ଗୁଡାରି,୧୮।୧୧(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଂଚାୟତର ମେରିଆପାଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସନ୍ତୋଷ ପାଲକା (୩୯) ଗ୍ରାମ ନିକଟସ୍ଥ ସାନ ନଦୀକୁ ସ୍ନାନ କରିବାକୁ ଯାଇ ନିଖୋଜ ଅଛନ୍ତି । ନିଜ କପା ବାଡ଼ରୁ କପା ତୋଳି ସ୍ନାନ କରିବାକୁ ଯାଇ ସେ ନିଖୋଜ ହୋଇଯାଇଥିବା ଜଣାପଡିଛି । କେନ୍ଦୁଗୁଡା ଡ୍ୟାମରୁ ଜଳ ନିଷ୍କାସନ ପରେ ଏହି ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା ।
ଖବର ପାଇ ଗୁଡାରି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି ରଖିଛନ୍ତି । ରାତି ହୋଇଥିବାରୁ ଖୋଜାଖୋଜିରେ ବାଧା ସୃଷ୍ଟି ହୋଇଛି । ଗୁଡାରି ତହସିଲଦାର ଏ ସ୍ନେହଲତା, ବିଡ଼ିଓ ଶୁଚିସ୍ମିତା ବେହେରା ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

