ପ୍ରଦୂଷଣ ଭୟାବହତା

ଶେଖ ଫରିଦ୍‌ଉଦ୍ଦିନ

ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ କିଛିଦିନ ତଳେ ସଂପ୍ରତି ପ୍ରଦୂଷଣର ମାତ୍ରା ଚିନ୍ତାଜନକ ସ୍ଥିତିରେ ପହଞ୍ଚିବା ପରେ ଏହାର ପ୍ରତିକାର ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଥିଲା। ଏବେ ଶୀତକାଳୀନ କୁହୁଡ଼ି ସହ ପ୍ରଦୂଷଣ ଏକ ପ୍ରକାର ସାଙ୍ଘାତିକ ପରିବେଶ ସୃଷ୍ଟି କରିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା ତିନୋଟି ରାଜ୍ୟ ଏହି ପ୍ରଦୂଷଣର ସାଂଘାତିକ ଭାବେ ଶିକାର ହେଉଛନ୍ତି। ଉପରୋକ୍ତ ରାଜ୍ୟ ସରକାରମାନେ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ପର୍ଯ୍ୟାପ୍ତ ପଦକ୍ଷେପ ନେଇ ନ ଥିବାରୁ ଓ ଏହା ଲୋକଙ୍କ ଜୀବନ ଧାରଣର ଅଧିକାରକୁ ଉଲ୍ଲଂଘନ କରୁଥିବାରୁ କମିଶନ ନିଜ ଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥା, ସଂସ୍ଥାମାନେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ତପତ୍ରତାର ସହ କାର୍ଯ୍ୟକରି ଲୋକଙ୍କୁ ବଡ଼ଧରଣର ସ୍ବାସ୍ଥ୍ୟ ସଙ୍କଟରୁ ରକ୍ଷା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଓ ତତ୍କାଳ ପଦକ୍ଷେପ ନିଅନ୍ତୁ। କେବଳ ଏହି ବର୍ଷ ନୁହେଁ ପ୍ରତିବର୍ଷ ଘନ କୁହୁଡି ଓ ବିଷାକ୍ତ ବାୟୁ ଲୋକମାନଙ୍କ ସ୍ବାସ୍ଥ୍ୟ ପାଇଁ ବିପଦର କାରଣ ପାଲଟିଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ତତ୍କାଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୨୧ ଓ ୪୮ ଅନୁଯାୟୀ ନାଗରିକମାନଙ୍କୁ ସ୍ବଚ୍ଛ ବାତାବରଣର ଅଧିକାର ଦେବାର ଦାୟିତ୍ୱ ସମ୍ପର୍କରେ ଟ୍ରିବ୍ୟୁନାଲ ସରକାରଙ୍କୁ ସୂଚିତ କରିଛନ୍ତି। ସରକାର ଲୋକଙ୍କଠାରୁ ବଞ୍ଚିବାର ଅଧିକାର ଛଡ଼ାଇ ନେଉଛନ୍ତି ବୋଲି କହିଛନ୍ତି। କେନ୍ଦ୍ରୀୟ ପଲ୍ୟୁଶନ୍‌ କଣ୍ଟ୍ରୋଲ ବୋର୍ଡର ତଥ୍ୟ ଅନୁଯାୟୀ ବିପଜ୍ଜନକ ଭାବେ ବାୟୁର ମାନ ବଢ଼ୁଛି। ୧୦ବର୍ଷର ପୁରୁଣା ଡିଜେଲ ଗାଡ଼ି ଓ ୧୫ ବର୍ଷର ପୁରୁଣା ପେଟ୍ରୋଲ ଗାଡ଼ିକୁ ଦିଲ୍ଲୀରେ ପ୍ରବେଶର ସୁଯୋଗ ନ ଦେବାକୁ ଟ୍ରିବ୍ୟୁନାଲ କହିଛନ୍ତି। ପଞ୍ଜାବୀବାଗରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୭୯୯ ରେକର୍ଡ କରାଯିବା ପରେ ଏ ନେଇ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିକଟରେ ପ୍ରକାଶ ପାଇଛି ଲାନ୍‌ସେଟ କମିଶନ ଅଫ୍‌ ହେଲ୍‌ଥ ଆଣ୍ଡ ପଲ୍ୟୁଶନ୍‌ ରିପୋର୍ଟ। ଏଥିରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପ୍ରଦୂଷଣଜନିତ ଅପମୃତ୍ୟୁ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ସର୍ବାଗ୍ରେ ରହିଛି। ୨୦୧୯ରେ ପ୍ରଦୂଷଣ କାରଣରୁ ସାରା ବିଶ୍ୱରେ ୯.୪ ମିଲିୟନ୍‌ ଲୋକ ମୃତ୍ୟୁବରଣ କରିଥିବା ବେଳେ ଭାରତରେ ଏହି ସଂଖ୍ୟାର ଅଂଶ ହେଉଛି ୨.୭୪ ମିଲିୟନ୍‌। ପୁଣି ସବୁ ପ୍ରକାରର ପ୍ରଦୂଷଣ ଭିତରେ ବାୟୁ ପ୍ରଦୂଷଣ ହେଉଛି ସବୁଠୁ ବେଶି ମାରାତ୍ମକ। ଏଥିରେ ସେହି ବର୍ଷ ସମଗ୍ର ବିଶ୍ୱରେ ମୃତ୍ୟୁ ସଂଖ୍ୟା ଥିଲା ୭.୫ ମିଲିୟନ୍‌ ଏବଂ ଏଥିରେ ଭାରତର ଅଂଶ ଥିଲା ପ୍ରାୟ ୩୨ପ୍ରତିଶତ ଅର୍ଥାତ୍‌ ୨.୪ ମିଲିୟନ୍‌।
ପ୍ରଦୂଷଣ କେବଳ ଯେ ପରିବେଶଜନିତ ପ୍ରସଙ୍ଗ ତାହା ନୁହେଁ, ଏହା ମନୁଷ୍ୟର ସ୍ବାସ୍ଥ୍ୟ ଓ ସୁସ୍ଥ ଜୀବନଯାପନ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ। ପ୍ରଦୂଷଣ କାରଣରୁ ଭାରତ ଭଳି ନିମ୍ନ ମଧ୍ୟମ ଆୟକାରୀ ବର୍ଗର ରାଷ୍ଟ୍ରଗୁଡ଼ିକରେ ଉପତ୍ାଦନଗତ କ୍ଷତି ଦେଶର ଜିଡିପିର ୦.୩୨ପ୍ରତିଶତରୁ ୦୪ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ। ରିପୋର୍ଟ ଅନୁସାରେ ଅଧିକାଂଶ ପ୍ରଦୂଷଣଜନିତ ମୃତ୍ୟୁ ଅର୍ଥାତ୍‌ ୯୨ ପ୍ରତିଶତ ମୃତ୍ୟୁ, ଏହି ବର୍ଗର ଦେଶମାନଙ୍କରେ ହୋଇଥାଏ। ସ୍ବାସ୍ଥ୍ୟଜନିତ ଜଟିଳ ସମସ୍ୟାମାନ ସୃଷ୍ଟି କରୁଥିବା ଯୋଗୁ ଏହା ମଧ୍ୟ ଲୋକମାନଙ୍କର ବ୍ୟୟଭାରକୁ ଯଥେଷ୍ଟ ବଢ଼ାଇ ଦିଏ, ଯାହା ପରୋକ୍ଷରେ ସେମାନଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲି ଦେଇଥାଏ। ଏହା ଯଦି ହାର୍ଟ, ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କିକୁ ପ୍ରଭାବିତ କରେ, ତାହାହେଲେ ଛୋଟ ପିଲା ହୋଇଥିଲେ ସେମାନଙ୍କର ଅବବୋଧ/ସଂଜ୍ଞାନାତ୍ମକ ସାମର୍ଥ୍ୟ ଏବଂ ବୟସ୍କ ହୋଇଥିଲେ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବାର ସମ୍ଭାବନା ବଢ଼ି ଯାଏ। ମୋଟାମୋଟି ରିପୋର୍ଟରେ ପ୍ରାଣୀ ସମାଜ ଉପରେ ଅନିୟନ୍ତ୍ରିତ ପ୍ରଦୂଷଣର ଭୟାବହ ପରିଣତିକୁ ଦର୍ଶାଯାଇଛି। ତେଣୁ ଆର୍ଥନୀତିକ ଅଭିବୃଦ୍ଧି ନଁାରେ ମାନବ ସମାଜର ସ୍ବାସ୍ଥ୍ୟ ଓ ମଙ୍ଗଳ ଉପରେ ଅତ୍ୟନ୍ତ ହାନିକାରକ ପ୍ରଭାବ ପକାଉଥିବା ପ୍ରଦୂଷଣକୁ ଅଣଦେଖା କରିବା ଉଚିତ ନୁହେଁ। ପ୍ରଦୂଷଣ ପ୍ରତିରୋଧ କରିବା ବର୍ତ୍ତମାନ ସମୟରେ କେବଳ ଅତ୍ୟାବଶ୍ୟକ ନୁହେଁ, ଅପରିହାର୍ଯ୍ୟ ଏବଂ ଜାତୀୟ କାର୍ଯ୍ୟକ୍ରମରେ ଏହା କିପରି ପ୍ରାଥମିକତା ପାଇବା ଉଚିତ ତା’ର ସଙ୍କେତ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଏହି ରିପୋର୍ଟରୁ ମିଳେ। ପ୍ରଦୂଷଣକୁ ରୋକିବା ପାଇଁ କେବଳ ଆଇନକାନୁନ ତିଆରି କରିବା ବା କେତେକ ଉପରଠାଉରିଆ ପଦକ୍ଷେପ ନେବା କି ଆଭିମୁଖ୍ୟ ଆପଣାଇବା ଯଥେଷ୍ଟ ନୁହେଁ। ବରଂ ପ୍ରଦୂଷଣର ମୁକାବିଲାକୁ ଦେଶର ଯୋଜନା ପ୍ରକ୍ରିୟାରେ ସାମିଲ କରିବା ଉଚିତ। ପ୍ରଦୂଷଣ ପ୍ରତିରୋଧ ନିମନ୍ତେ ରହିଥିବା ଆଇନକାନୁନଗୁଡ଼ିକର ଘରୋଇ ଉଦ୍ୟୋଗ କ୍ଷେତ୍ର ତଥା ସହରାଞ୍ଚଳଗୁଡ଼ିକରେ କଡ଼ାକଡ଼ି କାର୍ଯ୍ୟାନ୍ବୟନ ଏ ଦିଗରେ ବିଶେଷ ସହାୟକ ହୋଇପାରିବ।
ମଧୁପୁର, କୁଅଁାପାଳ, କଟକ,
ମୋ : ୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?