ଶ୍ମଶାନ ଭୂଇଁ ପାଲଟିବ ଶାରୀଶୁଆ ପାହାଡ

ଖଇରା, ୧୯ା୭(ଡି.ଏନ.ଏ.)-ଲକ୍‌ଡାଉନ, ଶଟ୍‌ଡାଉନ କଟକଣା କେତେକଙ୍କ ପାଇଁ ଅଭିଶାପ ପାଲଟିଥିବା ବେଳେ ଆଉ କେତେକଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଏହି ଆଶୀର୍ବାଦ ଗୋଷ୍ଠୀ ମଧ୍ୟରେ ଅଛନ୍ତି ବାଲେଶ୍ବର ଜିଲା ଖଇରା ତହସିଲ ଓ ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲ ଅଧୀନରେ ଥିବା ଶାରୀଶୁଆ ପାହାଡରେ ବେଆଇନ ଖଣି ବ୍ୟବହାରକାରୀ। ଲକ୍‌ଡାଉନ ଆରମ୍ଭ ହେବା ଦିନଠାରୁ ସେମାନେ ୪ମାସ ଧରି ୧୪୪ ଧାରା ନିୟମକୁ ଊଲ୍ଲଂଘନ କରି ଓଡିଶାର ବିଭିନ୍ନ ସ୍ଥାନକୁ ବେଆଇନ ଭାବେ ଟନ ଟନ ପଥର ଚାଲାଣ କରି ଆସୁଛନ୍ତି।
ଖଇରା ତହସିଲର କେତେକ କର୍ମଚାରୀ ମଧ୍ୟ ଏଥିରେ ପରଦା ପଛରେ ରହି ସମସ୍ତ ସହାୟତା ଯୋଗାଇ ଆସୁଥିବା ଅଭିଯୋଗ ହୋଇଛି। ଖୋଦ ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ ନ କଲେ କରୋନା ମହାମାରୀ ସାଙ୍ଗକୁ ଲକ୍‌ଡାଉନ ହଟିବା ବେଳକୁ ଶାରୀଶୁଆ ପାହାଡ ଶ୍ମଶାନ ଭୂଇଁ ପାଲଟିବ ଏଥିରେ ସନ୍ଦେହ ନାହିଁ। ଉକ୍ତ ପାହାଡର ୯୭ଟି ଖଣି ନିଲାମ ଦିଆଯାଇଥିଲା। ହେଲେ ଉକ୍ତ ଖଣି ମଧ୍ୟରୁ ଅନେକ ହାତୀ ଚଲାପଥ ଓ ଜୈବ ସମ୍ବେଦନଶୀଳ କ୍ଷେତ୍ର ମଧ୍ୟରେ ଆସୁଥିବା ଦର୍ଶାଇ ୨ଟି ସ୍ବେଚ୍ଛାସେବୀ ସଙ୍ଗଠନ ଅକ୍ଟୋବର ୨୦୧୯ରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିଲେ। ଅକ୍ଟୋବର ୧୬ତାରିଖରେ ଟ୍ରିବ୍ୟୁନାଲ ତାଙ୍କ ରାୟରେ ଉକ୍ତ ଖଣି ଅଞ୍ଚଳ ଜୈବ ସମ୍ବେଦନଶୀଳ କ୍ଷେତ୍ର ମଧ୍ୟରେ ଆସୁଥିବାରୁ ଏହାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ରାୟ ମୁତାବକ ସମସ୍ତ ଖଣିରେ ୧୪୪ ଧାରା ଲାଗୁ କରାଯାଇଥିଲା। ହେଲେ ଖଣି ମାଲିକମାନେ କେତେଜଣ ଅଧିକାରୀଙ୍କୁ ହାତ କରି ଖଣି ଖୋଳା ଅବ୍ୟାହତ ରଖିଥିଲେ। ବିଭିନ୍ନ ସମୟରେ ବନ ସଂରକ୍ଷକ, ଜିଲା ବନାଞ୍ଚଳ ଅଧିକାରୀ, ଜିଲାପାଳଙ୍କ କ୍ରମାଗତ ପରିଦର୍ଶନ ଖଣି ବନ୍ଦ ଉପରେ କୌଣସି ପ୍ରଭାବ ପକାଇ ପାରି ନ ଥିଲା ା ଘଟଣାକ୍ରମେ କ୍ରାଇମବ୍ରାଞ୍ଚର ଏକ ସ୍ପୋଶାଲ ଟାସ୍କଫୋର୍ସ(ଏସଟିଏଫ) ଅତିରିକ୍ତ ଏସ୍‌ପି ତେଜତାଜ ପଟେଲଙ୍କ ନେତୃତ୍ୱରେ ଫେବୃୟାରୀ ୨୩ତାରିଖରେ ଖଣି ଅଞ୍ଚଳରେ ଚଢାଉ କରିଥିଲେ। ସେମାନଙ୍କର ଆଖି ପ୍ରଥମେ ୭୭ ନମ୍ବର ଖଣି ଉପରେ ପଡିଥିଲା। ଖଣି ମାଲିକ ଖସି ପଳାଇବାକୁ ସମର୍ଥ ହୋଇଥିବା ବେଳେ ଖଣିରେ କାର୍ଯ୍ୟ କରୁଥିବା ଅନ୍ୟ ୫ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଏହି ଘଟଣାରେ ଏକ ମାମଲା(ନଂ. ୪୧/୨୦) ରୁଜୁ କରାଯାଇ ଖଣି ମାଲିକଙ୍କୁ ଗିରଫ ଦାୟିତ୍ୱ ଖଇରା ଆଇଆଇସି ସୁବ୍ରତ ବେହେରାଙ୍କୁ ଦିଆଯାଇଥିଲା। ଏବେ କୋଭିଡ-୧୯ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ ଖଣି ମାଫିଆଙ୍କୁ ସୁହାଉଛି। ଯଦି ବା କାଁ ଭାଁ ଅଧିକାରୀମାନେ ଖବର ପାଇ ଖଣିରେ ପହଞ୍ଚିବା ପୂର୍ବରୁ ଖଣି ମାଲିକମାନେ ସାବଧାନ ହୋଇ ଖସି ପଳାଉଛନ୍ତି। ସେପଟେ ଖଣି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଥିବା ଜଣେ ଅତିରିକ୍ତ ତହସିଲଦାରଙ୍କ ବଦଳି ହୋଇଯାଇଛି। ତହସିଲ କାର୍ଯ୍ୟାଳୟରୁ ସମସ୍ତ ସୂଚନା ଖଣି ମାଲିକମାନେ ପାଇ ଯାଇଥିବାରୁ ଅଧିକାରୀମାନେ ପହଞ୍ଚିବା ପୂର୍ବରୁ ଖଣି ମାଫିଆମାନେ ଖସି ପଳାଉଥିବାର ଅଭିଯୋଗ ଆଣିଛନ୍ତି ପାହାଡତଳି ବାସିନ୍ଦା ବିଜୟ କୁମାର ବାରିକ। ଏ ସମ୍ପର୍କରେ ଖଇରା ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ମତାମତ ନେବାରେ ଚଢାଉ ଜାରି ରହିଛି। କାଁ ଭାଁ ଯେଉଁଠି ଖଣି ଖୋଳାଯାଉଛି ସେ ଖବର ପାଇବା ମାତ୍ରେ ସେଠାକୁ ଯାଉଛନ୍ତି, ହେଲେ ଖଣି ବ୍ୟବହାରକାରୀମାନେ ଖସିଯିବାକୁ ସକ୍ଷମ ହେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri