ଆଗକୁ ବଢ଼ିଲା ମୂଳଖରସ୍ରୋତା ପୁନରୁଦ୍ଧାର ପ୍ରକ୍ରିୟା

ରସୁଲପୁର,୪।୧୨(ରଂଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ଟିକରପଡ଼ାଠାରେ ମୂଳଖରସ୍ରୋତା ନଦୀ ଉପର ମୁଣ୍ଡରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ପ୍ରକ୍ରିୟା ଆଉ ପାଦେ ଆଗକୁ ବଢିଛି। ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ଓ ନଦୀ ପୁନରୁଦ୍ଧାର ପ୍ରକଳ୍ପକୁ ବୈଷୟିକ ମଞ୍ଜୁରୀ ମିଳିଛି। ପ୍ରକଳ୍ପ ନିର୍ମାଣକୁ ନେଇ ଆବଶ୍ୟକଥିବା ବ୍ୟୟବରାଦକୁ ନେଇ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ପାଇଁ ବାଟ ଫିଟିପାରିଛି ବୋଲି କୋରେଇ ବିଧାୟକ ଆକାଶ ଦାସନାୟକ ସୂଚନା ଦେଇଛନ୍ତି। ବିଧାୟକ ଦେଇଥିବା ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ ଜାରିରଖିଛନ୍ତି। ମୃତ ନଦୀକୁ ଚୀରସ୍ରୋତା କରିବା ସହ ନଦୀ ଅବବାହିକାରେ ବସବାସ କରୁଥିବା ୭ ପଞ୍ଚାୟତର ଜନସାଧାରଣଙ୍କ ଜଳ ସମସ୍ୟା ଦୂର କରିବା ତାଙ୍କର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।
ବନ୍ୟା ନିୟନ୍ତ୍ରଣ ଆଳରେ ମୂଳ ଖରସ୍ରୋତା ନଦୀ ଉପର ମୁଣ୍ଡରେ ବନ୍ଧ ବାନ୍ଧି ଦିଆଯାଇ ଚିରାଚରିତ ଜଳ ପ୍ରବାହ ଧାରାକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଥିଲା। ଉପର ମୁଣ୍ଡରୁ ଜଳ ପ୍ରବାହିତ ନ ହେବାରୁ ନଦୀ ମୃତ ଭଳି ପଡ଼ି ରହିଛି। ବିଭିନ୍ନ ସ୍ଥାନରେ ନଦୀରେ ଅନାବନା ଗଛ, ସନ୍ତସନ୍ତିଆ ସ୍ଥାନରେ ବିଲାତି ଦଳ, କାଶତଣ୍ଡି, ଗୁଳ୍ମ, ଗଛଲତା ଭଳି ଘଞ୍ଚ ଜଙ୍ଗଲିଆ ସ୍ଥାନଗୁଡ଼ିକ ବିଷଧର ସରିଶୃପଙ୍କ ବାସସ୍ଥଳି ପାଲଟିଛି। ନଦୀ ଗର୍ଭରେ ଜଳ ଅଭାବରୁ ଭୂ-ତଳ ଜଳସ୍ତର କମିଯିବା ସହ ଚାଷକାର୍ଯ୍ୟ ଜଳସେଚନର ଅସୁବିଧା, ନଦୀକୂଳବାସୀଙ୍କୁ ଦୈନନ୍ଦିନ ଚଳନିରେ ଶୌଚ ହେବା, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ ବାଧା ଉପୁଜିବା, ନଦୀ ଅବବାହିକାରେ ବସବାସ କରୁଥିବା ଲୋକେ ଓ ପ୍ରାଣୀମାନଙ୍କ ପାଇଁ ସାପ ବିପଦ ସୃଷ୍ଟି କରୁଛନ୍ତି। ଏଭଳି ଅସୁବିଧାରୁ ମୁକୁଳିବା ପାଇଁ ନଦୀକୁଳବାସୀଙ୍କୁ ନେଇ ଗଠିତ ମୂଳଖରସ୍ରୋତା ପୁନରୁଦ୍ଧାର ସମିତି ପକ୍ଷରୁ ନଦୀ ପୁନରୁଦ୍ଧାର ପାଇଁ ଅନ୍ୟୁନ୍‌ ୧୨ବର୍ଷରୁ ଊର୍ଦ୍ଧ୍ୱ ହେବ ଦାବି ହୋଇଆସୁଛି। ସମିତି ସଭାପତି ବେଣୁଧର ଦୋବାଇ ନଦୀର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉଚ୍ଚ ନ୍ୟାୟାଳୟର ମୁଖ୍ୟୁ ବିଚାରପତି, ଜଳସମ୍ପଦ ମନ୍ତ୍ରୀ, କୋରେଇ ଓ ଧର୍ମଶାଳା ବିଧାୟକଙ୍କୁ ଲିଖିତ ଭାବରେ ଅବଗତ କରି ଆସୁଛନ୍ତି।
