ପାଲକ ଟିକି

ଆବଶ୍ୟକ ସାମଗ୍ରୀ: ୨୫୦ ଗ୍ରାମ୍‌ ପାଳଙ୍ଗ ଶାଗ, ଅଧା କପ୍‌ ବୁଟ ଡାଲି, ୨ଟି ଲବଙ୍ଗ, ୧ ଇଞ୍ଚ ଡାଳଚିନି, ୪-୫ଟି ଗୋଲମରିଚ, ୨ ଟେବୁଲ୍‌ ସ୍ପୁନ୍‌ ଚାଉଳ ଅଟା, ଅଧା କପ୍‌ ବ୍ରେଡ୍‌ ଗୁଣ୍ଡ, ତେଲ, ଲୁଣ, କୋରା ବା ରମ୍ପା ଯାଇଥିବା ୧୦୦ ଗ୍ରାମ୍‌ ପନିର, କିସ୍‌ମିସ୍‌ ୧ ଟେବୁଲ୍‌ ସ୍ପୁନ୍‌, କାଜୁ ୧ ଟେବୁଲ୍‌ ସ୍ପୁନ୍‌, ଗୋଲମରିଚ ଗୁଣ୍ଡ ଅଧା ଚାମଚ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୁଟଡାଲିକୁ ଏକ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ଦିଅନ୍ତୁ। ପାଳଙ୍ଗ ଶାଗକୁ ଭଲ ଭାବେ ଧୋଇ ଛୋଟ ଛୋଟ କାଟି ଦିଅନ୍ତୁ। ପ୍ରେସର କୁକର ଚୁଲାରେ ବସାଇ ସେଥିରେ ପାଳଙ୍ଗ, ଭିଜା ଡାଲି, ଲବଙ୍ଗ, ଡାଳଚିନି, ଗୋଲମରିଚ, ଏକ କପ୍‌ ପାଣି, ସ୍ବାଦାନୁସାରେ ଲୁଣ ପକାଇ ଗୋଟିଏ ହ୍ବିସିଲ୍‌ ଆସିବା ପର୍ଯ୍ୟନ୍ତ ରଖନ୍ତୁ। ଏହା ପରେ ଚୁଲାକୁ ସିମ୍‌ରେ ରଖି ୫-୬ ମିନିଟ୍‌ ରଖିବା ପରେ ବନ୍ଦ କରି ଦିଅନ୍ତୁ। କୁକର୍‌ ଥଣ୍ଡା ହୋଇଯିବା ପରେ ପାଳଙ୍ଗ, ଡାଲି ଆଦିକୁ କାଢି ବହଳ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
ଅନ୍ୟ ଏକ ପାତ୍ରରେ କୋରା ଯାଇଥିବା ପନିର, ଲୁଣ, ଗୋଲମରିଚ ଗୁଣ୍ଡ, କିସ୍‌ମିସ୍‌, କାଜୁ ନେଇ ଭଲ ଭାବେ ମିଶାଇ ଦିଅନ୍ତୁ। ପାଳଙ୍ଗ ବଟାକୁ ମଧ୍ୟମ ଆକାରର ଗୁଳା କରି ମଝିରେ ପନିର ପୁର ଦେଇ ଟିକି ପ୍ରସ୍ତୁତ କରନ୍ତୁ। ଏକ ପ୍ଲେଟ୍‌ରେ ବ୍ରେଡ୍‌ ଗୁଣ୍ଡ ରଖନ୍ତୁ ଏବଂ ସମସ୍ତ ପାଳଙ୍ଗ ଟିକିଗୁଡିକୁ ଏହା ଉପରେ ଗଡାଇ ଦିଅନ୍ତୁ। ଚୁଲାରେ ଏକ ତାଓ୍ବା ବସାଇ ତେଲ ଗରମ କରନ୍ତୁ ଏବଂ ପାଳଙ୍ଗ ଟିକିଗୁଡିକୁ ଏଥିରେ ଭଲ ଭାବେ ଏପଟ ସେପଟ କରି ଭାଜି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପାଳଙ୍ଗ ଟିକି, ଏହାକୁ ଚଟଣି, ସସ୍‌ କିମ୍ବା କଟା ପିଆଜ ସହିତ ଗରମ ଗରମ ଖାଇବାର ଆନନ୍ଦ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri