ସଶକ୍ତ ହେଉନି ସଡ଼କ

ବଇଣ୍ଡା,୩୧ା୭ ଗାଁ ରେ ମିଳୁନି ମୌଳିକ ସୁବିଧା। ବିଶେଷକରି ରାସ୍ତାକୁ ନେଇ ଦୂର ହେଉନି ଅସୁବିଧା। ବର୍ଷା ହେଲେ କାଦୁଅ ପଚ ପଚ ପଥ ଦେଇ ଯିବାକୁ ପଡ଼ୁଛି ପଥଚାରୀଙ୍କୁ। ରାତିରେ ଚଳପ୍ରଚଳ କରିବା ଅତ୍ୟନ୍ତ କଷ୍ଟକର। ଅନେକ ସ୍ଥାନ ଏତେ ଅବ୍ୟବସ୍ଥିତ ଯେ ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡ଼ି ପହଞ୍ଚିପାରୁନି ଗ୍ରାମରେ। ବର୍ଷ ବର୍ଷ ଧରି ଆପତ୍ତି, ଅଭିଯୋଗ ସତ୍ତ୍ୱେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ପ୍ରଶାସନ ନେଉନି ପଦକ୍ଷେପ। ୫ଟି ପଞ୍ଚାୟତର ୧୫ ମାଟି ସଡ଼କକୁ ସଶକ୍ତ କରାଯାଉ ନ ଥିବାରୁ ସମସ୍ୟାରେ ପଡ଼ିଛନ୍ତି ୩୪ ଗ୍ରାମବାସୀ।
କିଶୋରନଗର ବ୍ଲକର ନୁନୁକାପଶି, ହଣ୍ଡପା, ଠେଲକନାଳି, ନାକିଚି, ବିଲେଇନାଳି ପଞ୍ଚାୟତରେ ରହିଛି ଏହି ୧୫ଟି ରାସ୍ତା। ନୁନୁକାପଶି ପଞ୍ଚାୟତର ଆଠମଲ୍ଲିକ ଓଭରବ୍ରିଜ ନିକଟରୁ ଶିକ୍ଷକପଡାକୁ ଯାଇଛି ରେଳ ବିଭାଗର ୧ କିଲୋମିଟର ରାସ୍ତା। ଏହା ଉପରେ ଦାଦରସାହି, ବଡହୁଲା, ସାନଗୋବିନ୍ଦପୁର, ଦଳିତସାହି, ଶିକ୍ଷକପଡା ଗ୍ରାମବାସୀ ନିର୍ଭର କରୁଥିଲେ ମଧ୍ୟ ଏହାକୁ ମରାମତି କି କଂକ୍ରିଟ୍‌ କରାଯାଉ ନାହିଁ। ବାରମ୍ବାର ଅଭିଯୋଗ ପରେ ୨୦୧୮ ମସିହାରେ ଶିକ୍ଷକପଡାର ଯୁବଗୋଷ୍ଠୀ ଚାନ୍ଦା କରି ମରାମତି କାର୍ଯ୍ୟ କରିଥିଲେ। ୨୦ ଏପ୍ରିଲ ୨୦୧୯ରେ ବ୍ଲକ ଓ ଜିଲା ପ୍ରଶାସନକୁ ଦାବିପତ୍ର ଦେଇଥିଲେ। ସେହିପରି ୫୫ ନମ୍ବର ଜାତୀୟ ରାଜପଥରୁ ଶରଧାମୁଣ୍ଡା ଗ୍ରାମକୁ ଯାଇଥିବା ୨ କିଲୋମିଟର ମାଟି ରାସ୍ତା ଶୋଚନୀୟ ହୋଇପଡିଛି। ବଇଣ୍ଡା ବିଦ୍ୟୁତ୍‌ କାର୍ଯ୍ୟାଳୟଠାରୁ କଦଳୀମୁଣ୍ଡା ୨ କିଲୋମିଟର ରାସ୍ତା, ବିଲେଇନାଳି ପଞ୍ଚାୟତର ଗରୁଡରୁ ମନ୍ଦରବାହାଳ ୨ କିଲୋମିଟର, ଧଉରାଗୋଠରୁ ଦାମଦରପୁର ୩ କିଲୋମିଟର, ବିଲେଇନାଳି ଠାରୁ କରଡାବାହାଳି ୨ କିଲୋମିଟର, ଗରୁଡରୁ ଜାମୁଖୋଳ ସାହି ୨ କିଲୋମିଟର, ହଣ୍ଡପା ପଞ୍ଚାୟତର ପାପସରାରୁ ବଇସିଣା ୨ କିଲୋମିଟର, ନାକିଚି ପଞ୍ଚାୟତର ନାକିଚି ଯାତ୍ରାପଡିଆ ଠାରୁ ଛେଳିଆଢିପ ୨ କିଲୋମିଟର ରାସ୍ତା, ବଡଡଙ୍ଗିଆଣିରୁ ମାଙ୍କଡଚୁଆ ୧ କିଲୋମିଟର, ନୂଆଁଭୂଇରୁ ବିଲେଇସାହି ୨ କିଲୋମିଟର, ନାକିଚିଠାରୁ ଜୟଗଡ ୧ କିଲୋମିଟର, ଠେଲକନାଳି ପଞ୍ଚାୟତ କ୍ରଶର ଛକଠାରୁ ବାଟିପୁରୁଣାପାଣି ୨ କିଲୋମିଟର, କ୍ରଶର ଛକଠାରୁ ସଡ଼କସାହି ୨ କିଲୋମିଟର ରାସ୍ତା, ଠେଲକନାଳି ଗ୍ରାମରୁ ଶରଭାଗୁଣି ୧ କିଲୋମିଟର ମାଟି ରାସ୍ତା ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ୩୪ଟି ଗ୍ରାମର ସହସ୍ରାଧିକ ଲୋକ ବର୍ଷକ ଯାକ ଯାତାୟାତ କରିବାରେ ହଇରାଣ ହରକତ ହେଉଛନ୍ତି। ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ରାସ୍ତା ମରାମତି ଓ କଂକ୍ରିଟ କରିବା ପାଇଁ ସମିତିସଭ୍ୟମାନେ ଦାବି କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ତୁରନ୍ତ ବ୍ଲକ ଓ ଜିଲା ପ୍ରଶାସନ ଗ୍ରାମାଞ୍ଚଳ ରାସ୍ତା କଂକ୍ରିଟ୍‌ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।
କେହି ଶୁଣୁନାହାନ୍ତି
ଶିକ୍ଷକପଡା ରାସ୍ତା ଅତି କଦର୍ଯ୍ୟ ହୋଇପଡିଛି। ଏହାକୁ କଂକ୍ରିଟ କରିବା ପାଇଁ ବହୁବାର ପଞ୍ଚାୟତ, ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଛୁ। ହେଲେ କେହି ଶୁଣୁନାହାନ୍ତି। ସାମାନ୍ୟ ବର୍ଷା ପରେ ଉକ୍ତ ରାସ୍ତାରେ ଯାତାୟାତ କଷ୍ଟକର ହୋଇପଡୁଛି।
-ଶ୍ରୀଧର ବେହେରା, ଶିକ୍ଷକପଡା
ବଢ଼ୁଛି ଦୁର୍ଘଟଣା
ବର୍ଷାଦିନେ ଶରଧାମୁଣ୍ଡା ଗ୍ରାମ ରାସ୍ତା କାଦୁଅରେ ଭରିଯାଉଛି। ଗଁା ଲୋକେ ଚଳପ୍ରଚଳ କରିବାରେ ଅସୁବିଧା ଭୋଗୁଛନ୍ତି। କାଦୁଅରେ ଖସିପଡି ବାଇକ୍‌ ଆରୋହୀମାନେ ଆହତ ହେଉଛନ୍ତି। କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ବ୍ଲକ ପ୍ରଶାସନ ଦୃଷ୍ଟି ଦେଲେ ଲୋକେ ଅଧିକ ସୁବିଧା ପାଇପାରନ୍ତେ।
– ମନୋରଞ୍ଜନ ପ୍ରଧାନ, ଶରଧାମୁଣ୍ଡା
ଭୋଟ୍‌ରେ ଜବାବ ଦିଆଯିବ
ଆମ ପଞ୍ଚାୟତର ବହୁ ଗ୍ରାମକୁ କଂକ୍ରିଟ ରାସ୍ତା ନିର୍ମାଣ ହେଇପାରୁନାହିଁ। ଲୋକେ ବର୍ଷକଯାକ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ କିମ୍ବା ଲୋକପ୍ରତିନିଧିମାନେ ଏ ନେଇ ଉଦ୍ୟମ କରୁ ନ ଥିବାରୁ ପଞ୍ଚାୟତ ନିର୍ବାଚନରେ ଠିକ୍‌ ଜବାବ ଦିଆଯିବ।
-ଧ୍ରୁବଚରଣ ସାହୁ, ବଡଗୋବିନ୍ଦପୁର
ସରକାରଙ୍କୁ ପ୍ରସ୍ତାବ ଦିଆଯିବ
ବିଲେଇନାଳି ପଞ୍ଚାୟତରେ ଥିବା ଅନେକ ରାସ୍ତା କଂକ୍ରିଟ ହୋଇନାହିଁ। ସେଗୁଡିକ କିଭଳି କଂକ୍ରିଟରେ ପରିଣତ ହେବ, ସେ ନେଇ ପଞ୍ଚାୟତ ପକ୍ଷରୁ ବ୍ଲକ ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ପଞ୍ଚାୟତ ପକ୍ଷରୁ ନିଶ୍ଚିତ ପଦେକ୍ଷେପ ନିଆଯିବ।
-ନବକିଶୋର ସାହୁ, ସରପଞ୍ଚ, ବିଲେଇନାଳି
ପ୍ରଶାସନ ନିକଟରେ ଅଭିଯୋଗ କରନ୍ତୁ
ରାସ୍ତାକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିବା ଦରକାର। ଏହାପରେ ପଞ୍ଚାୟତ ବିଭାଗ ପକ୍ଷରୁ କିଭଳି ତାହାକୁ କଂକ୍ରିଟ କରାଯିବ, ସେ ନେଇ ବିଡିଓଙ୍କୁ ନିର୍ଦେଶ ଦିଆଯିବ।
-ଲଳିତ ମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri