କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି ମାସର ଖର୍ଚ୍ଚ ତୁଲାଇବା ଆହୁରି ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଯାଏ। ଏଭଳି ସ୍ଥିତିରେ ବିଜୁଳି ବିଲ ସମ୍ୱନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ତେଲେଙ୍ଗାନା ବିଦ୍ୟୁତ ନିୟାମକ ଆୟୋଗ (TGERC) ବିଜୁଳି ଖର୍ଚ୍ଚ ସହିତ ଜଡ଼ିତ ଟ୍ରୁ-ଅପ ଚାର୍ଜକୁ ସବୁଜ ସଙ୍କେତ ଦେଇଛନ୍ତି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ମାସିକ ବଜେଟ ଉପରେ ପଡ଼ିବ। ଏହି ନିଷ୍ପତ୍ତି ପରେ ସାରା ଦେଶରେ ବିଜୁଳିର ବ୍ୟବହାର ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଯେ ସାରା ଦେଶରେ ପ୍ରତି ମାସରେ କେତେ ପରିମାଣର ବିଜୁଳି ବ୍ୟବହାର ହୁଏ ଏବଂ ଏଥିପାଇଁ ହାରାହାରି କେତେ ଖର୍ଚ୍ଚ ହୁଏ।

ସମ୍ପ୍ରତି ସରକାରୀ ପରିସଂଖ୍ୟାନକୁ ଦେଖିଲେ, ଭାରତରେ ପ୍ରତି ମାସରେ ସମୁଦାୟ ବିଜୁଳି ବ୍ୟବହାର ପ୍ରାୟ ୧୬୦ ରୁ ୧୬୯ ଆରବ ୟୁନିଟ ଆଖପାଖରେ ରହୁଛି। କେବଳ ଅଗଷ୍ଟ ୨୦୨୬ ର ତଥ୍ୟକୁ ଅନୁଧ୍ୟାନ କଲେ, ଏହି ସମୟ ମଧ୍ୟରେ ସାରା ଦେଶରେ ମୋଟ ୧୬୯.୦୧ ଆରବ ୟୁନିଟ ବିଦ୍ୟୁତ ଖପତ ରେକର୍ଡ କରାଯାଇଥିଲା। ତଥାପି, ସାରା ଦେଶର ମୋଟ ବିଜୁଳି ବିଲ ଏକ ର୍ନିଦ୍ଦିଷ୍ଟ ପରିମାଣ ଭାବରେ ପ୍ରକାଶ କରାଯାଏ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ପ୍ରତ୍ୟେକ ରାଜ୍ୟରେ ବିଜୁଳି ଦର ଭିନ୍ନ ଭିନ୍ନ ଭାବରେ ଧାର୍ଯ୍ୟ କରାଯାଇଥାଏ।

ଦେଶବ୍ୟାପୀ ବିଜୁଳି ବିଲକୁ ବ୍ୟବହାର ଅନୁସାରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି। ଏଥିରେ ଘରୋଇ ବ୍ୟବହାର, ବ୍ୟବସାୟିକ (କମର୍ସିଆଲ), ଶିଳ୍ପ ଏବଂ କୃଷି କାର୍ଯ୍ୟ ଅନ୍ତର୍ଭୁକ୍ତ। ଭାରତରେ ଘରୋଇ ବ୍ୟବହାର ପାଇଁ ହାରାହାରି ଦର ୟୁନିଟ ପିଛା ପ୍ରାୟ ୬.୮୬ ଟଙ୍କା ପଡ଼ିଥାଏ। ସେହିପରି ଦୋକାନ, କାର୍ଯ୍ୟାଳୟ ଏବଂ ବ୍ୟବସାୟିକ ସ୍ଥାନଗୁଡ଼ିକ ପାଇଁ କମର୍ସିଆଲ ବିଜୁଳିର ହାରାହାରି ମୂଲ୍ୟ ପ୍ରତି ୟୁନିଟ ପିଛା ପ୍ରାୟ ୧୦.୨୮ ଟଙ୍କା ଆଖପାଖରେ ଥାଏ। ଏହା ବ୍ୟତୀତ ପ୍ରତି ୟୁନିଟ ସ୍ଲାବ ହିସାବରେ ମଧ୍ୟ ବିଲ୍‌ର ଦର ବଦଳିଥାଏ।

ବିଭିନ୍ନ ରାଜ୍ୟର ଟାରିଫ ନୀତି ଏବଂ ପାଣିପାଗ ପରିବର୍ତ୍ତନକୁ ଦେଖି ପ୍ରତ୍ୟେକ ଘରର ବିଜୁଳି ବିଲ ଅଲଗା ହୋଇଥାଏ। ଏକ ସାଧାରଣ ଭାରତୀୟ ପରିବାରର ମାସିକ ବିଜୁଳି ବିଲ ସାଧାରଣତଃ ୫୦୦ ଟଙ୍କାରୁ ୨,୫୦୦ ଟଙ୍କା ମଧ୍ୟରେ ଆସିଥାଏ। ଏହି ପାର୍ଥକ୍ୟ ଘରେ ମୋଟ କେତୋଟି ଉପକରଣ ଚାଲୁଛି ଏବଂ ସମ୍ପୃକ୍ତ ରାଜ୍ୟରେ ୟୁନିଟ ପିଛା ବିଜୁଳି ଦର କେତେ ଧାର୍ଯ୍ୟ ହୋଇଛି, ତାହା ଉପରେ ର୍ନିଭର କରେ।

ସରକାରୀ ତଥ୍ୟ ଅନୁଯାୟୀ, ଅଗଷ୍ଟ ମାସରେ ଦେଶର ବିଜୁଳି ବ୍ୟବହାରରେ ପୂର୍ୱ ବର୍ଷ ତୁଳନାରେ ୧୨.୮୫ ପ୍ରତିଶତର ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଅଗଷ୍ଟ ୨୦୨୫ ରେ ଯେଉଁଠାରେ ମୋଟ ବିଜୁଳି ବ୍ୟବହାର ୧୪୯.୭୬ ଆରବ ୟୁନିଟ ଥିଲା, ତାହା ପରବର୍ତ୍ତୀ ବର୍ଷ ବୃଦ୍ଧି ପାଇ ୧୬୯.୦୧ ଆରବ ୟୁନିଟରେପହଞ୍ଚିଛି। ବିଶେଷଜ୍ଞଙ୍କ ମତରେ ବାୟୁମଣ୍ଡଳରେ ଗୁଳୁଗୁଳି ଏବଂ ଆର୍ଦ୍ରତା ଅଧିକ ରହିବା କାରଣରୁ ଲୋକମାନେ ଏୟାର କଣ୍ଡିସନର ଓ କୁଲିଂ ଡିଭାଇସ୍ର ଅଧିକ ବ୍ୟବହାର କରିଥିଲେ, ଯାହା ଫଳରେ ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଲା।

ଗରମ ଏବଂ ଗୁଳୁଗୁଳି ଯୋଗୁଁ ବିଜୁଳିର ସର୍ୱାଧିକ ଚାହିଦା (ପିକ ଡିମାଣ୍ଡ) ରେ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟିଛି। ଅଗଷ୍ଟ ୨୦୨୫ ରେ ଯେଉଁଠାରେ ସର୍ୱାଧିକ ଚାହିଦା ୨୨୯.୭୨ ଗିଗାୱାଟ ରେକର୍ଡ କରାଯାଇଥିଲା, ତାହା ପରବର୍ତ୍ତୀ ସମୟରେ ବୃଦ୍ଧି ପାଇ ୨୫୮.୨୭ ଗିଗାୱାଟ୍ରେ ପହଞ୍ଚିଥିଲା। ତଥାପି, ଏହି ପରିମାଣ ମେ ମାସରେ ରେକର୍ଡ କରାଯାଇଥିବା ୨୭୦.୮୨ ଗିଗାୱାଟର ରେକର୍ଡ ସ୍ତରଠାରୁ କମ ଥିଲା। ସେହିପରି ଜୁନ ୨୦୨୫ ରେ ଖରାଦିନ ସମୟରେ ସର୍ୱାଧିକ ଚାହିଦା ୨୪୨.୭୭ ଗିଗାୱାଟ ଥିଲା, ଯାହା ସରକାରଙ୍କ ଆକଳନ କରାଯାଇଥିବା ୨୭୭ ଗିଗାୱାଟ ତୁଳନାରେ କମ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ହେବା ପରେ ଉଠିଲାଣି ବିବାଦ!

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗାଙ୍ଗୁଲି କ୍ରିକେଟ ଆସୋସିଏସନ…

IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୭ା୧୦: ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର…

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

କେବେ ଭାବି ନ ଥିଲି ଏମିତି ଦିନ ଆସିବ: ଭାବବିହ୍ବଳ ହୋଇପଡ଼ିଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?