Posted inରାଜ୍ୟ

ବିଧାୟକଙ୍କ ଗାଡ଼ି ଧକ୍କାରେ ଶିକ୍ଷକ ଗୁରୁତର

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ, ୨୨।୩(ଡି.ଏନ.ଏ.)- ୧୬ ନଂ. ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟରେ ସୋମବାର ଅପରାହ୍ନରେ ବାଲେଶ୍ୱର ଜିଲା ରେମୁଣା ବିଧାୟକଙ୍କ ଗାଡ଼ି ଧକ୍କାରେ ଜଣେ ଶିକ୍ଷକ ଗୁରୁତର ହୋଇଛନ୍ତି। ତାଙ୍କୁ ଆମ୍ବୁଲାନ୍ସରେ ନେଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଭୁବନେଶ୍ୱରରୁ କାର୍‌ରେ ବାଲେଶ୍ୱର ଅଭିମୁଖେ ଆସୁଥିଲେ। ଭଣ୍ଡାରିପୋଖରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରହଣିଆ ଗ୍ରାମର ଶିକ୍ଷକ ସ୍ମୃତିରଞ୍ଜନ ଦାସଙ୍କ ବାଇକ୍‌କୁ ଧକ୍କା ଦେଇ କାର୍‌ଟି ଡିଭାଇଡର ଉପରେ ଚଢ଼ିଯାଇଥିଲା। ଅଗ୍ନିଶମ କର୍ମଚାରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଶିକ୍ଷକ ଦାସଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ନେଇଥିଲେ। ତେବେ ଦୁର୍ଘଟଣାରେ ବିଧାୟକ ସୁସ୍ଥ ଥିବା ଜଣାପଡ଼ିଛି। ଭଣ୍ଡାରିପୋଖରୀ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ: ଅରବିନ୍ଦ ଅଗ୍ରଓ୍ବାଲ ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର,୯ା୬(ବ୍ୟୁରୋ)-ରାଜ୍ୟ ସରକାର ଆଇଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଶୁକ୍ରବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।...

ଆଜି ୩ଟି କ୍ୟାବିନେଟ ବୈଠକ: ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର, ୨।୯(ବ୍ୟୁରୋ): ବୁଧବାର ରାଜ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ପ୍ରଥମେ ଅପରାହ୍ନ ୫ଟାରେ...

ଘରଭଙ୍ଗା ବିପନ୍ନଙ୍କୁ ସାହାଯ୍ୟର ହାତବଢ଼ାଇଲେ କମ୍ରେଡ

ପୁରୁଣା ଭୁବନେଶ୍ୱର,୨୦ା୭ (ଡି.ଏନ୍‌.ଏ.): ବାତ୍ୟା ଫନୀ ଯିବାର ୨ମାସ ୧୪ଦିନ ପରେ ମଧ୍ୟ ବିପନ୍ନଙ୍କୁ ଏଯାବତ ସହାୟତା ମିଳିପାରି ନାହିଁ। ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ବିପନ୍ନଙ୍କ...

ଶ୍ୱଶୁରଙ୍କୁ ଆକ୍ରମଣ ମାମଲା, ବୋହୂ ଗଲେ ଜେଲ

ଦିଗପହଣ୍ଡି,୨୩ା୧୦(ଡି.ଏନ.ଏ.): ଶ୍ୱଶୁରଙ୍କୁ ଆକ୍ରମଣ ମାମଲାରେ ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ଗୋପୀନାଥପୁରର ରୀନା କୁମାରୀ ସାହୁଙ୍କୁ ବୁଧବାର କେ.ନୂଆଗାଁ ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ...

ବରଯାତ୍ରୀଙ୍କ ଉପରେ ଟ୍ରକ ମାଡ଼ିଯିବା ଘଟଣା: ଆଉ ଜଣେ ଆଖିବୁଜିଲେ

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ଷଠିଘର ନିକଟରେ ଏକ ବରଯାତ୍ରୀଙ୍କ ଉପରେ ଗତ ୨୮...

ବଦଳିବ ଜିଲା ମୁଖ୍ୟ ଚିକିତ୍ସାଳୟ ରୂପରେଖ: ନିର୍ମାଣ ହେବ ଅତ୍ୟାଧୁନିକ ଆଉଟଡୋର

ଅନୁଗୋଳ ଅଫିସ, ୧।୬: ଜିଲା ମୁଖ୍ୟ ଚିକିତ୍ସାଳୟର ରୂପରେଖ ବଦଳିବ। ମେଡିକାଲରେ ଥିବା ମେଡିଶିନ୍‌ ୱାର୍ଡ ଭଙ୍ଗାଯାଇ ସେଠାରେ ଅତ୍ୟାଧୁନିକ ଆଉଟଡୋର ବ୍ୟବସ୍ଥା କରାଯିବ। ପୁରୁଣା...

ଆଜିଠୁ ଆରମ୍ଭ ଖଣ୍ଡଗିରି ମେଳା: ହେବନି ଅପେରା କି ଖୋଲିବନି ଦୋକାନ ବଜାର

ଭୁବନେଶ୍ୱର,୭ା୨(ବ୍ୟୁରୋ): ସୋମବାର ସନ୍ଧ୍ୟାରୁ ଆରମ୍ଭ ହେବ ଖଣ୍ଡଗିରି ମେଳା। କୋଭିଡ୍‌ କଟକଣା ପାଇଁ ଚଳିତବର୍ଷ ବି ମେଳା ଫିକା ପଡ଼ିବ। କେବଳ ମନ୍ଦିର ଭିତରେ ନୀତିକାନ୍ତି...

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୧୭।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

Advertisement
Archives

Model This Week