ବିଦ୍ୟୁତ୍‌ ବିଭ୍ରାଟରୁ ସ୍ଥିତି ବିଷମ

ଢେଙ୍କାନାଳ ଅଫିସ, ୨୬।୪ ଖରାରେ ସିଝୁଛି ଗାଁଠାରୁ ସହର। ଆକାଶରୁ ହେଉଛି ଅଗ୍ନିବର୍ଷା। ପ୍ରଚଣ୍ଡ ତାତିରେ ଜଳିପୋଡ଼ିଯାଉଛି ଦେହମୁଣ୍ଡ। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଗ୍ରୀଷ୍ମପ୍ରବାହ। ଅପରାହ୍ନ ୫ଟା ଯାଏ ଏଥିରୁ ମିଳୁନି ନିସ୍ତାର। ଆଭ୍ୟନ୍ତରୀଣ ଓଡ଼ିଶାରୁ ଉପକୂଳ। ଦକ୍ଷିଣରୁ ଉତ୍ତର ସବୁଠି ସମାନ ଅବସ୍ଥା। ଗରମ ପବନ ଏବଂ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ଅଘୋଷିତ ବିଜୁଳି ବିଭ୍ରାଟ ସ୍ଥିତିକୁ ଆହୁରି ବିଷମ କରିଦେଉଛି। ଢେଙ୍କାନାଳ ଜିଲାରେ ଏଭଳି ଘନଘନ ବିଦ୍ୟୁତ୍‌ କାଟ ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇଥିବାବେଳେ ବିଦ୍ୟୁତ୍‌ ବିତରଣ କମ୍ପାନୀ ବିରୋଧରେ ଗାଁଠାରୁ ସହର ଯାଏ ସବୁଠି ଅସନ୍ତୋଷ ତେଜିବାରେ ଲାଗିଛି।
ପାଖାପାଖି ସପ୍ତାହେ ହେଲା ଢେଙ୍କାନାଳ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବାବେଳେ ଗତ ଦୁଇଦିନ ହେଲା ପାରଦ ୪୨ ଡିଗ୍ରୀ ପାଖାପାଖି ପହଞ୍ଚତ୍ଛି। ସକାଳ ୧୦ଟା ପରେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି। ଏଭଳି ସମୟରେ ମଧ୍ୟାହ୍ନ ଏବଂ ରାତିରେ ଘନଘନ ବିଦ୍ୟୁତ୍‌ କାଟ୍‌ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଛି। ଦିନବେଳା ବିଦ୍ୟୁତ୍‌ ବିଚ୍ଛିନ୍ନ ଯୋଗୁ ପାନୀୟଜଳ ଯୋଗାଣରେ ସମସ୍ୟା ଉପୁଜୁଛି। ଉପଭୋକ୍ତାମାନେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି। ପରୀକ୍ଷା ସମୟରେ ଛାତ୍ରୀଛାତ୍ର ନାହିଁ ନ ଥିବା ହଇରାଣ ହେଉଛନ୍ତି। ଜରୁରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସମସ୍ୟା ଜଣାଇବାକୁ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କଲେ ଫୋନ୍‌ ଉଠାଉ ନ ଥିବା ବେଳେ କେତେଜଣ ସୁଇଚ୍‌ ଅଫ୍‌ କରିଦେଉଛନ୍ତି। ଏପରି କି ଅଭିଯୋଗ ପାଇଁ ଉଦ୍ଦିଷ୍ଟ ଲ୍ୟାଣ୍ଡ ଫୋନ୍‌କୁ ଜାଣିଶୁଣି ବ୍ୟସ୍ତ କରାଇ ଦେଉଛନ୍ତି। ସ୍ଥଳବିଶେଷରେ ଉତ୍‌କ୍ଷିପ୍ତ ହୋଇ କଥାବାର୍ତ୍ତା କରି ଧମକାଉଥିବା ଅଭିଯୋଗ ମଧ୍ୟ ହେଉଛି। ବିଦ୍ୟୁତ୍‌ ଦେୟ ଆଦାୟରେ ସାମାନ୍ୟତମ ହେଳା କରୁଥିବା ନ ଥିବା ବିତରଣ କମ୍ପାନୀ ସେବା ପ୍ରଦାନରେ ଆନ୍ତରିକତା ଦେଖାଉନାହଁି, ଯାହା ଜନଅସନ୍ତୋଷକୁ ତୀବ୍ର କଲାଣି। ଅପରପକ୍ଷେ ଲୋ-ଭୋଲ୍‌ଟେଜ୍‌ ଅନ୍ୟ ଏକ ସମସ୍ୟା ହୋଇଛି। ଗ୍ରୀଷ୍ମପ୍ରବାହ ପୂର୍ବରୁ ବିଦ୍ୟୁତ୍‌ ଭିତ୍ତିଭୂମି ଠିକ୍‌ ଭାବେ ପରିଚାଳନା କରାଯାଉ ନ ଥିବାରୁ ଏଭଳି ବିଭ୍ରାଟ ହେଉଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଟାଟାପାୱାର ଜିଲା ପରିଚାଳକ ବିସ୍ମୟ ଦାସ କୁହନ୍ତି, ମେଣ୍ଟେନାନ୍ସ ପାଇଁ ମଝିରେ ମଝିରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହୁଛି। ସୂଚନା ନ ଦେଇ ବିଦ୍ୟୁତ୍‌ କାଟ୍‌ କରାଯାଉଥିବା ସମ୍ପର୍କରେ ପଚାରିବାରେ ସେ କୌଣସି ସନ୍ତୋଷଜନକ ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ବଜେଟରେ ‘ମିଶନ ଶକ୍ତି ସ୍କୁଟର ଯୋଜନା’: ହୋଇଛି ୫୦ କୋଟିର ବ୍ୟୟବରାଦ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୨ ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ମିଶନ...

