ଅମାନିଆଙ୍କ ପାଇଁ ବିଗିଡିବ ସ୍ଥିତି: ଗଳାବାଟ ଦେଇ ଖସି ପଳାଉଛନ୍ତି

ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ସ୍ଥିତି ସୁଧୁରି ନ ଥିବାରୁ ଲକ୍‌ଡାଉନ ଓ ସପ୍ତାହାନ୍ତ ଶଟ୍‌ଡାଉନ୍‌ କଟକଣା ଜାରି ରହିଛି। କମିଶନରେଟ ପୋଲିସ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଚଢ଼ାଉ, ଯାଞ୍ଚ ସହ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାସତ୍ତ୍ୱେ ଦିନକୁ ଦିନ ସହର ରାସ୍ତାରେ ଗାଡ଼ିମୋଟର ଚଳାଚଳ ବୃଦ୍ଧି ପାଇବା ସହ ଟ୍ରାଫିକ ଜାମ୍‌ ପରିସ୍ଥିତି ସୃଷ୍ଟି ହେଉଛି। ସେହିପରି ହାଟବଜାରରେ ମଧ୍ୟ ପ୍ରବଳ ଗହଳି ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଢ଼ୀଭୂତ କରୁଛି। ଅମାନିଆଙ୍କ ପାଇଁ ସହରର ସ୍ଥିତି ପୁଣି ବିଗିଡିଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ପୋଲିସ ବିଭିନ୍ନ ଛକ ଓ ସମ୍ବେଦନଶୀଳ ସ୍ଥାନରେ ବ୍ଲକିଂ କରି ଯାଞ୍ଚ କରି ଜରିମାନା କାଟୁଛନ୍ତି। ହେଲେ ଚତୁର ଅମାନିଆ ଗଳାବାଟ ଦେଇ ଖସି ପଳାଉଥିବା ଦେଖିବାକୁ ମିଳୁଛି। ଯେଉଁଠି ପୋଲିସ ଯାଞ୍ଚ ନାହିଁ ସେ ଅଞ୍ଚଳରେ ଭିଡ଼ ଜମାଉଛନ୍ତି। ସେମାନଙ୍କ ପାଇଁ କିଛି ଦୋକାନୀ ମଧ୍ୟ ଲୁଚାଛପାରେ ଶଟର୍‌ ଟେକି ବ୍ୟବସାୟ କରୁଛନ୍ତି। ରାଜ୍ୟରେ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ଭୂତାଣୁ ଠାବ ହୋଇଥିବାବେଳେ ରାଜଧାନୀରେ ଅମାନିଆଙ୍କ ଭିଡ଼ ଏବେ ପ୍ରଶାସନ ଓ ପୋଲିସର ମୁଣ୍ଡବ୍ୟଥା ସାଜିଛି। ତେଣୁ ଯାଞ୍ଚକୁ କଡାକଡି କରିଛି କମିଶନରେଟ ପୋଲିସ।

ଶଟ୍‌ଡାଉନରେ ପୋଲିସ ପକ୍ଷରୁ ସହରର ବିଭିନ୍ନ ଗଳିକନ୍ଦିରେ ଚଢାଉ କରାଯିବା ସହ ନାକା ପଏଣ୍ଟରେ ଚେକିଂ କରାଯାଇ ଅମାନିଆଙ୍କ ନିକଟରୁ ଜରିମାନା ଆଦାୟ କରାଯାଇଛି। ଏଥିସହିତ ଚିନ୍ତାମଣିଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବା ଜାଣି ପୋଲିସ ସେଠାରେ ଚଢାଉ କରି ଜରିମାନା ଆଦାୟ କରିଛି। ସେହିଭଳି ଅଯଥାରେ ବୁଲାବୁଲି କରୁଥିବା ଅମାନିଆ ମଧ୍ୟ ତଣ୍ଡ ଗଣିଛନ୍ତି। ସହରର ପ୍ରମୁଖ ସ୍ଥାନ ମାଷ୍ଟରକ୍ୟାଣ୍ଟିନ୍‌, ରାଜମହଲ ଛକ, ବାଣୀବିହାର, ଖଣ୍ଡଗିରି ଛକ, ନୟାପଲ୍ଲୀ, କଳ୍ପନା ଛକ ଆଦି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ଅମାନିଆଙ୍କ ଗାଡ଼ି ଜବତ କରିବା ସହ ଜରିମାନା ଆଦାୟ କରିଛି। ସହରର ବିଭିନ୍ନ ଅଞ୍ଚଳରେ ପିସିଆର ଭ୍ୟାନ୍‌ ବୁଲି ଲୁଚାଛପାରେ ଖୋଲୁଥିବା ଦୋକାନଗୁଡ଼ିକୁ ବନ୍ଦ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ପ୍ରିୟଙ୍କାଙ୍କୁ କଟାକ୍ଷ କଲେ ରିଜୁଜୁ; ‘ରାହୁଲଙ୍କ ଭାଷଣ ଚୋରି କରିଦେଲେ…

ନୂଆଦିଲ୍ଲୀ,୨୮।୭: ମଙ୍ଗଳବାର ଲୋକ ସଭାରେ ପେପର ଲିକ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଭାଷଣ ଦେଇଥିଲେ।…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କେରଳ ଦାଦନ ଖଟିବାକୁ ଯାଇ ଯୁବକ ମୃତ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଜି.ଉଦୟଗିରି,୨୮।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲାରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri