ପ୍ରଦୂଷଣ ଭୟାବହତା

ଶେଖ ଫରିଦ୍‌ଉଦ୍ଦିନ

ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ କିଛିଦିନ ତଳେ ସଂପ୍ରତି ପ୍ରଦୂଷଣର ମାତ୍ରା ଚିନ୍ତାଜନକ ସ୍ଥିତିରେ ପହଞ୍ଚିବା ପରେ ଏହାର ପ୍ରତିକାର ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଥିଲା। ଏବେ ଶୀତକାଳୀନ କୁହୁଡ଼ି ସହ ପ୍ରଦୂଷଣ ଏକ ପ୍ରକାର ସାଙ୍ଘାତିକ ପରିବେଶ ସୃଷ୍ଟି କରିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା ତିନୋଟି ରାଜ୍ୟ ଏହି ପ୍ରଦୂଷଣର ସାଂଘାତିକ ଭାବେ ଶିକାର ହେଉଛନ୍ତି। ଉପରୋକ୍ତ ରାଜ୍ୟ ସରକାରମାନେ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ପର୍ଯ୍ୟାପ୍ତ ପଦକ୍ଷେପ ନେଇ ନ ଥିବାରୁ ଓ ଏହା ଲୋକଙ୍କ ଜୀବନ ଧାରଣର ଅଧିକାରକୁ ଉଲ୍ଲଂଘନ କରୁଥିବାରୁ କମିଶନ ନିଜ ଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥା, ସଂସ୍ଥାମାନେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ତପତ୍ରତାର ସହ କାର୍ଯ୍ୟକରି ଲୋକଙ୍କୁ ବଡ଼ଧରଣର ସ୍ବାସ୍ଥ୍ୟ ସଙ୍କଟରୁ ରକ୍ଷା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଓ ତତ୍କାଳ ପଦକ୍ଷେପ ନିଅନ୍ତୁ। କେବଳ ଏହି ବର୍ଷ ନୁହେଁ ପ୍ରତିବର୍ଷ ଘନ କୁହୁଡି ଓ ବିଷାକ୍ତ ବାୟୁ ଲୋକମାନଙ୍କ ସ୍ବାସ୍ଥ୍ୟ ପାଇଁ ବିପଦର କାରଣ ପାଲଟିଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ତତ୍କାଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୨୧ ଓ ୪୮ ଅନୁଯାୟୀ ନାଗରିକମାନଙ୍କୁ ସ୍ବଚ୍ଛ ବାତାବରଣର ଅଧିକାର ଦେବାର ଦାୟିତ୍ୱ ସମ୍ପର୍କରେ ଟ୍ରିବ୍ୟୁନାଲ ସରକାରଙ୍କୁ ସୂଚିତ କରିଛନ୍ତି। ସରକାର ଲୋକଙ୍କଠାରୁ ବଞ୍ଚିବାର ଅଧିକାର ଛଡ଼ାଇ ନେଉଛନ୍ତି ବୋଲି କହିଛନ୍ତି। କେନ୍ଦ୍ରୀୟ ପଲ୍ୟୁଶନ୍‌ କଣ୍ଟ୍ରୋଲ ବୋର୍ଡର ତଥ୍ୟ ଅନୁଯାୟୀ ବିପଜ୍ଜନକ ଭାବେ ବାୟୁର ମାନ ବଢ଼ୁଛି। ୧୦ବର୍ଷର ପୁରୁଣା ଡିଜେଲ ଗାଡ଼ି ଓ ୧୫ ବର୍ଷର ପୁରୁଣା ପେଟ୍ରୋଲ ଗାଡ଼ିକୁ ଦିଲ୍ଲୀରେ ପ୍ରବେଶର ସୁଯୋଗ ନ ଦେବାକୁ ଟ୍ରିବ୍ୟୁନାଲ କହିଛନ୍ତି। ପଞ୍ଜାବୀବାଗରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୭୯୯ ରେକର୍ଡ କରାଯିବା ପରେ ଏ ନେଇ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିକଟରେ ପ୍ରକାଶ ପାଇଛି ଲାନ୍‌ସେଟ କମିଶନ ଅଫ୍‌ ହେଲ୍‌ଥ ଆଣ୍ଡ ପଲ୍ୟୁଶନ୍‌ ରିପୋର୍ଟ। ଏଥିରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପ୍ରଦୂଷଣଜନିତ ଅପମୃତ୍ୟୁ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ସର୍ବାଗ୍ରେ ରହିଛି। ୨୦୧୯ରେ ପ୍ରଦୂଷଣ କାରଣରୁ ସାରା ବିଶ୍ୱରେ ୯.୪ ମିଲିୟନ୍‌ ଲୋକ ମୃତ୍ୟୁବରଣ କରିଥିବା ବେଳେ ଭାରତରେ ଏହି ସଂଖ୍ୟାର ଅଂଶ ହେଉଛି ୨.୭୪ ମିଲିୟନ୍‌। ପୁଣି ସବୁ ପ୍ରକାରର ପ୍ରଦୂଷଣ ଭିତରେ ବାୟୁ ପ୍ରଦୂଷଣ ହେଉଛି ସବୁଠୁ ବେଶି ମାରାତ୍ମକ। ଏଥିରେ ସେହି ବର୍ଷ ସମଗ୍ର ବିଶ୍ୱରେ ମୃତ୍ୟୁ ସଂଖ୍ୟା ଥିଲା ୭.୫ ମିଲିୟନ୍‌ ଏବଂ ଏଥିରେ ଭାରତର ଅଂଶ ଥିଲା ପ୍ରାୟ ୩୨ପ୍ରତିଶତ ଅର୍ଥାତ୍‌ ୨.୪ ମିଲିୟନ୍‌।
ପ୍ରଦୂଷଣ କେବଳ ଯେ ପରିବେଶଜନିତ ପ୍ରସଙ୍ଗ ତାହା ନୁହେଁ, ଏହା ମନୁଷ୍ୟର ସ୍ବାସ୍ଥ୍ୟ ଓ ସୁସ୍ଥ ଜୀବନଯାପନ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ। ପ୍ରଦୂଷଣ କାରଣରୁ ଭାରତ ଭଳି ନିମ୍ନ ମଧ୍ୟମ ଆୟକାରୀ ବର୍ଗର ରାଷ୍ଟ୍ରଗୁଡ଼ିକରେ ଉପତ୍ାଦନଗତ କ୍ଷତି ଦେଶର ଜିଡିପିର ୦.୩୨ପ୍ରତିଶତରୁ ୦୪ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ। ରିପୋର୍ଟ ଅନୁସାରେ ଅଧିକାଂଶ ପ୍ରଦୂଷଣଜନିତ ମୃତ୍ୟୁ ଅର୍ଥାତ୍‌ ୯୨ ପ୍ରତିଶତ ମୃତ୍ୟୁ, ଏହି ବର୍ଗର ଦେଶମାନଙ୍କରେ ହୋଇଥାଏ। ସ୍ବାସ୍ଥ୍ୟଜନିତ ଜଟିଳ ସମସ୍ୟାମାନ ସୃଷ୍ଟି କରୁଥିବା ଯୋଗୁ ଏହା ମଧ୍ୟ ଲୋକମାନଙ୍କର ବ୍ୟୟଭାରକୁ ଯଥେଷ୍ଟ ବଢ଼ାଇ ଦିଏ, ଯାହା ପରୋକ୍ଷରେ ସେମାନଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲି ଦେଇଥାଏ। ଏହା ଯଦି ହାର୍ଟ, ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କିକୁ ପ୍ରଭାବିତ କରେ, ତାହାହେଲେ ଛୋଟ ପିଲା ହୋଇଥିଲେ ସେମାନଙ୍କର ଅବବୋଧ/ସଂଜ୍ଞାନାତ୍ମକ ସାମର୍ଥ୍ୟ ଏବଂ ବୟସ୍କ ହୋଇଥିଲେ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବାର ସମ୍ଭାବନା ବଢ଼ି ଯାଏ। ମୋଟାମୋଟି ରିପୋର୍ଟରେ ପ୍ରାଣୀ ସମାଜ ଉପରେ ଅନିୟନ୍ତ୍ରିତ ପ୍ରଦୂଷଣର ଭୟାବହ ପରିଣତିକୁ ଦର୍ଶାଯାଇଛି। ତେଣୁ ଆର୍ଥନୀତିକ ଅଭିବୃଦ୍ଧି ନଁାରେ ମାନବ ସମାଜର ସ୍ବାସ୍ଥ୍ୟ ଓ ମଙ୍ଗଳ ଉପରେ ଅତ୍ୟନ୍ତ ହାନିକାରକ ପ୍ରଭାବ ପକାଉଥିବା ପ୍ରଦୂଷଣକୁ ଅଣଦେଖା କରିବା ଉଚିତ ନୁହେଁ। ପ୍ରଦୂଷଣ ପ୍ରତିରୋଧ କରିବା ବର୍ତ୍ତମାନ ସମୟରେ କେବଳ ଅତ୍ୟାବଶ୍ୟକ ନୁହେଁ, ଅପରିହାର୍ଯ୍ୟ ଏବଂ ଜାତୀୟ କାର୍ଯ୍ୟକ୍ରମରେ ଏହା କିପରି ପ୍ରାଥମିକତା ପାଇବା ଉଚିତ ତା’ର ସଙ୍କେତ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଏହି ରିପୋର୍ଟରୁ ମିଳେ। ପ୍ରଦୂଷଣକୁ ରୋକିବା ପାଇଁ କେବଳ ଆଇନକାନୁନ ତିଆରି କରିବା ବା କେତେକ ଉପରଠାଉରିଆ ପଦକ୍ଷେପ ନେବା କି ଆଭିମୁଖ୍ୟ ଆପଣାଇବା ଯଥେଷ୍ଟ ନୁହେଁ। ବରଂ ପ୍ରଦୂଷଣର ମୁକାବିଲାକୁ ଦେଶର ଯୋଜନା ପ୍ରକ୍ରିୟାରେ ସାମିଲ କରିବା ଉଚିତ। ପ୍ରଦୂଷଣ ପ୍ରତିରୋଧ ନିମନ୍ତେ ରହିଥିବା ଆଇନକାନୁନଗୁଡ଼ିକର ଘରୋଇ ଉଦ୍ୟୋଗ କ୍ଷେତ୍ର ତଥା ସହରାଞ୍ଚଳଗୁଡ଼ିକରେ କଡ଼ାକଡ଼ି କାର୍ଯ୍ୟାନ୍ବୟନ ଏ ଦିଗରେ ବିଶେଷ ସହାୟକ ହୋଇପାରିବ।
ମଧୁପୁର, କୁଅଁାପାଳ, କଟକ,
ମୋ : ୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri