ହେତୁବାଦୀ, ପରମ୍ପରାବାଦୀ ପିଟାପିଟି

ବ୍ରହ୍ମପୁର ଅଫିସ,୯ା୧୧: ବ୍ରହ୍ମପୁର ସହର ହନୁମାନ ବଜାର ଛକରେ ହେତୁବାଦୀ ସଂଗଠନ ପକ୍ଷରୁ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ଯୋଗୁ ଏକ ସଭା ଓ ସାମୂହିକ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଏହି ଖବର ପାଇ ପରମ୍ପରାବାଦୀ ତଥା ବଜରଙ୍ଗ ଦଳ ଓ ଭାଜପା ଏବଂ ବିଭିନ୍ନ ଧାର୍ମୀୟ ଅନୁଷ୍ଠାନ ସଦସ୍ୟ ଓ ସମର୍ଥକମାନେ ପହଞ୍ଚି ବିରୋଧ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖାଯିବା ସହ ଗଣ୍ଡଗୋଳ ଘଟିଥିଲା। ବ୍ରହ୍ମପୁର ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା, ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି ଓ ପୋଲିସ ଟିମ୍‌ ସେଠାରେ ପହଞ୍ଚତ୍ ଉଭୟପକ୍ଷଙ୍କୁ ବୁଝାଶୁଝା କରିଥିଲେ। ହେତୁବାଦୀମାନେ କାର୍ଯ୍ୟକ୍ରମ ବନ୍ଦ ନ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବଜରଙ୍ଗଦଳ କାର୍ଯ୍ୟକର୍ତ୍ତାମାନେ କହିବା ସହ ସେଠାରେ ଧାରଣାରେ ବସିଥିଲେ। ପୋଲିସ ଯେତେ ବୁଝାଶୁଝା କରିଥିଲେ ମଧ୍ୟ ଉଭୟପକ୍ଷ କିଛି ନ ଶୁଣି ନିଜ ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରେ ଅତିରିକ୍ତ ଏସ୍‌ପି ଅସୀମ ପଣ୍ଡା ଘଟଣାସ୍ଥଳକୁ ଯାଇ ଉଭୟପକ୍ଷଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ତାଙ୍କ କଥା କେହି ନ ଶୁଣିବାରୁ ସେଠାରେ ମୃଦୁ ଲାଠିଚାଳନା କରାଯାଇଥିଲା। ଉଭୟପକ୍ଷ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେବା ସହ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଅଖିଳ ଭାରତୀୟ କିଷାନ ମଜଦୁର ସଭା ଜାତୀୟ ସମ୍ପାଦକ ତଥା ହେତୁବାଦୀ ସଂଘଠନର ସଭ୍ୟ ଭାଲ ଚନ୍ଦ୍ର ଷଡଙ୍ଗୀଙ୍କୁ ପଚାରିବାରୁ ହନୁମାନ ବଜାର ଛକରେ ଆମେ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ସମୟରେ ବିଜ୍ଞାନ ସମ୍ମତ ଏକ ସଭା କାର୍ଯ୍ୟକ୍ରମ ଓ ଭୋଜନ ବ୍ୟବସ୍ଥା କରିଥିଲୁ। ଭାଜପାର କେତେକ କୁଚକ୍ରୀ ଅସାମାଜିକ ଗୋଷ୍ଠୀ ସଭାସ୍ଥଳକୁ ଆସି ପରମ୍ପରା ନାମରେ ଗୁଣ୍ଡାଗିରି ଦେଖାଇଛନ୍ତି। ସଭାପାଇଁ ପଡ଼ିଥିବା ଟେଣ୍ଟ ଭଙ୍ଗାରୁଜା କରିବା ସହ ଆମ ଉପରକୁ ପଥର ଓ ଗୋବର ମାଡ଼ କରିଛନ୍ତି, ଯାହାକି ଗଣତନ୍ତ୍ର ରାଷ୍ଟ୍ରରେ ଏକ ନିନ୍ଦନୀୟ ଘଟଣା। ସେମାନଙ୍କର ଏଭଳି ବ୍ୟବହାରକୁ ଆମେ ଦୃଢ଼ ନିନ୍ଦା କରୁଛୁ। ସେହିପରି ହେତୁବାଦୀ ସଂଗଠନର ସଭ୍ୟ ମଧୁସୂଦନ ସେଠୀ ଏନେଇ ବଡ଼ବଜାର ଥାନାରେ ଏତଲା ଦେଇଥିବା ସେ କହିଛନ୍ତି। ରାଜ୍ୟ ଲୋକଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି, ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗକୁ ନେଇ ପରମ୍ପରାବାଦୀ ଜନସାଧାରଣଙ୍କୁ ଅନ୍ଧବିଶ୍ୱାସରେ ରଖିଛନ୍ତି। ଜନସାଧାରଣଙ୍କ ମନରୁ ଏହାକୁ ଦୂରେଇବା ପାଇଁ ହେତୁବାଦୀ ସଂଗଠନ ସଚେତନ କରୁଛି। ଏହି ଅବସରରେ ଆମେ ଖାଦ୍ୟ ଗ୍ରହଣ କରୁଛୁ ଏବଂ ଏହାକୁ ପ୍ରମାଣିତ କରିବା ପାଇଁ ଜନସାଧାରଣ ମଧ୍ୟ ଖାଦ୍ୟ ଗ୍ରହଣ କରନ୍ତୁ ବୋଲି କହୁଛୁ। ସମାଜରୁ ଅନ୍ଧବିଶ୍ୱାସ ଓ ଧର୍ମାନ୍ଧତାରୁ ଜନସଧାରଣଙ୍କୁ ମୁକ୍ତ କରିବା ପାଇଁ ହେତୁବାଦୀ ଏକ ଜନଜାଗରଣ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି। ଏହା ବିଜ୍ଞାନ ସମ୍ମତ। ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତ୍ୟେକ ଲୋକଙ୍କ ମୌଳିକ ଅଧିକାର ରହିଛି। ଯେଉଁ ସଂଗଠନଗୁଡିକ ଆଜି ଯେଉଁଭଳି ଭାବେ ଆଇନଜୁ ହାତକୁ ନେଇ ହେତୁବାଦୀ ସଦସ୍ୟଙ୍କୁ ଆକ୍ରମଣ କରିବା ସହ ହିଂସାତ୍ମକ ପଦକ୍ଷେପ ନେଇଛନ୍ତି ତାହାର ଦୃଢ଼ ନିନ୍ଦା କରୁଥିବା ସେ କହିଛନ୍ତି।
ଗଞ୍ଜାମ ଜିଲା ସାଧୁସନ୍ଥ ସମାଜ ସଦସ୍ୟ ଚିନ୍ମୟାନନ୍ଦ ମହାରାଜ କହିଛନ୍ତି, ହେତୁବାଦୀ ସଂଗଠନ ଚନ୍ଦ୍ର ଗ୍ରହଣ ଦିନ ଯେଉଁ ସାମୂହିକ ଭୋଜନ ବ୍ୟବସ୍ଥା କରିଥିଲେ ତାହା ହିନ୍ଦୁ ବିରୋଧୀ। ଏଣୁ ଆମେ ତାକୁ ବିରୋଧ କରୁଛୁ। ହିନ୍ଦୁମାନେ ସନାତନ ଧର୍ମୀ ଅଟନ୍ତି। ଜଗନ୍ନାଥ ସଂସ୍କୃତି ଆଧାରରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ ପାଳନ ପାଇଁ ଯେଉଁସବୁ ନିୟମ ରହିଛି, ତାହାକୁ ଆମେ ସମସ୍ତେ ପାଳନ କରୁଛୁ। ଏହାକୁ ହେତୁବାଦୀ ସଂଗଠନ ଚକ୍ରାନ୍ତ କରି ହିନ୍ଦୁ ସଂସ୍କୃତିକୁ ବିକୃତି କରିବା ସହ ପରମ୍ପରାକୁ ଯେଉଁଭଳି ଧ୍ୱଂସ ପାଇଁ ପ୍ରୟାସ କରୁଛନ୍ତି ତାହାକୁ ଆମେ ବିରୋଧ କରୁଛୁ ବୋଲି ସେ କହିଛନ୍ତି। ହେତୁବାଦୀମାନେ ହିନ୍ଦୁ ନୁହନ୍ତି, ସେମାନେ ଏଭଳି ଧର୍ମ ବିରୋଧରେ ଚକ୍ରାନ୍ତ କରୁଛନ୍ତି, ଯାହାକୁ ହିନ୍ଦୁ ସମାଜ ବିରୋଧ କରୁଛି। ଯଦି ଆଗାମୀ ଦିନରେ ସେମାନେ ଏଭଳି କାର୍ଯ୍ୟକ୍ରମ ସାଧାରଣରେ କରିବେ ତେବେ ମାଡ଼ ଖାଇବେ ବୋଲି ସେ ଚେତାବନୀ ଦେଇଛନ୍ତି। ସେଠାରେ ହେତୁବାଦୀମାନେ ଏଭଳି କାର୍ଯ୍ୟକ୍ରମ କରିଥିବାରୁ ତାଙ୍କ ଉପରକୁ ଗୋବର ପକାଇ ତାଙ୍କୁ ପବିତ୍ର କରାଯାଇଛି ବୋଲି ସେ କହିଛନ୍ତି।
ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ଅସୀମ ପଣ୍ଡା କହିଛନ୍ତି, ବଡ଼ବଜାର ଥାନା ଅନ୍ତର୍ଗତ ହନୁମାନ ବଜାର ଛକରେ ଗୋଟିଏ ଗୋଷ୍ଠୀ ଚନ୍ଦ୍ରଗ୍ରହଣ ସମୟରେ ସାମୂହିକ ଭୋଜନ ବ୍ୟବସ୍ଥା କରିଥିଲେ। ସେହି ସମୟରେ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ଏହାର ପ୍ରତିବାଦ କରିଥିଲେ। ରାସ୍ତା ଉପରେ ଉଭୟ ଗୋଷ୍ଠୀ ଗଣ୍ଡଗୋଳ କରିବା ସହ ସେଠାରେ ଉତ୍ତେଜନା ସୃଷ୍ଟି କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ସେମାନଙ୍କୁ ଘଉଡ଼ାଇଥିଲା ବୋଲି ପଣ୍ଡା କହିଛନ୍ତି। ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ପୃଥକ୍‌ ପୃଥକ୍‌ ଭାବେ ଅଭିଯୋଗ ହୋଇଥିବା ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

କେବେ ଭାବି ନ ଥିଲି ଏମିତି ଦିନ ଆସିବ: ଭାବବିହ୍ବଳ ହୋଇପଡ଼ିଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର…

Chanakya Niti: ଜୀବନରେ ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୩ ବଡ଼ କଥା…

ଆଚାର୍ଯ୍ୟ ଚାଣକ୍ୟଙ୍କ ‘ଚାଣକ୍ୟ ନୀତି’ରେ ମାନବ ସମାଜ, ବ୍ୟକ୍ତିଗତ ବ୍ୟବହାର, ଏବଂ ଜୀବନରେ ସଫଳତା ପାଇଁ ଅନେକ ବାସ୍ତବିକ ଉପଦେଶ ରହିଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା……

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?