ହେତୁବାଦୀ, ପରମ୍ପରାବାଦୀ ପିଟାପିଟି

ବ୍ରହ୍ମପୁର ଅଫିସ,୯ା୧୧: ବ୍ରହ୍ମପୁର ସହର ହନୁମାନ ବଜାର ଛକରେ ହେତୁବାଦୀ ସଂଗଠନ ପକ୍ଷରୁ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ଯୋଗୁ ଏକ ସଭା ଓ ସାମୂହିକ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଏହି ଖବର ପାଇ ପରମ୍ପରାବାଦୀ ତଥା ବଜରଙ୍ଗ ଦଳ ଓ ଭାଜପା ଏବଂ ବିଭିନ୍ନ ଧାର୍ମୀୟ ଅନୁଷ୍ଠାନ ସଦସ୍ୟ ଓ ସମର୍ଥକମାନେ ପହଞ୍ଚି ବିରୋଧ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖାଯିବା ସହ ଗଣ୍ଡଗୋଳ ଘଟିଥିଲା। ବ୍ରହ୍ମପୁର ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା, ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି ଓ ପୋଲିସ ଟିମ୍‌ ସେଠାରେ ପହଞ୍ଚତ୍ ଉଭୟପକ୍ଷଙ୍କୁ ବୁଝାଶୁଝା କରିଥିଲେ। ହେତୁବାଦୀମାନେ କାର୍ଯ୍ୟକ୍ରମ ବନ୍ଦ ନ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବଜରଙ୍ଗଦଳ କାର୍ଯ୍ୟକର୍ତ୍ତାମାନେ କହିବା ସହ ସେଠାରେ ଧାରଣାରେ ବସିଥିଲେ। ପୋଲିସ ଯେତେ ବୁଝାଶୁଝା କରିଥିଲେ ମଧ୍ୟ ଉଭୟପକ୍ଷ କିଛି ନ ଶୁଣି ନିଜ ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରେ ଅତିରିକ୍ତ ଏସ୍‌ପି ଅସୀମ ପଣ୍ଡା ଘଟଣାସ୍ଥଳକୁ ଯାଇ ଉଭୟପକ୍ଷଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ତାଙ୍କ କଥା କେହି ନ ଶୁଣିବାରୁ ସେଠାରେ ମୃଦୁ ଲାଠିଚାଳନା କରାଯାଇଥିଲା। ଉଭୟପକ୍ଷ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେବା ସହ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଅଖିଳ ଭାରତୀୟ କିଷାନ ମଜଦୁର ସଭା ଜାତୀୟ ସମ୍ପାଦକ ତଥା ହେତୁବାଦୀ ସଂଘଠନର ସଭ୍ୟ ଭାଲ ଚନ୍ଦ୍ର ଷଡଙ୍ଗୀଙ୍କୁ ପଚାରିବାରୁ ହନୁମାନ ବଜାର ଛକରେ ଆମେ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ସମୟରେ ବିଜ୍ଞାନ ସମ୍ମତ ଏକ ସଭା କାର୍ଯ୍ୟକ୍ରମ ଓ ଭୋଜନ ବ୍ୟବସ୍ଥା କରିଥିଲୁ। ଭାଜପାର କେତେକ କୁଚକ୍ରୀ ଅସାମାଜିକ ଗୋଷ୍ଠୀ ସଭାସ୍ଥଳକୁ ଆସି ପରମ୍ପରା ନାମରେ ଗୁଣ୍ଡାଗିରି ଦେଖାଇଛନ୍ତି। ସଭାପାଇଁ ପଡ଼ିଥିବା ଟେଣ୍ଟ ଭଙ୍ଗାରୁଜା କରିବା ସହ ଆମ ଉପରକୁ ପଥର ଓ ଗୋବର ମାଡ଼ କରିଛନ୍ତି, ଯାହାକି ଗଣତନ୍ତ୍ର ରାଷ୍ଟ୍ରରେ ଏକ ନିନ୍ଦନୀୟ ଘଟଣା। ସେମାନଙ୍କର ଏଭଳି ବ୍ୟବହାରକୁ ଆମେ ଦୃଢ଼ ନିନ୍ଦା କରୁଛୁ। ସେହିପରି ହେତୁବାଦୀ ସଂଗଠନର ସଭ୍ୟ ମଧୁସୂଦନ ସେଠୀ ଏନେଇ ବଡ଼ବଜାର ଥାନାରେ ଏତଲା ଦେଇଥିବା ସେ କହିଛନ୍ତି। ରାଜ୍ୟ ଲୋକଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି, ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗକୁ ନେଇ ପରମ୍ପରାବାଦୀ ଜନସାଧାରଣଙ୍କୁ ଅନ୍ଧବିଶ୍ୱାସରେ ରଖିଛନ୍ତି। ଜନସାଧାରଣଙ୍କ ମନରୁ ଏହାକୁ ଦୂରେଇବା ପାଇଁ ହେତୁବାଦୀ ସଂଗଠନ ସଚେତନ କରୁଛି। ଏହି ଅବସରରେ ଆମେ ଖାଦ୍ୟ ଗ୍ରହଣ କରୁଛୁ ଏବଂ ଏହାକୁ ପ୍ରମାଣିତ କରିବା ପାଇଁ ଜନସାଧାରଣ ମଧ୍ୟ ଖାଦ୍ୟ ଗ୍ରହଣ କରନ୍ତୁ ବୋଲି କହୁଛୁ। ସମାଜରୁ ଅନ୍ଧବିଶ୍ୱାସ ଓ ଧର୍ମାନ୍ଧତାରୁ ଜନସଧାରଣଙ୍କୁ ମୁକ୍ତ କରିବା ପାଇଁ ହେତୁବାଦୀ ଏକ ଜନଜାଗରଣ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି। ଏହା ବିଜ୍ଞାନ ସମ୍ମତ। ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତ୍ୟେକ ଲୋକଙ୍କ ମୌଳିକ ଅଧିକାର ରହିଛି। ଯେଉଁ ସଂଗଠନଗୁଡିକ ଆଜି ଯେଉଁଭଳି ଭାବେ ଆଇନଜୁ ହାତକୁ ନେଇ ହେତୁବାଦୀ ସଦସ୍ୟଙ୍କୁ ଆକ୍ରମଣ କରିବା ସହ ହିଂସାତ୍ମକ ପଦକ୍ଷେପ ନେଇଛନ୍ତି ତାହାର ଦୃଢ଼ ନିନ୍ଦା କରୁଥିବା ସେ କହିଛନ୍ତି।
ଗଞ୍ଜାମ ଜିଲା ସାଧୁସନ୍ଥ ସମାଜ ସଦସ୍ୟ ଚିନ୍ମୟାନନ୍ଦ ମହାରାଜ କହିଛନ୍ତି, ହେତୁବାଦୀ ସଂଗଠନ ଚନ୍ଦ୍ର ଗ୍ରହଣ ଦିନ ଯେଉଁ ସାମୂହିକ ଭୋଜନ ବ୍ୟବସ୍ଥା କରିଥିଲେ ତାହା ହିନ୍ଦୁ ବିରୋଧୀ। ଏଣୁ ଆମେ ତାକୁ ବିରୋଧ କରୁଛୁ। ହିନ୍ଦୁମାନେ ସନାତନ ଧର୍ମୀ ଅଟନ୍ତି। ଜଗନ୍ନାଥ ସଂସ୍କୃତି ଆଧାରରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ ପାଳନ ପାଇଁ ଯେଉଁସବୁ ନିୟମ ରହିଛି, ତାହାକୁ ଆମେ ସମସ୍ତେ ପାଳନ କରୁଛୁ। ଏହାକୁ ହେତୁବାଦୀ ସଂଗଠନ ଚକ୍ରାନ୍ତ କରି ହିନ୍ଦୁ ସଂସ୍କୃତିକୁ ବିକୃତି କରିବା ସହ ପରମ୍ପରାକୁ ଯେଉଁଭଳି ଧ୍ୱଂସ ପାଇଁ ପ୍ରୟାସ କରୁଛନ୍ତି ତାହାକୁ ଆମେ ବିରୋଧ କରୁଛୁ ବୋଲି ସେ କହିଛନ୍ତି। ହେତୁବାଦୀମାନେ ହିନ୍ଦୁ ନୁହନ୍ତି, ସେମାନେ ଏଭଳି ଧର୍ମ ବିରୋଧରେ ଚକ୍ରାନ୍ତ କରୁଛନ୍ତି, ଯାହାକୁ ହିନ୍ଦୁ ସମାଜ ବିରୋଧ କରୁଛି। ଯଦି ଆଗାମୀ ଦିନରେ ସେମାନେ ଏଭଳି କାର୍ଯ୍ୟକ୍ରମ ସାଧାରଣରେ କରିବେ ତେବେ ମାଡ଼ ଖାଇବେ ବୋଲି ସେ ଚେତାବନୀ ଦେଇଛନ୍ତି। ସେଠାରେ ହେତୁବାଦୀମାନେ ଏଭଳି କାର୍ଯ୍ୟକ୍ରମ କରିଥିବାରୁ ତାଙ୍କ ଉପରକୁ ଗୋବର ପକାଇ ତାଙ୍କୁ ପବିତ୍ର କରାଯାଇଛି ବୋଲି ସେ କହିଛନ୍ତି।
ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ଅସୀମ ପଣ୍ଡା କହିଛନ୍ତି, ବଡ଼ବଜାର ଥାନା ଅନ୍ତର୍ଗତ ହନୁମାନ ବଜାର ଛକରେ ଗୋଟିଏ ଗୋଷ୍ଠୀ ଚନ୍ଦ୍ରଗ୍ରହଣ ସମୟରେ ସାମୂହିକ ଭୋଜନ ବ୍ୟବସ୍ଥା କରିଥିଲେ। ସେହି ସମୟରେ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ଏହାର ପ୍ରତିବାଦ କରିଥିଲେ। ରାସ୍ତା ଉପରେ ଉଭୟ ଗୋଷ୍ଠୀ ଗଣ୍ଡଗୋଳ କରିବା ସହ ସେଠାରେ ଉତ୍ତେଜନା ସୃଷ୍ଟି କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ସେମାନଙ୍କୁ ଘଉଡ଼ାଇଥିଲା ବୋଲି ପଣ୍ଡା କହିଛନ୍ତି। ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ପୃଥକ୍‌ ପୃଥକ୍‌ ଭାବେ ଅଭିଯୋଗ ହୋଇଥିବା ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ ଚଳାଚଳ ଦାବି: ଦାବି ପୂରଣ ନ ହେଲେ ରେଳରୋକୋ

କେନ୍ଦୁଝର,୫।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରେଳବାଇ ରାଜସ୍ବ ଆଦାୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ହେଲେ ରେଳ ବିଭାଗ କେନ୍ଦୁଝର ଜିଲାକୁ...

ଗୋଟିଏ ପୋଲ: ୨ ଥର ଶିଳାନ୍ୟାସ

ଲଙ୍ଗଳେଶ୍ୱର,୫।୧୨(କମଳାକାନ୍ତ ଦାସ): ଗୋଟିଏ ପୋଲକୁ ଦୁଇଥର ଶିଳାନ୍ୟାସ। ସକାଳେ ବିଧାୟକ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ଗୋଟିଏ ଜାଗାରେ ଫଳକ ଶିଳାନ୍ୟାସ କରିଥିବା ବେଳେ...

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri