ବିଶ୍ୱରେ ଶକ୍ତିର ସ୍ଥିତି

ଭାନେସା ନାକାଟେ, ରାଚେଲ କିଟେ

ସାରା ବିଶ୍ୱରେ ସାଧାରଣ ଜନତା ଏବେ ଦୁଇଟି ବୃହତ୍‌ ଓ ବ୍ୟାପକ ସମସ୍ୟାର ପରିଣତି ଭୋଗ କରୁଛନ୍ତି। ଗୋଟିଏ ପଟେ ସେମାନଙ୍କ ଜୀବନ ଜୀବିକା ଓ ବାସସ୍ଥାନ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବା ସହ ଅତ୍ୟାବଶ୍ୟକ ସେବା ଓ ଦ୍ରବ୍ୟର ଅତ୍ୟଧିକ ମୂଲ୍ୟ ବୃଦ୍ଧିଘଟୁଛି। ଅନ୍ୟ ପକ୍ଷରେ ଉତ୍ତପ୍ତ ଜଳବାୟୁର ପରିଣାମ ସେମାନଙ୍କୁ ପ୍ରଭାବିତ କରୁଛି। ଆଫ୍ରିକାର ପୂର୍ବାଞ୍ଚଳରେ ୨୨ ମିଲିୟନ (୨ କୋଟି ୨୦ ଲକ୍ଷ)ଲୋକ ଏବେ ଭୋକିଲା । ଲଗାତର ୪ଟି ବର୍ଷଋତୁରେ ବର୍ଷା ଅଭାବରୁ ଉପୁଜିଛି ଏଭଳି ସ୍ଥିତି । ବିଶ୍ୱରେ ଖାଦ୍ୟଶସ୍ୟ ମୂଲ୍ୟ ବୃଦ୍ଧିପାଉଛି ଓ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ଇନ୍ଧନ ମୂଲ୍ୟରେ ଅହେତୁକ ବୃଦ୍ଧି ସ୍ଥିତିକୁ ଆହୁରି ଖରାପ କରିଦେଇଛି। ଏହା ଆଫ୍ରିକୀୟ ସମୁଦାୟ ଓ ବ୍ୟବସାୟକୁ ପତନର ଦ୍ୱାରାଦେଶକୁ ଠେଲିଦେଉଛି। ୟୁରୋପରେ ଗ୍ୟାସ୍‌ ମୂଲ୍ୟବୃଦ୍ଧି ଶକ୍ତି ଦର ବୃଦ୍ଧିର କାରଣ ହୋଇଛି। ବହୁ ବର୍ଷ ହେଲା ଜୀବାଶ୍ମ ଇନ୍ଧନ ଶିଳ୍ପ ଯୁକ୍ତି ବାଢିଆସିଛି ଯେ, ଏହାର ଉପତ୍ାଦଗୁଡ଼ିକ ଶସ୍ତା ଶକ୍ତି ଓ ଆର୍ଥିକ ବିକାଶକୁ ପ୍ରଥମ ପଥ ଦେଖାଇଛି। ହେଲେ ଏହି ଦାବି ବାରମ୍ବାର ଭୁଲ୍‌ ପ୍ରମାଣିତ ହୋଇଛି। ଜୀବାଶ୍ମ ଇନ୍ଧନ ବିକାଶ ଦଶନ୍ଧିଗୁଡ଼ିକ ସାହାରା ମରୁଭୂମିର ଦକ୍ଷିଣରେ ଥିବା ଆଫ୍ରିକା ମହାଦେଶର ଅଞ୍ଚଳଗୁଡ଼ିକରେ ଶକ୍ତି ପାଇବାରୁ ବଞ୍ଚିତ ୬୦୦ ମିଲିୟନ (ଯାହା ବୃଦ୍ଧିପାଇଚାଲିଛି) ଲୋକଙ୍କୁ ସେବା ଯୋଗାଇ ପାରିନାହିଁ।
ବିଶ୍ୱରେ ହାଇଡ୍ରୋକାର୍ବନ ମାର୍କେଟରେ ଅସ୍ଥିରତା ଯୋଗୁ ଇନ୍ଧନଶକ୍ତି ଉପରେ ନିର୍ଭରଶୀଳ ସମୁଦାୟଗୁଡ଼ିକ ଅଧିକ ପ୍ରଭାବିତ ହୁଅନ୍ତି। ଚଳିତ ବର୍ଷ ଇଂଲଣ୍ଡରେ ଗ୍ୟାସ୍‌ ଦର ବଢିବାରୁୁ ପରିବାରର ଶକ୍ତି ବିଲ୍‌ରେ ୮୦% ବୃଦ୍ଧି ଘଟାଇଛି। ଆଗାମୀ ମାସଗୁଡ଼ିକରେ ଅନେକ ନିମ୍ନ ଆୟବର୍ଗର ଦେଶ ଏହାଦ୍ୱାରା ପ୍ରଭାବିତ ହେବେ। ସବୁଠୁ ଖରାପ ହେଉଛି, ଚଳିତ ବର୍ଷ ଅନେକ ଯନ୍ତ୍ରଣା ଅନୁଭବ କରିସାରିଲୁଣି। ଯଦି ଶକ୍ତି ପାଇଁ ଆମେ ଜୀବାଶ୍ମ ଇନ୍ଧନ ଉପଯୋଗ କରିଚାଲୁ ତେବେ ଆମକୁ ଆଗକୁ ଏକ ଭୟଙ୍କର ଯନ୍ତ୍ରଣା ଅପେକ୍ଷା କରିଛି ବୋଲି କୁହାଯାଇପାରେ;ଯାହା ତୁଳନାରେ ଏକବାର ଯନ୍ତ୍ରଣା କିଛି ନୁହେଁ। ଚଳିତବର୍ଷ ପ୍ରାରମ୍ଭରେ ଇଣ୍ଟରଗଭର୍ନମେଣ୍ଟାଲ ପ୍ୟାନେଲ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ( ଆଇପିସିସି) ସତର୍କ କରିଦେଇଛି ଯେ, ପ୍ରଳୟଙ୍କରୀ ଉତ୍ତପ୍ତ ପରିବେଶ ଦୂର କରିବାକୁ ହେଲେ ଆମକୁ ନୂତନ ଜୀବାଶ୍ମ ଇନ୍ଧନ ଭିତ୍ତିଭୂମି ଗଠନରୁ କ୍ଷାନ୍ତ ହେବାକୁ ପଡ଼ିବ। ଆମେ ବ୍ୟବହାର କରିଆସୁଥିବା ଜୀବାଶ୍ମ ଇନ୍ଧନକୁ ଶୀଘ୍ର ପର୍ଯ୍ୟାୟକ୍ରମେ ଶେଷ କରିବାକୁ ହେବ। ଏହିପରି ୨୦୨୧ରେ ଇଣ୍ଟର୍‌ନ୍ୟାଶନାଲ ଏନର୍ଜି ଏଜେନ୍ସି (ଆଇଇଏ)ର ମୁଖ୍ୟ ଘୋଷଣା କରିଥିଲେ ଯେ, ଯଦି ଜଳବାୟୁ ସଙ୍କଟ ଉପରେ ସରକାରଗୁଡ଼ିକ ଗମ୍ଭୀର ଭାବେ ଚିନ୍ତା କରନ୍ତି, ତେବେ ଚଳିତ ବର୍ଷରୁ ଏପରିକି ଏବେଠାରୁ ନିଶ୍ଚିତ ଭାବେ ତୈଳ, ଗ୍ୟାସ୍‌ ଏବଂ କୋଇଲା ଉପରେ ନୂତନ ନିବେଶ ହେବ ନାହିଁ।
ଏବକାର ବୈଶ୍ୱିକ ସଙ୍କଟ ବର୍ତ୍ତମାନର ଶକ୍ତି ବ୍ୟବସ୍ଥା ବା ପ୍ରକ୍ରିୟା ଦ୍ୱାରା ସମାଧାନ ହୋଇପାରିବ ବୋଲି ଭାବିବା ପାଗଳାମି ।
ଜୀବାଶ୍ମ ଇନ୍ଧନ ଭିତ୍ତିଭୂମିରେ ଅଧିକ ନିବେଶ ଓ ଜଡ଼ିତ ହେବା ଫଳରେ ପରିବାରଗୁଡ଼ିକ ପାଇଁ ତାହା ଅଧିକ ଯନ୍ତ୍ରଣାଦାୟକ ହେବ,ପରିବାରଗୁଡ଼ିକ ପାଇଁ ଅନିଶ୍ଚିତତା ଆଣିବ। ଏହାସହ ଅନେକ ଶହ କୋଟି ଲୋକଙ୍କ ପାଇଁ ବାସ ଅନୁପଯୁକ୍ତ ଜଳବାୟୁ ସ୍ଥିତି ସୃଷ୍ଟି କରିବ, ଯାହା ଏବେ ଆମେ ସାମ୍ନା କରୁଛୁ। ଓଇସିଡି ଏବଂ ଆଇଇଏ ରିପୋର୍ଟ ଦର୍ଶାଇଛି ଯେ, ବିଭିନ୍ନ ଦେଶରେ ସରକାର ଜୀବାଶ୍ମ ଇନ୍ଧନ ପାଇଁ ଦେଉଥିବା ସବ୍‌ସିଡି ୨୦୨୧ରେ ଦୁଇଗୁଣ ହୋଇ ୬୯୭ ବିଲିୟନ ଡଲାରରେ ପହଞ୍ଚିଥିଲା।
