Posted inଜାତୀୟ

ବିଦ୍ରୋହ-ଇତିହାସ-ପେନସନ ଯୋଗୁ ହିମାଚଳରେ ଭାଜପାର ବଢୁଛି ଚିନ୍ତା…

ଶିମଲା,୮।୧୧ : ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମାତ୍ର ଅଳ୍ପ ଦିନ ବାକି ଅଛି। ପାହାଡି ରାଜ୍ୟରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ତେବେ ଏଥର ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଛି। ଗୁଜୁରାଟ ତୁଳନାରେ ହିମାଚଳ ପ୍ରଦେଶରେ ଏଏପିର ଉପସ୍ଥିତି ଦୃଶ୍ୟମାନ ହେଉନାହିଁ, ଯେଉଁ କାରଣରୁ ନିର୍ବାଚନ ବିଶ୍ଳେଷକମାନେ ଭାଜପା ଏବଂ କଂଗ୍ରେସକୁ ମୁଖ୍ୟ ଦଳ ଭାବରେ ବିଚାର କରୁଛନ୍ତି। ପାହାଡି ରାଜ୍ୟରେ ଗତ ପାଞ୍ଚ ବର୍ଷ ଧରି କ୍ଷମତାରେ ଥିବା ଭାଜପା ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ଯଦିଓ ଦଳ ପୁନର୍ବାର ସରକାର ଗଠନ କରିବାକୁ ଦାବି କରୁଛି, କିନ୍ତୁ ତିନୋଟି କାରଣରୁ ଦଳର ସମସ୍ୟା ବଢୁଛି। ପ୍ରଥମଟି ହେଉଛି ଗତ ତିନି ଦଶନ୍ଧି ଧରି ପାହାଡ଼ି ରାଜ୍ୟର ନିର୍ବାଚନ ଇତିହାସ। ଦ୍ୱିତୀୟ କାରଣ ହେଉଛି ଦଳର ବିଦ୍ରୋହୀ ନେତାମାନେ ନିର୍ବାଚନରେ ପ୍ରବେଶ କରୁଛନ୍ତି ଏବଂ ତୃତୀୟ କାରଣ ହେଉଛି ପୁରୁଣା ପେନସନ ଯୋଜନା।

ଟିକେଟ ବଣ୍ଟନ ସମୟରେ ଭାଜପା ଗତ ବିଧାନସଭା ନିର୍ବାଚନରେ ଜିତିଥିବା ଅନେକ ବିଧାୟକ ଏବଂ ମନ୍ତ୍ରୀଙ୍କ ଟିକେଟ କାଟି ଦେଇଛି। ଫଳରେ ସେମାନେ ବିଦ୍ରୋହୀ ପାଲଟିଛନ୍ତି। ବିଦ୍ରୋହୀ ନେତାମାନଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲା, କିନ୍ତୁ ଯେତେବେଳେ ସେମାନେ ଏଥିରେ ସହମତ ନଥିଲେ, ସେତେବେଳେ ଭାଜପା କଠୋର ଭାବରେ ୪ଜଣ ପୂର୍ବତନ ବିଧାୟକ ଏବଂ ଦଳର ଉପାଧ୍ୟକ୍ଷଙ୍କ ସମେତ ୫ଜଣ ବରିଷ୍ଠ ନେତାଙ୍କୁ ଦଳରୁ ବାହାର କରିଥିଲା।

ପୁରୁଣା ପେନସନ ଯୋଜନା ହିମାଚଳ ପ୍ରଦେଶରେ ଏକ ବଡ଼ ପ୍ରସଙ୍ଗ ପାଲଟିଛି। କଂଗ୍ରେସ ପ୍ରତିଶୃତି ଦେଇଛି ଯେ ଯଦି ରାଜ୍ୟରେ ସେମାନଙ୍କ ସରକାର ଗଠନ ହୁଏ, ତେବେ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ ହେବ। ଦଳର ଶୀର୍ଷ ନେତାମାନେ ରାଜସ୍ଥାନ ଏବଂ ଛତିଶଗଡକୁ ସୂଚାଉଛନ୍ତି, ଯେଉଁଠାରେ ଓପିଏସ କାର୍ଯ୍ୟକାରୀ ହୋଇସାରିଛି। ବିଶେଷଜ୍ଞଙ୍କ ମତରେ ରାଜ୍ୟରେ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଅଧିକ ଥିବାରୁ ଭାଜପା ପାଇଁ ନିର୍ବାଚନରେ ସମସ୍ୟା ହୋଇପାରେ। ହିମାଚଳ ପ୍ରଦେଶର ନିର୍ବାଚନ ଇତିହାସ ବିଷୟରେ କହିବାକୁ ଗଲେ ପ୍ରତି ପାଞ୍ଚ ବର୍ଷ ପରେ ଏଠାରେ କ୍ଷମତା ପରିବର୍ତ୍ତନର ଧାରା ଦେଖିବାକୁ ମିଳିଛି। ଗତ ତିନି ଦଶନ୍ଧି ଧରି ଗୋଟିଏ ଦଳ ସରକାର ପରେ ଅନ୍ୟ ଦଳର ସରକାର ରାଜ୍ୟରେ ଗଠନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

କେବେ ଭାବି ନ ଥିଲି ଏମିତି ଦିନ ଆସିବ: ଭାବବିହ୍ବଳ ହୋଇପଡ଼ିଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋ ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର…

Chanakya Niti: ଜୀବନରେ ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୩ ବଡ଼ କଥା…

ଆଚାର୍ଯ୍ୟ ଚାଣକ୍ୟଙ୍କ ‘ଚାଣକ୍ୟ ନୀତି’ରେ ମାନବ ସମାଜ, ବ୍ୟକ୍ତିଗତ ବ୍ୟବହାର, ଏବଂ ଜୀବନରେ ସଫଳତା ପାଇଁ ଅନେକ ବାସ୍ତବିକ ଉପଦେଶ ରହିଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା……

ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର: କହିଲେ, ଏମିତି ଖେଳିଲେ…

ଲକ୍ଷ୍ନୌ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଅଧିନାୟକ ଶ୍ରେୟସ ଅୟରଙ୍କ ଧୂଆଁଧାର ଶତକ ବଳରେ ଭାରତ ୮ ଉଇକେଟ୍‌ରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

ଚିଲିକା ମଝିରେ ଅଟକିଲା ଡଙ୍ଗା: ଭୟରେ ଥରିଲେ ଯାତ୍ରୀ, ଆଉ ତା’ପରେ…

କୃଷ୍ଣପ୍ରସାଦ,୭।୧୦(କୈଳାଶ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା- ଜହ୍ନିକୁଦା ଚିଲିକା ମଝିରେ ଘଟିଛି ଅଘଟଣ। ବୁଧବାର ସକାଳ ୭ଟାରେ ଏକ ଯାତ୍ରୀବାହୀ ଡ଼ଙ୍ଗା ୫୦ରୁ ଉର୍ଦ୍ଧ୍ୱ…

ଅବିଶ୍ୱସନୀୟ କ୍ୟାଚ ଧରିଲେ ଇଶାନ କିଶନ: ନିଜେ ବି କରିପାରିଲେନି ବିଶ୍ୱାସ, ଦେଖନ୍ତୁ VIDEO

ଲକ୍ଷ୍ନୌ,୭।୧୦: ଟି-୨୦ କ୍ରିକେଟ୍‌ରେ ଭାରତୀୟ ଦଳର ଫିଲ୍ଡିଂକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ବିଶେଷକରି କ୍ୟାଚ ଧରିବା ମାମଲାରେ ଭାରତର ରେକର୍ଡ ଆହୁରି ଉନ୍ନତ ହେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?