ଜିଲାରୁ ୧୧,୭୩,୫୨୯ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ

ଜଗତ୍‌ସିଂହପୁର ଅଫିସ, ୮ା୧: ଚଳିତ ଖରିଫ ଋତୁ ପାଇଁ ଜିଲାର ପ୍ରଥମ ଧାନମଣ୍ଡି ରଘୁନାଥପୁର ବ୍ଲକର ତରିକୁନ୍ଦଠାରେ ଶୁଭାରମ୍ଭ ହୋଇଯାଇଛି। ଜିଲାପାଳ ପାରୁଲ ପଟୱାରୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏହାପରେ ୧୫ରେ ଜଗତ୍‌ସିଂହପୁର, ନାଉଗାଁ, ବିରିଡ଼ି, ବାଲିକୁଦା, ଏରସମା ଓ କୁଜଙ୍ଗ ବ୍ଲକ ଏବଂ ୨୦ତାରିଖରେ ତିର୍ତ୍ତୋଲ ବ୍ଲକରେ ମଣ୍ଡି ଖୋଲିବ ବୋଲି ସ୍ଥିର କରାଯାଇଛି। ତରିକୁନ୍ଦ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଆନୁକୂଲ୍ୟରେ ଜଗତ୍‌ସିଂହପୁର ଜିଲାରେ ଚାଷୀମାନେ ଯେତେବେଳେ ଚାହିଁବେ ଧାନ ଦେଇପାରିବେ। ନିୟନ୍ତ୍ରିତ ବଜାର କମିଟି ତରଫରୁ ଆବଶ୍ୟକ ତାରପୋଲିନ୍‌ ସମସ୍ତ ପ୍ୟାକ୍ସକୁ ଯୋଗାଇ ଦିଆଯାଇଛି। ଜିଲାରେ ଏ ବର୍ଷ ଚାଷୀମାନଙ୍କଠାରୁ ୧୧,୭୩,୫୨୯.୪୧ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ ପକ୍ଷରୁ ସାଧାରଣ ଏଫ୍‌ଏକ୍ୟୁ ଧାନ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ରଖାଯାଇଥିବାବେଳେ ଗ୍ରେଡ୍‌-ଏ’ ପାଇଁ ୧୯୬୦ ଟଙ୍କା ଧାର୍ଯ୍ୟ କରାଯାଇଛି। କୋଭିଡ୍‌ କଟକଣା ଅନୁସାରେ ଧାନ ସଂଗ୍ରହ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଡିଆର୍‌ସିଏସ୍‌ ରୁଦ୍ର ପ୍ରସାଦ ଦାସ, ଏଆର୍‌ସିଏସ୍‌ ସୁଭଦ୍ରା ପଟ୍ଟନାୟକ, ଆର୍‌ଏମ୍‌ସି ସେକ୍ରେଟାରି ସୂର୍ଯ୍ୟକାନ୍ତ ଦାସ, ମିଲର ଓ ଚାଷୀମାନେ ଉପସ୍ଥିତ ଥିଲେ। ଜିଲା ଯୋଗାଣ ଅଧିକାରିଣୀ ସୁଜାତା ମିଶ୍ର ଯୋଗଦେଇ କହିଥିଲେ, ପ୍ରଥମ ପର୍ଯ୍ୟାୟରେ ରଘୁନାଥପୁର ବ୍ଲକର ୯ଟି ପ୍ରାଥମିକ କୃଷି ସମବାୟ ସମିତି ଯଥା ପୁରୁଣାବସନ୍ତ, ଗୁଆଳିପୁର, ଛପଡ଼ା, ତରିକୁନ୍ଦ, ତାରପୁର, ରାଢ଼ଙ୍ଗ, ଜଗନ୍ନାଥପୁର, ରେଢୁଆ ଓ ଜିରା ମାଧ୍ୟମରେ ୩ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହେବ। କେବଳ ଟୋକନ ଗ୍ରହଣ କରିଥିବା ଚାଷୀ ଧାନ ବିକିପାରିବେ। ଜିଲାରେ ମୋଟ ୧୦୪ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀମାନଙ୍କଠାରୁ ଧାନ କ୍ରୟ କରାଯିବ ବୋଲି ମିଶ୍ର ସୂଚନା ଦେଇଥିଲେ। ଏହି ଅବସରରେ ଧାନକ୍ରୟ ସଚେତନତା ପ୍ରଚାର ରଥକୁ ଉପଜିଲାପାଳ ମଲ୍ଲିକ, ଜିଲା ଯୋଗାଣ ଅଧିକାରିଣୀ ମିଶ୍ର ଓ ଏଆର୍‌ସିଏସ୍‌ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଳରେ ଭାସୁଥିଲେ ଅଜଣା ଯୁବତୀ, ଗଳା କାଟି ହତ୍ୟା ସନ୍ଦେହ

ମାଧପୁର,୩୧।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ଟୁସର ପଞ୍ଚାୟତ କିଆକଟା ରେଢାଖୋଲ ବୋର୍ଡର ଓରଡା କେରାଣ୍ଡି ନାଳରେ ସୋମବାର ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ...

