Posted inଖେଳ

ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୦ା୧: ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଆୟୋଜିତ ଏକ ଆଡମ୍ବରପୂର୍ଣ୍ଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭାରତର ଆଥ୍‌ଲେଟମାନଙ୍କୁ ସମ୍ମାନିତ କରିଛନ୍ତି। ଏଥିରେ ଘନଘନ କରତାଳି ମଧ୍ୟରେ କ୍ରିକେଟର ମହମ୍ମଦ ଶାମି ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ବ୍ୟାଡ୍‌ମିଣ୍ଟନ ଖେଳାଳି ଚିରାଗ ଶେଟ୍ଟି ଓ ସାତ୍ତ୍ୱିକ ସାଇରାଜ ରାଙ୍କୀରେଡ୍ଡୀ ମର୍ଯ୍ୟାଦାପୂର୍ଣ୍ଣ ମେଜର ଧ୍ୟାନଚାନ୍ଦ ଖେଳରନତ୍ ପୁରସ୍କାର ପାଇଛନ୍ତି। ଏହି ଯୋଡ଼ି ପ୍ରଥମ ଥର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତିଛନ୍ତି। ବ୍ୟାଡ୍‌ମିଣ୍ଟନରେ ଭାରତ ପାଇଁ ଏହା ପ୍ରଥମ। ସେମାନେ ଆହୁରି ମଧ୍ୟ ଏସିଆନ ଚାମ୍ପିୟନଶିପ୍‌ ଟାଇଟଲ ଏବଂ ଇଣ୍ଡୋନେସିଆ ଓପନ ସୁପର ୧୦୦୦ ଟାଇଟଲ ହାସଲ କରିଛନ୍ତି। ଏହି ଯୋଡ଼ି ବର୍ତ୍ତମାନ ମାଲେସିଆ ଓପନ ସୁପର ୧୦୦୦ ଖେଳୁଥିବାରୁ ଉତ୍ସବରେ ଅନୁପସ୍ଥିତ ରହିଥିଲେ। ଏହି ଅବସରରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି)କୁ ସମ୍ମାନଜନକ ଖେଳ ପ୍ରୋତ୍ସାହନ ପୁରସ୍କାର ମିଳିଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହିତ ଓଡ଼ିଶାରେ କ୍ରୀଡ଼ାର ପ୍ରସାର କ୍ଷେତ୍ରରେ ଓଏମ୍‌ସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ବଲଓ୍ବନ୍ତ ସିଂ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।
ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବ ସାଧାରଣତଃ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ ଅଗଷ୍ଟ ୨୯ରେ ଆୟୋଜିତ ହୋଇଥାଏ। ମାତ୍ର ଗତବର୍ଷ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ହାଙ୍ଗ୍‌ ଝୋ ଏସିଆନ ଗେମ୍ସ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଉତ୍ସବମୁଖର ରାଷ୍ଟ୍ରପତି ଭବନରେ ୨୬ଜଣ ଆଥ୍‌ଲେଟ ଓ ପାରା ଆଥ୍‌ଲେଟଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଗତବର୍ଷ ବିଶ୍ୱର ନମ୍ବର-୧ ରହିଥିବା ଚିରାଗ ଓ ସାତ୍ତ୍ୱିକ ପ୍ୟାରିସରେ ଏକ ଅଲିମ୍ପିକ ପଦକ ଜିତିବା ଲକ୍ଷ୍ୟରେ ଅଛନ୍ତି। ଚଳିତବର୍ଷ ବିଶ୍ୱ ର଼୍ୟାଙ୍କିଙ୍ଗରେ ନମ୍ବର ୨ରେ ରହିଥିବାରୁ ସେମାନେ ଆପେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ନିକଟରେ ପାଦ ଇଞ୍ଜୁରିରୁ ମୁକ୍ତି ପାଇଥିବା ଶାମି ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ଥିଲେ। ଗତବର୍ଷ ୭ ବିଶ୍ୱକପ୍‌ ଗେମ୍‌ରେ ସେ ୨୪ ଉଇକେଟ ଅକ୍ତିଆର କରିଥିଲେ। ପରବର୍ତ୍ତୀ ଦୁଇ ଟୁର୍ନାମେଣ୍ଟ ଏବଂ ସିରିଜ ପାଇଁ ସେ ନିଜକୁ ଯଥାସମ୍ଭବ ଫିଟ୍‌ ରଖିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ସ୍ବଳ୍ପ ବୟସ୍କ ଚେସ୍‌ ପ୍ରତିଭା ଆର. ପ୍ରଜ୍ଞାନନ୍ଦଙ୍କ ଭଉଣୀ ତଥା ନିକଟରେ ଚେସ୍‌ ଗ୍ରାଣ୍ଡମାଷ୍ଟର ହୋଇଥିବା ଆର୍‌. ବୈଶାଳୀ ପୁରସ୍କାର ଗ୍ରହଣ କରିବାବେଳେ କରତାଳି ଦେଖିବାକୁ ମିଳିଥିଲା। କୋନେରୁ ହମ୍ପି ଓ ଦ୍ରୋଣାଭାଲି ହାରିକାଙ୍କ ପରେ ବୈଶାଳୀ ହେଉଛନ୍ତି ଭାରତର ତୃତୀୟ ମହିଳା ଗ୍ରାଣ୍ଡମାଷ୍ଟର ଭାବେ ପୁରସ୍କାର ପାଇଛନ୍ତି। ପୁରସ୍କାର ବିତରଣ ଉତ୍ସବରେ ଅନୁପସ୍ଥିତ ଥିବା ଅନ୍ୟ ଆଥ୍‌ଲେଟମାନଙ୍କ ମଧ୍ୟରେ ରହିଛନ୍ତି ପିସ୍ତଲ ଶୁଟିଂ ସେନ୍‌ସେସନ ୧୯ ବର୍ଷୀୟା ଇଶା ସିଂ। ବର୍ତ୍ତମାନ ସେ ଜାକର୍ତ୍ତାରେ ଏସିଆନ ଅଲିମ୍ପିକ କ୍ୱାଲିଫାୟର୍ସରେ ଭାଗ ନେଉଛନ୍ତି। ସୋମବାର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ଜିତି ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ଅନ୍ୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଅଛନ୍ତି କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ। ସେ ହେଉଛନ୍ତି ପୂର୍ବତନ ବିଶ୍ୱ ଜୁନିୟର ଚାମ୍ପିୟନ ଏବଂ ଗତବର୍ଷ ସିନିୟର ଇଭେଣ୍ଟର ବ୍ରୋଞ୍ଜ ବିଜେତା। ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତାଙ୍କ ମଧ୍ୟରେ ରହିଛନ୍ତି ପ୍ରଜ୍ଞାନନ୍ଦଙ୍କ କୋଚ୍‌ ଆର୍‌.ବି. ରମେଶ। ଖେଳରନତ୍ଙ୍କ ଲାଗି ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତାଙ୍କ ଲାଗି ୧୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?