ଆଜି ଏସ୍‌ଆର୍‌ସି ନିଷ୍ପତ୍ତି ନେବେ

କଟକ ଅଫିସ,୩୦।୧୦: ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ରାଜ୍ୟରେ ସବୁଜ ବାଣ ବିକ୍ରିନେଇ ନିଷ୍ପତ୍ତି ନେବେ। ଏନେଇ ଶନିବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ମଧ୍ୟରେ ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ। ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କ ମିଳିତ ଖଣ୍ଡପୀଠ ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ଏସ୍‌ଆର୍‌ସି ସୁପ୍ରିମକୋର୍ଟ ଓ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶାବଳୀ ଏବଂ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖିବେ। ଆସନ୍ତା ନଭେମ୍ବର ୧ ପୂର୍ବାହ୍ନ ସାଢେ ୧୦ଟା ସୁଦ୍ଧା ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବେ ଏସ୍‌ଆର୍‌ସି। ସେହିଦିନ ଅପରାହ୍ନ ୨ଟାରେ ମାମଲାର ଚୂଡାନ୍ତ ଶୁଣାଣି ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ଆବେଦନକାରୀ ଅଲ୍‌ ଓଡ଼ିଶା ଫାୟାର ୱାର୍କସ ଡିଲର୍ସ ଆସୋସିଏଶନ ଓ ଅନ୍ୟ ବ୍ୟବସାୟୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ ମୁଖାର୍ଜୀ ମାମଲା ପରିଚାଳନା କରୁଥିଲେ। ଏନ୍‌ଜିଟି ଗାଇଡ୍‌ଲାଇନ(୨୦୨୦ ଡିସେମ୍ବର ୧) ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ(୨୦୧୮ ଅକ୍ଟୋବର ୨୩ ଓ ୨୦୧୯ ଏପ୍ରିଲ ୨୧) ମୁତାବକ ସବୁଜ ବାଣ ବିକ୍ରି ଓ ବ୍ୟବହାର କରାଯାଇପାରିବ। ଏହାଦ୍ୱାରା ବାୟୁ ପ୍ରଦୂଷଣ ହୋଇ ନ ଥାଏ। ଏପରିସ୍ଥଳେ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ନ ଦେବାରେ କୌଣସି ଯଥାର୍ଥତା ନାହିଁ ବୋଲି ଆବେଦନକାରୀଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ।
ମାମଲାର ବିବରଣୀରୁ ପ୍ରକାଶ, ଦୀପାବଳିରେ ବାଣ ବିକ୍ରି ଓ ଫୁଟା ଉପରେ ରାଜ୍ୟ ସରକାର ଗତ ସେପ୍ଟେମ୍ବର ୩୦ରେ ରୋକ ଲଗାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଅଲ୍‌ ଓଡ଼ିଶା ଫାୟାର ୱାର୍କସ ଡିଲର୍ସ ଆସୋସିଏଶନ ପକ୍ଷରୁ ହାଇକୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା। ଜନଜୀବନ ସୁରକ୍ଷା ଓ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ଉକ୍ତ ପିଟିଶନକୁ ଖାରଜ କରିଦେଇଥିଲେ। ଏହି ଆସୋସିଏଶନ ଏକ ପଞ୍ଜୀକୃତ ସଂସ୍ଥା ନୁହେଁ ଓ ଏହି ପ୍ରସଙ୍ଗରେ ସାନି ଆବେଦନ କରାଯାଇପାରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ଆସୋସିଏଶନ ସୋସାଇଟି ଆକ୍ଟରେ ପଞ୍ଜୀକୃତ ହୋଇ ମାମଲା ଦାଏର କରିଥିଲେ। ସେହିପରି ମହେଶ ଷ୍ଟୋର, ପ୍ରମିଳା ଏଣ୍ଟରପ୍ରାଇଜେସ ଓ କେତେଜଣ ବାଣ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ହାଇକୋର୍ଟ ରାଜ୍ୟ ସରକାର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦକୁ ବିରୋଧ: ବାଲେଶ୍ୱର ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଲୋକେ

ବାହାନଗା,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକର କଳାମାଟିଆ ପାହିରେ ଥିବା ସମୁଦ୍ର ଆଖିରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦ...

ନିଜାମୁଦ୍ଦିନରୁ ଫେରନ୍ତାଙ୍କୁ ସରକାରଙ୍କ ନିବେଦନ: ନିର୍ଭୟରେ ୧୦୪କୁ କଲ କରି ଜଣାନ୍ତୁ

ଭୁବନେଶ୍ୱର, ୪।୩(ବ୍ୟୁରୋ): ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତାଙ୍କୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ୨୪ ଘଣ୍ଟାରେ ନିର୍ଭୟରେ ଆଗେଇ ଆସି ନିଜର ସବୁ ତଥ୍ୟ ସରକାରଙ୍କୁ ଦେବା...

କ’ଣ ତଦନ୍ତ ହୋଇଛି ୬ ସପ୍ତାହରେ ଜଣାଅ

ପାରଳାଖେମୁଣ୍ଡି,୨୫ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୪୪ଦିନ ବିତିଗଲାଣି। ତଥାପି ପୋଲିସ ପାଖରେ ଉତ୍ତର ନାହିଁ। ଏହା ଭିତରେ...

୧୨ ଲକ୍ଷ ୪୨ ହଜାର କ୍ୱିଣ୍ଟାଲ ରବି ଧାନ ସଂଗ୍ରହ ଲକ୍ଷ୍ୟ

କୋରାପୁଟ,୩ା୫(ସ୍ବ.ପ୍ର.): କୋରାପୁଟସ୍ଥିତ ଡିଆରଡିଏ ସଦ୍‌ଭାବନା ସଭାଗୃହଠାରେ ଜିଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲାପାଳ ଅବଦୁଲ ଏମ୍‌ ଅଖତରଙ୍କ ଅଧ୍ୟକ୍ଷତାରେ...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ବାଲେଶ୍ୱର ଅଫିସ୍‌, ୧୦।୧୨: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି।...

ସ୍ତନ୍ୟପାନ: ବଦଳୁଛି ଓଡ଼ିଶାର ଚିତ୍ର

ଭୁବନେଶ୍ୱର, ୨।୮(ବ୍ୟୁରୋ) : ବିଶ୍ୱର ଏକତୃତୀୟାଂଶ ଶିଶୁ ଅପପୁଷ୍ଟି ଯୋଗୁ ୫ ବର୍ଷ ହେବା ପୂର୍ବରୁ ଆଖି ବୁଜିଥାନ୍ତି। ସନ୍ତାନ ପ୍ରସବ ହେବାର ଏକଘଣ୍ଟା ମଧ୍ୟରେ ସ୍ତନ୍ୟପାନ...

ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୩(ବ୍ୟୁରୋ): ଆଜି ହେଉଛି ହୋଲି ପର୍ବ। ରଙ୍ଗର ପର୍ବ ହୋଲିକୁ ନେଇ ସମସ୍ତେ ଖୁସି ଉଲ୍ଲାସରେ ପାଳନ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଲାଗି ଜମି କିଣିଲେ ସରକାର

ସାକ୍ଷୀଗୋପାଳ, ୧୦।୧୦( ଡି. ଏନ୍‌. ଏ.)- ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଓଡିଆ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁଷ୍ଠାନିକ...

Advertisement
Archives

Model This Week