ସମସ୍ତଙ୍କ ପାଇଁ ଆମେ ଯଦି ସହନୀୟ, ସ୍ବଚ୍ଛ ଓ ଶସ୍ତା ଶକ୍ତି ଚାହଁୁ ତେବେ ଶୀଘ୍ର ପ୍ରଭାବଶାଳୀ ସମାଧାନ ବାଟ ଅପାଣାଇବାକୁ ପଡ଼ିବ। ଆମକୁ ଅକ୍ଷୟଶକ୍ତି କ୍ଷମତା ଏବଂ ସମନ୍ବିତ ପାଓ୍ବାର ଗ୍ରୀଡ୍‌ ସଂଖ୍ୟା ବୃଦ୍ଧି କରିବାକୁ ହେବ। ଗ୍ୟାସ୍‌ରୁ ଉପତ୍ାଦିତ ବିଦ୍ୟୁତ୍‌ ତୁଳନାରେ ଏବେ ପବନ ଓ ସୂର୍ଯ୍ୟାଲୋକରୁ ଉପତ୍ାଦିତ ବିଦ୍ୟୁତ୍‌ ଶସ୍ତା ହୋଇଛି। ତେବେ ଇଂଲଣ୍ଡରେ ଶାସନକୁ ଆସିଥିବା ସରକାରଗୁଡ଼ିକ ଏକ ଅକ୍ଷୟଶକ୍ତି କ୍ଷମତା ସୃଷ୍ଟି କରିବାକୁ ବିଫଳ ହୋଇଛନ୍ତି। ଘର ମାଲିକମାନେ ନିଜ ଚେଷ୍ଟାରେ ସୋଲାର୍‌ ପ୍ୟାନେଲ୍‌ ବସାଉଛନ୍ତି। କାରଣ ସେମାନେ ଜାଣନ୍ତି ଯେ, ଏଥିରେ ନିବେଶ କଲେ ଶକ୍ତି ସମ୍ପର୍କିତ ବିଲ୍‌ କମ୍‌ ହୋଇପାରିବ ଓ ସେହି ବାଟରେ ନିବେଶ ଅର୍ଥ ବି ଫେରସ୍ତ ମିଳିଯିବ। ଆଫ୍ରିକାର ଗ୍ରାମୀଣ ଅଞ୍ଚଳରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ଶକ୍ତି ପହଞ୍ଚାଇବାରେ ଅକ୍ଷୟଶକ୍ତିଗୁଡ଼ିକ ହେବ ସବୁଠୁ ଶସ୍ତା ଓ ତ୍ୱରିତ ମାଧ୍ୟମ । କାରଣ ସେଗୁଡ଼ିକୁ ଶକ୍ତି ଉପଯୋଗର ନିକଟରେ ସ୍ଥାପିତ କରାଯାଇପାରିବ।
ଶକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବା ଦରକାର। ଏକ୍ଷେତ୍ରରେ ବିକଶିତ ଦେଶଗୁଡ଼ିକ ନିଜ କାର୍ଯ୍ୟପନ୍ଥା ଆପଣାଇପାରିବେ। କିନ୍ତୁ ସେମାନେ ଲାଟିନ୍‌ ଆମେରିକା, ଏସିଆ ଓ ଆଫ୍ରିକାର ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଅଧିକ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ଦରକାର। ଅନ୍ତର୍ଜାତୀୟ ଅକ୍ଷୟ ଶକ୍ତି ସଂସ୍ଥା ଆକଳନ କରିଛି ଯେ, ସଭିଙ୍କ ଲାଗି ସବୁଜ ଶକ୍ତି ଯୋଗାଣକୁ ନିଶ୍ଚିତ କରିବାକୁ ଆଫ୍ରିକା ପାଇଁ ବାର୍ଷିକ ୭୦ ବିଲିୟନ ଆମେରିକୀୟ ଡଲାର ଆବଶ୍ୟକ ହେବ। ଏହାବାଦ୍‌ ବିଶ୍ୱରେ ପ୍ରମୁଖ ଆର୍ଥିକ ସଙ୍କଟର କାରଣ ପାଲଟିଥିବା ଚାଇନା ଉପରେ ଅନେକ ଦେଶର ନିର୍ଭରଶୀଳତା କମ୍‌ କରିବା ନିମନ୍ତେ ସୌର ଶକ୍ତି ଯୋଗାଣରେ ଅତ୍ୟଧିକ ନିବେଶ କରିବାକୁ ହେବ।
ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ କପ୍‌ ୨୬ ସମ୍ମିଳନୀରେ ଜଳବାୟୁ ସଙ୍କଟକୁ ପ୍ରତିହତ କରିବାରେ ସ୍ଥିରୀକୃତ ଅର୍ଥ ଯୋଗାଡ଼ ଓ ଯୋଗାଣର ଅଭାବ ବିଷୟ ଥିଲା ମୁଖ୍ୟ ଆଲୋଚନାର ପ୍ରସଙ୍ଗ। ୨୦୨୦ ସୁଦ୍ଧା ପ୍ରତିବର୍ଷ ବିକାଶଶୀଳ ଦେଶଗୁଡ଼ିକୁ ୧୦୦ ବିଲିୟନ ଆମେରିକୀୟ ଡଲାର ଯୋଗାଇଦେବାକୁ ଧନୀଦେଶଗୁଡ଼ିକ ୨୦୦୯ରେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ଏଯାବତ୍‌ ପୂରଣ ହୋଇନାହିଁ। ବିକଶିତ ଦେଶଗୁଡ଼ିକରୁ ସରକାରୀ ଓ ଘରୋଇ କ୍ଷେତ୍ରରୁ ଅତ୍ୟଧିକ ଅର୍ଥ ଯୋଗାଡ଼ କରି ବିକାଶଶୀଳ ଓ ଗରିବ ଦେଶଗୁଡ଼ିକୁ ଯୋଗାଇ ନ ଦେଲେ ଏକ ଉତ୍ତମ ଶକ୍ତି ବ୍ୟବସ୍ଥାରେ ବୈଶ୍ୱିକ ପରିବର୍ତ୍ତନ ହୋଇପାରିବ ନାହିଁ। ନିବେଶରୁ ସମସ୍ତେ ଲାଭ ପାଇବାକୁ ଥିବାରୁ ଉତ୍ତର ଆମେରିକା, ୟୁରୋପ ଓ ଅଷ୍ଟ୍ରେଲିଆ ଦେଶ ସମୂହ , ବିକାଶ କ୍ଷେତ୍ରରେ ଜଡ଼ିତ ବ୍ୟାଙ୍କ ଏବଂ ଘରୋଇ ଅନୁଷ୍ଠାନଗୁଡ଼ିକ କପ୍‌୨୭ ସମ୍ମିଳନୀରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବା ଉଚିତ।
ବିଶ୍ୱରେ ଶକ୍ତି, ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ମୂଲ୍ୟବୃଦ୍ଧି ଜନିତ ସଙ୍କଟ ସବୁଠି ଲୋକଙ୍କୁ ପ୍ରଭାବିତ କରୁଛି। ଇଂଲଣ୍ଡ ଓ ଉଗାଣ୍ଡାର ଉତ୍ତରାଞ୍ଚଳରୁ ଆରମ୍ଭ କରି ଫ୍ଲୋରିଡା ଓ ପାକିସ୍ତାନ ଯାଏ, ଅସହ୍ୟ ଗ୍ରୀଷ୍ଣ ଓ ପ୍ରଳୟଙ୍କରୀ ବନ୍ୟାର ନକାରାମତ୍କ ସ୍ଥିତିକୁ ସମ୍ମୁଖୀନ ହେଉଛି। ଏହି ସମୟରେ ସହନୀୟ ତଥା ସବୁଜ ଶକ୍ତିରେ ଅଧିକ ନିବେଶ ସେମାନଙ୍କ ପାଇଁ ଲାଭଦାୟକ ହେବ। ଏବକାର ଜୀବାଶ୍ମ ଇନ୍ଧନରୁ ଶକ୍ତି ଉପତ୍ାଦନ ପ୍ରକ୍ରିୟା, ବିଶ୍ୱରେ ଦେଖାଯାଉଥିବା ନିଷ୍କ୍ରିୟ ଗଣତାନ୍ତ୍ରିକ ବ୍ୟବସ୍ଥା, ବୃଦ୍ଧିପାଉଥିବା ଅସମାନତା, ସାମାଜିକ ଅସ୍ଥିରତା ଏବଂ ଅନ୍ୟସବୁ ଗମ୍ଭୀର ଢାଞ୍ଚାଗତ ଓ ବ୍ୟବସ୍ଥାଗତ ସମସ୍ୟାକୁ ଆମେ ଦୂର ନ କଲେ ସ୍ଥିତି ଆହୁରି ଗମ୍ଭୀର ହେବା ସମ୍ଭାବନା ରହିଛି। ଏବେ ଯଦି ଆମେ ଠିକ୍‌ ନିଷ୍ପତ୍ତି ନେବା ତା’ ହେଲେ ଆମେ ଏକ ଅଧିକ ସ୍ଥାୟୀ, ସମାନତାସମ୍ପନ୍ନ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ସହନୀୟ ପରିବେଶ ଓ ଶକ୍ତି ବ୍ୟବସ୍ଥା ସୃଷ୍ଟି କରିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri