ବଢ଼ିଛି ଜନସଂଖ୍ୟା, ବଦଳିଛି ରୂପରେଖ

ଅନୁଗୋଳ ଅଫିସ, ୩୧।୮: ୫୯ ବର୍ଷରେ ପାଦ ଥାପିବାକୁ ଯାଉଛି ଅନୁଗୋଳ ପୌରପାଳିକା। ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ରୁ ବର୍ତ୍ତମାନର ପୌରପରିଷଦ, ଦୀର୍ଘ ୫୮ ବର୍ଷର ଯାତ୍ରା ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି ଅନୁଗୋଳରେ। ଏହି ସମୟ ମଧ୍ୟରେ ପୌର ପରିଷଦରେ ବସିଛନ୍ତି ୧୪ ଜଣ ନଗରପାଳ। ଶାସନ କରିଛନ୍ତି ୧୨ ପ୍ରଶାସନିକ ଅଧିକାରୀ। ଇତିମଧ୍ୟରେ ବଦଳିଛି ସହରର କଳେବର। ବଢ଼ିଛି ଲୋକ ସଂଖ୍ୟା। ବିକାଶଠାରୁ ସୌନ୍ଦର୍ଯ୍ୟକରଣ ଯାଏ ହୋଇଛି ଅନେକ ଉନ୍ନତୀକରଣ କାର୍ଯ୍ୟ।
୧୯୬୪ ଜାନୁୟାରୀ ୨୪ରେ ଅନୁଗୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ମାନ୍ୟତା ପାଇଥିଲା। ସେତେବେଳେ ସହରରେ ମାତ୍ର ୧୨ଟି ଓ୍ବାର୍ଡ ରହିଥିଲା। ଲୋକ ସଂଖ୍ୟା ମଧ୍ୟ ସେପରି ଅଧିକ ନ ଥିଲା। ଅବସ୍ଥା ଏପରି ଥିଲା ଯେ ସନ୍ଧ୍ୟାରେ ବସ୍‌ଷ୍ଟାଣ୍ଡକୁ ଆସିବାକୁ ଲୋକଙ୍କୁ ଭୟ ଲାଗୁଥିଲା। ହେଲେ ଧୀରେ ଧୀରେ ସହର ସହ କୋଳାହଳ ବଢ଼ିବାକୁ ଲାଗିଲା। ଖଣି ଓ ଶିଳ୍ପକୁ ନଜରରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକେ ଅନୁଗୋଳ ମୁହଁା ହେଲେ। ଫଳରେ ୧୨ ଓ୍ବାର୍ଡର ଅନୁଗୋଳ ଏନ୍‌ଏସି ୨୦୦୮ରେ ପୌର ପରିଷଦରେ ପରିଣତ ହେଲା। ଓ୍ବାର୍ଡ ସଂଖ୍ୟା ମଧ୍ୟ ୨୩ରେ ପହଞ୍ଚିଲା। ଏହାପରେ ଅନୁଗୋଳ ସହରର ବିକାଶ ଯାତ୍ରା ଜୋର୍‌ ଧରିଥିଲା। ପୂର୍ବପେକ୍ଷା ଦ୍ରୁତ ଗତିରେ ଉନ୍ନତୀକରଣ କାର୍ଯ୍ୟ ହେବାରୁ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଲା। ଗତ କିଛିବର୍ଷ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରେ ଅନେକ ପରିବର୍ତ୍ତନ ହୋଇଛି। ଲୋକଙ୍କୁ ବିଭିନ୍ନ ଚାକଚକ୍ୟ ସୁବିଧା ମିଳିଛି। ଆମୋଦ ପ୍ରମୋଦ କରିବାକୁ ପାର୍କ ଓ ସକାଳ ସହ ସନ୍ଧ୍ୟା ଭ୍ରମଣ କରିବାକୁ ହେଲଥ୍‌ କରିଡର ନିର୍ମାଣ କରାଯାଇଛି। ସହରର ସୌନ୍ଦର୍ଯ୍ୟ ବୃଦ୍ଧିକୁ ନେଇ ସହରବାସୀ ର୍ଗବ ଅନୁଭବ କରୁଛନ୍ତି। ତେବେ ପାନୀୟ ଜଳଠାରୁ ପରିମଳ ବ୍ୟବସ୍ଥାରେ ଏବେ ବି ଅନେକ ସମସ୍ୟା ରହିଛି। ସହରୀରୁ ବର୍ଷା ଜଳ ନିଷ୍କାସନ ଠିକ୍‌ ଭାବେ ହୋଇପାରୁ ନାହିଁ। ଫଳରେ ଜୋରଦାର ବର୍ଷା ହେଲେ ସହର ଜଳପ୍ଲାବିତ ହୋଇପଡ଼ୁଛି। ଦୀର୍ଘବର୍ଷ ମଧ୍ୟରେ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି କେତେଜଣ ଦକ୍ଷ ପ୍ରଶାସନିକ ଅଧିକାରୀ ପୌରପାଳିକାରେ ଦାୟିତ୍ୱ ତୁଲାଇଥିଲେ ମଧ୍ୟ ଉପରୋକ୍ତ ଅସୁବିଧା ଦୂର ହୋଇ ନ ଥିବାରୁ ପୌରାଞ୍ଚଳବାସୀଙ୍କ ମନରେ କ୍ଷୋଭ ରହିଥିବା ଜଣାପଡ଼ିଛି।

ସହର ବିକଶିତ ହୋଇଛି
୮୦ ଦଶକର ଅନୁଗୋଳ ସହରରେ ସନ୍ଧ୍ୟା ହେଲେ ଯାତାୟାତ କରିବାକୁ ଭୟ ଲାଗୁଥିଲା। ଏପରି କି ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ସନ୍ଧ୍ୟାରେ ଅସାମାଜିକଙ୍କ ଆଡ୍ଡା ଜମୁଥିଲା। ହେଲେ ବର୍ତ୍ତମାନ ସେଥିରେ ଆକାଶଛୁଅଁା ପରିବର୍ତ୍ତନ ଆସିଛି। ସହର ବିକଶିତ ହେବା ସହ ଉନ୍ନତି ପଥରେ ଅଗ୍ରସର ହେଉଛି। ତଥାପି ପାନୀୟ ଜଳ ସମସ୍ୟା ଏବେ ମଧ୍ୟ ରହିଛି।
-ବିଦ୍ୟାଧର ପଣ୍ଡା, ବୁଦ୍ଧିଜୀବୀ
ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି ହୋଇଛି
ସହର ବଢ଼ିବା ସହ ଲୋକସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ହୋଇଚାଲିଛି। ବହୁ ଉନ୍ନତୀକରଣ କାର୍ଯ୍ୟ ଚାଲିଥିବାରୁ ସହରରେ ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି ହୋଇଛି। ହେଲେ ପରିମଳ ବ୍ୟବସ୍ଥାରେ ଆହୁରି ସୁଧାର ଆସିବା ଆବଶ୍ୟକ। ଏ ନେଇ ପ୍ରଶାସନ ଓ ନିର୍ବାଚିତ ଲୋକ ପ୍ରତିନିଧିମାନେ ମିଳିତ ଭାବେ କାର୍ଯ୍ୟ କରିବାର ଦରକାର।
-ସ୍ନିଗ୍ଧା ସାହୁ, ବୁଦ୍ଧିଜୀବୀ

ଅମିତ କୁମାର ସାମଲ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri