ଅପରାଧୀଙ୍କ ଆଡ୍ଡାସ୍ଥଳ ସାଜିଛି ସିଧାମୂଳା ସେତୁ

ଖଣ୍ଡପଡ଼ା,୨୦।୧୦(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ସିଧାମୂଳା ନିକଟସ୍ଥ ମହାନଦୀ ଉପରେ ନିର୍ମାଣ ହୋଇଥିବା ସେତୁ ନୟାଗଡ଼ ସହ କଟକ ଜିଲାକୁ ସଂଯୋଗ କରୁଛି । ୧୫୬୮ ମିଟର ଲମ୍ବର ଏହି ସେତୁ ନୟାଗଡ ଜିଲା ସିଧାମୂଳା ଓ କଟକ ଜିଲା ଏକଡାଳ ସୀମାକୁ ଛୁଇଁଛି । ଏହି ସେତୁ ଦେଇ ପ୍ରତ୍ୟେହ ଶତାଧିକ ଯାନବାହନ ଚଳାଚଳ କରୁଛି । ହଜାର ହଜାର ଲୋକେ ଏହି ସେତୁ ଉପରେ ପ୍ରତିଦିନ ଯାତାୟତ କରୁଛନ୍ତି । ମହାନଦୀ କୂଳରେ ଥିବା ପର୍ଯ୍ୟଟନସ୍ଥଳୀ ଗୋକୁଳାନନ୍ଦ ଜୀଉ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ପର୍ଯ୍ୟଟକ ଏହି ସେତୁ ଦେଇ ଆସିଥାଆନ୍ତି । ହେଲେ ସେହି ସେତୁରେ କୌଣସି ଆଲୋକର ବ୍ୟବସ୍ଥା ନାହିଁ । ସୂର୍ଯ୍ୟ ନଇଁଲେ ସେତୁ ଦେଇ ଯାତାୟତ କରିବାକୁ ଲୋକେ ଉଚିତ୍‌ ମଣୁ ନାହାନ୍ତି ।
ଅନ୍ଧକାର ରାତିର ସୁଯୋଗ ନେଇ ଅପରାଧୀମାନେ ପ୍ରତିଦିନ ଛୋଟ ବଡ଼ ଅପରାଧ ଘଟାଉଛନ୍ତି । ସ୍କୁଟର,ବାଇକ୍‌ ପରି ୨ଚକିଆ ଯାନରେ ଯାତାୟତ କରୁଥିବା ଲୋକମାନେ ଲୁଟେରାମାନଙ୍କ ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଛି । ଏପରି କି ଲୋକମାନଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଏମିତି କି ଅପରାଧୀମାନେ ଏହି ସେତୁ ଉପରେ ହତ୍ୟା କରି ମୃତହେଦକୁ ନଦୀରେ ଫିଙ୍ଗି ଦେଇଥିବା ନଜିର ରହିଛି ।

ସୂଚନା ଅନୁଯାୟୀ, କଟକ ଜିଲା ଅଧୀନ ନରସିଂହପୁର ଅଞ୍ଚଳର ଜଣେ ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇ ତାଙ୍କ ଭାଇଙ୍କ ଶିଶୁପୁତ୍ରକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗୋକୁଳାନନ୍ଦ ଜୀଉଙ୍କୁ ଦର୍ଶନ କରାଇବା ଆଳରେ ଆଣି ଏହି ସେତୁ ଉପରୁ ନଦୀ ଗର୍ଭକୁ ଭିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ସେହିଭଳି ୨ ଜଣ ମହିଳା ପାରିବାରିକ ଅଶାନ୍ତି ଯୋଗୁ ସେତୁ ଉପରୁ ଡେଇଁ ଆମତ୍ହତ୍ୟା କରିବାକୁ ପ୍ରୟାସ କରିଥିଲେ । ମାତ୍ର ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଅନ୍ୟ ଜଣେ ମହଳା ବି ଆମତ୍ହତ୍ୟା କରିବା ପାଇଁ ସେତୁ ଉପରୁ ନଦୀ ଗର୍ଭକୁ ଡେଇଁ ପଡିଥିଲେ । ପ୍ରଖର ସ୍ରୋତରେ ଭାସି ଯାଇ ନଦୀ ଅପରପାର୍ଶ୍ୱ ବାଣେଶ୍ୱର ପାହାଡ଼ ନିକଟରେ ଅଚେତ ଅବସ୍ଥାରେ ଲାଗିଥିବାରୁ ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରିଥିଲେ । ଏହି ସେତୁରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସିଧାମୂଳା ଗ୍ରାମର ସାମାଜିକ କର୍ମୀ ତଥା ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ରଣା ବିଭିନ୍ନ ଫୋରମରେ ଦାବି ଉପସ୍ଥାପନ କରିଛନ୍ତି । ସେହିପରି ଖଣ୍ଡପଡ଼ା ବ୍ଳକ ବିଜେଡି ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବି ଉକ୍ତ ସେତୁର ଉଭୟ ପାର୍ଶ୍ୱରେ ତାରବାଡ ଦିଆଯିବା ସହ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଉକ୍ତ ସେତୁରରେ ସୋଲାର ଲାଇଟ ବ୍ୟବସ୍ଥା କରିବାକୁ ଜିଲା ପରିଷଦ ସଭ୍ୟା ଉଜ୍ୱଳ ମହାରଣା ଗତ ସେପ୍ଟେମ୍ବର ୨୨ରେ ନୟାଗଡ ଜିଲା ପରିଷଦ ବୈଠକରେ ପ୍ରସ୍ତାବ ଉପସ୍ଥାପନ କରିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?