ଭାଜପା ସଫଳତାରେ ବ୍ରେକ୍‌ ଲାଗିପାରେ

ଯାଜପୁର ଅଫିସ,୮ା୧: ଯାଜପୁର ଜିଲାରେ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନକୁ ଦେଖିଲେ ଭାଜପା ଯେଭଳି ସଫଳତା ପାଇଥିଲା ତାହା ଆଗାମୀ ପଞ୍ଚାୟତ ନିର୍ବାଚନରେ ବଜାୟ ରହି ନ ପାରେ। କାରଣ ଜିଲାରେ ଇତିମଧ୍ୟରେ ଭାଜପାର କେତେଜଣ ତୁଙ୍ଗ ନେତା ବହୁ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି, ଯାହାକି ଭାଜପାର ଭୋଟହାର ବୃଦ୍ଧି ସଫଳତାରେ ବ୍ରେକ୍‌ ଲଗାଇପାରେ ବୋଲି ଆକଳନ କରାଯାଉଛି।
ଯାଜପୁର ଜିଲାରେ ଗତ ସାଧାରଣ ନିର୍ବାଚନର ବିଜେଡି ୪୯.୮୧%, ଭାଜପା ୪୦.୫% ଓ କଂଗ୍ରେସ ପ୍ରାର୍ଥୀ ୭.୬୩% ଭୋଟ ପାଇଥିଲେ। ଭାଜପା ୨୦୧୪ ନିର୍ବାଚନରେ ୧୫.୫୩% ଭୋଟ ପାଇଥିବାବେଳେ ୨୦୧୯ରେ ୪୦.୫%କୁ ଲମ୍ଫ ମାରିଥିଲା। ଏହି ଫଳାଫଳ ବିଜେଡି ପାଇଁ ସତର୍କଘଣ୍ଟି ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଥିଲା। ଏହି ୨ ବର୍ଷ ମଧ୍ୟରେ ପରିସ୍ଥିତ ବଦଳି ଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କରିଥିବାବେଳେ ଏହା ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରଭାବ ପକାଇବ ବୋଲି ମତପ୍ରକାଶ ପାଇଛି।
୨୦୧୭ରେ ପଞ୍ଚାୟତ ନିର୍ବାଚନରେ ଭାଜପା ୬ଟି ଏବଂ ବିଜେଡି ୩୩ଟି ଜିଲା ପରିଷଦ ଆସନ ହାତେଇଥିଲା। ୨୦୧୪ ସାଧାରଣ ନିର୍ବାଚନ ସହ ତୁଳନା କଲେ ଭାଜପାର ଭୋଟ ହାର ୧୬%ରୁ ପ୍ରାୟ ୩୧%କୁ ବୃଦ୍ଧି ଘଟିଥିଲା। ଭାଜପା ସପକ୍ଷରେ ଏଭଳି ଜନାଦେଶ ବିଜେଡି ଶିବିରକୁ ଅସ୍ଥିର କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଜିଲାରେ କୌଣସି ଗୋଟିଏ ଆସନରେ ଜିତି ନ ଥିଲେ ମଧ୍ୟ ଭୋଟହାର ବୃଦ୍ଧି ଘଟିଥିଲା। ବଡ଼ଚଣା ଓ ବରୀ ନିର୍ବାଚନମଣ୍ଡଳୀରେ କଡ଼ା ଟକ୍କର ହୋଇଥିଲା ା ବଡ଼ଚଣାରେ ଭାଜପା ପ୍ରାର୍ଥୀ ମାତ୍ର ୧୪୮୫ ଭୋଟ ଓ ବରୀରେ ଭାଜପା ପ୍ରାର୍ଥୀ ମାତ୍ର ୪,୦୬୨ ଭୋଟ ବ୍ୟବଧାନରେ ହାରିଥିଲେ। ଏହା କେବଳ ମୋଦି ହାୱା ଯୋଗୁ ହୋଇଥିବା ଅନେକେ କହିବା ସହ ସମ୍ପ୍ରତି ଦେଶରେ ଅର୍ଥନୈତିକ ଦୁଃସ୍ଥିତି, ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଯୋଗୁ ଭାଜପା ପାଇଁ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସେମାନେ କହୁଛନ୍ତି।
ଅନ୍ୟପକ୍ଷରେ ବର୍ତ୍ତମାନ ଜିଲାର ପ୍ରାୟ ସମସ୍ତ ନିର୍ବାଚନମଣ୍ଡଳୀରେ ଆବାସ ଦୁର୍ନୀତି ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ଲୋକଙ୍କୁ ଅସନ୍ତୁଷ୍ଟ କରିଛି। ଅନେକ ଲୋକହିତକର ଯୋଜନା ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିନାହିଁ। ୨୨ ବର୍ଷର ବିଜେଡି ଶାସନକୁ ଅବଲୋକନ କଲେ ଅପପୁଷ୍ଟି, ପାନୀୟ ଜଳ ସମସ୍ୟା, ଗମନାଗମନ କ୍ଷେତ୍ରରେ ମଧ୍ୟ ଜିଲା ବହୁ ପଛରେ ରହିଛି। କିନ୍ତୁ ଭାଜପା ଏସବୁ କ୍ଷେତ୍ରରେ ଉପଯୁକ୍ତ ଭାବେ ପ୍ରତିବାଦ କରିବାରେ ବିଫଳ ହୋଇଥିବାରୁ ଆଗାମୀ ନିର୍ବାଚନରେ ଲୋକଙ୍କ ସମର୍ଥନ ପାଇବା ଆଶା କ୍ଷୀଣ ବୋଲି ମତପ୍ରକାଶ ପାଇଛି।
୨୦୧୭ ପଞ୍ଚାୟତ ନିର୍ବାଚନକୁ ଦେଖିଲେ ଧର୍ମଶାଳା ବ୍ଲକରେ ବିଜେଡିକୁ ୭୫,୪୦୧ ଏବଂ ଭାଜପାକୁ ୩୭,୯୪୪ ଓ କଂଗ୍ରେସକୁ ୧୬,୪୭୭ ଭୋଟ ମିଳିଥିଲା। ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭୋଟହାର ବହୁଳ ମାତ୍ରାରେ ହ୍ରାସ ପାଇଥିଲା। ଦଶରଥପୁର ବ୍ଲକରେ ବିଜେଡିକୁ ୫୯,୬୮୭, ଭାଜପାକୁ ୫୦,୬୪୯ ଓ କଂଗ୍ରେସକୁ ମାତ୍ର ୮୨୬୮ ଭୋଟ ମିଳିଥିଲା। ସେହିପରି ଯାଜପୁର ବ୍ଲକରେ ବିଜେଡିକୁ ୫୪,୯୧୨ ଓ ଭାଜପାକୁ ୨୭,୭୧୧ ଭୋଟ ମିଳିଥିଲା। ଯାଜପୁର ଓ ଦଶରଥପୁର ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତକୁ ନେଇ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ ହୋଇଛି। ବିଞ୍ଝାରପୁର ବ୍ଲକରେ ଭାଜପା ଆଶାତୀତ ଭାବେ ସଫଳତା ଅର୍ଜନ କରିଥିଲା। ଏଠାରେ ବିଜେଡିକୁ ୪୮,୯୯୨ ଓ ଭାଜପାକୁ ୪୦,୬୭୮ ଭୋଟ ମିଳିଥିଲା। ସେହିପରି କୋରେଇ ବ୍ଲକରେ ବିଜେଡିକୁ ୪୫,୦୪୧, ଭାଜପାକୁ ୨୭,୬୪୨ ଓ କଂଗ୍ରେସକୁ ୨୦,୯୩୩ ଭୋଟ ମିଳିଥିଲା। ରସୁଲପୁର ବ୍ଲକରେ ବିଜେଡି ୪୭,୬୨୩ ଓ ଭାଜପା ୪୫,୫୨୪ ଭୋଟ ପାଇଥିଲା। ଏଠାରେ ବ୍ୟବଧାନ ମାତ୍ର ୨ ହଜାର ରହିଥିଲା। ବରୀ ନିର୍ବାଚନ ମଣ୍ଡଳୀର ବରୀ ବ୍ଲକରେ ବିଜେଡି ୪୦,୩୩୧ ଓ ଭାଜପାକୁ ୪୩,୮୨୮ ଭୋଟ ମିଳିଥିଲା। ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ଓ ଦାନଗଦି ବ୍ଲକରେ ଭାଜପାକୁ ସେତେଟା ସଫଳତା ମିଳି ନ ଥିଲା। ସୁକିନ୍ଦା ବ୍ଲକରେ ବିଜେଡି ୪୧,୫୫୯, ଭାଜପା ୭୫୪୩ ଓ କଂଗ୍ରେସ ୨୦,୨୩୩ ଭୋଟ ପାଇଥିଲା। ଦାନଗଦିରେ ଭାଜପା ମାତ୍ର ୬୪୧୮ ଭୋଟ ପାଇଥିବାବେଳେ ବିଜେଡି ୩୫,୬୬୩ ଓ କଂଗ୍ରେସ ପ୍ରାର୍ଥୀ ୨୭,୫୦୧ ଭୋଟ ପାଇଥିଲେ। ବଡଚଣା ନିର୍ବାଚନ ମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୬୩,୨୬୬, ଭାଜପା ୩୦,୨୧୬ ଓ କଂଗ୍ରେସକୁ ୨୭,୭୮୧ ଭୋଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିଆଜ ପରେ ଆଳୁ ମାଡ: ୨ ଦିନ ମଧ୍ୟରେ ବଢିଲାଣି ୧୦ ଟଙ୍କା

