାନ ଆହରଣ କରିପାରିବା। ସମଗ୍ର ଜୀବନ-ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଶିକ୍ଷାଲାଭ କରିବାର ପ୍ରକ୍ରିୟା ଜାରିରୁହେ। ଆମେ ବହି ନ ଓଲଟେଇଲେ ବି ଶିକ୍ଷାଲାଭ କରନ୍ତି। ଏଥିପାଇଁ କେବଳ ନିଜ ଚାରିପଟେ ଅବଲୋକନ କରିବାର ଆବଶ୍ୟକତା ରହିଛି। ଏହିପରି ଆମେ ପ୍ରତିଟି ମୁହୂର୍ତ୍ତରେ କିଛି ନା କିଛି ଶିଖିପାରିବା

ନଗେନ୍ଦ୍ର ନାଥ ପଟ୍ଟନାୟକ
ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର
ଲକ୍ଷ୍ମୀସାଗର କେନାଲ ରୋଡ୍‌ , ଭୁବନେଶ୍ୱର
ମୋ:୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri