ଶ୍ମଶାନ ଭୂଇଁ ପାଲଟିବ ଶାରୀଶୁଆ ପାହାଡ

ଖଇରା, ୧୯ା୭(ଡି.ଏନ.ଏ.)-ଲକ୍‌ଡାଉନ, ଶଟ୍‌ଡାଉନ କଟକଣା କେତେକଙ୍କ ପାଇଁ ଅଭିଶାପ ପାଲଟିଥିବା ବେଳେ ଆଉ କେତେକଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଏହି ଆଶୀର୍ବାଦ ଗୋଷ୍ଠୀ ମଧ୍ୟରେ ଅଛନ୍ତି ବାଲେଶ୍ବର ଜିଲା ଖଇରା ତହସିଲ ଓ ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲ ଅଧୀନରେ ଥିବା ଶାରୀଶୁଆ ପାହାଡରେ ବେଆଇନ ଖଣି ବ୍ୟବହାରକାରୀ। ଲକ୍‌ଡାଉନ ଆରମ୍ଭ ହେବା ଦିନଠାରୁ ସେମାନେ ୪ମାସ ଧରି ୧୪୪ ଧାରା ନିୟମକୁ ଊଲ୍ଲଂଘନ କରି ଓଡିଶାର ବିଭିନ୍ନ ସ୍ଥାନକୁ ବେଆଇନ ଭାବେ ଟନ ଟନ ପଥର ଚାଲାଣ କରି ଆସୁଛନ୍ତି।
ଖଇରା ତହସିଲର କେତେକ କର୍ମଚାରୀ ମଧ୍ୟ ଏଥିରେ ପରଦା ପଛରେ ରହି ସମସ୍ତ ସହାୟତା ଯୋଗାଇ ଆସୁଥିବା ଅଭିଯୋଗ ହୋଇଛି। ଖୋଦ ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ ନ କଲେ କରୋନା ମହାମାରୀ ସାଙ୍ଗକୁ ଲକ୍‌ଡାଉନ ହଟିବା ବେଳକୁ ଶାରୀଶୁଆ ପାହାଡ ଶ୍ମଶାନ ଭୂଇଁ ପାଲଟିବ ଏଥିରେ ସନ୍ଦେହ ନାହିଁ। ଉକ୍ତ ପାହାଡର ୯୭ଟି ଖଣି ନିଲାମ ଦିଆଯାଇଥିଲା। ହେଲେ ଉକ୍ତ ଖଣି ମଧ୍ୟରୁ ଅନେକ ହାତୀ ଚଲାପଥ ଓ ଜୈବ ସମ୍ବେଦନଶୀଳ କ୍ଷେତ୍ର ମଧ୍ୟରେ ଆସୁଥିବା ଦର୍ଶାଇ ୨ଟି ସ୍ବେଚ୍ଛାସେବୀ ସଙ୍ଗଠନ ଅକ୍ଟୋବର ୨୦୧୯ରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିଲେ। ଅକ୍ଟୋବର ୧୬ତାରିଖରେ ଟ୍ରିବ୍ୟୁନାଲ ତାଙ୍କ ରାୟରେ ଉକ୍ତ ଖଣି ଅଞ୍ଚଳ ଜୈବ ସମ୍ବେଦନଶୀଳ କ୍ଷେତ୍ର ମଧ୍ୟରେ ଆସୁଥିବାରୁ ଏହାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ରାୟ ମୁତାବକ ସମସ୍ତ ଖଣିରେ ୧୪୪ ଧାରା ଲାଗୁ କରାଯାଇଥିଲା। ହେଲେ ଖଣି ମାଲିକମାନେ କେତେଜଣ ଅଧିକାରୀଙ୍କୁ ହାତ କରି ଖଣି ଖୋଳା ଅବ୍ୟାହତ ରଖିଥିଲେ। ବିଭିନ୍ନ ସମୟରେ ବନ ସଂରକ୍ଷକ, ଜିଲା ବନାଞ୍ଚଳ ଅଧିକାରୀ, ଜିଲାପାଳଙ୍କ କ୍ରମାଗତ ପରିଦର୍ଶନ ଖଣି ବନ୍ଦ ଉପରେ କୌଣସି ପ୍ରଭାବ ପକାଇ ପାରି ନ ଥିଲା ା ଘଟଣାକ୍ରମେ କ୍ରାଇମବ୍ରାଞ୍ଚର ଏକ ସ୍ପୋଶାଲ ଟାସ୍କଫୋର୍ସ(ଏସଟିଏଫ) ଅତିରିକ୍ତ ଏସ୍‌ପି ତେଜତାଜ ପଟେଲଙ୍କ ନେତୃତ୍ୱରେ ଫେବୃୟାରୀ ୨୩ତାରିଖରେ ଖଣି ଅଞ୍ଚଳରେ ଚଢାଉ କରିଥିଲେ। ସେମାନଙ୍କର ଆଖି ପ୍ରଥମେ ୭୭ ନମ୍ବର ଖଣି ଉପରେ ପଡିଥିଲା। ଖଣି ମାଲିକ ଖସି ପଳାଇବାକୁ ସମର୍ଥ ହୋଇଥିବା ବେଳେ ଖଣିରେ କାର୍ଯ୍ୟ କରୁଥିବା ଅନ୍ୟ ୫ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଏହି ଘଟଣାରେ ଏକ ମାମଲା(ନଂ. ୪୧/୨୦) ରୁଜୁ କରାଯାଇ ଖଣି ମାଲିକଙ୍କୁ ଗିରଫ ଦାୟିତ୍ୱ ଖଇରା ଆଇଆଇସି ସୁବ୍ରତ ବେହେରାଙ୍କୁ ଦିଆଯାଇଥିଲା। ଏବେ କୋଭିଡ-୧୯ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ ଖଣି ମାଫିଆଙ୍କୁ ସୁହାଉଛି। ଯଦି ବା କାଁ ଭାଁ ଅଧିକାରୀମାନେ ଖବର ପାଇ ଖଣିରେ ପହଞ୍ଚିବା ପୂର୍ବରୁ ଖଣି ମାଲିକମାନେ ସାବଧାନ ହୋଇ ଖସି ପଳାଉଛନ୍ତି। ସେପଟେ ଖଣି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଥିବା ଜଣେ ଅତିରିକ୍ତ ତହସିଲଦାରଙ୍କ ବଦଳି ହୋଇଯାଇଛି। ତହସିଲ କାର୍ଯ୍ୟାଳୟରୁ ସମସ୍ତ ସୂଚନା ଖଣି ମାଲିକମାନେ ପାଇ ଯାଇଥିବାରୁ ଅଧିକାରୀମାନେ ପହଞ୍ଚିବା ପୂର୍ବରୁ ଖଣି ମାଫିଆମାନେ ଖସି ପଳାଉଥିବାର ଅଭିଯୋଗ ଆଣିଛନ୍ତି ପାହାଡତଳି ବାସିନ୍ଦା ବିଜୟ କୁମାର ବାରିକ। ଏ ସମ୍ପର୍କରେ ଖଇରା ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ମତାମତ ନେବାରେ ଚଢାଉ ଜାରି ରହିଛି। କାଁ ଭାଁ ଯେଉଁଠି ଖଣି ଖୋଳାଯାଉଛି ସେ ଖବର ପାଇବା ମାତ୍ରେ ସେଠାକୁ ଯାଉଛନ୍ତି, ହେଲେ ଖଣି ବ୍ୟବହାରକାରୀମାନେ ଖସିଯିବାକୁ ସକ୍ଷମ ହେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri