ନୀରୋଗ ଜୀବନର ସୂତ୍ର ‘ଗୋମୂତ୍ର’

ବନ୍ତଳା, ୧୯ା୭ (ଦିନେଶ ଦେହୁରୀ): ସାଧାରଣତଃ କ୍ଷୀର ପାଇଁ ଅନେକେ ଗୋପାଳନ କରୁଛନ୍ତି। ସେମାନେ ଜାଣିନାହାନ୍ତି ଗୋ ସମ୍ପଦର ଅଧିକ ବ୍ୟବହାର କି ଉପକାର। ସେଥିପାଇଁ ଗୋମୂତ୍ର ଓ ଗୋବରକୁ ବର୍ଜ୍ୟ ଦୃଷ୍ଟିରେ ଦେଖାଯାଉଛି। କିନ୍ତୁ ଏହି ବର୍ଜ୍ୟ ଯେ ନୀରୋଗ ଜୀବନର ଏକ ବଡ଼ ସୂତ୍ର ସେ ସମ୍ପର୍କରେ ଉଚିତ ଜ୍ଞାନ ଲୋକଙ୍କୁ ଦିଆଯାଉନାହିଁ। ହେଲେ ଏ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି ଅନୁଗୋଳ ଜିଲା ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ଅଶୋକ ଦାସ(୫୦)। ଦୀର୍ଘବର୍ଷ ହେଲା ନିଜେ ୩୦ରୁ ଅଧିକ ଗୋ ପାଳନ କରିବା ସହ ଊର୍ଦ୍ଧ୍ୱପାତନ ପ୍ରଣାଳୀରେ ଗୋମୂତ୍ରରୁ ଔଷଧ ପ୍ରସ୍ତୁତ କରୁଛନ୍ତି। ଗୋବରରୁ ମଶା ଧୂପ, ଦନ୍ତ ମଞ୍ଜନ, ବାସନମଜା ପାଉଡର ତିଆରି କରୁଛନ୍ତି। ତାଙ୍କ ଦ୍ୱାରା ଆଦୃତ ପୁରାତନ ପଦ୍ଧତି କିପରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ଗଁା ଗଁା ବୁଲି ଲୋକଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।
ଅଶୋକଙ୍କ କହିବା ଅନୁଯାୟୀ, ଜୀବଜଗତର ସୁରକ୍ଷା ପାଇଁ ସେ ପିଲା ଦିନରୁ ଲକ୍ଷ୍ୟ ରଖିଛନ୍ତି। ୧୯୯୨ରେ ନରସିଂହପୁର କଲେଜରୁ ବିଏ ପାସ୍‌ କରିବା ପରେ ଓଡ଼ିଆରେ ଏମ୍‌ଏ କରିଛନ୍ତି। ହିନ୍ଦୀରେ ରତ୍ନ, ବୃନ୍ଦାବନରେ ସଂସ୍କୃତ ଭାଗବତ ଶିକ୍ଷା କରିଛନ୍ତି। କାଞ୍ଚିପୁରମ ପଞ୍ଚଗବ୍ୟ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିପ୍ଲୋମା କରିଛନ୍ତି। ଗୋ ସମ୍ପଦ ଦ୍ୱାରା ବହୁ ସମସ୍ୟାର ସମାଧାନ ହେବ ବୋଲି ଶିକ୍ଷାଲାଭ କରିବା ପରଠାରୁ କାର୍ଯ୍ୟାରମ୍ଭ କରିଛନ୍ତି। ବନ୍ତଳା ନାରଣପୁର ଅଞ୍ଚଳରେ ୧ ଏକର ଜାଗା କିଣି ଗୋପାଳନ କରୁଛନ୍ତି। ଏବେ ତାଙ୍କ ନିକଟରେ ୩୦ରୁ ଅଧିକ ଗାଈ ରହିଛନ୍ତି। ଦୈନିକ କ୍ଷୀର, ଘିଅ ବିକ୍ରି କରିବା ସହ ପୁରାତନ ଊର୍ଦ୍ଧ୍ୱପାତନ ପ୍ରଣାଳୀରେ ଗୋମୂତ୍ରରୁ ଅର୍କ ପ୍ରସ୍ତୁତି କରି ଲିଟର ପିଛା ୩୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏଥିପାଇଁ ସେ ବୃନ୍ଦାବନ, ପୁରୀ, ଅଯୋଧ୍ୟାରୁ ତାଲିମ ନେଇଛନ୍ତି। ଗୋମୂତ୍ରରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧ ଶକ୍ତି ଥିବାରୁ ଏହା ମଣିଷ ଶରୀରକୁ ନୀରୋଗ ରଖିପାରିବ। ଏଥିରେ ଥିବା ଔଷଧୀୟ ଗୁଣ ଅନେକ ରୋଗ ଭଲ କରିପାରିବ। ତେଣୁ ଗୋ ମୂତ୍ର ସଂଗ୍ରହ କରି ସେ ୧୬ ପ୍ରକାର ଔଷଧ ତିଆରି କରି ଗୋ ସୁରକ୍ଷା ସମିତି, ଗଁା ବୈଦ୍ୟମାନଙ୍କୁ ଯୋଗାଇ ଦେଉଛନ୍ତି। ସେହିପରି ଗୋବରରୁ ସାର ଓ ଗ୍ୟାସ୍‌ ଉତ୍ପାଦନ କରୁଛନ୍ତି। ଧୂପକାଠି, ମଶା ଧୂପ, ଦନ୍ତ ମଞ୍ଜନ, ବାସନମଜା ପାଉଡର ପ୍ରସ୍ତୁତ କରୁଛନ୍ତି। ବୃଦ୍ଧି ପାଉଥିବା ପ୍ରଦୂଷଣ ଓ ଫସଲରେ ମାତ୍ରାଧିକ ସାର, କୀଟନାଶକ ପ୍ରୟୋଗ ଯୋଗୁ ଖାଦ୍ୟ ଆଉ ସ୍ବାସ୍ଥ୍ୟ ଉପଯୋଗୀ ହୋଇନାହିଁ। ଏଥିପାଇଁ ମଣିଷ ଅଳ୍ପଦିନରେ ରୋଗଗ୍ରସ୍ତ ହୋଇପଡ଼ୁଛି। ତେଣୁ ଗୋ ବର୍ଜ୍ୟ ଦ୍ୱାରା କିପରି ପରିବେଶକୁ ସୁରକ୍ଷା ଦେବା ସହିତ ମଣିଷକୁ ନୀରୋଗ ରଖାଯାଇପାରିବ ସେଥିପାଇଁ ଗୋବର ଓ ଗୋମୂତ୍ର ବ୍ୟବହାର କରି ସେ ଫସଲ ଉତ୍ପାଦନ କରୁଛନ୍ତି। ଗୋ ସମ୍ପଦର ଏହି ବ୍ୟବହାର ସମ୍ପର୍କରେ ଗୁଳାଗଡ଼ିଆ, ତୁମୁଣି, ଟାଇଁସି, ତଳଗଡ଼, ଗୋପାଳପୁର, ଗଡ଼ତଇଳା, କୋରଡା ଆଦି ଗ୍ରାମର ଚାଷୀମାନଙ୍କୁ ଏକ ବର୍ଷ ହେଲା ପ୍ରଶିକ୍ଷଣ ଦେଉଥିବା ଅଶୋକ ପ୍ରକାଶ କରିଛନ୍ତି।
ଅଶୋକଙ୍କ ଏହି ଉଦ୍ୟମ ସମ୍ପର୍କରେ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଜଗନ୍ନାଥପୁର ସ୍ବାସ୍ଥ୍ୟକେନ୍ଦ୍ର ନୂତନର ଆୟୁଷ ଡାକ୍ତର ବିଜୟ କୁମାର ପ୍ରଧାନ କହିଛନ୍ତି, ଗୋମୂତ୍ର ଅର୍କ ଦ୍ୱାରା ମଣିଷର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ। ଏଥିରେ ବିଭିନ୍ନ ଚେରମୂଳିର ମିଶ୍ରଣ କରାଯାଇ ଆୟୁର୍ବେଦିକ ଉପଚାରରେ ଲଗାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?