ହାତୀଦାନ୍ତ ଜବତ, ୨ ଶିକାରୀ ଗିରଫ

ଭୁବନେଶ୍ୱର, (ବ୍ୟୁରୋ)/ ବଲାଙ୍ଗୀର ଅଫିସ,୯।୧୨: କଠୋର ଆଇନ ଓ ବାରମ୍ବାର ଚଢ଼ାଉ ସତ୍ତ୍ୱେ ବନ୍ୟଜନ୍ତୁ ଶିକାର ଏବଂ ଚୋରା ଚାଲାଣ ବନ୍ଦ ହୋଇପାରୁ ନାହିଁ। ନଭେମ୍ବର ୧୪ରେ ବରଗଡ ଜିଲା ପଦ୍ମପୁର ଉପଖଣ୍ଡ କେନ୍ଦୁଭଟାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ୍‌ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ଜଣେ ଶିକାରୀଙ୍କୁ ଗିରଫ କରିବା ସହ ଏକ ହାତୀଦାନ୍ତ ଜବତ କରିଥିଲା। ମଙ୍ଗଳବାର ବଲାଙ୍ଗୀରରୁ ଆଉଏକ ହାତୀଦାନ୍ତ ର଼୍ୟାକେଟ ଧରାପଡିଛି। ବନ ବିଭାଗ ସହାୟତାରେ ଏସ୍‌ଟିଏଫ୍‌ ଟିମ୍‌ ବଲାଙ୍ଗୀର ଜିଲା ତୁଷୁରା ଥାନା ଗୁଡ୍‌ଭେଲା ଗ୍ରାମ ନିକଟରେ ଚଢ଼ାଉ କରି ହାତୀ ଦାନ୍ତ ଜବତ କରିବା ସହ ଦୁଇଦିନରେ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଏହି ଥାନା ଅନ୍ତର୍ଗତ ନିମୁଡ୍‌ସିଂହା ଗ୍ରାମର ବିପୁଲ ବାଗ ଓ ମଧୁ ଭୂଇଁ। ବିପୁଲଙ୍କଠାରୁ ୩୬.୫ ଇଞ୍ଚ ଲମ୍ବ, ୧୨ ଇଞ୍ଚ ଗୋଲେଇ ଓ ୮.୯୦ କେ.ଜି. ଓଜନର ହାତୀଦାନ୍ତ ଜବତ କରାଯାଇଛି। ପରେ ଏସ୍‌ଟିଏଫ୍‌ ଅଭିଯୁକ୍ତ ଦ୍ୱୟଙ୍କୁ ବଲାଙ୍ଗୀର ବନ ବିଭାଗକୁ ହସ୍ତାନ୍ତର କରିଛି। ଏନେଇ ଦଓଗାଁ ରେଞ୍ଜରେ ମାମଲା (ନଂ.୨୧୩/୨୧-୨୨) ରୁଜୁ କରାଯାଇଛି। ଫେରାର ଶିକାରୀଙ୍କୁ ଧରିବାକୁ ଆଖପାଖ ଅଞ୍ଚଳରେ ଏସ୍‌ଟିଏଫ୍‌ ଛାନ୍‌ଭିନ୍‌ ଚଳାଇଛି। ତଦନ୍ତବେଳେ ଏକ ବଡ଼ ହାତୀଦାନ୍ତ ର଼୍ୟାକେଟ୍‌ ଚାଲିଥିବା ଜାଣିବାକୁ ପାଇଛି। ତେବେ ଜବତ ହାତୀଦାନ୍ତ ପ୍ରାୟ ଦୁଇମାସ ତଳେ ଟାଙ୍ଗିଆରେ କଟାଯାଇଥିବା ଅନୁମାନ କରାଯାଉଛି। ହାତୀଟି କିପରି ଓ କେଉଁଠି ମରିଥିଲା, ଦାନ୍ତକୁ ସେମାନେ ସିଧା କାଟି ଆଣିଥିଲେ ନା ଆଉ କାହାଠାରୁ ସଂଗ୍ରହ କରିଥିଲେ, ଏହାପୂର୍ବରୁ କେତୋଟି ହାତଦାନ୍ତକୁ ସେମାନେ କାହାକୁ ବିକ୍ରି କରିଛନ୍ତି, ଏଭଳି ବିଭିନ୍ନ ଦିଗକୁ ନେଇ ଏସ୍‌ଟିଏଫ୍‌ ତଦନ୍ତ ଜାରି ରଖିଛି।
ବଲାଙ୍ଗୀର ଡିଏଫ୍‌ଓ ନୀତୀଶ କୁମାରଙ୍କ ସୂଚନାନୁସାରେ, ଗୁଡ୍‌ଭେଲା ଅଞ୍ଚଳର କେତେଜଣ ଲୋକଙ୍କ ପାଖରେ ଏକ ହାତୀଦାନ୍ତ ରହିଥିବା ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ବନ ବିଭାଗକୁ ଜଣାଇଥିଲା। ଏହାପରେ ଏସ୍‌ଟିଏଫ୍‌ ଓ ବନ ବିଭାଗ ମିଳିତ ଟିମ୍‌ ଗଠନ କରି ର଼୍ୟାକେଟକୁ ଧରିବାକୁ ଯୋଜନା କରିଥିଲା। ଅଧିକାରୀମାନେ କ୍ରେତା ଭାବେ ହାତୀଦାନ୍ତ ରଖିଥିବା ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲେ। ଦାନ୍ତ କିଣିବା ଉଦ୍ଦେଶ୍ୟରେ ମଙ୍ଗଳବାର ରାତିରେ ଗୁଡ୍‌ଭେଲା-ଘୁନା ରାସ୍ତାର ଏକ ଛକକୁ ଆସିବା ପାଇଁ ଅଭିଯୁକ୍ତଙ୍କୁ କୁହାଯାଇଥିଲା। ସେ ସେଠାରେ ପହଞ୍ଚତ୍ବା ପରେ ଟିମ୍‌ ସେମାନଙ୍କ ଉପରେ ଅତର୍କିତ ଚଢାଉ କରିଥିଲା। ଘନ ଅନ୍ଧାର ଥିବାରୁ ସେଠାରୁ ଜଣେ ଶିକାରୀ ଦୌଡି ପଳାଇବାକୁ ସକ୍ଷମ ହୋଇଥିବାବେଳେ ନିମୁଡ୍‌ସିଂହା ଗ୍ରାମର ବିପୁଲ ଧରାପଡି ଯାଇଥିଲେ। ତାଙ୍କୁ ପଚରାଉଚରା ପରେ ବୁଧବାର ଏହି ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ମଧୁ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତଦ୍ୱୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।
ଏସ୍‌ଟିଏଫ୍‌ର ରିପୋର୍ଟ ଅନୁଯାୟୀ, ଗତ ବର୍ଷକ ମଧ୍ୟରେ ୨୧ଟି ବାଘଛାଲ, ୧୨ଟି ହାତୀ ଦାନ୍ତ, ୨ଟି ହରିଣ ଚମଡ଼ା, ୮ ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୪୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri