ଜୁଆରରେ ଉଜୁଡ଼ିଯାଉଛି ଝାଉଁ ଜଙ୍ଗଲ

ବାହାନଗା, ୧୦।୯ (ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଝାଉଁ ଜଙ୍ଗଲ ଜୁଆର ମାଡରେ ଉଜୁଡିଯିବାକୁ ବସିଲାଣି। ଏପରିକି ବରିପଦା ପଞ୍ଚାୟତର ମହାରୁଦ୍ରପୁର ଆଡିଆ ସମେତ ଆଡିଆର ବଙ୍ଗାଳିସାହି ଓ କଲ୍ୟାଣି ପଞ୍ଚାୟତର ଜହ୍ନିପୁରର ଭିଲ୍ଲା ଆଡିଆ ଗ୍ରାମଗୁଡିକ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି। ଲୁଣି ବନ୍ଧ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରି ଥକିଗଲେଣି, ତଥାପି ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଉନି।
ଏକଦା ସମୁଦ୍ର କୂଳବର୍ତ୍ତୀ ଗ୍ରାମର ଲୋକଙ୍କୁ ଲୁଣି ପାଣିରୁ ସୁରକ୍ଷା ଦେବା ଓ ଚାଷ ଜମି ସମେତ ଗ୍ରାମ ଭିତରକୁ ଜୁଆର ନ ଯିବା ପାଇଁ ସରକାର ସମୁଦ୍ର କୂଳରେ ଝାଉଁ ଜଙ୍ଗଲ ସୃଷ୍ଟି କରିଥିଲେ। ମାତ୍ର ସେହି ଝାଉଁ ଜଙ୍ଗଲକୁ ସୁରକ୍ଷା ଦେବା ନିମନ୍ତେ କୂଳରେ ସମୁଦ୍ର ବାଲି ପକାଇ ଉଚ୍ଚା ଆଡି କରାଯାଇଥିଲା ା ମାତ୍ର ଜୁଆର ପାଣି ଏବେ ଆସି ଧୀରେ ଧୀରେ କୂଳରେ ମାଡ ହୋଇ ଉଚ୍ଚା ବାଲିବନ୍ଧ ଧୋଇଯିବାରୁ ଝାଉଁ ଗଛଗୁଡିକ ମୂଳରୁ ଉପୁଡି ପଡୁଛି। ଫଳରେ ଦୀର୍ଘବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ବନ୍ଧ ଜୁଆର ମାଡରେ ନଷ୍ଟ ହୋଇଯାଇଛି। ସମୁଦ୍ର ଲୁଣି ଜୁଆର ପାଣି ଧୀରେ ଧୀରେ କଲ୍ୟାଣି ପଞ୍ଚାୟତର ଜହ୍ନିପୁର ଭିଲ୍ଲା ଆଡିଆ ଗ୍ରାମ ଓ ବରିପଦା ପଞ୍ଚାୟତର ମହାରୁଦ୍ରପୁର ଆଡିଆ, ବଙ୍ଗାଳି ସାହି ସମେତ ଗଦେଇ ସାଗର ନାଳ ଅଞ୍ଚଳରେ ଥିବା ଜନବସତି ଓ ଝାଉଁଜଙ୍ଗଲ ସମେତ ଚାଷଜମି ଆଡକୁ ମାଡିଯାଉଛି। ଯଦି ସମୁଦ୍ର କୂଳରେ ସରକାର ଲୁଣି ବନ୍ଧ ନିର୍ମାଣ ନ କରିବେ ତାହେଲେ ସମୁଦ୍ର କୂଳରେ ଥିବା ଝାଉଁ ଜଙ୍ଗଲ ସମ୍ପୂର୍ଣ୍ଣ ନଷ୍ଟ ହେବା ସହିତ ଦୁଇଟି ପଞ୍ଚାୟତର ୩ଟି ସାହି ସମୁଦ୍ର ଗର୍ଭରେ ଦିନେ ଲୀନ ହୋଇଯିବ। ଏଥିନିମନ୍ତେ ସ୍ଥାନୀୟ ଅଞ୍ଚଳର ଅକ୍ଷୟ ନନ୍ଦ ଦାସ, ଅଚ୍ୟୁତନନ୍ଦ ଦାସ, ଗୟାଧର ମହାଳିକ, ଅବନ୍ତି ମଣ୍ଡଳ, କାଳିଚରଣ ଦାସ, ସନ୍ତୋଷ କୁମାର ମଣ୍ଡଳ, ଜଗବନ୍ଧୁ ମଲ୍ଲିକ, ଅଶୋକ ଦାସ, କାର୍ତ୍ତିକ ମଣ୍ଡଳ, ଗଣେଶ ମଣ୍ଡଳ ଓ ଗୌତମ ମଣ୍ଡଳ ପ୍ରମୁଖ ଗ୍ରାମବାସୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଜିଲା ଏମ୍‌ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଦେଖା କରି ସମୁଦ୍ର କୂଳର କଲ୍ୟାଣି ପଞ୍ଚାୟତର ଭିଲ୍ଲା ଆଡିଆଠାରୁ ବରିପଦାର ମହାରୁଦ୍ରପୁର ଆଡିଆ ସମେତ ଗଦେଇ ସାଗର ନାଳ ପର୍ଯ୍ୟନ୍ତ ୨ କିଲୋମିଟର ଦୂରତ୍ୱ ନିମନ୍ତେ ଏକ ଲୁଣି ବନ୍ଧ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ ଏପର୍ଯ୍ୟନ୍ତ କଣ ପଦକ୍ଷେପ ନିଆଯାଇଛି ତାହା ସେମାନେ ଜାଣିନାହାନ୍ତି। ଲୁଣି ବନ୍ଧ ନିର୍ମାଣ କରାଗଲେ ସମୁଦ୍ର କୂଳରେ ନଷ୍ଟ ହେବାକୁ ଯାଉଥିବା ଝାଉଁ ଜଙ୍ଗଲ ସମେତ ଦୁଇଟି ପଞ୍ଚାୟତର ୩ଟି ଗ୍ରାମ ଓ ଚାଷ ଜମି ସୁରକ୍ଷିତ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri