ପାହାଡ଼ ପାଣିରେ ଧୋଇଗଲା ୪ କୋଟି ଟଙ୍କାର ପିଚୁରାସ୍ତା

ରଣପୁର,୧୦ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁରରେ ରହିଛି ମା’ମଣିନାଗଙ୍କ ପୀଠ। ସେହି ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପାହାଡ଼ କାଟି ୪ କୋଟି ଟଙ୍କା ବ୍ୟୟରେ ତଳ ମଣିନାଗରୁ ଉପର ମଣିନାଗକୁ ନିର୍ମିତ ହୋଇଥିବା ୫ କିଲୋମିଟର ପିଚୁ ରାସ୍ତା ପାହାଡ଼ ପାଣିରେ ଧୋଇ ହୋଇଯାଇଛି ।  ନିମ୍ନମାନର କାମ ତଥା ବିନା ପ୍ଲାନ୍‌ରେ ରାସ୍ତା ନିର୍ମାଣ ହୋଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି । ଏବେ ରାସ୍ତାଟି ମରଣଯନ୍ତା ପାଲଟିଛି ।  ଏଥିପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ଦାୟୀ କରିଛନ୍ତି ।  ଉକ୍ତ କେନ୍ଦ୍ରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହିତ ମଣିନାଗ ପୀଠର ବିକାଶ ପାଇଁ ଦାବି ହୋଇଛି । ଅନ୍ୟପକ୍ଷେ ଗାର୍ଡୱାଲ ନ ଥିବାରୁ ବର୍ଷାଦିନେ ପାହାଡ଼ କ୍ଷୟ ହେବାରେ ଲାଗିଛି ।  ଏମିତି କିଛିଦିନ ଚାଲିଲେ ପାହାଡ଼ ଧସିବାର ଆଶଙ୍କା ବଢ଼ିଛି ।

ସୂଚନା ଅନୁଯାୟୀ, ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତ୍ତିପ୍ରସ୍ତର ସ୍ଥାପନ ପରେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଉକ୍ତ ରାସ୍ତା ନିର୍ମାଣ କରିଥିଲା ।  ନିମ୍ନମାନର କାମ ତଥା ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ତାହା କିଛି ମାସ ବି ତିଷ୍ଠି ରହି ପାରି ନ ଥିଲା ।  ପ୍ରଥମେ ଉକ୍ତ ରାସ୍ତାରୁ ପିଚୁ ଉଠି ମେଣ୍ଟାଲ ଦିଶିଲା ।  ରାସ୍ତାରେ ବଡ ବଡ ଗାତ ସୃଷ୍ଟି ହୋଇଥିଲା ।  ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ୨୦୨୧ରେ ରଣପୁର ଏନ୍‌ଏସିକୁ ଉକ୍ତ ରାସ୍ତାକୁ ହସ୍ତାନ୍ତର କରି ନିଜ ଦାୟିତ୍ୱରୁ ମୁକ୍ତ ହେଲା ।  ସେହିପରି ରଣପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ସେହି ପୀଠରେ ପାନୀୟ ଜଳ ଯୋଗାଣ ଲାଗି କାମ ଆରମ୍ଭ ହୋଇଥିଲା ।  ସରକାର ଏଥିପାଇଁ ୧କୋଟି ଟଙ୍କା ମଞ୍ଜୁର କରିଥିଲେ ।  ହେଲେ ସେହି କାମ ଅଧାରୁ ବନ୍ଦ ରହିଛି ।

ସମୁଦ୍ର ପତ୍ତନରୁ ପ୍ରାୟ ସାଢ଼େ ୩ ହଜାର ଫୁଟ ଉଚ୍ଚରେ ରହିଥିବା ଏହି ମନ୍ଦିରର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଇନାହିଁ ।  ଏ ନେଇ ରଣପୁର ମା’ମଣିନାଗ ସେନାର ସମ୍ପାଦକ ଜାନକୀ ବଲ୍ଲଭ ମହାପାତ୍ର କୁହନ୍ତି, ଉପର ମଣିନାଗକୁ ନିର୍ମାଣ କରାଯାଇଥିବା ରାସ୍ତା ଅତିନିମ୍ନମାନର ହୋଇଥିଲା ।  ୪ କୋଟି ଟଙ୍କା ପାଣିରେ ପଡିଲା ।  ଠିକାଦାର ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।  ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ କୁହନ୍ତି, ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟ୍ଟକଳରେ ଉପର ମଣିନାଗକୁ ଜଳ ଯୋଗାଣ ପାଇ କାମ ଆରମ୍ଭ ହୋଇଥିଲା ା ଅଳ୍ପଦିନ କାମ ଚାଲିବା ପରେ ବନ୍ଦ ପଡିଛି ।  ସେ ଟଙ୍କା କୁଆଡେ ଗଲା ତାହାର ଭିଜିଲାନ୍ସ ତଦନ୍ତ କରାଗଲେ ସତ ପଦାକୁ ଆସିବ ା ରଣପୁରର ସନ୍ତୋଷ ମହାରଣା କୁହନ୍ତି, ରାସ୍ତା ଖରାପ ହୋଇଯିବାରୁ ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଛି ା ସରକାର ତୁରନ୍ତ ରାସ୍ତା କାମ କରନ୍ତୁ ।  ମା’ମଣିନାଗ ମନ୍ଦିରର ପୂଜକ ଲଳିତ ରଥ କୁହନ୍ତି, ରାଜ୍ୟ ସରକାର ବିଭିନ୍ନ ମନ୍ଦିର ବିକାଶ କରୁଛନ୍ତି, କିନ୍ତୁ ରଣପୁର ମା’ଙ୍କ ମନ୍ଦିରର ବିକାଶ ନୁହେଁ ବିନାଶ କରାଯାଉଛି ।  ଏଥିପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?