ନୀରବ ସାକ୍ଷୀ

ଅନୀତା ପଟ୍ଟନାୟକ

ଗୁଡ଼ାଏ ବଗୁଲିଆ ପିଲା ପୁରୁଣା ସାଇକେଲ ଟାୟାରରେ ଗଁାରେ ନୂଆ ନୂଆ ତିଆରି ହୋଇଥିବା ବିଜୁଳିବତି ଖୁଣ୍ଟ ତଳେ ନିଅଁା ଲଗାଉଥିଲେ। ମୁଁ ଦେଖିଲି ବିଜୁଳିବତୀ ଖୁଣ୍ଟ ତଳେ ଘୂର୍ଣ୍ଣିବାତ୍ୟା ଭଳି ଛୋଟ ଛୋଟ ପତଙ୍ଗ ଉଡ଼ିବୁଲୁଛନ୍ତି। ମୁଁ ପିଲାଙ୍କୁ ପଚାରିଲି, ପିଲାମାନେ! ତୁମେ ଟାୟାର କାହିଁକି ଜାଳୁଛ? ସେମାନେ କହିଲେ, ବିଜୁଳିବତି ନଥିବା ସମୟରେ ବିଜୁଳିବତି ଖୁଣ୍ଟ ତଳେ ଉଡ଼ି ବୁଲୁଥିବା କୀଟପତଙ୍ଗଗୁଡ଼ିକ ଗଛ ଓ ବୁଦାମୂଳେ ଲୁଚି ରହିଥିଲେ। ଏବେ ଏବେ ଆମ ଘରକୁ ଆଲୁଅ ଆସିଥିବାରୁ ସେ ଆଲୁଅକୁ ଦେଖି କୀଟପତଙ୍ଗଗୁଡ଼ିକ ଘରେ ପଶୁଛନ୍ତି। ସେମାନେ ମତେ ବୁଝାଇ କହିଲେ, ଦୀପାବଳି ପୂର୍ବରୁ ଓ ଦୀପାବଳି ଦିନ ଏହି କୀଟପତଙ୍ଗଗୁଡ଼ାକୁ ନଷ୍ଟ କରିବାକୁ ପଡ଼େ; ନଚେତ୍‌ ଏଗୁଡ଼ାକ ଘରେ ଘରେ ପଶିଯିବେ ଓ ଘରେ ଲାଇଟ୍‌ ଲିଭାଇବା ପରେ ଖଟରେ ଚଢ଼ି ଆମ କାନରେ ପଶିବେ।
ଏହି ସମୟରେ ଗୋଟେ ବଗୁଲିଆ ପିଲା ଟାୟାର ଉପରେ କିରୋସିନ ଢାଳି ଦିଆସିଲିରେ ଅଗ୍ନି ସଂଯୋଗ କଲା। ଟାୟାରଗୁଡ଼ିକ ହୁତ୍‌ହୁତ୍‌ ହୋଇ ଜଳି ଉଠିଲେ। ଭାବିଥିଲି କୀଟପତଙ୍ଗଗୁଡ଼ିକ ନିଅଁାକୁ ଦେଖି ଡରି ଅନ୍ୟ ବିଜୁଳି ଖୁଣ୍ଟ ନିକଟକୁ ଚାଲିଯିବେ। କିନ୍ତୁ ଏ କ’ଣ? ଘୂର୍ଣ୍ଣିବାତ୍ୟା ଭଳି ବୁଲୁଥିବା କୀଟପତଙ୍ଗଗୁଡ଼ିକ ବିଜୁଳିବତି ଆଲୁଅ ପାଖରୁ ତଳମୁହଁା ହୋଇ, ଅଗ୍ନିରେ ନିଜକୁ ନିକ୍ଷେପ କରି ଶେଷ କରିଦେଉଥାନ୍ତି। ସେହିଦିନ ମୁଁ ବୁଝିପାରିଥିଲି, ଶିକ୍ଷକ ଆମକୁ କାହିଁକି କହନ୍ତି ‘ଭଲ କାମ କର, ଭଲ ଦେଖ ଓ ଭଲ କୁହ’। ଅନିରୁଦ୍ଧ ସାର, ପାଠ ପଢ଼ାଉଥିଲାବେଳେ କହୁଥିଲେ ‘ଯେପରି ଦୃଷ୍ଟି, ସେପରି ସୃଷ୍ଟି’। ସେ କହୁଥିଲେ, କର୍ମର ପ୍ରତିକ୍ରିୟା ଥାଏ। କେତେକ କର୍ମର ଫଳ ସଙ୍ଗେ ସଙ୍ଗେ ମିଳିଯାଇଥାଏ ଓ କେତେକ କର୍ମର ଫଳ ଡେରିରେ ମିଳିଥାଏ। ଆମେ କରିଥିବା ଖରାପ କର୍ମ, ଯାହା ସମାଜ ଦ୍ୱାରା ବା ଆଇନ ଦ୍ୱାରା ଅନୁମୋଦିତ ନୁହେଁ, ଭୁଲିଯାଇପାରୁ କିନ୍ତୁ ସମୟ ଭୁଲେ ନାହିଁ। ତାହାର ଫଳ ଆମକୁ ଦିନେନା ଦିନେ ଭୋଗ କରିବାକୁ ପଡ଼େ। କାରଣ ବିଜ୍ଞାନ କୁହେ, ପ୍ରତ୍ୟେକ କର୍ମରେ ସମାନ ଓ ବିପରୀତ ପ୍ରତିକ୍ରିୟା ହୋଇଥାଏ। ମୁଁ ସେ ଦିନ ଅନିରୁଦ୍ଧ ସାରଙ୍କୁ ପଚାରିଥିଲି, ‘ସାର୍‌! ଆପଣ ତ କହୁଥିଲେ ଆମ ସମସ୍ତଙ୍କ ମଧ୍ୟରେ ଆତ୍ମା ବିଦ୍ୟମାନ, ସେ ହିଁ ଆମ ଇନ୍ଦ୍ରିୟଗୁଡ଼ିକୁ ଚଳାଉଛନ୍ତି। ଯଥା ଆଖି ମାଧ୍ୟମରେ ସେ ଦେଖନ୍ତି, କାନ ମାଧ୍ୟମରେ ସେ ଶୁଣନ୍ତି, ପାଟି ମାଧ୍ୟମରେ ସେ ସ୍ବର ସୃଷ୍ଟି କରନ୍ତି ଓ ଖାଦ୍ୟ ଖାଆନ୍ତି। ନାକ ମାଧ୍ୟମରେ ସେ ଘ୍ରାଣ କରିଥା’ନ୍ତି ଓ ଚର୍ମ ମାଧ୍ୟମରେ ସ୍ପର୍ଶନ ଦ୍ୱାରା ସବୁ ଅନୁଭବ କରିପାରିଥାନ୍ତି। ସେ ଦିନ ଟାୟାର ଜାଳୁଥିବା ମୋର ଗୋଟିଏ ବଗୁଲିଆ ବନ୍ଧୁ ଶ୍ରେଣୀରେ ପଚାରିଥିଲା, ସାର! ଆମେ କର୍ମେନ୍ଦ୍ରିୟ ଦ୍ୱାରା ଦୁଷ୍ଟାମି କାମ କରୁଥିବାବେଳେ ଆମ ଭିତରେ ଥିବା ଭଗବାନ୍‌ ବା ଆତ୍ମା କ’ଣ କରୁଥା’ନ୍ତି?
ଏହାର ଉତ୍ତର ରଖି ଅନିରୁଦ୍ଧ ସାର୍‌ କହିଥିଲେ, ‘ଆତ୍ମା ଏକ ଶାଶ୍ୱତ ବ୍ରହ୍ମ।’ ଆମର ଖରାପ କର୍ମର ସେ ହେଉଛନ୍ତି ନୀରବଦ୍ରଷ୍ଟା। ସେଥିନିମନ୍ତେ ଆମେ କିପରି ଖରାପ କାମ କରିବା ନାହିଁ ଓ ମନ ମଧ୍ୟରେ ଗର୍ବ ଆଣିବା ନାହିଁ, ଭଗବାନ୍‌ ଆମକୁ ବୁଦ୍ଧି ପରି ଏକ ପବିତ୍ର ଜିନିଷ ଶରୀର ମଧ୍ୟରେ ବ୍ୟବହାର କରିବାକୁ ଦେଇଛନ୍ତି। ଡାକ୍ତର ସିନା ବଡ଼ପଣ ଦେଖାଇ କୁହେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ରୋଗୀକୁ ଭଲ କରିବାକୁ ଚେଷ୍ଟା କରୁଛି। ସେହି ସମୟରେ ନୀରବଦ୍ରଷ୍ଟା ହସୁଥା’ନ୍ତି, କାରଣ ସେ ଜାଣିଥାନ୍ତି ଏ ରୋଗୀର ରକ୍ଷାକର୍ତ୍ତା ମୁଁ। କିନ୍ତୁ ଡାକ୍ତର ବାହୁସ୍ଫୋଟ ମାରି କହୁଛି ମୁଁ ରୋଗୀକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ସରକାର ଖାଦ୍ୟ ଦେଇ ଲୋକଙ୍କର ଦାରିଦ୍ର୍ୟ ଦୂର କରିବାକୁ ଚେଷ୍ଟା କରୁଛି। କିନ୍ତୁ ପ୍ରକୃତ ରକ୍ଷାକର୍ତ୍ତା ଓ ଦାତା ହେଉଛନ୍ତି ଭଗବାନ୍‌। ସେ ଦିନର ବଗୁଲିଆ ପିଲାଙ୍କର ଟାୟାରଜଳା ମୋ ଭିତରେ ଭୟ ସଞ୍ଚାର କଲା। କୀଟ ପତଙ୍ଗମାନଙ୍କର ଏକ ପ୍ରଚଣ୍ଡ ଦୃଷ୍ଟିଶକ୍ତି ଅଛି। ତାହା ସେମାନଙ୍କୁ ଅଗ୍ନିରେ ନିକ୍ଷେପ କରୁଛି। ମତେ କିନ୍ତୁ ପାଞ୍ଚୋଟି କର୍ମେନ୍ଦ୍ରିୟ ଦେଇଛନ୍ତି। ଯଦି ମୁଁ ମୋର ବୁଦ୍ଧି ଓ ବିବେକ ଦ୍ୱାରା ଏଗୁଡ଼ିକର ସଠିକ ବ୍ୟବହାର ନ କରେ, ମୋର ଶରୀର ଖଣ୍ଡ ବିଖଣ୍ଡିତ ହୋଇଯିବାର ସମ୍ଭାବନା ରହିଛି। ତେଣୁ ଭଗବାନ୍‌ଙ୍କ ପାଖରେ ଜୋଡ଼ହସ୍ତରେ ପ୍ରାର୍ଥନା କଲି ମୋର ଇନ୍ଦ୍ରିୟଗୁଡ଼ିକ ଭଲ କର୍ମରେ ନିୟୋଜିତ ହେଉ।
ଅବସରପ୍ରାପ୍ତ ପ୍ରାଧ୍ୟାପିକା,
ସିଡିଏ, କଟକ
ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?