ମରାମତି ଅଭାବରୁ ରାସ୍ତା ଶୋଚନୀୟ

ନାଉଗାଁ,୧୦।୧୧(ସ୍ବ.ପ୍ର.): ନାଉଗାଁ  ବ୍ଲକ ଛକରୁ ତିହୁଡାକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡିଛି। ବିଭିନ୍ନ ସଙ୍ଗଠନ, ବୁଦ୍ଧିଜୀବୀଙ୍କ ପକ୍ଷରୁ ବାରମ୍ବାର ଦାବି ସତ୍ତ୍ୱେ ରାସ୍ତାର ତିହୁଡାଠାରୁ ଅଧା କିମି ପର୍ଯ୍ୟନ୍ତ ମରାମତି କରାଯାଇଛି। ମାତ୍ର ବାକି ରାସ୍ତା ଏବେବି ଖରାପ ରହିଛି।
୨ କିଲୋମିଟର ଲମ୍ବ ଏହି ରାସ୍ତା ପଞ୍ଚାୟତ ଅଧୀନରେ ରହିଛି। ରାସ୍ତା ପାର୍ଶ୍ୱରେ ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଓ ଜ୍ୟୋତି ମହାସଂଘ କାର୍ଯ୍ୟାଳୟ ଓ ସରସ୍ବତୀ ଶିଶୁ ମନ୍ଦିର ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ସ୍ଥାନୀୟ ଲୋକଙ୍କ ବାସଗୃହ ଓ ଚାଷ ଜମି ମଧ୍ୟ ରହିଛି। ବିଗତ ଦିନରେ ଲଗାଣ ବର୍ଷାରେ ଏହି ଜମିରୁ ପାଣି ନିଷ୍କାସନ ପାଇଁ ରାସ୍ତାର ବିଭିନ୍ନ ସ୍ଥାନ ଖୋଳି ଦିଆଯାଇଛି। ମାତ୍ର ପାଣି ନିଷ୍କାସନ ପରେ ଏହାକୁ ମରାମତି କରାଯାଇନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଉପରକୁ ଗୋଡି ଉଠି ଆସିଛି। ଫଳରେ ଖାଲି ପାଦରେ ଏହି ବାଟଦେଇ ଯିବା କଷ୍ଟକର ହୋଇଯାଉଛି। ରାସ୍ତା ପାର୍ଶ୍ୱରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବାରୁ ପଞ୍ଚାୟତ ଲୋକେ ବିଭନ୍ନ କାର୍ଯ୍ୟରେ ଏହି ବାଟ ଦେଇ ଯାତାୟାତ କରିଥାନ୍ତି। ମାତ୍ର ରାସ୍ତା ଅବସ୍ଥା ଖରାପ ଥିବାରୁ ଅନେକ ସମୟରେ ସେମାନେ ଦୁର୍ଘଟଣାର ଶିକାର ହୋଇଥାନ୍ତି। ପିଲାମାନେ ବିଦ୍ୟାଳୟକୁ ଆସୁଥିବା ବେଳେ ବାରମ୍ବାର ସାଇକେଲ୍‌ରୁ ପଡ଼ି ଖଣ୍ଡିଆଖାବରା ହୁଅନ୍ତି। ଫଳରେ ଏହି ବାଟଦେଇ ଯାତୟାତ କରିବାକୁ ସେମାନେ ଭୟ କରିଥାନ୍ତି। ରାସ୍ତା କାର୍ଯ୍ୟ ପାଇଁ ବିଧାୟକ ଉନ୍ନୟନ ପାଣ୍ଠି, ରାଜ୍ୟ ସଭା ସାଂସଦ ପାଣ୍ଠି ଓ ଅମ୍ଫନ ବାତ୍ୟା ସମୟରେ କ୍ଷୟକ୍ଷତି ନିମନ୍ତେ ଅନୁଦାନ ମିଳିଛି। ମାତ୍ର ଏପର୍ଯ୍ୟନ୍ତ ରାସ୍ତା ମରାମତି ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ମଲିକ କୁହନ୍ତି, ପର୍ଯ୍ୟାୟକ୍ରମେ ଅନୁଦାନ ପ୍ରଦାନ ଦିଆଯାଇ ରାସ୍ତା ମରାମତି କରାଯାଉଛି। ଆଉ ଅଳ୍ପ କିଛି ବାକି ରହିଛି ସେ କାର୍ଯ୍ୟ ଯଥାଶୀଘ୍ର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ହାତୀପଲକୁ ଘଉଡ଼ାଇବା ପାଇଁ ଯାଇ ଆଉ ଫେରିଲେନି , ଚାଲିଗଲା ଜୀବନ

ପାଟଣା, ୩।୮ (ବୀର କିଶୋର ଦାଶ): ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri