Posted inରାଜ୍ୟ

ଧରାପଡ଼ିଲା ଗୁଗୁଲ୍‌ ପେ’ରେ ଲୁଟୁଥିବା ଲୁଟେରା

ଝାରସୁଗୁଡ଼ା ଅଫିସ,୨୨ା୬: ଝାରସୁଗୁଡ଼ା ଜିଲା ପୋଲିସ ଏକ ଆନ୍ତଃ ଜିଲା ସାଇବର କ୍ରାଇମ୍‌ ଉପରୁ ରହସ୍ୟ ଉଠାଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ନୟାଗଡ଼ ଜିଲାରୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେ ହେଲେ ନୟାଗଡ଼ ଜିଲା ବୈଦେଶ୍ୱର ଥାନା ସୋରଡା ଗ୍ରାମର ସୁନୀଲ ରାଉତରାୟ(୩୩) ଓରଫ କାର୍ତ୍ତିକ। ତାଙ୍କ ନିକଟରୁ ପୋଲିସ ୧୧ ମୋବାଇଲ୍‌, ୨୮ ମୋବାଇଲ୍‌ ସିମ୍‌କାର୍ଡ, ୧୪ ଏଟିଏମ୍‌ କାର୍ଡ,୧୫ ଚେକ୍‌ବୁକ୍‌ ଓ ୩ ବ୍ୟାଙ୍କ ପାସ୍‌ବୁକ୍‌ ଜବତ କରିଛି।

ସାଇବର କ୍ରାଇମ୍‌ରେ ଠକେଇର ଶିକାର ହୋଇଥିବା ସ୍ଥାନୀୟ ସରବାହାଲର ଦେବଶ୍ଳୋକ ଶର୍ମାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ୍‌ ଝାରସୁଗୁଡା ଟାଉନ୍‌ ଥାନା କେସ୍‌ (ନଂ.୨୬୨/୨୧)ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ଏହାର ରହସ୍ୟ ଉନ୍ମୋଚନ ପାଇଁ ଟାଉନ୍‌ ଥାନା ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ୱରେ ସାଇବର ସେଲ୍‌କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା ା ଏହି ଟିମ୍‌ ଘଟଣାର ରହସ୍ୟ ଉନ୍ମୋଚନ କରିଛି ବୋଲି ଏସ୍‌ପି ବିକାଶ ଚନ୍ଦ୍ର ଦାସ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସ୍‌ପି ଦାସ କହିଛନ୍ତି, ଏପ୍ରିଲ୍‌ ୨୯ତାରିଖରେ ଦେବଶ୍ଳୋକଙ୍କ ନିକଟକୁ ଏକ ଫୋନ୍‌କଲ୍‌ ଆସିଥିଲା। ମୁଁ ତୋର ସାଙ୍ଗ କହୁଛି। ଦେବଶ୍ଳୋକ ବୁଝି ନ ପାରି ରାଉରକେଲାରୁ ନାୟକବାବୁ କହୁଛନ୍ତି କି ବୋଲି ପଚାରିଥିଲେ। ହଁ ନାୟକବାବୁ କହୁଛି, ମୋତେ ୧୦ହଜାର ଟଙ୍କା ଜରୁରୀ ଅଛି। ସୁନୀଲ ରାଉତରାୟଙ୍କ ଗୁଗଲ୍‌ ପେ ନମ୍ବରରେ ପଠାଇଦେବୁ ବୋଲି କହିଥିଲେ। ଏ ମୋବାଇଲ୍‌ ନମ୍ବର ତୁମର ନୁହେଁ ବୋଲି ଦେବଶ୍ଳୋକ ପଚାରିବାରୁ ସେ ଅନ୍ୟ ନମ୍ବରରୁ ଫୋନ୍‌ କରିଛି ବୋଲି କହିଥିଲେ। ଏଥିରେ ବିଶ୍ୱାସ କରି ଦେବଶ୍ଳୋକ ୧୦ହଜାର ଟଙ୍କା ଗୁଗଲ୍‌ ପେ’ରେ ପଠାଇଥିଲେ। ପରେ ତାଙ୍କ ନିକଟକୁ ଟଙ୍କା ପଠାଇବାର ସ୍କ୍ରିନଶଟ୍‌ ଆସିଥିଲା। କନ୍‌ଫର୍ମ ପାଇଁ ସେହି ନମ୍ବରରେ ଫୋନ୍‌ କରିବାରୁ ତାହା ବନ୍ଦ ଥିଲା। ଏ ସମ୍ପର୍କରେ ଦେବଶ୍ଳୋକ ରାଉରକେଲାର ନାୟକବାବୁଙ୍କୁ ପଚାରିବାରୁ ସେ ଏସବୁ କିଛି ଜାଣିନାହାନ୍ତି ବୋଲି କହିଥିଲେ। ପରେ ଦେବଶ୍ଳୋକ ଠକେଇର ଶିକାର ହୋଇଥିବା ଜାଣି ୧୦ହଜାର ଟଙ୍କା ଆଉ ମିଳିବନାହିଁ ବୋଲି ଭାବିନେଇଥିଲେ। ଏକମାସ ପରେ ମେ ୨୮ତାରିଖରେ ସେ ଝାରସୁଗୁଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି ଅଭିଯୁକ୍ତ ଜଣଙ୍କ ଏଭଳି ଉପାୟରେ ୧୦ରୁ ୨୦ ହଜାର ଟଙ୍କା ଠକେଇ କରିଥାଏ। ଖୋର୍ଦ୍ଧା, କଟକ ଆଦି ଜିଲାର ଲୋକଙ୍କୁ ଠକିଥିବା ଜଣାପଡିଛି। ଝାରସୁଗୁଡା ଜିଲାର ୬ଜଣ ଠକାମିର ଶିକାର ହୋଇଛନ୍ତି। ଏଭଳି ଉପାୟରେ ସେ ଲକ୍ଷ ଲକ୍ଷ ଟଙ୍କା ଠକିଥିବାବେଳେ ଏସବୁ ଟଙ୍କା ସାଙ୍ଗସାଥୀଙ୍କ ସହିତ ଖର୍ଚ୍ଚ କରିଦେଇଥିବା ଅଭିଯୁକ୍ତ ଜଣଙ୍କ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ କୋର୍ଟରୁ ପୋଲିସ ରିମାଣ୍ଡରରେ ଆଣିବ ବୋଲି ଏସ୍‌ପି ଦାସ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ନିର୍ମଳ ମହାପାତ୍ର ଓ ଆଇଆଇସି ସାବିତ୍ରୀ ବଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri