ଶ୍ରୀମନ୍ଦିର ପ୍ରଶାସନକୁ ୧୨କୋଟି ଜରିମାନା

ଖୋର୍ଦ୍ଧା ଅଫିସ,୯ା୧୧: ଖୋର୍ଦ୍ଧାରେ ବେଆଇନ ଭାବେ ପଥର ଖଣିରୁ ଲଘୁ ଖଣିଜ ଉତ୍ତୋଳନ ଚାଲିଛି। ଶ୍ରୀଜଗନ୍ନାଥଙ୍କ ଜମିରେ ଥିବା ଏକାଧିକ ପଥର ଖଣିରୁ ବେଆଇନଭାବେ ବ୍ୟାପକ ପଥର ଉତ୍ତୋଳନ କରାଯାଉଛି, ଯାହାକି ପରିବେଶ ଉପରେ ଗଭୀର ପ୍ରଭାବ ପକାଇବା ସହ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଇଛନ୍ତି। ଏହାକୁ ବିରୋଧ କରି ୨୦୧୮ରେ ଏନ୍‌ଜିଟିରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ଖୋର୍ଦ୍ଧା ଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମେମ୍ବର ସେକ୍ରେଟାରୀ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ, ଖୋର୍ଦ୍ଧା ତହସିଲଦାର, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଶାସନ ସଚିବ, ଖୋର୍ଦ୍ଧା ଏସ୍‌ପି, ଓଡ଼ିଶା ମାଇନ୍ସ ନିର୍ଦ୍ଦେଶକ, ଭୁବନେଶ୍ୱର ଏବଂ ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ୪ବର୍ଷ ପରେ ଏହାର ରାୟ ପ୍ରକାଶ ପାଇଛି। ବେଆଇନ ପଥର ଉତ୍ତୋଳନ ଯୋଗୁ ବ୍ୟାପକ ଭାବେ ପରିବେଶ ପ୍ରଭାବିତ ହୋଇଛି। ତେଣୁ ଖଣି ପୁନରୁଦ୍ଧାର, ନବୀକରଣ ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ୧୨କୋଟି ଭରଣା କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ଖୋର୍ଦ୍ଧା ଜିଲା ପ୍ରଶାସନ ନିକଟରେ ପଇଠ କରାଯିବ। ଜିଲା ପ୍ରଶାସନ ଖଣିର ପୁନରୁଦ୍ଧାର କାର୍ଯ୍ୟ କରିବେ। ଖଣି ନବୀକରଣ, ପୁନରୁଦ୍ଧାର ଲାଗି ପ୍ରଶାସନ ଚାରି ସପ୍ତାହ ମଧ୍ୟରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବେ। ଏ ସଂକ୍ରାନ୍ତୀୟ ସବିଶେଷ ରିପୋର୍ଟ ଆସନ୍ତା ୨୦୨୩ ମାର୍ଚ୍ଚ ୩୧ ପୂର୍ବରୁ ଟ୍ରିବ୍ୟୁନାଲ ନିକଟରେ ସତ୍ୟପାଠ ଦାଖଲ କରିବାକୁ ଜଷ୍ଟିସ ବି.ଅମିତ ସ୍ଥାଲ୍‌କେର ଏବଂ ବିଶେଷଜ୍ଞ ସଦସ୍ୟ ଶୈବାଳ ଦାଶ ଗୁପ୍ତାଙ୍କୁ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କୁ ପଚରାଯିବାରେ ଖୋର୍ଦ୍ଧା ଜିଲା ପ୍ରଶାସନ ଅଧୀନରେ ଶ୍ରୀମନ୍ଦିରର ଥିବା ପଥର ଖଣିଗୁଡ଼ିକ ମଧ୍ୟରୁ କିଛି ନିଲାମ କରାଯାଇଥିବାବେଳେ କିଛି ଖଣିରୁ ବେଆଇନଭାବେ ପଥର ଚୋରା ଚାଲାଣ ହେଉଛି। ଏନେଇ ଶ୍ରୀମନ୍ଦିର ପକ୍ଷରୁ ପୂର୍ବରୁ ଏନ୍‌ଜିଟି ନିକଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ଖୋର୍ଦ୍ଧା ପ୍ରଶାସନ ପଥର ଖଣି ବାବଦକୁ ଯେଉଁ ଅର୍ଥ ଆଦାୟ କରୁଛି, ତାହା ସରକାରଙ୍କୁ ପ୍ରଦାନ କରୁଛି, ମନ୍ଦିରକୁ ନୁହେଁ। ତେଣୁ ପଥର ଖୋଳା ଯୋଗୁ ଯେଉଁ ଗର୍ତ୍ତ ସୃଷ୍ଟି ହୋଇଛି ଏବଂ ପରିବେଶ କ୍ଷତି ହୋଇଛି, ତା’ର ଭରଣା ସରକାର କରିବା କଥା। ଏବେ ଏନ୍‌ଜିଟିଙ୍କ ରାୟ ଉପରେ ଆମେ ଓକିଲଙ୍କ ସହ ଆଲୋଚନା କରୁଛୁ। ରାୟ ବିରୋଧରେ ଆମେ କୋର୍ଟକୁ ଯିବୁ ବୋଲି ଜେନା କହିଛନ୍ତି।
ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲା ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅନ୍ତର୍ଗତ ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ପ୍ରଭୃତି ଗାଁରେ ୪୦ଟି ସ୍ଥାନରେ ୫ଶହ ଏକର ଜଗନ୍ନାଥ ଜମିରୁ ବେଆଇନ ପଥର ଲୁଟ ଚାଲିଛି। ଦୈନିକ ଶହ ଶହ ଟ୍ରକରେ ମାଙ୍କଡ଼ା ପଥର ଚାଲାଣ ହେଉଛି। ଜିଲା ପ୍ରଶାସନର ଆନ୍ତରିକତା ଅଭାବ ଏବଂ ଦାୟିତ୍ୱହୀନତାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ଦର୍ଶାଇ ଖୋର୍ଦ୍ଧା ସଦର ବ୍ଲକ ନିଜିଗଡ଼ ତାପଙ୍ଗର ବିଭୁପ୍ରସାଦ ହରିଚନ୍ଦନ ଏବଂ ଭୁବନେଶ୍ୱର ରସୁଲଗଡ ଜିଜିପି କଲୋନୀର ଦିଲୀପ କୁମାର ସାମନ୍ତରାୟ ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ମାମଲାକୁ ଗ୍ରହଣ କରି ଏନ୍‌ଜିଟି ପୂର୍ବରୁ କ୍ଷୋଭ ପ୍ରକାଶ କରିଥିଲେ। ଜିଲାରେ କେତେ ପଥର ଚୋରି ହେଉଛି, ପରିବେଶ କ୍ଷତିଭରଣା ପାଇଁ କେତେ ଟଙ୍କା ଜରିମାନା କରାଯାଉଛି ଏବଂ ବେଆଇନ ଖଣି ଖନନକାରୀଙ୍କ ଠାରୁ କେତେ ଅର୍ଥ ଆଦାୟ କରାଯାଉଛି, ସେ ନେଇ ସତ୍ୟପାଠ ଦାଖଲ କରିବାକୁ ଏନ୍‌ଜିଟି ଖୋର୍ଦ୍ଧା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସତ୍ୟପାଠରେ ବେଆଇନ ଖଣି ଖନନକାରୀଙ୍କ ନାମ, ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି, ପଥର ବୋହୁଥିବା ଟ୍ରକ୍‌ ମାଲିକ, ବେଆଇନ ପଥର ଚୋରାଚାଲାଣକାରୀଙ୍କ ଦ୍ୱାରା ରାଜ୍ୟ ରାଜକୋଷକୁ ହୋଇଥିବା କ୍ଷତି, ପରିବେଶ କ୍ଷତିଭରଣା ପାଇଁ ଆଦାୟ ହୋଇଥିବା ଅର୍ଥ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଜଣାଇବାକୁ ଏନ୍‌ଜିଟି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରି କି ବେଆଇନ ପଥର ଖନନ ରୋକିବା ପାଇଁ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ କରିବା ସହ ବେଆଇନ ପଥର ଚାଲାଣ ଯୋଗୁ ହୋଇଥିବା ପରିବେଶ ଜନିତ କ୍ଷତି ଯାଞ୍ଚ ଲାଗି ଏନ୍‌ଜିଟି ଏକ ୪ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି କମିଟିରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲା ମାଜିଷ୍ଟ୍ରେଟ, ଏସଇଆଇଏଏ ମେମ୍ବର ସେକ୍ରେଟାରି ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ ସଦସ୍ୟ ରହିଛନ୍ତି। ତେବେ ଗତ ଅକ୍ଟୋବର ୨୦୨୦ରେ ପ୍ରଶାସନ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟକୁ ଏନଜିଟି କମିଟି ଅଗ୍ରାହ୍ୟ କରିବା ସହ ପୁଣି ଥରେ ସତ୍ୟପାଠ ଦାଖଲ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜରିମାନା କେବଳ ଖଣିଚାଲାଣକାରୀ ଡ୍ରାଇଭର ନୁହେଁ ବରଂ ବେଆଇନ ଖନନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏନ୍‌ଜିଟିରେ ଏହି ମାମଲା ଚାଲିଥିବା ବେଳେ ୫୯ ଖଣିରୁ ଚୋରା ଚାଲାଣ ଚାଲିଥିବା ଏନ୍‌ଜିଟିର ଦୃଷ୍ଟିଗୋଚର ହୋଇଥିଲା। ୨୦୨୧ ଅକ୍ଟୋବର ୮ତାରିଖରେ ଟ୍ରିବ୍ୟୁନାଲରେ ଖୋର୍ଦ୍ଧା ତହସିଲ୍‌ଦାର ଦାଖଲ କରିଥିବା ସତ୍ୟପାଠରେ ବେଆଇନ ଖଣି କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ କୌଣସି ସୂଚନା ଦେଇପାରି ନ ଥିଲେ। ଫଳରେ ଏନ୍‌ଜିଟି ତୀବ୍ର ଭର୍ତ୍ସନା କରିଥିଲେ। ପରେ ପୁନରୁଦ୍ଧାର ଯୋଜନାରେ ୧୧ କୋଟି ୭୫ଲକ୍ଷ ଟଙ୍କା ଆକଳନ କରାଯାଇଥିବା ୨୦୨୧ ଡିସେମ୍ବର ୩ତାରିଖ ଜିଲାପାଳ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଥିଲେ। ସେହି ମାସ ଡିସେମ୍ବର ୨୩ରେ ଆବେଦନକାରୀ ପୁଣି ଏକ ସତ୍ୟପାଠ ଦାଖଲ କରି ବିନା ପରିବେଶ ମଞ୍ଜୁରୀ ଏବଂ ଅନୁମତିରେ ବେଧଡ଼କ ଭାବେ ପଥର ଖଣି ଚାଲିଛି। ତଥାପି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେଣୁ ଖଣିର ପୁନରୁଦ୍ଧାର ପାଇଁ ୧୨ କୋଟି ଆକଳନ କରାଯାଇଥିବା ବେଳେ ବେଆଇନ ଖଣି ଖନନ କୋଟି କୋଟି ଟଙ୍କା ହୋଇପାରେ ବୋଲି ଅଭିଯୋଗକାରୀ ଦର୍ଶାଇଥିଲେ। ଏହାକୁ ଟ୍ରିବ୍ୟୁନାଲ ଗୁରୁତର ସହିତ ନେଇ ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ) ଅଧିନିୟମ ୧୯୫୭ ଅନୁଯାୟୀ ଖଣିଜ ପଦାର୍ଥକୁ ବେଆଇନ ଭାବେ ଚାଲାଣ କରୁଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରିବାକୁ କହିଥିଲେ। ଏପରି କି ପରିବେଶ କ୍ଷତି ପାଇଁ ପରିବେଶ କ୍ଷତିପୂରଣ ବ୍ୟତୀତ ନିୟମ ଉଲ୍ଲଘଂନକାରୀ ଆର୍ଥତ୍କ କ୍ଷମତାକୁ ଦୃଷ୍ଟିରେ ରଖି ଜରିମାନା ଆଦାୟ, ଚୋରା ଚାଲାଣରେ ବ୍ୟବହୃତ ଯାନବାହନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟାକ୍ସ ଫୋର୍ସ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜରିମାନା ଆଦାୟ କରିଥିଲେ। ୨୦୨୧ ଡିସେମ୍ବର ମାସରେ ପ୍ରାୟ ୪କୋଟି ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାହା ଶିଥିଳ ପଡ଼ିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରସ୍ପର ସହ ଆଖି ମିଳାଇଲେ ନାହିଁ ସ୍ମୃତି ମନ୍ଧାନା-ହରମନପ୍ରୀତ କୌର ; ଡ୍ରେସିଂ ରୁମର ପରିବେଶକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଭାରତୀୟ ମହିଳା କ୍ରିକେଟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦରୁ ଓହରି ଯାଇଥିଲେ ଏବଂ ଏହା…

ମଧ୍ୟାହ୍ନଭୋଜନରେ ଅନୟମିତତା: ବିଦ୍ୟାଳୟ ଉପସ୍ଥାନ ଖାତାରେ ଅଧିକ ପିଲା, ବାସ୍ତବରେ କମ୍‌

ଝରିଗାଁ,୭ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ସରକାରୀ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ବେଳେ କିଛି ଛାତ୍ରୀଛାତ୍ର ସେହି ଭୋଜନ ଖାଉ ନାହାନ୍ତି। ଏପରିକି ଯେଉଁ ପିଲାମାନେ ଅଣ୍ଡା…

ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ହେବା ପରେ ଉଠିଲାଣି ବିବାଦ!

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗାଙ୍ଗୁଲି କ୍ରିକେଟ ଆସୋସିଏସନ…

IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୭ା୧୦: ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର…

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?