୨୦୧୪ରେ ନଦୀ ପୁନରୁଦ୍ଧାର ସମିତି ପକ୍ଷରୁ କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେତେବେଳେ ନଦୀ ପୁନରୁଦ୍ଧାର ପାଇଁ ବିଧାୟକ ପ୍ରୟାସ କରିଥିଲେ। ଏବେ ସେହି ପ୍ରୟାସ ଓ ଲକ୍ଷ୍ୟକୁ ପୁର୍ଣ୍ଣାଙ୍ଗୀକରଣ କରିବା ପାଇଁ ବିଧାୟକ ଅଣ୍ଟା ଭିଡ଼ିଛନ୍ତି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନାକରି ଅଞ୍ଚଳବାସୀଙ୍କଦାବିକୁ ତୁରନ୍ତ ପୂରଣ କରାଯିବ ବୋଲି ସୂଚନା ଦେଇଛନ୍ତି। ନଦୀ ପୁନରୁଦ୍ଧାର ପ୍ରକଳ୍ପକୁ ବୈଷୟିକ ମଞ୍ଜୁରୀ ମିଳିବା ଖବର ଜାଣିବା ପରେ ସମିତି ପକ୍ଷରୁ କୋରେଇ ବିଧାୟକ ଦାସନାୟକ, ଧର୍ମଶାଳା ବିଧାୟକ ସାହୁଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି। ବିଧାୟକ ଦ୍ୱୟଙ୍କ ଉଦ୍ୟମକୁ ସମିତି ସଭାପତି ପ୍ରଶଂସା କରିବା ସହ ଟିକରପଡ଼ା, ଗନ୍ଧଣ, ବଡ଼କଇଞ୍ଚି, ଭୋଟକା, ରସୁଲପୁର, ରାହାମ୍ବା, ନଠୁଆବର ଭଳି ୭ ପଞ୍ଚାୟତ ପାଇଁ ଜୀବନରେଖା ସାଜିଥିବା ମୂଳଖରସ୍ରୋତା ନୂଆ ଜୀବନ ପାଇବାର ଆଶା ଉଜ୍ଜ୍ୱଳ ହେବା ଜାଣି ଖୁସିବ୍ୟକ୍ତ କରିଛନ୍ତି। ଏନେଇ କୋରେଇ ବିଧାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ବିଧାନସଭା ପକ୍ଷରୁ ରାଜ୍ୟର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଅନୁଧ୍ୟାନ କରିବା ପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ସେ ଉକ୍ତ କମିଟିର ସଦସ୍ୟ ଅଛନ୍ତି। ତାଙ୍କ ପକ୍ଷରୁ ଖରସ୍ରୋତା ପୁନରୁଦ୍ଧାର ନେଇ କମିଟି ସମ୍ମୁଖରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏଥିସହ ସମିତି ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିବା ନଦୀକୁ ନେଇ ପ୍ରସ୍ତୁତ ନକ୍ସା, ସମିତିର ଦାବିପତ୍ର, ନଦୀ ପୁନରୁଦ୍ଧାର ନ ହେଲେ ଉପୁଜୁଥିବା ସମସ୍ୟା, ପୁନରୁଦ୍ଧାର ଓ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ରଖାଯାଇଥିବା ପ୍ରସ୍ତାବଗୁଡିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ବିଧାୟକଙ୍କ ଦାବିର ଗୁରୁତ୍ୱ ଓ ଜନସାଧାରଣଙ୍କ ଆବଶ୍ୟକତାକୁ ନେଇ କମିଟି ପକ୍ଷରୁ ପ୍ରକଳ୍ପଟିକୁ ବୈଷୟିକ ଅନୁମୋଦନ ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅବସ୍ଥାରେ ବ୍ୟୟଅଟକଳ ଅନୁଯାୟୀ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଆହ୍ବାନ କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?