ଗଞ୍ଜାମ ଷ୍ଟେସନ ଅଞ୍ଚଳରୁ ଚୋରି, ଥାନାରେ ଏତଲା

ଗଞ୍ଜାମ,୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଷ୍ଟେସନ ରୋଡରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛିବ। ଏନେଇ ଶନିବାର ସ୍ଥାନୀୟ ଥାନାରେ ଅଭିଯୋଗ...

ବସି ଖାଇବେନି, ଖାଲି ପାର୍ସଲ

ଭୁବନେଶ୍ୱର,୪।୮(ବ୍ୟୁରୋ): ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ମଙ୍ଗଳବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ରେଷ୍ଟୁରାଣ୍ଟ, ଢ଼ାବା, ରାସ୍ତାକଡ଼ ଠେଲା ଦୋକାନୀଙ୍କ ପାଇଁ ଗାଇଡ୍‌ଲାଇନ୍‌...

ପୁରୀରେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ

ପୁରୀ ଅଫିସ, ୨୬।୫: ବାତ୍ୟା ଫନୀରେ ପୁରୀ ଜିଲାରେ ହୋଇଥିବା କ୍ଷୟକ୍ଷତି ଆକଳନ ଲାଗି ପୁରୀରେ ପହଞ୍ଚିଛନ୍ତି ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ। ରବିବାର ପୂର୍ବାହ୍ନରେ ସର୍କିଟ...

ବିଧି ରକ୍ଷା ହେଉ: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୫ା୪: ଶ୍ରୀମନ୍ଦିର ଭିତରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା । ରଥଖଳାରେ ନୁହେଁ ମେଘନାଦ ପାଚେରି ପରିସରରେ ହେବ ଅକ୍ଷୟ ତୃତୀୟା ନୀତି...

ମମିତା ହତ୍ୟାକାଣ୍ଡ ମାମଲା: ଏଡିଜେ କୋର୍ଟରେ ହାଜର ହେଲେ ଗୋବିନ୍ଦ ସାହୁ

ବଲାଙ୍ଗୀର ଅଫିସ,୮।୭: ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଶୁକ୍ରବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ...

ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର,୩।୫: ପିପିଲି ଉପନିର୍ବାଚନକୁ ସୋମବାର ସ୍ଥଗିତ ରଖାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ରାଜ୍ୟରେ କୋଭିଡ୍‌ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ...

ବିଲଡ଼ରଙ୍କୁ ୨୦ ଲକ୍ଷ ଦାଦାବଟି ମାଗିବା ମାମଲା :ପୂର୍ବତନ ମେୟର ପିଣ୍ଟୁ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧ା୧୦-ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବିଏମ୍‌ସିର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ସୋମବାର କଡା ସୁରକ୍ଷାରେ ଅଣାଯାଇ କୋର୍ଟରେ ହାଜର...

Advertisement
Archives

Model This Week