ଅଫର୍‌ ଅଛି, ବେପାର ନାହିଁ

ଅନୁଗୋଳ ଅଫିସ, ୨୫ା୧୦: କରୋନା କବଳରେ ପାର୍ବଣ। ପୂର୍ବ ଭଳି ଉତ୍ସବର ମାହୋଲ ନାହିଁ। ସଂକ୍ରମଣ ଭୟରେ ଅଧିକାଂଶ ଲୋକେ ବାହାରକୁ ଆସୁ ନ ଥିବାରୁ ମାନ୍ଦା...

ପୁରୀ ଭୋଟ ଗଣତିରେ ବିଳମ୍ବ

ପୁରୀ ଅଫିସ.୨୩।୫: ପ୍ରଶାସନିକ ଅବହେଳା ପାଇଁ ପୁରୀରେ ଭୋଟ ଗଣତି ବିଳମ୍ବ ହୋଇଛି। ବାତ୍ୟାରେ ଇଭିଏମ ଏବଂ ଭିଭିପାଟର ସୁରକ୍ଷା ପାଇଁ ଷ୍ଟ୍ରଙ୍ଗ ରୁମରେ ଏକ...

ଜାଲ୍‌ ଦସ୍ତଖତରେ ପଟ୍ଟା ପ୍ରଦାନ

ଢେଙ୍କାନାଳ ଅଫିସ,୧୪।୪: ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟର ଦୁର୍ନୀତି ପିଛା ଛାଡୁନି। ୨୦୨୧ରେ ଚଞ୍ଚକତା କରି ଏକ ଜଳାଶୟର କିସମ ପରିବର୍ତ୍ତନ କରିବା ଘଟଣାରେ ଜଣେ ଅତିରିକ୍ତ...

ଟିପିସିଓଡିଏଲ୍‌ର ‘କାମ୍‌’ ପ୍ରୋଗ୍ରାମ ଉଦ୍‌ଯାପିତ

ଭୁବନେଶ୍ୱର,୩୦।୪: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଷ୍ଟମର ଆଓ୍ବାରନେସ୍‌ ମନ୍ଥସ (କାମ୍‌) ପ୍ରୋଗ୍ରାମ ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି। ଏପରିକି...

ମାରୁତି ସୁଜୁକି ସୁପର କ୍ୟାରିର ଅନାବରଣ

ଭୁବନେଶ୍ୱର,୧୪।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ଅପ୍‌ଗ୍ରେଡେଡ୍‌ ହାଲୁକା କମର୍ସିଆଲ ଭେଇକିଲ ସୁପର କ୍ୟାରିର ସର୍ବଭାରତୀୟ ଉନ୍ମୋଚନ ଓ...

ନକଲି ସରକାରକୁ ଫିଙ୍ଗିଦିଅ: ନଡ୍ଡା

ଭୁବନେଶ୍ବର,୩୦ା୯(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏହା ପୂର୍ବରୁ ଶାସକ ବିଜେଡି ଏବଂ ଭାଜପା ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବଳ କଷାକଷି ଆରମ୍ଭ...

ଯନ୍ତ୍ରୀ ଜାଣିନାହାନ୍ତି କାର୍ଯ୍ୟର ଅଟକଳ ମୂଲ୍ୟ

ମାଲକାନଗିରି,୧୨ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ବିଏଲକେ ଅନ୍ତର୍ଗତ ଏମପିଭି-୨୯ ଗ୍ରାମ ନିକଟସ୍ଥ ପୋଟେରୁ ଜଳସେଚନ ବିଭାଗର ଶାଖା କେନାଲରେ ନିର୍ମାଣାଧୀନ କଂକ୍ରିଟ କାମ ନିମ୍ନମାନର କରାଯାଉଥିବା...

Advertisement
Archives

Model This Week