କଟକ ଅଫିସ୍‌, ୧୮।୧୨: ପିଆଜ ପରେ ଏବେ ଆଳୁ ପାଳି। ପିଆଜର ଅହେତୁକ ମୂଲ୍ୟ ବୃଦ୍ଧିରେ ଗ୍ରାହକ ଅସନ୍ତୁଷ୍ଟ ଥିବାବେଳେ ଏବେ ଆଳୁ ମୂଲ୍ୟ ଧୀରେ...

କରୋନା ଆକ୍ରାନ୍ତ ଏମ୍‌ପି ରମେଶ ମାଝିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ନବରଙ୍ଗପୁର,୧୨ା୯(ବି.ପ୍ର.): ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ନବରଙ୍ଗପୁର କୋଭିଡ୍‌ ହସ୍ପିଟାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ...

ଏସ୍‌ସିବି ଆଇସୋଲେଶନ ୱାର୍ଡ: କରୋନା ରୋଗୀଙ୍କୁ ମିଳୁନି ଉନ୍ନତମାନର ଖାଦ୍ୟ

କଟକ ଅଫିସ,୧୮ା୧୦: ଏସ୍‌ସିବି ମେଡିକାଲରେ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ଗତ ମାର୍ଚ୍ଚରେ ଆଇସୋଲେଶନ ୱାର୍ଡ ଖୋଲାଯାଇଥିଲା। ପ୍ରଥମ ୨ ମାସ ଏଠାରେ ରୋଗୀ ସଂଖ୍ୟା...

ରାଜ୍ୟରେ ଉପରମୁହାଁ ସଂକ୍ରମଣ; ପିଲାଙ୍କ ପାଇଁ ବଢୁଛି ଚିନ୍ତା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି। ଶୁକ୍ରବାର ରାଜ୍ୟରେ ୪୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୬ ଜଣ...

ବିଜେପୁର ଉପନିର୍ବାଚନ: ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କଲା ଭାଜପା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ବିଜେପୁର ଉପନିର୍ବାଚନ ଲାଗି ଭାଜପା ରବିବାର ପ୍ରାର୍ଥୀ ଘୋଷଣା କରିଛି। ସନତ ଗଡ଼ତିଆଙ୍କୁ ଦଳ ପ୍ରାର୍ଥୀ କରିଛି। ଭାଜପାର...

ଆନନ୍ଦପୁର ବିଧାୟକଙ୍କୁ ସ୍ବାଗତ: ହାଟଡିହୀ ଅଞ୍ଚଳର ସମସ୍ୟା, ବିକାଶ ସମ୍ପର୍କରେ ଗୁରୁତ୍ୱ ପାଇଁ ଆଲୋଚନା

ହାଟଡିହୀ, ୩।୬(ସ୍ବ.ପ୍ର.): ହାଟଡିହୀ ବିକାଶ ମଞ୍ଚ ତରଫରୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କୁ ସ୍ବାଗତ କରାଯାଇଛି। ରବିବାର ସନ୍ଧ୍ୟାରେ ମଞ୍ଚ ସଭାପତି ନିତ୍ୟାନନ୍ଦ ପହୀଙ୍କ ନେତୃତ୍ୱରେ...

ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଆହତଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ଗଠନ ହେଲା ସ୍ବତନ୍ତ୍ର ଟିମ୍‌

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ଗୁରୁବାର ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩,୬୧,୮୧୭ ଟଙ୍କା ଦାନ

ସୋନପୁର,୨୧।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ଠିକାଦାର ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ଲକ୍ଷ ୬୧ହଜାର ୮୧୭ଟଙ୍କା ପ୍ରଦାନ କରିଛନ୍ତି। ସଂଘ...

Advertisement
Archives

Model This Week