ପାଣ୍ଡିଆନଙ୍କ ପରେ ଶାହା ଦେଲେ ସଙ୍କେତ: ମେଣ୍ଟ ନେଇ କେନ୍ଦ୍ରରେ ଚାଲିଛି ବଡ ଆଲୋଚନା!

ମେଣ୍ଟ ଚର୍ଚ୍ଚାରେ ଲାଗୁନି ବିରାମ । ଲୋକେ ପଛେ ଗପି ଗପି ଥକି ପଡିଲେଣି। ହେଲେ ମେଣ୍ଟ ଆଜି ହେବ କାଲି ହେବ କହି କେବେ ହେବ ତାହା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ
ଗତକାଲି 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବୟାନ ପରେ ଆଜି ମେଣ୍ଟ ନେଇ ଇସାରା ଦେଇଛନ୍ତି ଅମିତ ଶାହା।

ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ପାଣ୍ଡିଆନ କହିଛନ୍ତି, ରାଜ୍ୟାବସୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। କେନ୍ଦ୍ରରେ ମୋଦି ଆଉ ଓଡିଶାରେ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବେ। ତେବେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବେ ସେ ନେଇ ମଧ୍ୟ ବଡ ବୟାନ ଦେଇଛନ୍ତି ପାଣ୍ଡିଆନ ।

ତେବେ ପାଣ୍ଡିଆନଙ୍କ ପୂର୍ବରୁ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମକୁ ଯୋଗଦେଇ ମେଣ୍ଟ ସମ୍ପର୍କରେ କହିଥିଲେ ଅମିତ ଶାହା। ଆଗାମୀ ନିର୍ବାଚନରେ ଭାଜପା ଉଭୟ ଲୋକ ସଭା ଓ ବିଧାନ ସଭାରେ ଭଲ ପ୍ରଦର୍ଶନ କରିବ ବୋଲି ଶାହ କହିଛନ୍ତି । ଶାହଙ୍କ ଅନୁସାରେ, ବର୍ତ୍ତମାନ ସମୟ ହାଡକୋର ରାଜନୀତିର । ଯେଉଁଥିରେ ଫିଲୋଶୋପି ବା ଦର୍ଶନ ନ ଥାଏ ବରଂ ହାରଜିତ୍‌ର ଗଣିତ ରହିଥାଏ । ଦଳର ବିଚାରଧାରା ସହିତ ବୁଝାମଣାର କଥା ରହିଥାଏ। ତେଣୁ ଦଳର ବିଚାରାଧାରା ଓ ବିଜୟ ସମ୍ଭାବନା ଭିତରେ ସମନ୍ବୟ ରଖି ମେଣ୍ଟ ସହଯୋଗୀ ବଛାଯାଇଥାଏ ବୋଲି ଶାହ କହିଛନ୍ତି ।

ଶାହାଙ୍କ ବୟାନ ଏବେ ରାଜ୍ୟ ଓ ଜାତୀୟ ରାଜନୀତି ସରଗରମ କରିଛି। ସେ କହିଛନ୍ତି, ଏବେ ସେ ମେଣ୍ଟ ନେଇ ଅଧିକ କିଛି କହିପାରିବେନି । କାରଣ ଓଡ଼ିଶାରେ ଭାଜପାର ଅଗାମୀ ରଣନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିର କରିବେ । କିନ୍ତୁ ଆଗାମୀ ନିର୍ବାଚନରେ ଉଭୟ ଲୋକ ସଭା ଓ ବିଧାନ ସଭାରେ ଭାଜପାର ଭଲ ପ୍ରଦର୍ଶନ କରିବ।

ତେବେ ବିଗତ ସବୁ ବୟାନ ପରେ ଆଜି ମେଣ୍ଟ ନେଇ ଖୋଲା ସଙ୍କେତ ଦେଇଛନ୍ତି ଅମିତ ଶାହା। ଆଜି ଅର୍ଥାତ୍‌ ବୁଧବାର ଅମିତ ଶାହ କହିଛନ୍ତି, ‘ମେଣ୍ଟ ହେବ କି ନାହିଁ ତାହା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ । କିନ୍ତୁ ଏ ନେଇ ବର୍ତ୍ତମାନ ସୁଦ୍ଧା କେଣସି ଚୂଡାନ୍ତ ଆଲୋଚନା ହୋଇନାହିଁ । କିନ୍ତୁ ଓଡ଼ିଶାରେ ଭାଜପାର ଶକ୍ତି ପୂର୍ବାପେକ୍ଷା ଯଥେଷ୍ଟ ବଢିବ । ଓଡ଼ିଶାର ଜନତାଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଅଜସ୍ର ଭଲ ପାଇବା ରହିଛି । ଓଡ଼ିଶାରେ ଲୋକ ସଭା ଓ ବିଧାନ ସଭା ସିଟ ଯଥେଷ୍ଟ ବଢିବ । ଏପରିକି ରାଜନୈତିକ ବିଶେଷଜ୍ଞଙ୍କ ସମସ୍ତ ଆକଳନ ବି ଭୁଲ ହୋଇଯିବ ।’

ଓଡ଼ିଶାରେ ଭାଜପା ଏକାକୀ ସରକାର ଗଠନ କରିବ କି ପ୍ରଶ୍ନରେ ଅମିତ ଶାହ କହିଛନ୍ତି, ‘ପ୍ରଥମେ ଏହା ସ୍ପଷ୍ଟ ହୋଇ ଯାଉ କି ଓଡ଼ିଶାରେ ଆମେ ମେଣ୍ଟ କରିବୁ କି ଏକା ଲଢିବୁ । ଏହା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଯଦି ମେଣ୍ଟ ନ ହୁଏ ତେବେ ଆମେ ନିହାତି ଭାବେ ସରକାର ଗଠନ କରିବାକୁ ପ୍ରୟାସ କରିବୁ ।’

 


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?