ତ୍ୱଚା ଲାଗିବ ଅଧିକ ଆକର୍ଷଣୀୟ

ସୁନ୍ଦର ଦେଖାଯିବା ଲାଗି ଯେ, କେବଳ ବ୍ୟୁଟି ପାର୍ଲର ଯିବା କିମ୍ବା ଦାମୀ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର କରିବା ଆବଶ୍ୟକ ତା’ ନୁହେଁ ବରଂ ଆପଣ ଚାହିଁଲେ ମନ୍ଦାର ଫୁଲକୁ ବ୍ୟବହାର କରି ତ୍ୱଚା ଏବଂ କେଶକୁ ଅଧିକ ଆକର୍ଷଣୀୟ କରିପାରିବେ। ଜାଣି ରଖନ୍ତୁ ସେ ସମ୍ପର୍କରେ…

ଫୁଲରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ, ବିଶେଷ କରି ଏଥିରେ ଥିବା ଆଣ୍ଟି ଏଜିଂ ପ୍ରପର୍ଟି ତ୍ୱଚାରେ ରିଙ୍କଲ୍‌ ମାର୍କ ବା ଏଜ୍‌ଲାଇନ୍‌ ଆସିବାକୁ ଦିଏ ନାହିଁ। ଏଥିପାଇଁ ମନ୍ଦାରଫୁଲର ପାଖୁଡାକୁ ପାଣିରେ ଫୁଟାଇ ଦିଅନ୍ତୁ। ଏହାକୁ କାଢି ବାଟି ଦିଅନ୍ତୁ। ଏହି ପେଷ୍ଟରେ ମହୁ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ଧୀରେ ଧୀରେ ମୁହଁରେ ଲଗାଇ ୧୫-୨୦ ମିନିଟ୍‌ ରଖିବା ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହା ତ୍ୱଚାର ରଙ୍ଗ ଗୋରା କରିବା ସହ ଏହାକୁ ରିଙ୍କଲ୍‌ ଫ୍ରି ରଖିଥାଏ।
୮-୧୦ଟି ମନ୍ଦାର ଫୁଲ ପାଖୁଡା, ୮-୧୦ଟି ଗୋଲାପ ଫୁଲ ପାଖୁଡା ସହିତ ଏକ ଚାମଚ ମୁଲ୍‌ତାନୀ ମାଟି ଏବଂ ଏକ ଚାମଚ ଦହିକୁ ମିଶାଇ ଭଲ ଭାବେ ପେଷ୍ଟ କରିଦିଅନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ଛାଡିଦିଅନ୍ତୁ। ପ୍ୟାକ୍‌ ଶୁଖିବା ପରେ ହାତରେ ଅଳ୍ପ ପାଣି ନେଇ ଧୀରେ ଧୀରେ ମୁହଁକୁ ଘଷନ୍ତୁ ଏବଂ ପ୍ୟାକ୍‌ ଛଡାଇବା ପରେ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାର ଗ୍ଲୋ ବଢିଥାଏ।
ଫୁଲ କେଶ ପାଇଁ କୌଣସି ବରଦାନ ଠୁ କମ୍‌ ନୁହେଁ। ଏହାକୁ ବ୍ୟବହାର କରିବା ଦ୍ୱାରା କେଶ ଝଡିବା, ଦୁର୍ବଳ ହୋଇ ଛିଣ୍ଡିବା କିମ୍ବା ପାଚିବା ଭଳି ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ଆପଣ ୭-୮ଟି ମନ୍ଦାର ଫୁଲ ନେଇ ପେଷ୍ଟ କରିଦିଅନ୍ତୁ। ଏକ ପ୍ୟାନ୍‌ରେ ନଡିଆ ତେଲ ନେଇ ଗରମ କରନ୍ତୁ। ସେଥିରେ ଏକ ଚାମଚ ମେଥି, ଏକ ଚାମଚ ଅଁଳା ପାଉଡର, ୮-୧୦ଟି ଭୁର୍ସୁଙ୍ଗ ପତ୍ର ପକାନ୍ତୁ ଏବଂ ପୂର୍ବରୁ ପ୍ରସ୍ତୁତ ପେଷ୍ଟକୁ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ। ଏହାକୁ ଥଣ୍ଡା କରି ଛାଣି ଏକ ବଟଲରେ ରଖିଦିଅନ୍ତୁ। ଏହି ତେଲକୁ କେଶରେ ଲଗାନ୍ତୁ ଖୁବ୍‌ କମ୍‌ ଦିନ ମଧ୍ୟରେ କେଶର ସମସ୍ତ ସମସ୍ୟା ଦୂର ହେବା ସହ ଏହା ଅଧିକ ଘନ, ଲମ୍ବା ଏବଂ ଚିକଣ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri