ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା ହୋଇଥିବା ବେଳେ ଆଉ ଗୋଟେ ଇଂରାଜୀରେ। ଏବେ ଏହି ଚିଠି ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି ଶିଶୁ ନିଜ ପରିବାରର ଦୁଃଖ ଜଣାଇ ସେ ଓ ତାଙ୍କ ମା’ ବହୁତ କଷ୍ଟରେ ରହୁଥିବାରୁ ତାହାକୁ ଦୂରକରି କିପରି ଭଲ ମଣିଷଟିଏ ହୋଇପାରିବ ସେଥିଲାଗି ଗୁହାରି ଜଣାଇ ତାଙ୍କ ମାଙ୍କୁ ହେଉଥିବା କଷ୍ଟକୁ ଦୂର କରିବା ଲାଗି ଚାକିରି ଖଣ୍ଡେ ଦେବା ସହ ତାଙ୍କ ବାବାଙ୍କୁ ଭଲ ବୁଦ୍ଧିଦେଇ ଭଲ ବାଟକୁ ଆଣିବା ଓ ଶିଶୁଟିକୁ ତାଙ୍କ ପରିବାର ଭିତରେ ସ୍ଥାନଦେବା ଲାଗି ମା’ଙ୍କୁ ଗୁହାରି ଜଣାଇ ଲେଖିଥିବା ଏହି ଭାବପୂର୍ଣ୍ଣ ଚିଠିଟି ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚିଠିରେ ତାଙ୍କ ନାମ ଶ୍ରୀହନ ପ୍ରସାଦ ଦାସ,ଏନ୍‌ ଗୋପୀନାଥପୁର ଲୁଣିଘାଟ ପୋଲସରା ବୋଲି ଉଲେଖ ରହିଛି।

ସେହିପରି ମନୋରମା ନାମକ ଏକ ଝିଅ ମା’ଙ୍କୁ ଚିଠି ଲେଖିଛି ଯେ, ମା’ ସବୁବେଳେ ଆମ ସହିତ ରୁହନ୍ତୁ, ଆମକୁ ବାଟ ଦେଖାନ୍ତୁ ଶରୀର, ସୁଖ ସମୃଦ୍ଧି କରନ୍ତୁ। ଭଲ ମଣିଷ ହେବାର ଶକ୍ତି ଦିଅନ୍ତୁ ଏବଂ ସବୁବେଳେ ସତ୍‌କର୍ମର ପଥରେ ରଖନ୍ତୁ। ମୋର ଯାହା ଭଲ, ଯାହା ଆବଶ୍ୟକ ଓ ଯାହା ମୋ ଜୀବନ ପାଇଁ ଉଚିତ, ତାହା ହିଁ ମୋତେ ଦିଅନ୍ତୁ। ମୋର ଭୁଲ୍‌ଗୁଡ଼ିକୁ କ୍ଷମା କରି ମୋତେ ଓ ମୋ ପରିବାରକୁ ଶାନ୍ତିପୂର୍ଣ୍ଣ ଓ ସୁଖମୟ ଜୀବନ ଦିଅନ୍ତୁ। ଆପଣଙ୍କ ଆଶୀର୍ବାଦରୁ କେବେବି ବଞ୍ଚିତ କରନ୍ତୁ ନାହିଁ। ବୋଲି ନିବେଦନ କରିଛନ୍ତି।

ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ପୋଲିସ ପ୍ରଶାସନର ଉପସ୍ଥିତିରେ ହୁଣ୍ଡି ଖୋଲି ଟଙ୍କା ଗଣତି ଚାଲିଥିବା ବେଳେ ଏହି ହାତଲେଖା ଚିଠି ଦୁଇଟି ମିଳିଥିଲା। ଟଙ୍କା ଓ ସୁନା, ରୁପା ଅଳଙ୍କାର ଗହଣରେ ଧଳା କାଗଜରେ ନୀଳ କାଳିରେ ଲେଖାଯାଇଥିବା ଏହି ଚିଠିଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶିଶୁଟି ନିଜ ମନର କଷ୍ଟକୁ ନେଇ ଏବେଠୁ ଦୁଃଖ ସହୁଥିବା ବେଳେ ମା’ର ମନର କଷ୍ଟକୁ ଦୂର କରିବା ସହ ନିଜ ବାପାଙ୍କ ମଙ୍ଗଳ ଚିନ୍ତା କରି ତାଙ୍କୁ ଭଲବୁଦ୍ଧି ଦେଇ ଭଲବାଟକୁ ଫେରାଇ ଆଣିବାକୁ ନେଇ ଶୁଭ ମନାସିଛି। ନିଜର ଦୁଃଖ ଓ ମା’ର ଦୁଃଖ ଦୂର ହେବା ଲାଗି ମା’ ପାଇଁ ଚାକିରିଟିଏ ଲାଗି ସେ ମା’ଙ୍କୁ ଗୁହାରି କରି ତା’ର ଦୁଃଖ ଜଣାଇ ମନସ୍କାମନାକୁ ପୂରଣ କରିବାକୁ ମା’ ତାରାତାରିଣୀଙ୍କୁ ପ୍ରାର୍ଥନା କରିଛି ଏବଂ ମା’ ତାରାତାରିଣୀ ନିଶ୍ଚୟ ତା’ର ମନସ୍କାମନା ପୂରଣ କରିବେ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଛି। ଏହି ଘଟଣାଟି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ପୁଣିଥରେ ପ୍ରମାଣିତ କରିଛି। ଶିଶୁଟିର ଏହି ସରଳ ଓ ନିଷ୍ପାପ ନିବେଦନ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ବଳ କରିଦେଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ହେବା ପରେ ଉଠିଲାଣି ବିବାଦ!

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗାଙ୍ଗୁଲି କ୍ରିକେଟ ଆସୋସିଏସନ…

IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୭ା୧୦: ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର…

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

କେବେ ଭାବି ନ ଥିଲି ଏମିତି ଦିନ ଆସିବ: ଭାବବିହ୍ବଳ ହୋଇପଡ଼ିଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?