ବଳାତ୍କାରୀ, ବଳାତ୍କାରରେ ସାହାଯ୍ୟ କରିଥିବା ସାବତ ଆଈଙ୍କୁ ୩୦ ବର୍ଷ ଜେଲ୍‌

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଶୁଭଶ୍ରୀ ତ୍ରିପାଠୀ ବୁଧବାର ଏକ ୧୪ ବର୍ଷ ନାବାଳିକା ବଳାତ୍କାର ମାମଲାରେ ଏସ୍‌.କେ.ଶେହଜାଦ ଅଲ୍ଲୀ(୫୩)ଙ୍କୁ ୩୦ ବର୍ଷ ଜେଲ୍‌ ଦଣ୍ଡାଦେଶରେ ଦଣ୍ଡିତ କରିଥିବା ବେଳେ ୩୦ ହଜାର ଟଙ୍କା ଫାଇନ୍‌ ଆଦେଶ କରିଛନ୍ତି। ଫାଇନ୍‌ ଅନାଦେୟ ଅଧିକ ତିନି ବର୍ଷ ଜେଲ୍‌ ଦଣ୍ଡାଦେଶ କରାଯାଇଛି। ସେହିପରି ତାଙ୍କୁ ସହାୟତା କରିଥିବା ପୀଡ଼ିତାଙ୍କ ସାବତ ଆଈଙ୍କୁ ୩୦ ବର୍ଷ ଜେଲ୍‌ ଦଣ୍ଡାଦେଶ କରିବା ସହ ୨୦ ହଜାର ଫାଇନ୍‌ ଆଦେଶ କରିଛନ୍ତି। ଫାଇନ୍‌ ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ କରାଯାଇଛି।

ପ୍ରକାଶ ଯେ, ଯୋଡ଼ା ଅଞ୍ଚଳର ଜଣେ ନାବାଳିକାଙ୍କ ମା’ଙ୍କୁ ବାପା ଛାଡ଼ି ପଳାଇବା ପରେ ମା’ ଦ୍ୱିତୀୟ ବିବାହ କରିଥିଲେ। ଏହା ପରେ ପୀଡ଼ିତା ତାଙ୍କ ଅଜା ଘରେ ରହି ଆସୁଥିଲେ। ଅଜା ତାଙ୍କ ଦିତୀୟ ସ୍ତ୍ରୀ ଅମିତା କାରୁଆଙ୍କ ସହିତ ପୀଡ଼ିତା ରହୁଥିଲେ। ଅମିତାଙ୍କ ସହିତ ଅନୈତିକ ସମ୍ପର୍କ ରଖି ଆସୁଥିବା ଏସ୍‌.କେ.ଶେହଜାଦ ସେଠାକୁ ନିୟମିତ ଯିବା ଆସିବା କରୁଥିଲେ। ୨୨ ଜୁନ୍‌ ୨୦୧୮ରେ ଘରେ ଅଜାଙ୍କ ଅନୁପସ୍ଥିତିରେ ଦୋଷୀ ଶେହଜାଦ ବଳାତ୍କାର କରିଥିଲେ ଓ କାହାକୁ ନ ଜଣାଇବାକୁ ଧମକଚମକ ଦେଇଥିଲେ। ଦୁର୍ଗାପୂଜା ସମୟରେ ପୀଡ଼ିତାଙ୍କ ମା’ ଦେଖା କରିବାକୁ ଯାଇଥିବା ବେଳେ ଶେହଜାଦ ସାକ୍ଷାତ କରିବାକୁ ଦେଇ ନ ଥିଲେ। ସନ୍ଦେହ କରି ପୀଡ଼ିତାଙ୍କ ମା’ ଝାଡ଼ଖଣ୍ଡ ରାଜ୍ୟ ନୂଆମୁଣ୍ଡିକୁ ଯାଇ ନିଜ ଭାଇଙ୍କୁ ଜଣାଇଥିଲେ। ପୀଡ଼ିତାଙ୍କ ମାମୁ ମାଇଁ ଯୋଡ଼ା ଯାଇ ପୀଡ଼ିତାଙ୍କୁ ନୂଆମୁଣ୍ଡି ଆଣି ଆସିଥିଲେ। ସେଠାରେ ପୀଡ଼ିତା ସବୁ ଘଟଣା କହିଥିଲେ। ଏହାକୁ ନେଇ ୨୭ ଅକ୍ଟୋବର ୨୦୧୮ରେ ଯୋଡ଼ା ଥାନାରେ ପୀଡ଼ିତା ଅଭିଯୋଗ କରିବା ପରେ ପୋଲିସ କେସ୍‌ ନମ୍ବର ୧୯୮/୨୦୧୮ରେ କେସ୍‌ ରୁଜୁ କରି ଏସ୍‌.କେ. ଶେହଜାଦ ଓ ପୀଡ଼ିତାଙ୍କ ସାବତ ଆଈ ଅମିତାଙ୍କୁ ଗିରଫ କରିଥିଲେ। ଶେହଜାଦ ସାବତ ଆଈଙ୍କ ସହଯୋଗରେ ଦୀର୍ଘ ୫ ମାସ ଧରି ତା ସହ ବଳାତ୍କାର କରିଆସୁଥିଲା ବୋଲି ପୋଲିସ ଜାଣିବା ପରେ ପୋକ୍ସୋ ଧାରାରେ ଗିରଫ କରି ୨୭ ଅକ୍ଟୋବରରେ କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ସମୁଦାୟ ୨୧ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତିକରି ମାନ୍ୟବର ଜଜ୍‌ ଆଜି ଏହି ରାୟ ଶୁଣାଇଛନ୍ତି ବୋଲି ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ପୀଡ଼ିତାଙ୍କ ୬ ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ସୁପାରିସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଖରା ତାତି ଅସହ୍ୟ ହେଉଥିବାରୁ ଏହା ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି...

ଆଜିଠାରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମଥର କଳା, ବାଣିଜ୍ୟ, ବିଜ୍ଞାନ ଓ...

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅଶ୍ଳୀଳ ଇଙ୍ଗିତ ,ପରେ…

ନିରାକାରପୁର,୧୭ା୨(ମାନାସ ଚନ୍ଦ୍ର ପଟ୍ଟନାୟକ): ଟାଙ୍ଗୀ ବ୍ଲକ ଅଧୀନ ଡିଆ ପଞ୍ଚାୟତର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ବରିଷ୍ଠ ଶିକ୍ଷକ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା...

ବ୍ୟବସାୟୀଙ୍କୁ ଜିଏସ୍‌ଟି ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବିକଲା ସିଏଆଇଟି

ବରଗଡ଼,୧୭।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହରର ବ୍ୟବସାୟୀଙ୍କ ସଞ୍ଜୟ ଅଗ୍ରୱାଲଙ୍କ ବାସଭବନରେ ସିଜିଏସ୍‌ଟି ଏବଂ ଏସ୍‌ଜିଏସ୍‌ଟିର ଏକ ଟିମ୍‌ ଅତର୍କିତ ଚଢ଼ାଉ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ...

୧୦୧ ଅଭିଯୋଗ ଶୁଣିଲେ ଏଡିଏମ୍‌

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲାପାଳ ପ୍ରମୋଦ ପୃଷ୍ଟି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ ଦେ, ଉପଜିଲାପାଳ ଉମାଶଙ୍କର ବେହେରା ସୋମବାର ଭଞ୍ଜନଗର ଠାରେ...

ଜିଲାପାଳଙ୍କ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

ନୂଆପଡ଼ା,୧୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ବିଜ୍ଞାପିତ ଅଞ୍ଚଳ ପରିଷଦ ଖରିଆର ରୋଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି।...

ଜାଣନ୍ତୁ କିଏ ହେଲେ ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସଭାପତି

କର୍ଲାମୁଣ୍ଡା,୧୭ା୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ସଦର ରତନ ଭୋଇ ହାଇସ୍କୁଲଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ହରିପୁର ରୋଡ୍‌ କଟକ...

ଦୁର୍ଗମ ଅଞ୍ଚଳରେ ବାଧକ ସାଜୁଛି ନେଟୱାର୍କ: ଅନଲାଇନ ସର୍ଭେ ପାଇଁ ପାହାଡ ଉପରେ ପ୍ରବଳ ଭିଡ଼

ଲାଞ୍ଜିଗଡ, ୧୭।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟ୍ୟଷିତ ଦୁର୍ଗମ ଅଞ୍ଚଳରେ ଆବାସ ଗୃହ ସର୍ଭେ ପାଇଁ ନେଟୱାର୍କ ବାଧକ ସାଜିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri