ପାହାଡ଼ ପାଣିରେ ଧୋଇଗଲା ୪ କୋଟି ଟଙ୍କାର ପିଚୁରାସ୍ତା

ରଣପୁର,୧୦ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁରରେ ରହିଛି ମା’ମଣିନାଗଙ୍କ ପୀଠ। ସେହି ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପାହାଡ଼ କାଟି ୪ କୋଟି ଟଙ୍କା ବ୍ୟୟରେ ତଳ ମଣିନାଗରୁ ଉପର ମଣିନାଗକୁ ନିର୍ମିତ ହୋଇଥିବା ୫ କିଲୋମିଟର ପିଚୁ ରାସ୍ତା ପାହାଡ଼ ପାଣିରେ ଧୋଇ ହୋଇଯାଇଛି ।  ନିମ୍ନମାନର କାମ ତଥା ବିନା ପ୍ଲାନ୍‌ରେ ରାସ୍ତା ନିର୍ମାଣ ହୋଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି । ଏବେ ରାସ୍ତାଟି ମରଣଯନ୍ତା ପାଲଟିଛି ।  ଏଥିପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ଦାୟୀ କରିଛନ୍ତି ।  ଉକ୍ତ କେନ୍ଦ୍ରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହିତ ମଣିନାଗ ପୀଠର ବିକାଶ ପାଇଁ ଦାବି ହୋଇଛି । ଅନ୍ୟପକ୍ଷେ ଗାର୍ଡୱାଲ ନ ଥିବାରୁ ବର୍ଷାଦିନେ ପାହାଡ଼ କ୍ଷୟ ହେବାରେ ଲାଗିଛି ।  ଏମିତି କିଛିଦିନ ଚାଲିଲେ ପାହାଡ଼ ଧସିବାର ଆଶଙ୍କା ବଢ଼ିଛି ।

ସୂଚନା ଅନୁଯାୟୀ, ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତ୍ତିପ୍ରସ୍ତର ସ୍ଥାପନ ପରେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଉକ୍ତ ରାସ୍ତା ନିର୍ମାଣ କରିଥିଲା ।  ନିମ୍ନମାନର କାମ ତଥା ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ତାହା କିଛି ମାସ ବି ତିଷ୍ଠି ରହି ପାରି ନ ଥିଲା ।  ପ୍ରଥମେ ଉକ୍ତ ରାସ୍ତାରୁ ପିଚୁ ଉଠି ମେଣ୍ଟାଲ ଦିଶିଲା ।  ରାସ୍ତାରେ ବଡ ବଡ ଗାତ ସୃଷ୍ଟି ହୋଇଥିଲା ।  ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ୨୦୨୧ରେ ରଣପୁର ଏନ୍‌ଏସିକୁ ଉକ୍ତ ରାସ୍ତାକୁ ହସ୍ତାନ୍ତର କରି ନିଜ ଦାୟିତ୍ୱରୁ ମୁକ୍ତ ହେଲା ।  ସେହିପରି ରଣପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ସେହି ପୀଠରେ ପାନୀୟ ଜଳ ଯୋଗାଣ ଲାଗି କାମ ଆରମ୍ଭ ହୋଇଥିଲା ।  ସରକାର ଏଥିପାଇଁ ୧କୋଟି ଟଙ୍କା ମଞ୍ଜୁର କରିଥିଲେ ।  ହେଲେ ସେହି କାମ ଅଧାରୁ ବନ୍ଦ ରହିଛି ।

ସମୁଦ୍ର ପତ୍ତନରୁ ପ୍ରାୟ ସାଢ଼େ ୩ ହଜାର ଫୁଟ ଉଚ୍ଚରେ ରହିଥିବା ଏହି ମନ୍ଦିରର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଇନାହିଁ ।  ଏ ନେଇ ରଣପୁର ମା’ମଣିନାଗ ସେନାର ସମ୍ପାଦକ ଜାନକୀ ବଲ୍ଲଭ ମହାପାତ୍ର କୁହନ୍ତି, ଉପର ମଣିନାଗକୁ ନିର୍ମାଣ କରାଯାଇଥିବା ରାସ୍ତା ଅତିନିମ୍ନମାନର ହୋଇଥିଲା ।  ୪ କୋଟି ଟଙ୍କା ପାଣିରେ ପଡିଲା ।  ଠିକାଦାର ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।  ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ କୁହନ୍ତି, ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟ୍ଟକଳରେ ଉପର ମଣିନାଗକୁ ଜଳ ଯୋଗାଣ ପାଇ କାମ ଆରମ୍ଭ ହୋଇଥିଲା ା ଅଳ୍ପଦିନ କାମ ଚାଲିବା ପରେ ବନ୍ଦ ପଡିଛି ।  ସେ ଟଙ୍କା କୁଆଡେ ଗଲା ତାହାର ଭିଜିଲାନ୍ସ ତଦନ୍ତ କରାଗଲେ ସତ ପଦାକୁ ଆସିବ ା ରଣପୁରର ସନ୍ତୋଷ ମହାରଣା କୁହନ୍ତି, ରାସ୍ତା ଖରାପ ହୋଇଯିବାରୁ ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଛି ା ସରକାର ତୁରନ୍ତ ରାସ୍ତା କାମ କରନ୍ତୁ ।  ମା’ମଣିନାଗ ମନ୍ଦିରର ପୂଜକ ଲଳିତ ରଥ କୁହନ୍ତି, ରାଜ୍ୟ ସରକାର ବିଭିନ୍ନ ମନ୍ଦିର ବିକାଶ କରୁଛନ୍ତି, କିନ୍ତୁ ରଣପୁର ମା’ଙ୍କ ମନ୍ଦିରର ବିକାଶ ନୁହେଁ ବିନାଶ କରାଯାଉଛି ।  ଏଥିପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri