ଅପରାଧୀଙ୍କ ଆଡ୍ଡାସ୍ଥଳ ସାଜିଛି ସିଧାମୂଳା ସେତୁ

ଖଣ୍ଡପଡ଼ା,୨୦।୧୦(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ସିଧାମୂଳା ନିକଟସ୍ଥ ମହାନଦୀ ଉପରେ ନିର୍ମାଣ ହୋଇଥିବା ସେତୁ ନୟାଗଡ଼ ସହ କଟକ ଜିଲାକୁ ସଂଯୋଗ କରୁଛି । ୧୫୬୮ ମିଟର ଲମ୍ବର ଏହି ସେତୁ ନୟାଗଡ ଜିଲା ସିଧାମୂଳା ଓ କଟକ ଜିଲା ଏକଡାଳ ସୀମାକୁ ଛୁଇଁଛି । ଏହି ସେତୁ ଦେଇ ପ୍ରତ୍ୟେହ ଶତାଧିକ ଯାନବାହନ ଚଳାଚଳ କରୁଛି । ହଜାର ହଜାର ଲୋକେ ଏହି ସେତୁ ଉପରେ ପ୍ରତିଦିନ ଯାତାୟତ କରୁଛନ୍ତି । ମହାନଦୀ କୂଳରେ ଥିବା ପର୍ଯ୍ୟଟନସ୍ଥଳୀ ଗୋକୁଳାନନ୍ଦ ଜୀଉ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ପର୍ଯ୍ୟଟକ ଏହି ସେତୁ ଦେଇ ଆସିଥାଆନ୍ତି । ହେଲେ ସେହି ସେତୁରେ କୌଣସି ଆଲୋକର ବ୍ୟବସ୍ଥା ନାହିଁ । ସୂର୍ଯ୍ୟ ନଇଁଲେ ସେତୁ ଦେଇ ଯାତାୟତ କରିବାକୁ ଲୋକେ ଉଚିତ୍‌ ମଣୁ ନାହାନ୍ତି ।
ଅନ୍ଧକାର ରାତିର ସୁଯୋଗ ନେଇ ଅପରାଧୀମାନେ ପ୍ରତିଦିନ ଛୋଟ ବଡ଼ ଅପରାଧ ଘଟାଉଛନ୍ତି । ସ୍କୁଟର,ବାଇକ୍‌ ପରି ୨ଚକିଆ ଯାନରେ ଯାତାୟତ କରୁଥିବା ଲୋକମାନେ ଲୁଟେରାମାନଙ୍କ ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଛି । ଏପରି କି ଲୋକମାନଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଏମିତି କି ଅପରାଧୀମାନେ ଏହି ସେତୁ ଉପରେ ହତ୍ୟା କରି ମୃତହେଦକୁ ନଦୀରେ ଫିଙ୍ଗି ଦେଇଥିବା ନଜିର ରହିଛି ।

ସୂଚନା ଅନୁଯାୟୀ, କଟକ ଜିଲା ଅଧୀନ ନରସିଂହପୁର ଅଞ୍ଚଳର ଜଣେ ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇ ତାଙ୍କ ଭାଇଙ୍କ ଶିଶୁପୁତ୍ରକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗୋକୁଳାନନ୍ଦ ଜୀଉଙ୍କୁ ଦର୍ଶନ କରାଇବା ଆଳରେ ଆଣି ଏହି ସେତୁ ଉପରୁ ନଦୀ ଗର୍ଭକୁ ଭିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ସେହିଭଳି ୨ ଜଣ ମହିଳା ପାରିବାରିକ ଅଶାନ୍ତି ଯୋଗୁ ସେତୁ ଉପରୁ ଡେଇଁ ଆମତ୍ହତ୍ୟା କରିବାକୁ ପ୍ରୟାସ କରିଥିଲେ । ମାତ୍ର ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଅନ୍ୟ ଜଣେ ମହଳା ବି ଆମତ୍ହତ୍ୟା କରିବା ପାଇଁ ସେତୁ ଉପରୁ ନଦୀ ଗର୍ଭକୁ ଡେଇଁ ପଡିଥିଲେ । ପ୍ରଖର ସ୍ରୋତରେ ଭାସି ଯାଇ ନଦୀ ଅପରପାର୍ଶ୍ୱ ବାଣେଶ୍ୱର ପାହାଡ଼ ନିକଟରେ ଅଚେତ ଅବସ୍ଥାରେ ଲାଗିଥିବାରୁ ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରିଥିଲେ । ଏହି ସେତୁରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସିଧାମୂଳା ଗ୍ରାମର ସାମାଜିକ କର୍ମୀ ତଥା ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ରଣା ବିଭିନ୍ନ ଫୋରମରେ ଦାବି ଉପସ୍ଥାପନ କରିଛନ୍ତି । ସେହିପରି ଖଣ୍ଡପଡ଼ା ବ୍ଳକ ବିଜେଡି ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବି ଉକ୍ତ ସେତୁର ଉଭୟ ପାର୍ଶ୍ୱରେ ତାରବାଡ ଦିଆଯିବା ସହ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଉକ୍ତ ସେତୁରରେ ସୋଲାର ଲାଇଟ ବ୍ୟବସ୍ଥା କରିବାକୁ ଜିଲା ପରିଷଦ ସଭ୍ୟା ଉଜ୍ୱଳ ମହାରଣା ଗତ ସେପ୍ଟେମ୍ବର ୨୨ରେ ନୟାଗଡ ଜିଲା ପରିଷଦ ବୈଠକରେ ପ୍ରସ୍ତାବ ଉପସ୍ଥାପନ କରିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri