ପରିତ୍ୟକ୍ତ ଅବସ୍ଥାରେ ସିମନବାଡ଼ି ଯାତ୍ରୀ ବିଶ୍ରାମାଗାର, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ; ରୂପାନ୍ତର ଲାଗି ଉଠୁଛି ଦାବି

ଦାରିଙ୍ଗବାଡି, ୩୧। (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅନ୍ୟତମ ମୁଖ୍ୟ ବଜାର ଭାବେ ପରିଚିତ ସିମନବାଡି ଛକରେ ଥିବା ଯାତ୍ରୀ ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏହାରି ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଏବେ ଗ୍ରୀଷ୍ମ ପ୍ରବାହ ପାଇଁ ଏଣେ ତେଣେ ବିଶ୍ରାମ ନେଉଛନ୍ତି।

ସୂଚନା ଥାଉ କି, ଦାରିଙ୍ଗବାଡି ବ୍ଲକର ପ୍ରମୁଖ ବଜାର ଓ ମୁଖ୍ୟ ଛକ ଫୁଲବାଣୀ, ରାୟଗଡା, ଭବାନୀପାଟଣା, ରାୟପୁର, ରାଇକିଆ, ବୁଡଗୁଡା, ବାଲିଗୁଡା ଆଦି ଅଞ୍ଚଳକୁ ଯିବା ପାଇଁ ସିମନବାଡି ଛକ ରହିଛି। ଏହି ବାଟ ଦେଇ ଚାରିଆଡେ ଯାତ୍ରୀବାହୀ ବସ ଓ ଅନ୍ୟ ଗାଡି ଚଳାଚଳ କରିଥାଏ। ତେବେ ବସକୁ ଅପେକ୍ଷା କରିବା ପାଇଁ ଏକ ମାତ୍ର ବିଶ୍ରାମାଗାର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରହିଛି, କିନ୍ତୁ ତାହା ପରିତ୍ୟକ୍ତ ଅବସ୍ଥାରେ ରହିଛି। ସେଠାରେ ଫ୍ୟାନ, ପାନୀୟ ଜଳ, କିମ୍ବା ଆଲୋକୀକରଣ ବ୍ୟବସ୍ଥା ଆଦି ନାହ। ଅଳିଆ ଆବର୍ଜନା, ପ୍ଲାଷ୍ଟିକ ଯୋଗୁ ପୁର୍ତ୍ତିମୟ ଗନ୍ଧ ବାହାରୁଛି। ଯାତ୍ରୀମାନଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ନ ଥିବାରୁ ଯାତ୍ରୀମାନେ ବଜାରରେ ଥିବା ଦୋକାନ ପିଣ୍ଢାରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ବସକୁ ଅପେକ୍ଷା କରୁଥିବା ଯାତ୍ରୀ ମାନେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ତେଣୁ ଯାତ୍ରୀ ବିଶ୍ରାମାଗାରକୁ ରୂପାନ୍ତର କରାଯାଇ ଯାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇଦେବାକୁ ଅଞ୍ଚଳବାସୀ, ବଣିକ ସଙ୍ଘ, ପୂଜା କମିଟି ପକ୍ଷରୁ ଦାବି କରାଯାଉଛି। ଏନେଇ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ୫ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଛି । କିନ୍ତୁ ତାର ରୂପାନ୍ତର କାର୍ଯ୍ୟ ହୋଇପାରି ନ ଥିବା ସେ କହିଛନ୍ତି । ଯଦି ପଞ୍ଚାୟତ ସମିତି କାର୍ଯ୍ୟ ନ କରେ ତେବେ ପଞ୍ଚାୟତରୁ ଆମେ କରିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

ଯୁବ ବିଜେଡି ଜିଲା ସଭାପତିଙ୍କ ଘରକୁ ଗୁଳି

ସୋନପୁର/ବିନିକା,୨୧।୬ (ମୃତ୍ୟୁଞ୍ଜୟ ଶତପଥୀ/ରାମଗୋପାଳ ବାଘ): ସୁବର୍ଣ୍ଣପୁର ଯୁବ ବିଜେଡି ଜିଲା ସଭାପତି ତଥା ବିନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ଘର ଓ କାରକୁ…

NDAରେ ସାମିଲ ହେବ DMK? ଶେଷ ପ୍ରତିବନ୍ଧକ ଦୂର, ମୋଦି ସରକାର ଖୁବ ଶୀଘ୍ର ଲୋକ ସଭାରେ ୩୬୦ ଆସନ ହାସଲ କରିବାକୁ ଯାଉଛି

ନୂଆଦିଲ୍ଲୀ,୨୧।୬: ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଦ୍ରାବିଡ଼ ମୁନ୍ନେତ୍ର କାଝଗମ (DMK)ର ଦୀର୍ଘକାଳୀନ ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଆନୁଷ୍ଠାନିକ ଭାବରେ…

‘୫୦ ବର୍ଷରେ ୩୦ ବର୍ଷ ଭଳି ଉର୍ଜାଶୀଳ ରୁହନ୍ତୁ’, ଅନ୍ତର୍ଜାତୀୟ ଯୋଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା

କୋଲକାତା,୨୧।୬: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କୋଲକାତାରେ ଏକ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ…

ହଷ୍ଟେଲରେ ଝୁଲୁଛି ଛାତ୍ରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଗୋପାଳପୁର,୨୧।୬(ନବୀନ ରାଜ ଆଚାରି): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜର ହଷ୍ଟେଲରେ ରହୁଥିବା ଜନୈକା ଛାତ୍ରୀଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି।…

ଇସ୍ତଫା ଦେବେକି ବ୍ରିଟେନ ପ୍ରଧାନମନ୍ତ୍ରୀ? ୧୦୦ ରୁ ଅଧିକ ଏମପିଙ୍କ ଚାପ….

ଲଣ୍ଡନ,୨୧।୬: ବ୍ରିଟେନ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନା ତୀବ୍ର ହୋଇଛି । ବ୍ରିଟେନ ଖବରକାଗଜର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଷ୍ଟାରମର ସୋମବାର…

ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଛତ୍ରପୁର, ୨୧।୬ (ଦିଲ୍ଲୀପ ସାମଲ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ।ଭାରତୀୟ ଯୋଗ ସଂସ୍ଥାନ, ଏହି ଉପଲକ୍ଷେ ନୂଆଦିଲ୍ଲୀ ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଷ୍ଟାଡିଅମ ପରିସରସ୍ଥ…

ବିପଦସଙ୍କୁଳ ବାଉଁଶ ଚାରା ଭରସାରେ ହଜାର ହଜାର ଲୋକ; ଧାମନଗରଦଶରଥପୁର ବୈତରଣୀ ସେତୁ ଏବେ ବି ଅଧପନ୍ତରିଆ

ତିହିଡ଼ି,୨୧।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଓ ଯାଜପୁର ଜିଲାର ଦଶରଥପୁର ବ୍ଲକର ସମେତ ପଡୋଶୀ ତିହିଡି ବ୍ଲକର ସାଧାରଣ ଲୋକଙ୍କ ଦୀର୍ଘଦିନର ସ୍ବପ୍ନ ଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri