ଭାଗ୍ୟର ବିଡ଼ମ୍ବନା: ଗ୍ରାହକ ଉପରେ ଭୁଶୁଡ଼ିଲା ଦୋକାନ ଛାତ

ଜଳେଶ୍ୱର, ୨୦।୬: ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟି ୧ ନମ୍ବର ୱାର୍ଡ଼ ଝାଡ଼େଶ୍ୱରପୁର ସ୍କୁଲ ସାମ୍ନା ଏକ ପାଉଁରୁଟି ଦୋକାନ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ଗ୍ରାହକଙ୍କ ମୃତ୍ୟୁ ହୋଇଛି। ଏହାସହ ଘରମାଲିକ ସେକ୍‌ ଆଲ୍ଲାଉଦ୍ଦିନ ଆହତ ହୋଇଛନ୍ତି। ମୃତକ ହେଲେ ରୂପ୍‌ସା ଅଞ୍ଚଳର ଦୟାନିଧି ସାହୁ(୪୦)।
ଦୟାନିଧି ଜଳେଶ୍ୱର ଷ୍ଟେଶନ ବଜାର ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଏକ ଉଠାଦୋକାନ କରିଥିଲେ ା ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଥିବାରୁ ସେ ନିଜ ସାଇକେଲରେ ଗାଁକୁ ଗାଁ ବୁଲି ଛଣା ଜିନିଷ ବିକ୍ରି କରିଆସୁଥିଲେ। ରବିବାର ଦୟାନିଧି ପାଉଁରୁଟି ନେବା ପାଇଁ ଦୋକାନକୁ ଯାଇଥିବା ବେଳେ ଘର ଛାତ ହଠାତ୍‌ ଭୁଶୁଡି ପଡ଼ିଥିଲା। ଫଳରେ ସେ ଗୁରୁତର ହୋଇ ପଡିଥିଲେ ା ପ୍ରଥମେ ତାଙ୍କୁ ଜିକେଭଟ୍ଟର ହସ୍ପିଟାଲ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦ ଲାଗି ରୂପ୍‌ସା ହସ୍ପିଟାଲ ପଠାଯାଇଛି। ଦୟାନିଧିଙ୍କ ମୃତ୍ୟୁରେ ସ୍ତ୍ରୀ ଓ ୨ ଝିଅ ଅସହାୟ ହୋଇପଡିଛନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮୦ କିମି ଦୂରରେ ‘ଗୁଲାବ’: ଗଜପତିରେ ଆରମ୍ଭ ହେଲା ପବନ ସହ ବର୍ଷା

ପାରଳାଖେମୁଣ୍ଡି,୨୬ା୯(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ଗଜପତି ଜିଲାରେ ଅଧିକ ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ତେବେ ଆଜି ସକାଳୁ...

ସପ୍ତମ ଦିନରେ ଆମରଣ ଅନଶନ:୮ ଗୁରୁତରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି

ଚମ୍ପୁଆ,୨୩ା୬(ଡି.ଏନ.ଏ.)-ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଠାରେ ଏସ୍‌ଆର୍‌ କମ୍ପାନୀର ମନମୁଖୀ କାର୍ଯ୍ୟକୁ ବିରୋଧ କରି ବଡକାଳିମାଟି ଗ୍ରାମବାସୀଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ସପ୍ତମ ଦିନରେ ପହଞ୍ଚିଛି। ଏହାଫଳରେ...

ପୁଣି ବିବାଦରେ ପପୁ ପମ୍‌ପମ୍‌: ରାନୁଙ୍କୁ ଅନୁକରଣ କରୁଥିବାର ଭିଡିଓ ଭାଇରାଲ, କଟୁ ସମାଲୋଚନା କରୁଛନ୍ତି ପ୍ରଶଂସକ

ଭୁବନେଶ୍ୱର, ୨୭।୮(ବ୍ୟୁରୋ): ପୁଣି ବିବାଦରେ କମେଡିଆନ୍‌ ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱ ପ୍ରକାଶ ଶତପଥି। ନିକଟରେ ନିଜର ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନେୟାଁ’ ପୋଷ୍ଟରକୁ ନେଇ...

ଭୋକିଲାଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲା ପୋଲିସ

ବଲାଙ୍ଗୀର ଅଫିସ, ୧ା୪- ବଲାଙ୍ଗୀର ପୋଲିସ ଟିମ୍‌ ଲକ୍‌ ଡାଉନ୍‌ ସମୟରେ ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରି ମାନବିକତାର ପରିଚୟ ଦେଇଛନ୍ତି...

ଅଗରନାଶି ଦ୍ୱୀପର ପରିସୀମା କମୁଛି

କେନ୍ଦ୍ରାପଡ଼ା ଅଫିସ, ୩୧।୧: ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଗହୀରମଥା (ସାମୁଦ୍ରିକ) ବନ୍ୟଜନ୍ତୁ ଅଭୟାରଣ୍ୟ ଅଗରନାଶିର ପରିସୀମା ଦିନକୁ ଦିନ ହ୍ରାସ...

ବର୍ଷା ଅଭାବ, ଅଟକି ଯାଇଛି ରୁଆବିହୁଡା କାମ

ବିଜେପୁର, ୨୨।୭ (ଡି.ଏନ.ଏ) ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ବରଗଡ ଜିଲା ବିଜେପୁର ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଗଲାଣି ।...

ଲୁଟିଥିବା ମୂର୍ତ୍ତି ରଖିପାରିଲେନି : ମନ୍ଦିରରେ ରଖି ଲୁଟେରା ଫେରାର

ଢେଙ୍କାନାଳ ଅଫିସ, ୨୫।୫- ଢେଙ୍କାନାଳ ସଦର ଥାନା ଅଧୀନ ହରିପୁର-ବେଶାଳିଆ ଗ୍ରାମ ନିକଟ ସବୁଜିମାଭରା ପାହାଡ଼ ଖୋଲ ମଧ୍ୟରେ ପୂଜା ପାଉଥିବା ଶ୍ରୀମହାକାଳେଶ୍ୱର ଶୈବପୀଠରୁ ଲୁଟ୍‌...

ଅନୁଗୋଳ ପୋଲିସ ସ୍ତରରେ ଅଦଳବଦଳ

ଅନୁଗୋଳ ଅଫିସ, ୨୭।୫- ଅନୁଗୋଳ ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ୧୪ ଜଣ ସବ୍‌ଇନ୍ସପେକ୍ଟର ଓ ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କ ଅଦଳବଦଳ କରାଯାଇଛି। ଅନୁଗୋଳ ହେଡ୍‌...

Advertisement
Archives

Model This Week